ଶାନ୍ତିପାଠଃଓଁ ଆପ୍ୟାୟନ୍ତୁ ମମାଙ୍ଗାନି………….ତେ ମୟି ସନ୍ତୁ ।ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।। ତୃତୀୟ ପ୍ରପାଠକ ଏହା ଶୁଣି ବାଳଖିଲ୍ୟ ପ୍ରଶ୍ନ କଲେ— ‘ହେ ଭଗବାନ୍ ! ଯଦି ଆପଣ ଏହି ଆତ୍ମାର ଏଭଳି ମହିମା ସମ୍ବନ୍ଧରେ କହୁଛନ୍ତି, ତେବେ ଶୁଭାଶୁଭ କର୍ମତଳେ ଅବଦମିତ ହୋଇ ରହିଥିବା ଏବଂ ତଦନୁସାରେ ଭଲ ଅବା ଖରାପ ଯୋନିସମୂହରେ ଭ୍ରମିତ ହେଉଥିବା ଆତ୍ମା କଣ ଅନ୍ୟକୌଣସି ଆତ୍ମା ଅଟେ ? ସୁଖ-ଦୁଃଖରୁ ପରାଭବ ପ୍ରାପ୍ତକରି ଉଚ୍ଚ ଅବା ନୀଚ ଗତିରେ ଘୂରିବୁଲୁଥିବା ଏହା କେଉଁ…
Posts published in “ଉପନିଷଦ”
ଓଁ ସହ ନାବବତୁ । ସହ ନୌ ଭୁନକ୍ତୁ । ସହ ବୀର୍ଯ୍ୟଂ କରବାବହୈ ।ତେଜସ୍ୱିନାବଧୀତମସ୍ତୁ ମା ବିଦ୍ୱିଷାବହୈ ॥ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥ କୃଷ୍ଣଯଜୁର୍ବେଦୀୟ ଉପନିଷଦ୍ ତେଇଶିଗୋଟି ମନ୍ତ୍ର ସମ୍ବଳିତ । ଉକ୍ତ ଉପନିଷଦ୍ରେ ବ୍ରହ୍ମଙ୍କର ସ୍ୱରୂପ ଏବଂ ତାଙ୍କର ପ୍ରାପ୍ତିର ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିପାଇଁ ଏହି ଉପନିଷଦ୍ର ନାମ ବ୍ରହ୍ମୋପନିଷଦ୍ ରଖାଯାଇଛି । କିଛିଲୋକ ଏହାକୁ ବ୍ରହ୍ମବିନ୍ଦୁ ଉପନିଷଦ୍ ନାମରେ ଅଭିହିତ କରିଛନ୍ତି, ହେଲେ ବିଦ୍ୱାନ୍ଗଣଙ୍କ ମତରେ ବ୍ରହ୍ମବିନ୍ଦୁ ଉପନିଷଦ୍, କୃଷ୍ଣଯଜୁର୍ବେଦୀୟ ଅମୃତବିନ୍ଦୁ ଉପନିଷଦ୍ର ଅନ୍ୟନାମ ଅଟେ ।…
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନମାନବୀୟ ଶିକ୍ଷା : ମୌଳିକ ତତ୍ତ୍ୱ ପଠନ-ପାଠନରୁ ପୂର୍ବ ସ୍ତୁତି, ଆରାଧନା ମାଧ୍ୟମରେ ଜଗନ୍ନିୟନ୍ତା ପରମେଶ୍ୱରଙ୍କର ସ୍ମରଣ ଏବଂ ବନ୍ଦନ ସଦୈବ ଅପେକ୍ଷିତ ଅଟେ ।ହେ ଓମ୍ ! ଆପଣ ଆମର ପ୍ରକୃତ ମିତ୍ର ଅଟନ୍ତି, ଆପଣ ଆମ ପ୍ରାଣକୁ ଶାନ୍ତି ପ୍ରଦାନ କରନ୍ତୁ । ଆପଣ ସୁଖକାରୀ ହୁଅନ୍ତୁ, ଆମର ସମ୍ପୂର୍ଣ୍ଣ ବାୟୁ ସଂସ୍ଥାନକୁ ଶାନ୍ତି ପ୍ରଦାନ କରୁ । ଆମର ନେତ୍ର ଶାନ୍ତ ରହୁ, ଆମର ବାହୁ ସବଳ ରହୁ, ଆମର ବାଣୀ…
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ ଭାରତୀୟ ବାଙ୍ମୟ ଅନୁସାରେ ପ୍ରାଚୀନ ଗୁରୁକୂଳ ଅଥବା ଋଷି ଆଶ୍ରମରେ ଅନ୍ତେବାସୀ ଶିଷ୍ୟ ଅଥବା ବିଦ୍ୟାର୍ଥୀ ତାଙ୍କର ଅଧ୍ୟୟନ ପୂର୍ଣ୍ଣ କରିନେବାପରେ, ସେମାନଙ୍କୁ ଆଚାର୍ଯ୍ୟ ଅଥବା ଗୁରୁ ଆଦେଶ ଦେଉଥିଲେ, ତାଙ୍କର ଅନୁଶାସନ କରୁଥିଲେ । ତୈତ୍ତିରୀୟ ଅବା ତିତ୍ତିରି ମହର୍ଷିଙ୍କ ଦ୍ୱାରା ପ୍ରସ୍ତୁତ ଉପନିଷତ୍ରେ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ ଏବଂ ପ୍ରବଚନାଦି ଦ୍ୱାରା ବର୍ଚସ୍ୱୀ ଏବଂ ମେଧା ରୂପୀ ଅମୃତରେ ପରିପୂର୍ଣ୍ଣ ଅନ୍ତେବାସୀ ଅଥବା ଶିଷ୍ୟ ନିଜର ବିଦ୍ୟାଧ୍ୟୟନ…
ଉକ୍ତ ଉପନିଷତ୍ର ପୂର୍ବ ଦୁଇଗୋଟି ଅଧ୍ୟାୟରେ —ବ୍ରହ୍ମାଣ୍ଡରେ ସୃଷ୍ଟିର ଉତ୍ପତ୍ତି ଏବଂ ପିଣ୍ଡରେ ପୁରୁଷଙ୍କର ଜନ୍ମ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି । ଏହି ତୃତୀୟ ବା ଅନ୍ତିମ ଅଧ୍ୟାୟରେ ଋଷି ଜିଜ୍ଞାସା ପ୍ରକଟ କରିଛନ୍ତି କି, ବ୍ରହ୍ମାଣ୍ଡରେ ସୃଷ୍ଟି ଉତ୍ପନ୍ନକାରୀ କିଏ ଅଟନ୍ତି ଆଉ ଏହି ପିଣ୍ଡରେ କିଏ ଜୀବନ ପ୍ରଦାନ କରନ୍ତି ? ସେହି ଆତ୍ମା କିଏ, ଯାହାର ଆମେ ଉପାସନା କରିବା ? ସେହି ଆତ୍ମା କିଏ, ଯାହା ମାଧ୍ୟମରେ ଜୀବ ସଂସାରରେ ରୂପ ଦର୍ଶନ କରିଥାଏ, ଯାହା…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଯେତେବେଳେ ପୁରୁଷଙ୍କର କୌଣସି ଅଙ୍ଗ ଅନ୍ନକୁ ଧରିପାରିଲେ ନାହିଁ, ନା ବାଣୀ ଦ୍ୱାରା ଅନ୍ନକୁ ଡାକିଲେ, ନା ଶ୍ୱାସ-ପ୍ରଶ୍ୱାସର କ୍ରିୟା ଦ୍ୱାରା, ନା ଦେଖିବା ଦ୍ୱାରା, ନା କର୍ଣ୍ଣ ଦ୍ୱାରା ଶ୍ରବଣ କରି, ନା ତ୍ୱଚା ଦ୍ୱାରା ସ୍ପର୍ଶ କରି, ନା ମନ ଦ୍ୱାରା ଇଚ୍ଛା କରି ଅନ୍ନର ପ୍ରାପ୍ତି ସମ୍ଭବ ହେଲା, ସେତେବେଳେ ଅପାନ ବାୟୁ ଅନ୍ନକୁ ଧରିବା ପାଇଁ ଇଚ୍ଛା କଲେ, ଆଉ…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀସୃଷ୍ଟିର ନିର୍ମାତା କିଏ ? ବ୍ରହ୍ମାଣ୍ଡ-ପିଣ୍ଡର ଏହି ବିଶାଳ ସୃଷ୍ଟିରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଆଦି ତତ୍ତ୍ୱସମୂହକୁ ଦେଖି ପ୍ରତ୍ୟେକ ଜିଜ୍ଞାସୁର ମନରେ କୌତୁହଳ ହୋଇଥାଏ—ଏହାର ନିର୍ମାତା କିଏ ? ପୃଥିବୀର ଉଚ୍ଚାଉଚ୍ଚା ପାହାଡ, ଛୋଟଛୋଟ ଘାଇ, ହଜାରହଜାର ମାଇଲ ସୁଦୀର୍ଘ ଜଳଧାରା, ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ରଗଣ, କୋଟିକୋଟି ଭାରର ଅନନ୍ତ ନକ୍ଷତ୍ରମାନଙ୍କର ଆଧାର ଶୂନ୍ୟ ଭ୍ରମଣକୁ ଦେଖି ଏହି ଜିଜ୍ଞାସା ସ୍ୱଭାବତଃ ଜାତ ହୋଇଥାଏ…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଐତରେୟ ଉପନିଷତ୍ରେ ଏକ କଥନ ରହିଛି, ଯେତେବେଳେ ବ୍ରହ୍ମାଣ୍ଡ ଏବଂ ପିଣ୍ଡ ଦେବତାଙ୍କର ପ୍ରାଦୁର୍ଭୂତ ହେଲା, ବ୍ରହ୍ମାଣ୍ଡରେ ପୃଥିବୀ, ଆପ୍, ତେଜ, ବାୟୁ, ଆକାଶର ଉତ୍ପତ୍ତି ହେଲା । ପିଣ୍ଡରେ ମୁଖ, ଆଖି, କାନ, ନାକ, ତ୍ୱଚା ଆଦି ଉତ୍ପନ୍ନ ହେଲେ । ତାଙ୍କ ସମ୍ମୁଖରେ ସମସ୍ୟା ଉତ୍ପନ୍ନ ହେଲା କି, କୌଣସି ସାହାରା ବିନା ସେମାନେ କେଉଁଆଡେ ଉଡିବେ, କେଉଁଠାରେ ନିବାସ କରିବେ ? ପୁନଃ ଦ୍ୱନ୍ଦ୍ୱ ବି…
(ପୂର୍ବ ପ୍ରକାଶନ ଉତ୍ତାରୁ)ଉପନିଷତ୍ର ପ୍ରଥମ ଋଚାରେ ଉଲ୍ଲେଖ ଅଛି କି ଭୂତ-ବର୍ତ୍ତମାନ-ଭବିଷ୍ୟତ ଆଦି ତିନିକାଳରୁ ଅତୀତ ସୃଷ୍ଟି ନିର୍ମାଣ ପୂର୍ବରୁ ଯେତେବେଳେ କାଳ ଏବଂ ସମୟର ନିର୍ଦ୍ଧାରଣ ହୋଇନଥିଲା, ସେହି କାଳାତୀତ ଅବସ୍ଥାରେ ମଧ୍ୟ ଓଁକାର ଥିଲେ । ସ୍ୱଭାବତଃ ଜିଜ୍ଞାସା ହୋଇଥାଏ କି, ଯଦି କାଳର ଚାରିଗୋଟି ପକ୍ଷ ରହିଛନ୍ତି, ତେବେ ବ୍ରହ୍ମଙ୍କର ମଧ୍ୟ ଚାରି ପକ୍ଷ ରହିବା ଆବଶ୍ୟକ । ମାଣ୍ଡୂକ୍ୟ ଋଷି ପରବର୍ତ୍ତୀ ଋଚାରେ କହିଛନ୍ତି—ଏ ସବୁକିଛି ବ୍ରହ୍ମ ଓଁକାର ଅଟନ୍ତି । ଉକ୍ତ ଆତ୍ମତତ୍ତ୍ୱ-ପରମାତ୍ମା…
‘ଓମ୍କାର’ର ବାସ୍ତବ ବ୍ୟାଖ୍ୟା ଗୋଟିଏ ଜଙ୍ଗଲରେ ସିଂହୀଟିଏ ରହୁଥିଲା । ତା ପେଟରେ ଛୁଆଟିଏ ଥିଲା । ଅନେକ ଦିନରୁ ତାକୁ କୌଣସି ଶିକାର ମିଳୁନଥିଲା । କ୍ଷୁଧାରେ ଆତୁର ହୋଇ ଶିକାର ଅନୁସନ୍ଧାନରେ ଜଙ୍ଗଲୀ ଛେଳି-ବୋଦାଙ୍କ ଦଳ ନିକଟରେ ଯାଇ ପହଞ୍ଚିଗଲା । ସେ ସେମାନଙ୍କ ଉପରକୁ ଆକ୍ରମଣ କରି ବିଫଳ ହେଲା । ସବୁ ଜନ୍ତୁ ଦଉଡି ପଳାଇଗଲେ । ଠିକ୍ ସେହି ସମୟରେ ତାକୁ ଖୁବ୍ ଜୋରରେ ପ୍ରସବ ବେଦନା ହେଲା, ଛୁଆଟିକୁ ଜନ୍ମ ଦେଇ ସେ ମରିଗଲା । ଛେଳି-ବୋଦାମାନେ…