Press "Enter" to skip to content

Posts published in “ଯୁବା-ଓଁକାର”

ଭକ୍ତ ଏବଂ ଭଗବତ୍‌କୃପା

ଅନେକ ଲୋକ ଭାବନ୍ତି ଯେ, ଯେତେବେଳେ ଭଗବାନଙ୍କର କୃପା ହୁଏ, ସେତେବେଳେ ଧନ, ଐଶ୍ୱର୍ଯ୍ୟ, ସ୍ତ୍ରୀ-ପୁତ୍ର, ମାନ, କୀର୍ତ୍ତି ଆଉ ଶରୀର ସମ୍ବନ୍ଧୀ ଅନେକାନେକ ଭୋଗ ସ୍ୱତଃ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନଙ୍କ ପାଖରେ ଭୋଗର ପ୍ରାଚୁର୍ଯ୍ୟ ରହିଛି, କେବଳ ସେମାନଙ୍କୁ ହିଁ ଭଗବାନଙ୍କର କୃପା ପ୍ରାପ୍ତ ହୁଏ । ଅଥବା ସେମାନଙ୍କ ଉପରେ ଭଗବାନଙ୍କର କୃପା ବେଶୀମାତ୍ରାରେ ରହିଛି, ଯେଉଁମାନଙ୍କର ବିପତ୍ତି ସବୁକୁ ଭଗବାନ୍‌ ନିଜେ ଦୂର କରିଦିଅନ୍ତି ! ଭଗବତ୍‌ କୃପାର ଏପ୍ରକାର କ୍ଷୁଦ୍ର…

ମୌନ ଯୋଗ

ସ୍ୱାମୀ ପରମାନନ୍ଦ (୨) ମୌନ ଏବଂ ସମ୍ବନ୍ଧ :“ମୌନବ୍ରତ ଧାରଣ କରିବାପୂର୍ବକ ଯେତେବେଳେ ସାଧକ ନିଜ ମନକୁ ଯୋଗ (ଆଧ୍ୟାତ୍ମିକ ସାଧନା)ରେ ସ୍ଥିତ କରିବା ପ୍ରାରମ୍ଭ କରିଥାଏ, ସେତେବେଳେ ସେ ବିବେକ, ଜ୍ଞାନ ଏବଂ ଦୁର୍ଗୁଣସମୂହରୁ ରକ୍ଷା ପାଇବାର ଶକ୍ତି ପ୍ରାପ୍ତ କରିଥାଏ ।” — ମହାଭାରତ ଆମର ଶରୀର ଏବଂ ସ୍ନାୟୁତନ୍ତ୍ର ନିମିତ୍ତ ନିଦ୍ରା ଯେଉଁ କାର୍ଯ୍ୟ କରେ, ସେହି କାର୍ଯ୍ୟ ଆମ ମନ ଏବଂ ଆତ୍ମା ନିମନ୍ତେ ମୌନ କରିଦେଇଥାଏ । ଆମ ଜୀବନର ସମସ୍ତ…

ଓଁ‌କାର ଜପ ବିଧି-୪

ପୂର୍ବସଂଖ୍ୟା ଉତ୍ତାରୁ …ଓମ୍ ଧନୁଶର ଅଟେ, ଆତ୍ମା ତୀର ଅଟେ, ବ୍ରହ୍ମ ତାହାର ଲକ୍ଷ୍ୟ ଅଟନ୍ତି । ଅପ୍ରମତ୍ତ ହୋଇ ତୀରଦ୍ୱାରା ଲକ୍ଷ୍ୟକୁ ଭେଦ କରିବା ଆବଶ୍ୟକ ଏବଂ ତୀର ଲକ୍ଷ୍ୟ ଦିଗରେ ନିକ୍ଷେପିତ ହୋଇ ଯଥାସ୍ଥାନରେ ଅବସ୍ଥାନ କରିବାପୂର୍ବକ ସେହି ରୂପରେ ଲୀନ ହୋଇଯାଏ । ସେହିଭଳି ‘ଓମ୍‌କାର’ ଜପ କରି କରି ବ୍ରହ୍ମଙ୍କଠାରେ ତନ୍ମୟ ହୋଇଯିବା ଆବଶ୍ୟକ-ତଲ୍ଲୀନ ହୋଇଯିବା ଆବଶ୍ୟକ ।ଭଗବାନ୍ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି–ତସ୍ମାଦୋମିତ୍ୟୁଦାହୃତ୍ୟ ଯଜ୍ଞ ଦାନ ତପଃ କ୍ରିୟାଃ ।ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମ ବାଦିନାମ୍ ।୧୭ ।୨୪ବ୍ରହ୍ମବେତ୍ତା…

ଜୀବନର ଉଦ୍ଦେଶ୍ୟ : ଆତ୍ମସାକ୍ଷାତ୍କାର-1

(ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ବିକାନେର, ରାଜସ୍ଥାନରେ ପ୍ରଦତ୍ତ ପ୍ରବଚନର ସଂକଳନ) ଉଜ୍ଜ୍ୱଳ ଦିପ୍ତିମନ୍ତ ଆତ୍ମସ୍ୱରୂପ ! ପରମପିତା ପରମାତ୍ମାଙ୍କର ଦିବ୍ୟ ଅମର ସନ୍ତାନଗଣ !ଅଧ୍ୟକ୍ଷ ମହାଶୟ ବର୍ତ୍ତମାନ ଯାହା କହିଗଲେ ”ବିନୁ ସତସଙ୍ଗ ବିବେକ ନ ହୋଈ । ରାମ କୃପା ବିନୁ ସୁଲଭ ନ ସୋଈ ।।”ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଯଦି ଭଗବାନ କୃପା କରନ୍ତି, ତେବେ ଯାଇ ସତ୍ସଙ୍ଗ ପ୍ରାପ୍ତି ହୋଇଥାଏ, ନଚେତ୍ ଏହା ମିଳେ ନାହିଁ । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ଏଠାରେ ଏକତ୍ରିତ ହୋଇଛନ୍ତି,…

ସମସ୍ତଙ୍କ ପାଇଁ ମାୟା

ସନ୍ଧ୍ୟା ୩ଟା ୪ଟା ସମୟରେ ଘର ଭିତରକୁ ଯାଇ ଦେଖେ ତ ମା’ (ସାରଦାଦେବୀ) ଅଟା ଚକଟୁଛନ୍ତି । ନିଜ କୋଠରୀର ବାରଣ୍ଡାର ଦକ୍ଷିଣ ପଶ୍ଚିମ କୋଣରେ ପୂର୍ବ ଦିଗକୁ ଗୋଡ଼ ଲମ୍ବାଇ ବସିଛନ୍ତି । ପାଖରେ ଛୋଟିଆ ଚୁଲିଟିଏ ଅଛି । ସନ୍ଧ୍ୟା ସମୟରେ ଲୁଚି, ତରକାରୀ ଆଦି ସେହିଠାରେ ପ୍ରସ୍ତୁତ କରାଯାଏ । ମୋତେ ଦେଖି ମା’ ପଚାରିଲେ, “କଣ ଦରକାର ?”ମୁଁ — ତୁମ ସହ କଥା ହେବାର ଅଛି ।ମା — କି କଥା ? ବସ ।ଏହା କହି ସେ ବସିବାପାଇଁ…

ସାଧନାର କେନ୍ଦ୍ର ‘ମନ୍ଦିର’

ଭକ୍ତ ଓ ଭଗବାନ ମଧ୍ୟରେ ସମ୍ପର୍କ ସ୍ଥାପନର ମୁଖ୍ୟ ମାଧ୍ୟମର ଭୂମିକା ଗ୍ରହଣ କରେ ‘ମନ୍ଦିର’  । ସମସ୍ତେ ଜାଣନ୍ତି ଯେ ଭଗବାନ ସବୁଠାରେ ଅଛନ୍ତି  । ତେବେ ମନ୍ଦିରର ଆବଶ୍ୟକତା କଣ ? ଏହାର ଉତ୍ତର ଦେବାକୁ ଯାଇ ଜନୈକ ସନ୍ଥ କହିଥିଲେ—” ପବନ ତ ସବୁସ୍ଥାନରେ ଅଛି, ତେବେ ପଙ୍ଖାର ଆବଶ୍ୟକତା କଣ ?” ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ଜଣେ ସାଧାରଣ ବ୍ୟକ୍ତିର ମନ ଓ ହୃଦୟକୁ ଭଗବଦ ମାର୍ଗରେ କେନ୍ଦ୍ରିତ କରିବା ନିମନ୍ତେ, ମନ୍ଦିର…

ଉତ୍ଥାନ-ପତନର କାରଣ

ଭଗବାନ୍‌ ଶ୍ରୀକୃଷ୍ଣ ଗୋଲୋକ ଧାମ ଚାଲିଯିବାପରେ ପାଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହ ପୃଥିବୀ ତ୍ୟାଗ କରି ଚାଲିଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେ  । ଅତଃ ରାଜବସ୍ତ୍ର ତ୍ୟାଗକରି ବକ୍କଳ ପରିଧାନକରି ଭାରତ ପରିକ୍ରମାରେ ବାହାରିପଡିଲେ  । ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏବଂ ଦ୍ରୌପଦୀ ନିମ୍ନକୁ ଦୃଷ୍ଟି ରଖି ପରିକ୍ରମା କରିକରି ହରିଦ୍ୱାରରେ ପହଞ୍ଚିଲେ  । ସେଠାରେ ଚାରିଗୋଟି ଶିଙ୍ଗ, ସାତଗୋଟି ହାତ ଆଉ ତିନିପାଦଯୁକ୍ତ ଦେବତା ତାଙ୍କ ମାର୍ଗ ଅବରୋଧ କଲେ  । ପଚାରିବାରୁ କହିଲେ, ଋଣ ପରିଶୋଧ…

ବଂଶର ବାହକ — ଗୁଣସୂତ୍ର

କେବଳ ପୁତ୍ରକୁ ହିଁ ବଂଶର ବାହକ କୁହାଯାଏ  ! ! ଆମର ଧାର୍ମିକ ଗ୍ରନ୍ଥ ଏବଂ ଆମର ସନାତନ ହିନ୍ଦୁ ପରମ୍ପରା ଅନୁସାରେ ପୁତ୍ରକୁ କୁଳପ୍ରଦୀପ ଅଥବା ବଂଶବୃଦ୍ଧି କାରକ ବୋଲି କୁହାଯାଏ  । ଅର୍ଥାତ୍‌ ତାକୁ ଗୋତ୍ରର ବାହକ ବୋଲି କୁହାଯାଏ  ।କଣ ଆପଣ ଜାଣନ୍ତି କି, କେବଳ ପୁତ୍ରକୁ କାହିଁକି ବଂଶର ବାହକ ବୋଲି କୁହାଯାଏ ?ପ୍ରକୃତରେ ଏହାର କାରଣ ହେଉଛି, ପୁରୁଷ ପ୍ରଧାନ ସମାଜ ଅଥବା ପିତୃସତ୍ତାତ୍ମକ ବ୍ୟବସ୍ଥା ନୁହେଂ ବରଂ ଆମର ଜନ୍ମ ନେବାର ପ୍ରକ୍ରିୟା ।ଯଦି…

ମୌନ ଯୋଗ-୨ (ସ୍ୱାମୀ ପରମାନନ୍ଦ- rkm)

ମୌନର ଉଦ୍ଦେଶ୍ୟ ଆମ ମନକୁ ବିଚାରସମୂହରୁ ମୁକ୍ତ ରଖିବା ଏବଂ ଶୂନ୍ୟତା ତଥା ନିଷ୍କ୍ରିୟତାର ସ୍ଥିତିରେ ରହିବା ନୁହେଁ । ଏହାର ବିପରୀତ, ମୌନ ଆମର କାର୍ଯ୍ୟକୁଶଳ ଏବଂ ଏକାଗ୍ର ବିଚାର ନିମନ୍ତେ ଏକ ସୁସ୍ପଷ୍ଟ ତଥ୍ୟ ହୋଇଯାଏ । ମୌନର ଅଭିପ୍ରାୟ ଆମ ଶରୀର, ମନ ଏବଂ ଆମର ସମସ୍ତ କାର୍ଯ୍ୟକ୍ଷମତାର ଏକ ଏଭଳି ସଂଯୋଜନ ଅଟେ ଯାହାଦ୍ୱାରା ଆମେ ପ୍ରତ୍ୟେକ ମୁହୂର୍ତ୍ତ ଏକ ସାମଞ୍ଜସ୍ୟରେ କ୍ରିୟାଶୀଳ ରହୁ । ଏହି ସ୍ଥିତିରେ ଆମର ସମସ୍ତ ଆକାଂକ୍ଷା ଏବଂ…