ସେହି ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ବାରମ୍ବାର ନମନ ଯାହାଙ୍କ ଠାରୁ ଏହି ସଂସାରର ସୃଷ୍ଟି ହୋଇଛି, ଯାହାଙ୍କ ଠାରେ ସ୍ଥିତ ରହିଛି ପୁନଃ ଯାହାଙ୍କ ଠାରେ ବିଲୀନ ହୋଇଥାଏ ଆଉ ଯିଏ ନିଜ ପ୍ରକୃତିକୁ ଅଧୀନକରି ମାୟା ଦ୍ୱାରା ଅନେକ ରୂପ ଧାରଣ କରିଥାନ୍ତି ।ବାସ୍ତବରେ ମୃତ୍ୟୁ କୌଣସି ବସ୍ତୁ ନୁହେଁ, ମୋହ(ଅଜ୍ଞାନ-ପ୍ରମାଦ) ହିଁ ମୃତ୍ୟୁ ଅଟେ । ଯେତେବେଳେ ଜୀବ ପରମାତ୍ମାଙ୍କୁ ଭୁଲି ଆତ୍ମଜ୍ଞାନରୁ ବଞ୍ଚିତ ହୋଇଯାଏ, ସେତେବେଳେ ସେ ଭ୍ରମ କାରଣରୁ ଏହି ହାଡ, ମାଂସ, ରକ୍ତ,…
Posts published in “ଚିନ୍ତନ-ମନନ”
ଭାରତୀୟ ଦର୍ଶନର ବ୍ୟାବହାରିକ ଦୃଷ୍ଟାନ୍ତ ଆମ୍ଭମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ବାଲ୍ୟକାଳରେ ‘ସାପ ଓ ସିଡ଼ି'(snake and ladder) ଖେଳିଥାଉ ଏବଂ ଏହାର ଆନନ୍ଦ ଉପଭୋଗ କରୁ । କିନ୍ତୁ ଏହି ଖେଳ ଠାରୁ ଖେଳ ସୃଷ୍ଟି ପଛରେ ଥିବା ପ୍ରୟୋଜନ ତଥା ତାତ୍ପର୍ଯ୍ୟ ଅଧିକ ଆକର୍ଷଣୀୟ ।ସାପ ଓ ସିଡ଼ି ଖେଳ ହେଉଛି ଭାରତୀୟ ଜୀବନ ଦର୍ଶନର ଖେଳରେ ରୂପାନ୍ତରଣର ଏକ ପ୍ରକ୍ରିୟା । ହିନ୍ଦୁ ତଥା ଜୈନ ଦର୍ଶନକୁ ଏହି ଖେଳ ମାଧ୍ୟମରେ ପ୍ରକାଶ କରାଯାଇଅଛି । ପ୍ରଥମେ…
ଶିକ୍ଷା ନିମନ୍ତେ ସମର୍ପଣ :ପୁରାଣ ଯୁଗ କଥାକୁ ଟିକିଏ ମନେପକାଇବା । ଦେବତାମାନେ ଯୁଦ୍ଧରେ ଯେଉଁ ଅସୁରଗଣଙ୍କୁ ମାରିଦେଉଥିଲେ, ସେମାନଙ୍କୁ ଶୁକ୍ରାଚାର୍ଯ୍ୟ ପୁଣିଥରେ ସଞ୍ଜିବନୀ ବିଦ୍ୟାଦ୍ୱାରା ଜୀବିତ କରିଦେଉଥିଲେ । ଏଥିପାଇଁ ଦେବତାମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ଅନେକ ବିଚାରବିମର୍ଶ କରିବାପରେ ଶୁକ୍ରାଚାର୍ଯ୍ୟଙ୍କଠାରୁ ସଞ୍ଜିବନୀ ବିଦ୍ୟା ଶିକ୍ଷା କରିବାର ନିର୍ଣ୍ଣୟ ହେଲା । ହେଲେ ଅସୁରଗଣଙ୍କ ଭିତରେ ରହି ଶିକ୍ଷା କରିବାର ସାହସ କାହାର ବା ଅଛି ! ଶେଷରେ କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଯାଇ ବିଦ୍ୟା ଶିକ୍ଷା…
ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଦ୍ୱାରା ରାଜସ୍ଥାନ, ବିକାନେର ଠାରେ ପ୍ରଦତ୍ତ ପ୍ରବଚନର ସଂକଳନ ଯେଉଁ ପର୍ଯ୍ୟନ୍ତ ଏହି ଶରୀରରୂପୀ ଗୃହରେ ଆମକୁ ନିବାସ କରିବାକୁ ଅଛି, ସେତେବେଳ ପର୍ଯ୍ୟନ୍ତ ସେହି ଘରେ ଆମକୁ ଚୂନ ଦେବାର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ଆମର ଯାହାକିଛି ଉପଚାର କରିବାର ଅଛି, ସେ ସବୁ ଠିକ୍ ଅଛି । ଶରୀର ପାଇଁ ଦାନା ଦେବାର ଅଛି, ପାଣି ଦେବାର ଅଛି, ରୁଟି, କପଡା, ଘର ଦେବାକୁ ଅଛି, ଠିକ୍ ଅଛି…
“ନିଜର ଭାବନା ଏବଂ ବିଶ୍ୱାସକୁ ନିଜଠାରେ ସୀମିତ ରଖ । ଅନ୍ୟମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରନାହିଁ, ନଚେତ୍ ତୁମ ଭାବର ପତନ ହେବ । ଉପାସନା ସମୟରେ ତୁମେ ନିଜକୁ ସେହି ଲୋକମାନଙ୍କ ଠାରୁ ଦୂରରେ ରଖ ଯେଉଁମାନେ ତୁମ ବିଶ୍ୱାସର ନିନ୍ଦା ଏବଂ ଶ୍ରଦ୍ଧାଭକ୍ତି ତଥା ସାଧୁପୁରୁଷମାନଙ୍କର ଉପହାସ କରନ୍ତି ।”—ଶ୍ରୀରାମକୃଷ୍ଣ ପରମହଂସ“ନିଜ ବାଣୀକୁ ମୌନଠାରୁ ଉନ୍ନତ କର ଅବା ମୌନ ରୁହ ।”—ଡୋୟୋନିସିୟସ ଦ ଏଲ୍ଡର“ମୌନ ସମସ୍ତ ରୋଗର ଔଷଧ ଅଟେ । ମୌନ ବୁଦ୍ଧିମାନଙ୍କ ପାଇଁ…
ସ୍ୱାମୀ ପରମାନନ୍ଦ (୨) ମୌନ ଏବଂ ସମ୍ବନ୍ଧ :“ମୌନବ୍ରତ ଧାରଣ କରିବାପୂର୍ବକ ଯେତେବେଳେ ସାଧକ ନିଜ ମନକୁ ଯୋଗ (ଆଧ୍ୟାତ୍ମିକ ସାଧନା)ରେ ସ୍ଥିତ କରିବା ପ୍ରାରମ୍ଭ କରିଥାଏ, ସେତେବେଳେ ସେ ବିବେକ, ଜ୍ଞାନ ଏବଂ ଦୁର୍ଗୁଣସମୂହରୁ ରକ୍ଷା ପାଇବାର ଶକ୍ତି ପ୍ରାପ୍ତ କରିଥାଏ ।” — ମହାଭାରତ ଆମର ଶରୀର ଏବଂ ସ୍ନାୟୁତନ୍ତ୍ର ନିମିତ୍ତ ନିଦ୍ରା ଯେଉଁ କାର୍ଯ୍ୟ କରେ, ସେହି କାର୍ଯ୍ୟ ଆମ ମନ ଏବଂ ଆତ୍ମା ନିମନ୍ତେ ମୌନ କରିଦେଇଥାଏ । ଆମ ଜୀବନର ସମସ୍ତ…
ସନ୍ଧ୍ୟା ୩ଟା ୪ଟା ସମୟରେ ଘର ଭିତରକୁ ଯାଇ ଦେଖେ ତ ମା’ (ସାରଦାଦେବୀ) ଅଟା ଚକଟୁଛନ୍ତି । ନିଜ କୋଠରୀର ବାରଣ୍ଡାର ଦକ୍ଷିଣ ପଶ୍ଚିମ କୋଣରେ ପୂର୍ବ ଦିଗକୁ ଗୋଡ଼ ଲମ୍ବାଇ ବସିଛନ୍ତି । ପାଖରେ ଛୋଟିଆ ଚୁଲିଟିଏ ଅଛି । ସନ୍ଧ୍ୟା ସମୟରେ ଲୁଚି, ତରକାରୀ ଆଦି ସେହିଠାରେ ପ୍ରସ୍ତୁତ କରାଯାଏ । ମୋତେ ଦେଖି ମା’ ପଚାରିଲେ, “କଣ ଦରକାର ?”ମୁଁ — ତୁମ ସହ କଥା ହେବାର ଅଛି ।ମା — କି କଥା ? ବସ ।ଏହା କହି ସେ ବସିବାପାଇଁ…
ଭକ୍ତ ଓ ଭଗବାନ ମଧ୍ୟରେ ସମ୍ପର୍କ ସ୍ଥାପନର ମୁଖ୍ୟ ମାଧ୍ୟମର ଭୂମିକା ଗ୍ରହଣ କରେ ‘ମନ୍ଦିର’ । ସମସ୍ତେ ଜାଣନ୍ତି ଯେ ଭଗବାନ ସବୁଠାରେ ଅଛନ୍ତି । ତେବେ ମନ୍ଦିରର ଆବଶ୍ୟକତା କଣ ? ଏହାର ଉତ୍ତର ଦେବାକୁ ଯାଇ ଜନୈକ ସନ୍ଥ କହିଥିଲେ—” ପବନ ତ ସବୁସ୍ଥାନରେ ଅଛି, ତେବେ ପଙ୍ଖାର ଆବଶ୍ୟକତା କଣ ?” ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ଜଣେ ସାଧାରଣ ବ୍ୟକ୍ତିର ମନ ଓ ହୃଦୟକୁ ଭଗବଦ ମାର୍ଗରେ କେନ୍ଦ୍ରିତ କରିବା ନିମନ୍ତେ, ମନ୍ଦିର…
କେବଳ ପୁତ୍ରକୁ ହିଁ ବଂଶର ବାହକ କୁହାଯାଏ ! ! ଆମର ଧାର୍ମିକ ଗ୍ରନ୍ଥ ଏବଂ ଆମର ସନାତନ ହିନ୍ଦୁ ପରମ୍ପରା ଅନୁସାରେ ପୁତ୍ରକୁ କୁଳପ୍ରଦୀପ ଅଥବା ବଂଶବୃଦ୍ଧି କାରକ ବୋଲି କୁହାଯାଏ । ଅର୍ଥାତ୍ ତାକୁ ଗୋତ୍ରର ବାହକ ବୋଲି କୁହାଯାଏ ।କଣ ଆପଣ ଜାଣନ୍ତି କି, କେବଳ ପୁତ୍ରକୁ କାହିଁକି ବଂଶର ବାହକ ବୋଲି କୁହାଯାଏ ?ପ୍ରକୃତରେ ଏହାର କାରଣ ହେଉଛି, ପୁରୁଷ ପ୍ରଧାନ ସମାଜ ଅଥବା ପିତୃସତ୍ତାତ୍ମକ ବ୍ୟବସ୍ଥା ନୁହେଂ ବରଂ ଆମର ଜନ୍ମ ନେବାର ପ୍ରକ୍ରିୟା ।ଯଦି…
ମୌନର ଉଦ୍ଦେଶ୍ୟ ଆମ ମନକୁ ବିଚାରସମୂହରୁ ମୁକ୍ତ ରଖିବା ଏବଂ ଶୂନ୍ୟତା ତଥା ନିଷ୍କ୍ରିୟତାର ସ୍ଥିତିରେ ରହିବା ନୁହେଁ । ଏହାର ବିପରୀତ, ମୌନ ଆମର କାର୍ଯ୍ୟକୁଶଳ ଏବଂ ଏକାଗ୍ର ବିଚାର ନିମନ୍ତେ ଏକ ସୁସ୍ପଷ୍ଟ ତଥ୍ୟ ହୋଇଯାଏ । ମୌନର ଅଭିପ୍ରାୟ ଆମ ଶରୀର, ମନ ଏବଂ ଆମର ସମସ୍ତ କାର୍ଯ୍ୟକ୍ଷମତାର ଏକ ଏଭଳି ସଂଯୋଜନ ଅଟେ ଯାହାଦ୍ୱାରା ଆମେ ପ୍ରତ୍ୟେକ ମୁହୂର୍ତ୍ତ ଏକ ସାମଞ୍ଜସ୍ୟରେ କ୍ରିୟାଶୀଳ ରହୁ । ଏହି ସ୍ଥିତିରେ ଆମର ସମସ୍ତ ଆକାଂକ୍ଷା ଏବଂ…