Press "Enter" to skip to content

Posts published in “ବୈଦିକ”

Hymns and prayers from Vedic Literature.

ସଂଯମ ଦ୍ୱାରା ଆତ୍ମା ଓ ଶରୀରକୁ ପରିପୁଷ୍ଟ କର

ମମାଗ୍ନେ ବର୍ଚୋ ବିହବେଷ୍ୱସ୍ତୁ ବୟଂ ସ୍ୱେନ୍ଧାନାସ୍ତନ୍ୱଂ ପୁଷେମ ।ମହ୍ୟଂ ନମନ୍ତାଂ ପ୍ରଦିଶଶ୍ଚତ ସ୍ତ୍ରସ୍ତ୍ୱୟାଧ୍ୟକ୍ଷେଣ ପୃତନା ଜୟେମ ।।(ଅଥର୍ବ ବେଦ -୫/୩/୧) ଭାବାର୍ଥ : ମନୁଷ୍ୟ ସଂଘର୍ଷରେ ବିଚଳିତ ନ ହୋଇ ପରମାତ୍ମା ଉପାସନାରେ ରତ ରହି ନିଜ ଆତ୍ମା ଓ ଶରୀରକୁ ବଳବାନ୍ ଓ ପରିପୁଷ୍ଟ କରିବା ଦରକାର, ଯଦ୍ଦ୍ୱାରା ସଂସାରରେ କେହି ତାକୁ ପଦଦଳିତ କରିପାରିବେ ନାହିଁ ।ବ୍ୟାଖ୍ୟା : ସାମ୍ପ୍ରତିକ ସ୍ଥିତିରେ ମନୁଷ୍ୟ ସମ୍ମୁଖରେ ଅତି ବିକଟ ଓ ବିଚିତ୍ର ସ୍ଥିତି ପ୍ରତି ସମୟରେ ଉପସ୍ଥିତ ହୋଇଥାଏ ।…

ସେବା ପରମଧର୍ମ ( ଉଦ୍ୟୋଗୀପୁରୁଷଙ୍କ ପାଇଁ ଧନର ଅଭାବ ରହେନାହିଁ )

ଧୃତବ୍ରତୋ ଧନଦାଃ ସୋମବୃଦ୍ଧଃ ସ ହି ବାମସ୍ୟ ବସୁନଃ ପୁରୁକ୍ଷୁଃ ।ସଂ ଜଗ୍ମିରେ ପଥ୍ୟା ରାୟୋ ଅସ୍ମିନ୍ତ୍ ସମୁଦ୍ରେ ନ ସିନ୍ଧବୋ ୟାଦମାନାଃ ।। (ଋଗ୍ ବେଦ -୬/୧୯/୫) ଭାବାର୍ଥ : ସମୁଦ୍ରର ଯଦ୍ୟପି କୌଣସି କାମନା ନ ଥାଏ, ତଥାପି ଅନେକ ନଦନଦୀ ଆସି ସେଥିରେ ମିଳିତ ହୋଇ ଚାଲିଥାଆନ୍ତି । ସେହିଭଳି ଉଦ୍ୟୋଗୀ ପୁରୁଷଙ୍କ ସେବାରେ ଲକ୍ଷ୍ମୀ ସଦୈବ ଉପସ୍ଥିତ ରହିଥାନ୍ତି ଅର୍ଥାତ୍ ଯିଏ ଉଦ୍ୟୋଗ କରିଥାନ୍ତି, ପୁରୁଷାର୍ଥ କରିଥାନ୍ତି, ତାଙ୍କୁ କେବେ ଧନର ଅଭାବ ହୋଇନଥାଏ ।…

ଶ୍ରୀଶ୍ରୀଭଦ୍ରକାଳୀସ୍ତୁତିଃ

ବ୍ରହ୍ମାବିଷ୍ଣୁ ଊଚତୁଃନମାମି ତ୍ୱାଂ ବିଶ୍ୱକର୍ତ୍ତ୍ରୀଂ ପରେଶୀଂ ନିତ୍ୟମାଦ୍ୟାଂ ସତ୍ୟବିଜ୍ଞାନରୂପାମ୍ ।ବାତାତୀତାଂ ନିର୍ଗୁଣାଂ ଚାତିସୂକ୍ଷ୍ମାଂ ଜ୍ଞାନାତୀତାଂ ଶୁଦ୍ଧବିଜ୍ଞାନଗମ୍ୟାମ୍ ।।୧।।ପୂର୍ଣ୍ଣାଂ ଶୁଦ୍ଧାଂ ବିଶ୍ୱରୂପାଂ ସୁରୂପାଂ ଦେବୀଂ ବନ୍ଦ୍ୟାଂ ବିଶ୍ୱବନ୍ଦ୍ୟାମପି ତ୍ୱାମ୍ ।ସର୍ବାନ୍ତଃସ୍ଥାମୁତ୍ତମସ୍ଥାନସଂସ୍ଥାମୀଡେ କାଳୀଂ ବିଶ୍ୱସମ୍ପାଲୟିତ୍ରୀମ୍ ।।୨।।ମାୟାତୀତାଂ ମାୟିନୀଂ ବାପି ମାୟାଂ ଭୀମାଂ ଶ୍ୟାମାଂ ଭୀମନେତ୍ରାଂ ସୁରେଶୀମ୍ ।।ବିଦ୍ୟାଂ ସିଦ୍ଧାଂ ସର୍ବଭୂତାଶୟସ୍ଥାମୀଡେ କାଳୀଂ ବିଶ୍ୱସଂହାରକର୍ତ୍ତୀମ୍ ।।୩।।ନୋ ତେ ରୂପଂ ବେତ୍ତି ଶୀଳଂ ନ ଧାମ ନୋ ବା ଧ୍ୟାନଂ ନାପି ମନ୍ତ୍ରଂ ମହେଶି ।ସତ୍ତାରୂପେ ତ୍ୱାଂ ପ୍ରପଦ୍ୟେ ଶରଣ୍ୟେ ବିଶ୍ୱାରାଧ୍ୟେ ସର୍ବଲୋକୈକହେତୁମ୍ ।।୪।। ବ୍ରହ୍ମା ଓ ବିଷ୍ଣୁ କହିଲେ— ସର୍ବସୃଷ୍ଟିକାରିଣୀ, ପରମେଶ୍ୱରୀ,…

ଆଦି ଶଙ୍କରାଚାର୍ଯ୍ୟ କୃତ ଶ୍ରୀରାମ ସ୍ତୁତି

ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍   ।ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ  ॥ 1 ॥ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍   ।ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ  ॥ 2 ॥ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍   ।ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ  ॥ 3 ॥ ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା ସ୍ୱୟଂ ପ୍ରକାଶ-ସ୍ୱରୂପ…

ଶ୍ରୀଶ୍ରୀଦୁର୍ଗାସ୍ତୁତି (ଶ୍ରୀମହାଭାଗବତ ମହାପୁରାଣୋକ୍ତ)

ଶ୍ରୁତୟ ଊଚୁଃ ଦୁର୍ଗେ ବିଶ୍ୱମପି ପ୍ରସୀଦ ପରମେ ସୃଷ୍ଟ୍ୟାଦିକାର୍ଯ୍ୟତ୍ରୟେ  ।ବ୍ରହ୍ମାଦ୍ୟାଃ ପୁରୁଷାସ୍ତ୍ରୟୋ ନିଜଗୁଣୈସ୍ତ୍ୱତ୍ ସ୍ୱେଚ୍ଛୟା କଳ୍ପିତାଃ ॥ନୋ ତେ କୋଽପି ଚ କଳ୍ପକୋଽତ୍ର ଭୁବନେ ବିଦ୍ୟେତ ମାତର୍ୟତଃ  ।କଃ ଶକ୍ତଃ ପରିବର୍ଣ୍ଣିତୁଂ ତବ ଗୁଣାଁଲ୍ଲୋକେ ଭବେଦ୍ଦୁର୍ଗମାନ୍ ॥୧॥ ବେଦଗଣ କହୁଛନ୍ତି— ହେ ମାତ ଦୁର୍ଗେ ! ଆପଣ ସମ୍ପୂର୍ଣ୍ଣ ଜଗତରେ କୃପା କରନ୍ତୁ  । ଆପଣ ହିଁ ନିଜ ଗୁଣ ଦ୍ୱାରା ସ୍ୱେଚ୍ଛାନୁସାରେ ସୃଷ୍ଟି ଆଦି କାର୍ଯ୍ୟତ୍ରୟ ନିମିତ୍ତ ବ୍ରହ୍ମା ଆଦି ଦେବତ୍ରୟୀଙ୍କର ସୃଷ୍ଟି କରିଛନ୍ତି, ଅତଃ ଏହି ଜଗତରେ ଆପଣଙ୍କର ରଚନାକାରୀ କେହି…

ଆଳସ୍ୟ ତ୍ୟାଗକରି ପୁରୁଷାର୍ଥୀ ହୁଅ, ବୈଦିକ ଜ୍ଞାନରେ ଉଦ୍ଭାସିତ ହୁଅ

ଅକ୍ରନ୍ କର୍ମ କର୍ମକୃତଃ ସହ ବାଚା ମୟୋଭୁବା  ।ଦେବେଭ୍ୟଃ କର୍ମ କୃତ୍ୱାସ୍ତଂ ପ୍ରେତ ସଚାଭୁବଃ   ॥ (ଯଜୁର୍ବେଦ -୩/୪୭) ଭାବାର୍ଥ : ଆଳସ୍ୟକୁ ତ୍ୟାଗ କରି ପୁରୁଷାର୍ଥୀ ହୁଅ, ମୂର୍ଖତାକୁ ତ୍ୟାଗ କରି ବେଦଜ୍ଞାନ ପ୍ରାପ୍ତ ହୁଅ, ମଧୁର ବଚନ କୁହ, ପରସ୍ପର ମିଶି ଜଣେ ଅପରର ସହାୟତା କର  । ଏହା ଦ୍ୱାରା ଇହଲୌକିକ ଓ ପାରଲୌକିକ ସୁଖକୁ ଅବଶ୍ୟ ପ୍ରାପ୍ତି ହୋଇପାରିବ  ।ବ୍ୟାଖ୍ୟା : ବେଦ ଜ୍ଞାନ-ବିଜ୍ଞାନର ଅଜସ୍ର ଭଣ୍ଡାର ଅଟେ  । ବେଦ ଜ୍ଞାନର ପରିପୁଷ୍ଟିରେ ମନୁଷ୍ୟ ଜୀବନର…

ବିଶ୍ୱେଶ୍ୱରୀ ସ୍ତବନ

ଦେବୀ ପ୍ରପନ୍ନାର୍ତିହରେ ପ୍ରସୀଦ ପ୍ରସୀଦ ମାତର୍ଜଗତୋଽଖିଳସ୍ୟ  ।ପ୍ରସୀଦ ବିେଶ୍ୱଶ୍ୱରୀ ପାହି ବିଶ୍ୱଂ ତ୍ୱମୀଶ୍ୱରୀ ଦେବୀ ଚରାଚରସ୍ୟ  । ।୧ । ।ତ୍ୱଂ ବୈଷ୍ଣବୀ ଶକ୍ତିରନନ୍ତବୀର୍ଯ୍ୟା ବିଶ୍ୱସ୍ୟ ବୀଜଂ ପରମାସି ମାୟା  ।ସମ୍ମୋହିତଂ ଦେବୀ ସମସ୍ତମେତତ୍ ତ୍ୱଂ ବୈ ପ୍ରସନ୍ନା ଭୁବି ମୁକ୍ତିହେତୁଃ  । ।୨ । ।ବିଦ୍ୟାଃ ସମସ୍ତାସ୍ତବ ଦେବୀ ଭେଦାଃ ସ୍ୱୀୟଃ ସମସ୍ତାଃ ସକଳା ଜଗତ୍ସୁ  ।ତ୍ୱୟୈକୟା ପୂରିତମମ୍ବୟେତତ୍ କା ତେ ସ୍ତୁତିଃ ସ୍ତବ୍ୟପରା ପରୋକ୍ତିଃ  । ।୩ । ।ବିଶ୍ୱେଶ୍ୱରୀ ତ୍ୱଂ ପରିପାସି ବିଶ୍ୱଂ ବିଶ୍ୱାତ୍ମିକା ଧାରୟସୀତି ବିଶ୍ୱମ୍  ।ବିଶ୍ୱେଶବନ୍ଦ୍ୟା ଭବତୀ ଭବନ୍ତି ବିଶ୍ୱାଶ୍ରୟା ଯେ ତ୍ୱୟି ଭକ୍ତିନମ୍ରାଃ  । ।୪ । ।(—ଶ୍ରୀଶ୍ରୀଦୁର୍ଗାସପ୍ତସତୀ) ହେ ଶରଣାଗତର ପୀଡା ହରଣକାରୀ ଦେବୀ !…

ବ୍ରାହ୍ମଣର ଧର୍ମ

ତ୍ରାତାରୋ ଦେବା ଅଧି ବୋଚତା ନୋ ମା ନୋ ନିଦ୍ରା ଈଶତ ମୋତ ଜଳ୍ପିଃ  ।ବୟଂ ସୋମସ୍ୟ ବିଶ୍ୱହ ପ୍ରିୟାସଃ ସୁବୀରାସୋ ବିଦଥମା ବଦେମ  । । (ଋଗ୍. ୮/୪୮/୧୪) ଭାବାର୍ଥ : ଆଳସ୍ୟ ଓ ବ୍ୟର୍ଥ ବାର୍ତ୍ତାଳାପରୁ ମୁକ୍ତି ନିମିତ୍ତ ସର୍ବଦା କ୍ରିୟାଶୀଳ ରହିବା ଦରକାର  । ଆମେ ଦୁର୍ଗୁଣରୁ ଦୂରେଇ ରହୁ, ଶ୍ରେଷ୍ଠ ସନ୍ତାନଙ୍କୁ ଜନ୍ମ ଦେଉ ଆଉ ସର୍ବତ୍ର ଆମ ଜ୍ଞାନର ଚର୍ଚ୍ଚା ହେଉ  । ବ୍ୟାଖ୍ୟା : ଆମେ ସମସ୍ତେ ‘କାମ କମ୍, କଥା ଅଧିକ’ ଏହି…

ଶ୍ରୀଶ୍ରୀଗଣେଶପ୍ରାର୍ଥନା

ଆନନ୍ଦରୂପ କରୁଣାକର ବିଶ୍ୱବନ୍ଧୋ ସନ୍ତାପଚନ୍ଦ୍ର ଭବବାରିଧିଭଦ୍ରସେତୋ ।ହେ ବିଘ୍ନମୃତ୍ୟୁଦଳନାମୃତସୌଖ୍ୟସିନ୍ଧୋ ଶ୍ରୀମନ୍ ବିନାୟକ ତବାଙ୍ଘ୍ରିଯୁଗଂ ନତାଃ ସ୍ମଃ  ॥ ଯସ୍ମିନ୍ନ ଜୀବଜଗଦାଦିକମୋହଜାଲଂ ଯସ୍ମିନ୍ନ ଜନ୍ମମରଣାଦିଭୟଂ ସମଗ୍ରମ୍ ।ଯସ୍ମିନ୍ ସୁଖୈକଘନଭୂମ୍ନି ନ ଦୁଃଖମୀଷତ୍ ତଦ୍ ବ୍ରହ୍ମ ମଙ୍ଗଳପଦଂ ତବ ସଂଶ୍ରୟାମଃ  ॥— ଶ୍ରୀଶ୍ରୀଧରସ୍ୱାମୀ ‘‘ହେ ଆନନ୍ଦସ୍ୱରୂପ ଶ୍ରୀମନ୍ ବିନାୟକ ! ଆପଣ କରୁଣାନିଧି ଏବଂ ସମ୍ପୂର୍ଣ୍ଣ ଜଗତର ବନ୍ଧୁ (ଅକାରଣ ହିତୈଷୀ) ଅଟନ୍ତି, ଶୋକସନ୍ତାପର ଶମନ ନିମିତ୍ତ ଆପଣ ପରମାହ୍ଲାଦକ ଚନ୍ଦ୍ରମା ଅଟନ୍ତି, ଭବ-ସାଗରରୁ ପାରି ହେବାପାଇଁ କଲ୍ୟାଣକାରୀ ସେତୁ ଅଟନ୍ତି ତଥା ବିଘ୍ନରୂପୀ ମୃତ୍ୟୁନାଶ…

ଆଳସ୍ୟ ତ୍ୟାଗକରି କର୍ମନିଷ୍ଠ ଓ ଉଦ୍ୟୋଗୀ ହେବା ଦରକାର

ଇଚ୍ଛନ୍ତି ଦେବାଃ ସୁନ୍ୱନ୍ତଂ ନ ସ୍ୱପ୍ନାୟ ସ୍ପୃହୟନ୍ତି ।ଯନ୍ତି ପ୍ରମାଦମତନ୍ଦ୍ରାଃ ।। (ଋଗବେଦ-୮/୨/୧୮, ଅଥର୍ବବେଦ-୨୦/୧୮/୩) ଭାବାର୍ଥ : ଅଳସୁଆ ବ୍ୟକ୍ତି ସବୁବେଳେ ଦୁଃଖ ପାଇଥାଏ, ଅତଃ ଆମ ସମସ୍ତଙ୍କୁ ସବୁବେଳେ କର୍ମନିଷ୍ଠ ଓ ଉଦ୍ୟୋଗୀ ହେବା ଦରକାର । ବ୍ୟାଖ୍ୟା : ଆଳସ୍ୟ ହିଁ ମନୁଷ୍ୟର ଅସଲ ଶତ୍ରୁ । ସେ ଆମକୁ ପାପ ମାର୍ଗରେ ନେଇଯାଏ । ମନୁଷ୍ୟ ଲୋଭବଶତଃ ଅର୍ଥକାରୀ ବ୍ୟବସାୟ ଆରମ୍ଭ କରିଥାଏ, କିନ୍ତୁ ଆଳସ୍ୟବଶତଃ ତାକୁ ପୂର୍ଣ୍ଣ କରି ନ ପାରି ମଝିରେ ହିଁ ଛାଡିଦିଏ । ଅନ୍ୟଠାରୁ…