ଆମମାନଙ୍କ ଜୀବନ ବାଧାବିଘ୍ନରେ ପୂର୍ଣ୍ଣ । କେତେବେଳେ ଆମେ ବିଭିନ୍ନ ବିରୋଧର ସମ୍ମୁଖୀନ ହେଉ ତ ପୁଣି କେତେବେଳେ ସମସ୍ୟାର ସମ୍ମୁଖୀନ ହେଉ । ଏମିତିକି ଆମେ ଆମ ଦୈନନ୍ଦିନ କର୍ମମାନଙ୍କରେ ଅନେକ ପ୍ରକାର ସଂଘର୍ଷର ସମ୍ମୁଖୀନ ହେଉ । ଏ ସବୁକିଛି ନାନା ଉପାୟରେ ଆମକୁ ଦୁଃଖ ଦିଏ । ଜୀବନ ରହିଛି ଅର୍ଥ ବିଘ୍ନ ବି ରହିଛି । ନିତ୍ୟନୈମିତ୍ତିକ କର୍ମରେ ବି ବିଘ୍ନ ଆସେ, ଯାହା ଆମେ ଅନୁଭବ କରୁ । ସବୁବେଳେ ଏହା ଏକା ପ୍ରକାର ହୋଇନଥାଏ । ସମୟ,…
Posts published in “ସମ୍ପାଦକୀୟ-ଓଁକାର”
ଗରୁଶବ୍ଦସ୍ତ୍ୱନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନିରୋଧକଃ ।ଅନ୍ଧକାର ନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥ଅଦ୍ୱୟତାରାକୋପନିଷଦ–୧୬ ‘ଗୁରୁ’ ଶବ୍ଦର ଅର୍ଥ ହେଲା, ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ’ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ‘ରୁ’ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ ।ଅଜ୍ଞାନର ଅନ୍ଧାରରୁ ଜ୍ଞାନର…
ପୁରୋହିତ ବସୁ କହୁଛନ୍ତି —ହେ ବ୍ରହ୍ମପୁତ୍ରୀ ମୋହିନୀ ! ଅଧୁନା ସେହି ତୀର୍ଥକୁ ଯାଅ, ଯାହା ଅଶ୍ୱମେଧଯଜ୍ଞର ଅଙ୍ଗରୁ ଉତ୍ପନ୍ନ ହୋଇଥିଲା । ତାହାର ନାମ ଇନ୍ଦ୍ରଦ୍ୟୁମ୍ନ ସରୋବର । ତାହା ପବିତ୍ର ଏବଂ ଶୁଭ ତୀର୍ଥ ଅଟେ । ବୁଦ୍ଧିମାନ୍ ପୁରୁଷ ସେଠାକୁ ଯାଇ ପବିତ୍ର ଭାବରେ ଆଚମନ କରିବ ଆଉ ମନ ଭିତରେ ଭଗବାନ୍ ଶ୍ରୀହରିଙ୍କର ଧ୍ୟାନ କରି ଜଳରେ ବୁଡ ପକାଇ ଉଚ୍ଚାରଣ କରିବ
ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଯେତେବେଳେ ଧର୍ମର କ୍ଷେତ୍ରଟି ଅବନମିତ ହେବାକୁ ଲାଗିଲା ଏବଂ ଅର୍ଥହୀନ ଆଚାର ସର୍ବସ୍ୱରେ ପୂରିଉଠିଲା, ସେତିକିବେଳେ ବୁଦ୍ଧଙ୍କର ଆବିର୍ଭାବ ହୋଇଛି । ସଂସ୍କାର କରାଇବା ଅବତାରଙ୍କର ପ୍ରକୃତ କର୍ମ । ଯେତେବେଳେ ବ୍ୟବହାରିକ ଧର୍ମରେ ବ୍ୟତିକ୍ରମ ଦେଖାଯାଏ ସେଥିରେ ସୁଧାର ଆଣିବାପାଇଁ କାଳେକାଳେ ଅବତାରମାନେ ଧରାବତରିତ ହୋଇଛନ୍ତି । ତାଙ୍କ ଆବିର୍ଭାବରେ ଜୀବ ଯେ କେବଳ ନୂତନ ସଂସ୍କାର ଲାଭ କରେ ତାହା ନୁହେଁ ବରଂ ନୂତନ ଏକ ଆଶାର…