ତୃତୀୟୋଽଧ୍ୟାୟଃ (ଭାଗ-୨) ସୂତ କହିଲେ— ତାହା ପରେ ରାଜା ! ନାରଦଙ୍କୁ ଆଗୁସାର କରି ପୁରୋହିତଙ୍କ ସହିତ ନୀଳପର୍ବତର ଚୁଡା ଆରୋହଣ କଲେ । ତାପରେ ଅତି ଆନନ୍ଦମନରେ ସମସ୍ତେ କୃଷ୍ଣ ଅଗୁରୁ ବୃକ୍ଷର(କଳ୍ପବୃକ୍ଷ) ମୂଳଦେଇ ପ୍ରବେଶ କଲେ ଯେଉଁଠି ଭୟ ଧ୍ୱଂସକାରୀ ଭଗବାନ୍ ନୃସିଂହ ଅବସ୍ଥାନ କରିଛନ୍ତି । ତାପରେ ହିରଣ୍ୟକଶିପୁ ନାମକ ଅସୁରଙ୍କୁ ବିଦାରଣ କରୁୁଥିବା କୋଟିସୂର୍ଯ୍ୟଙ୍କର ଦୀପ୍ତିରେ ଦୀପ୍ତିମାନ୍ ହୋଇଥିବା ଭୟାବହ ନୃସିଂହଙ୍କର ବିଗ୍ରହ ଦର୍ଶନ କଲେ । ସେ ଚାରିବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ ।…
Posts published in “ଶାସ୍ତ୍ରୀୟ”
ଶିବ-ଜ୍ଞାନରୁ ମୁକ୍ତି :ଯେଉଁଭଳି ମୃଦ୍ଘଟ ମୃତ୍ତିକା ଓ ଘଟୋତ୍ପାଦିନୀ ଶକ୍ତିମୟ ଅଟନ୍ତି , ସେହିଭଳି ‘ଜଗତ୍’ ଶିବ-ଶକ୍ତିମୟ ଅଟେ । ଶିବ ମୃତ୍ତିକା-ସଦୃଶ ଅଟନ୍ତି । ଶକ୍ତିଯୁକ୍ତ ଶିବ ଈଶ୍ୱର-ସଂଜ୍ଞକ, ସେ ବୀଜ ତୁଲ୍ୟ । ହିରଣ୍ୟଗର୍ଭ ଅଙ୍କୁର ତୁଲ୍ୟ ଅଟନ୍ତି । ବୈଶ୍ୱାନର ପତ୍ର, ପୁଷ୍ପ, ଫଳ, ବୃକ୍ଷ ତୁଲ୍ୟ ଅଟନ୍ତି । ଏହିଭଳି ଶିବ ଶକ୍ତିଙ୍କର ଯୋଗରେ ଈଶ୍ୱର, ହିରଣ୍ୟଗର୍ଭ ଓ ବିରାଟ-ରୂପରେ ଅଭିବ୍ୟକ୍ତି ହୋଇଥାଏ ।ସମ୍ପୂର୍ଣ୍ଣ ଜଗତର ଅଭିନ୍ନ ନିମିତ୍ତୋପାଦାନ ଶିବତତ୍ତ୍ୱ ଅଟେ, ଅତଃ ଜଗତ୍ ଶିବରୂପ…
କ୍ରୋଧ — ଲୋଭରୁ ଉତ୍ପନ୍ନ ହୋଇଥାଏ ଆଉ ଅନ୍ୟାନ୍ୟ ଦୋଷରୁ ବୃଦ୍ଧି ପାଇଥାଏ କିନ୍ତୁ କ୍ଷମା ଦ୍ୱାରା ଏହା ସହସା ଅବରୋଧ ହୋଇ ନଷ୍ଟହୋଇଯାଇଥାଏ ।କାମ— ସଙ୍କଳ୍ପରୁ ଉତ୍ପନ୍ନ ହୋଇଥାଏ ଆଉ ସେବନ କରିବାରେ ତାହା ଉତ୍ତରୋତ୍ତର ବୃଦ୍ଧି ହୋଇଥାଏ କିନ୍ତୁ ଯେତେବେଳେ କେହି ବୁଦ୍ଧିମାନ୍ ପୁରୁଷ ତାହାର ସେବନ ବନ୍ଦ କରିଦିଏ, ସେତେବେଳେ ତାହା ତୁରନ୍ତ ନଷ୍ଟ ହୋଇଯାଏ ।ଅସୂୟା— କ୍ରୋଧ, ଲୋଭ ଓ ଅନ୍ୟର ଦୋଷ ଦେଖିବାରେ ଏହା ଉତ୍ପନ୍ନ ହୋଇଥାଏ କିନ୍ତୁ ଦୟା ଏବଂ…
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ବ୍ରହ୍ମରେ ଆରୋପିତ ଏହି ସଂସାର ଭ୍ରମ ମଧ୍ୟ ଅଧିଷ୍ଠାନ ବ୍ରହ୍ମବିଷୟକ ଜ୍ଞାନ ଦ୍ୱାରା ଏକାକୀ ନିବୃତ୍ତ ହୋଇପାରେ । ଅନ୍ୟ କୌଣସି ଉପାୟରେ ନୁହେଁ । ବହୁ ଶ୍ରୁତି ବାକ୍ୟରେ ଏହାର ପ୍ରମାଣ ମିଳେ । ତେଣୁ ପ୍ରଶ୍ନ ଆସିପାରେ, ତେବେ କର୍ମ କଣ ଅନୁଷ୍ଠାନ ସାପେକ୍ଷ ନୁହେଁ ? ନାଁ । ତାହା କେବେ ନୁହେଁ । ଜ୍ଞାନୀମାନଙ୍କ ପକ୍ଷରେ କର୍ମର ପ୍ରୟୋଜନ ହିଁ ନାହିଁ । କିନ୍ତୁ ଅଜ୍ଞାନୀ ପକ୍ଷରେ ତାହା ଅବଶ୍ୟ…
ଏକଦା ପୁଣ୍ୟଭୂମି, ସକଳ ସୁଖଦାୟୀ, ଫଳପୁଷ୍ପ ପରିପୂର୍ଣ୍ଣ ବୃକ୍ଷରାଜି ଦ୍ୱାରା ସୁଶୋଭିତ, ନାନାତୀର୍ଥସମାକୀର୍ଣ୍ଣ, ନାନାଗୁଳ୍ମରାଜିଦ୍ୱାରା ମନୋରମ, ମନ୍ଦପବନଯୁକ୍ତ, ମୃଗମାନଙ୍କ ବିଚରଣଦ୍ୱାରା ମନୋମୁଗ୍ଧକର ତଥା ତପସ୍ୱୀମାନଙ୍କ ଆଶ୍ରମରେ ଭରପୂର ପରମପବିତ୍ର ନୈମିଷାରଣ୍ୟ ନାମକ ପ୍ରଖ୍ୟାତ ବନର ଏକାନ୍ତ ପରିବେଶରେ ଶୌନକ ପ୍ରମୁଖ ମୁନିଗଣ ଏକତ୍ର ହୋଇ ସମଗ୍ରସଂସାରରେ ସମସ୍ତ ତୀର୍ଥମାନଙ୍କର ତତ୍ତ୍ୱ ଜାଣିବାପାଇଁ ଗୋଟିଏ ମନୋରମ ବିଚାର ଗୋଷ୍ଠୀ ଆୟୋଜିତ କଲେ ।ମଙ୍ଗଳମୟ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ଜାଣିବାପାଇଁ ସମସ୍ତେ ବ୍ୟଗ୍ର ହୁଅନ୍ତେ ଉକ୍ତ ସଭାରେ ତତ୍କ୍ଷଣାତ୍ ଜଟାଧାରୀ, କୌପୀନବସ୍ତ୍ର…
କାମ, କ୍ରୋଧ, ଲୋଭ, ସଙ୍ଗ ଅଧୀରତା ବିଶାଳ,ମନ କା ଅଲଗାୱ, ଭୟ ଭ୍ରମ ବୁରା ହାଲ ।କୃତ୍ୟ କୀ ନ ସୂଝ, ଅନ୍ଧ ମନ କା ତନାୱ,ସୁମତି ହରେ ୟହ ସବ, ଅନର୍ଥ କା ଫୈଲାୱ ॥୩ ॥ ଛନ୍ଦାର୍ଥ :— ଏହି ବନ୍ଧନ ସହିତ କାମ, କ୍ରୋଧ, ଲୋଭ ଏବଂ ତାହା ସହିତ ଭାରୀ ମନର ଅଧୀରତା ଜନିତ ଦୋଷ ମଧ୍ୟ ହୋଇଥାଏ । ଆଉ ପୁନର୍ବାର ଯେଉଁ ସୁଖର ତୃଷ୍ଣାକୁ ପୂରାକରିବା ଦିଗରେ ମନ ସର୍ବଦା ଦୌଡିଥାଏ ସେହି…