Press "Enter" to skip to content

Posts published in “ଯୁବା-ଓଁକାର”

ଜୀବନରେ ପରିବର୍ତ୍ତନ ନିମନ୍ତେ… ସଦ୍‌ଗ୍ରନ୍ଥର ପାଠ ଓ ଗୁରୁଙ୍କୁ ସମ୍ମାନ ନିତାନ୍ତ ଜରୁରୀ

ଶିକ୍ଷା ନିମନ୍ତେ ସମର୍ପଣ :ପୁରାଣ ଯୁଗ କଥାକୁ ଟିକିଏ ମନେପକାଇବା । ଦେବତାମାନେ ଯୁଦ୍ଧରେ ଯେଉଁ ଅସୁରଗଣଙ୍କୁ ମାରିଦେଉଥିଲେ, ସେମାନଙ୍କୁ ଶୁକ୍ରାଚାର୍ଯ୍ୟ ପୁଣିଥରେ ସଞ୍ଜିବନୀ ବିଦ୍ୟାଦ୍ୱାରା ଜୀବିତ କରିଦେଉଥିଲେ । ଏଥିପାଇଁ ଦେବତାମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ଅନେକ ବିଚାରବିମର୍ଶ କରିବାପରେ ଶୁକ୍ରାଚାର୍ଯ୍ୟଙ୍କଠାରୁ ସଞ୍ଜିବନୀ ବିଦ୍ୟା ଶିକ୍ଷା କରିବାର ନିର୍ଣ୍ଣୟ ହେଲା । ହେଲେ ଅସୁରଗଣଙ୍କ ଭିତରେ ରହି ଶିକ୍ଷା କରିବାର ସାହସ କାହାର ବା ଅଛି ! ଶେଷରେ କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଯାଇ ବିଦ୍ୟା ଶିକ୍ଷା…

ଓଁକାର ଜପ ବିଧି-6

ସରଳ ଅଭ୍ୟାସ ବିଧିଃ ପ୍ରାତଃକାଳରେ ଶୌଚ ସ୍ନାନ ଆଦି ସାରି ଶୁଦ୍ଧ ଏକାନ୍ତ ସ୍ଥାନରେ ସୁଖପୂର୍ବକ ଆସନ ଉପରେ ବସି ପ୍ରଥମେ ସଂକଳ୍ପ କର ଅର୍ଥାତ୍ ଆଜି ଏହି ସମୟରେ, ଏତିକି ସମୟ ପର୍ଯ୍ୟନ୍ତ, ଏହି କାମନା ନେଇ, ଏହି ମନ୍ତ୍ରର ଜପ କରିବି ।ତାପରେ ଅତି କମ୍‌ରେ ୧୦ଥର ଦୀର୍ଘ ଶ୍ୱାସ ପ୍ରଶ୍ୱାସ କରନ୍ତୁ । ଅର୍ଥାତ୍ ଥରେ ଶ୍ୱାସକୁ ବହିର୍ଗତ କରି ଅଳ୍ପ ସମୟପର୍ଯ୍ୟନ୍ତ ବାହାରେ ରୋକି ଧୀରେ ଧୀରେ ଭିତରକୁ ନିଅନ୍ତୁ । ଠିକ୍ ସେହିଭଳି…

ଜୀବନର ଉେଦ୍ଦଶ୍ୟ : ଆତ୍ମସାକ୍ଷାତ୍କାର-3

ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଦ୍ୱାରା ରାଜସ୍ଥାନ, ବିକାନେର ଠାରେ ପ୍ରଦତ୍ତ ପ୍ରବଚନର ସଂକଳନ ଯେଉଁ ପର୍ଯ୍ୟନ୍ତ ଏହି ଶରୀରରୂପୀ ଗୃହରେ ଆମକୁ ନିବାସ କରିବାକୁ ଅଛି, ସେତେବେଳ ପର୍ଯ୍ୟନ୍ତ ସେହି ଘରେ ଆମକୁ ଚୂନ ଦେବାର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ଆମର ଯାହାକିଛି ଉପଚାର କରିବାର ଅଛି, ସେ ସବୁ ଠିକ୍ ଅଛି । ଶରୀର ପାଇଁ ଦାନା ଦେବାର ଅଛି, ପାଣି ଦେବାର ଅଛି, ରୁଟି, କପଡା, ଘର ଦେବାକୁ ଅଛି, ଠିକ୍ ଅଛି…

ମୌନ ଅଭ୍ୟାସ ଦ୍ୱାରା କରାଯାଇଥିବା ସେବା-୩

“ନିଜର ଭାବନା ଏବଂ ବିଶ୍ୱାସକୁ ନିଜଠାରେ ସୀମିତ ରଖ । ଅନ୍ୟମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରନାହିଁ, ନଚେତ୍‌ ତୁମ ଭାବର ପତନ ହେବ । ଉପାସନା ସମୟରେ ତୁମେ ନିଜକୁ ସେହି ଲୋକମାନଙ୍କ ଠାରୁ ଦୂରରେ ରଖ ଯେଉଁମାନେ ତୁମ ବିଶ୍ୱାସର ନିନ୍ଦା ଏବଂ ଶ୍ରଦ୍ଧାଭକ୍ତି ତଥା ସାଧୁପୁରୁଷମାନଙ୍କର ଉପହାସ କରନ୍ତି ।”—ଶ୍ରୀରାମକୃଷ୍ଣ ପରମହଂସ“ନିଜ ବାଣୀକୁ ମୌନଠାରୁ ଉନ୍ନତ କର ଅବା ମୌନ ରୁହ ।”—ଡୋୟୋନିସିୟସ ଦ ଏଲ୍ଡର“ମୌନ ସମସ୍ତ ରୋଗର ଔଷଧ ଅଟେ । ମୌନ ବୁଦ୍ଧିମାନଙ୍କ ପାଇଁ…

ନାଦବ୍ରହ୍ମ ଓଁକାର

ଏକଦା ଜଣେ ବାଳକ ବିଶ୍ୱର ସମସ୍ତ ଜଡ ଓ ଚେତନ ତତ୍ତ୍ୱର ମୂଳ ଉତ୍ସ ସନ୍ଧାନ କରିବାର ଜିଜ୍ଞାସା କରି ଗୁରୁଙ୍କ ନିକଟକୁ ଗଲେ । ଗୁରୁ ସେହି ବାଳକର ଆଗ୍ରହ ଦେଖି ତାକୁ ଶିଷ୍ୟ ରୂପେ ଗ୍ରହଣ କଲେ । ଶିଷ୍ୟ ମଧ୍ୟ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବା ସହ ନିଷ୍ଠାର ସହ ଗୁରୁ ସେବା କଲେ । ଶିଷ୍ୟର ଭକ୍ତିରେ ପ୍ରୀତ ହୋଇ ଗୁରୁ ସେହି ବାଳକକୁ କହିଲେ, ସମଗ୍ର ସୃଷ୍ଟିର ସାର ତତ୍ତ୍ୱଓଁକାର, ଯାହାର…

ଅଧ୍ୟାତ୍ମ ହିଁ ଅନ୍ତର୍ଜଗତର ବିଜ୍ଞାନ

ସ୍ୱାମୀ ଶଶାଙ୍କାନନ୍ଦ ବିଜ୍ଞାନର ଅର୍ଥ ହେଉଛି, ଯେକୌଣସି ବିଷୟ ସମ୍ବନ୍ଧରେ ବିଶେଷ ଜ୍ଞାନ ଲାଭ କରିବା । ଯଦି ଆମେ ଇତିହାସ ରଚନାର ପୂର୍ବ କଥା ବିଚାର କରିବା ତେବେ ଆମକୁ ପାଷାଣ ଯୁଗକୁ ଯିବାପାଇଁ ପଡ଼ିବ । ସେ ସମୟରେ ମାନବକୁ ନାଁ ତ ବାହ୍ୟ ପ୍ରକୃତିର ରହସ୍ୟ ସମ୍ବନ୍ଧରେ ଜ୍ଞାତ ଥିଲା ଆଉ ନାଁ ନିଜ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ଥିଲା । ତାକୁ ତ କେବଳ କ୍ଷୁଧା, ନିଦ୍ରା, ଭୟ ଆଉ ମୈଥୁନର ଅନୁଭବ…

ସାଧୁ-ଦୃଷ୍ଟି…… (3)

ଚିତ୍ରକୂଟର ପବିତ୍ର ସ୍ପର୍ଶ ସାଧୁ ଓ ଭକ୍ତମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଆସିଛି ଯେ, ଯଦି ଜଣେ ଅଧ୍ୟାତ୍ମପିପାସୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନୀ ସହ ସମ୍ପର୍କ ରଖୁଥିବା ପବିତ୍ର ଚିତ୍ରକୂଟ ପର୍ବତକୁ ଯାଇ ନିଜ ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଓ ଉପାସନାରେ ରତ ରହିବେ, ତେବେ ନିଶ୍ଚିତ ଭାବରେ ତାଙ୍କର ମନୋବାଞ୍ଛା ପୂରଣ ହେବ ଏବଂ ସାଧକଙ୍କର ଚିତ୍ତ ଶୁଦ୍ଧି ହେବା ସହିତ ମନ ମଧ୍ୟ ପବିତ୍ର ହେବ ।କାହିଁ କେଉଁ ପ୍ରାଚୀନ କାଳରୁ ବହୁ…

ସାଧୁ-ଦୃଷ୍ଟି……(୨)

ଦିନଚର୍ଯ୍ୟାର ମହତ୍ତ୍ୱବ୍ରହ୍ମଚାରୀମାନଙ୍କର ଆଶ୍ରମ ରହଣୀ ସମୟର ଏକ ଘଟଣା । ବ୍ରହ୍ମଚର୍ଯ୍ୟ ଜୀବନ ତ ନୀତିନିୟମ ଓ ଶୃଙ୍ଖଳିତ ଆଚରଣ ପୂର୍ଣ୍ଣ ଜୀବନ ଅଟେ । ନୀତିନିଷ୍ଠ ଓ ଦାୟିତ୍ୱ ତଥା ଅଭୀଜ୍ଞ ଗୁରୁଙ୍କ ଅଧୀନରେ ବ୍ରହ୍ନଚର୍ଯ୍ୟବାସ ହୋଇଥାଏ । ସେହି ସମୟରେ ପାଠ ପ୍ରତି ଯେତିକି ଧ୍ୟାନ ଦିଆଯାଏ, ତା’ଠାରୁ ଅଧିକା ଆଚରଣଶୀଳ ଓ ସଂଯମୀ ଜୀବନଯାପନ ପ୍ରତି ଗୁରୁତ୍ୱ ଦିଆଯାଏ ।ଏକଦା ଗୋଟିଏ ଆଶ୍ରମରେ ଜଣେ ନିଷ୍ଠାପର ସନ୍ନ୍ୟାସୀ ଥିଲେ । ବ୍ରହ୍ମଚାରୀମାନଙ୍କର ଅଧ୍ୟାତ୍ମଜୀବନରେ ଅଗ୍ରଗତି ନିମିତ୍ତ ସେ ଅଧିକ…

ସାଧୁଦୃଷ୍ଟି……

ପ୍ରଣାମ ନିବେଦନର ପ୍ରଣାଳୀ ଆଶ୍ରମରେ ନିବାସ କରୁଥିବା ସ୍ୱାମୀଜୀମାନେ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସମାପନାନ୍ତେ ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ କରିବାର ବିଧି ରହିଥାଏ । ପ୍ରତ୍ୟେକ ଆଶ୍ରମବାସୀଙ୍କର ଏହା କର୍ତ୍ତବ୍ୟ ଅଟେ । କିନ୍ତୁ ସେହି ଦର୍ଶନ ମଧ୍ୟରେ ଯେ ଭାବାନୁସାରେ କୃପାପ୍ରାପ୍ତିର ମଧ୍ୟ ସୁଯୋଗ ଥାଏ, ଏହାକୁ ସମସ୍ତେ ଉପଲବ୍ଧି କରିପାରନ୍ତି ନାହିଁ । ଏକଦା ଜଣେ ବୟୋଜ୍ୟେଷ୍ଠ ସାଧୁ ଅପର ଜଣେ ସାଧୁଙ୍କୁ ଗୁରୁ ଦର୍ଶନ ନିମନ୍ତେ ଯାଉଥିବାର ଦେଖି ପଚାରିଲେ— ଶୁଣ, ତୁମେ କେଉଁଆଡେ ଯାଉଛ ? କ’ଣ…

ସ୍ୱାଭାବିକ କାହାକୁ କହିବା ?

ମହାତ୍ମା ଗାନ୍ଧି ଆଜିକାଲି ସ୍ୱାଭାବିକ ଶବ୍ଦର ଦୁରୂପଯୋଗ ହେଉଛି । ଜଣେ ଭାଇ ଲେଖିଛନ୍ତି— ‘ଯେଭଳି ମନୁଷ୍ୟ ପାଇଁ ଖାଇବା-ପିଇବା ସ୍ୱାଭାବିକ, ସେହିଭଳି କ୍ରୋଧ କରିବା ମଧ୍ୟ ସ୍ୱାଭାବିକ ଅଟେ ।’ ଅନ୍ୟ ଜଣେ ଭାଇ ଲେଖିଛନ୍ତି—‘ଯେପରି ଆମପାଇଁ ଶୋଉବା-ବସିବା ସ୍ୱାଭାବିକ ଅଟେ, ସେହିଭଳି ବିଷୟଭୋଗ କରିବା ମଧ୍ୟ ସ୍ୱାଭାବିକ ଅଟେ । ଯଦି ଏହି କଥା ଠିକ୍ ନୁହେଁ, ତେବେ ଈଶ୍ୱର ଆମକୁ କାହିଁକି ବିଷୟ-ବାସନା ଦେଇଛନ୍ତି ? ଦୁଷ୍ଟ ମନୁଷ୍ୟ ପ୍ରତି କ୍ରୋଧ କରିବା ଆଉ ସାଧୁଜନଙ୍କ ପ୍ରତି…