ନବମ ଅଧ୍ୟାୟ ଦାଦା ଜେ.ପି.ବାସୱାନୀ ଆମର ପରମ ଗୁରୁ ସାଧୁ ବାସୱାନୀ ଏହି ଅଧ୍ୟାୟକୁ ପରମ ରହସ୍ୟ ଯୋଗ ବୋଲି କହୁଥିଲେ ।ଜର୍ମାନ୍ର ମହାକବି ଗୋୟଥେଙ୍କ ବିଚାରରେ — ‘‘ଈଶ୍ୱର ଏକ ଅନାଦି ରହସ୍ୟ ଅଟନ୍ତି, ଯିଏ ସର୍ବଦା ଆମ ଚତୁର୍ପାର୍ଶ୍ୱରେ ପ୍ରବାହିତ ହେଉଅଛନ୍ତି ।’’ଏହି ଅଧ୍ୟାୟରେ ଭଗବାନ କୃଷ୍ଣ, ଅର୍ଜ୍ଜୁନଙ୍କୁ ଉକ୍ତ ଶାଶ୍ୱତ ରହସ୍ୟ ସମ୍ବନ୍ଧରେ ଆଲୋଚନା କରିବାପୂର୍ବକ କହିଛନ୍ତି କି, ଏହା ଏକ ସର୍ବାଧିକ ଗୋପନୀୟ ରହସ୍ୟ ଅଟେ । ଏହା ଈଶ୍ୱରଙ୍କର ଦିବ୍ୟ ରହସ୍ୟ ଜ୍ଞାନ…
Posts published in “ଶାସ୍ତ୍ର-ଓଁକାର”
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ମହର୍ଷି ସୁଶ୍ରୁତଙ୍କ ମତରେ ବୟଃ(ବୟସ) ତିନି ପ୍ରକାର ଅଟେ— ବାଲ୍ୟ, ମଧ୍ୟ ଓବଂ ବୃଦ୍ଧ । ବାଲ୍ୟାବସ୍ଥା ୧୬ ବର୍ଷରୁ କମ୍, ଏହା ମଧ୍ୟ ତିନି ଭାଗରେ ବିଭକ୍ତ, ୧—କ୍ଷୀରପା, ୨-କ୍ଷୀରାନ୍ନଦା, ୩) ଅନ୍ନଦା । ଏଥି ମଧ୍ୟରୁ ୧ ବର୍ଷ ପର୍ଯ୍ୟନ୍ତ କ୍ଷୀରପା ଅର୍ଥାତ୍ କେବଳ କ୍ଷୀର ପାନ ଉପରେ ଶିଶୁ ନିର୍ଭର କରେ । ୨) ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀରାନ୍ନଦା(ଦୁଗ୍ଧ ଏବଂ ଅନ୍ନ ଉପରେ ନିର୍ଭରଶୀଳ) । ଏହା ପରେ…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଯେତେବେଳେ ପୁରୁଷଙ୍କର କୌଣସି ଅଙ୍ଗ ଅନ୍ନକୁ ଧରିପାରିଲେ ନାହିଁ, ନା ବାଣୀ ଦ୍ୱାରା ଅନ୍ନକୁ ଡାକିଲେ, ନା ଶ୍ୱାସ-ପ୍ରଶ୍ୱାସର କ୍ରିୟା ଦ୍ୱାରା, ନା ଦେଖିବା ଦ୍ୱାରା, ନା କର୍ଣ୍ଣ ଦ୍ୱାରା ଶ୍ରବଣ କରି, ନା ତ୍ୱଚା ଦ୍ୱାରା ସ୍ପର୍ଶ କରି, ନା ମନ ଦ୍ୱାରା ଇଚ୍ଛା କରି ଅନ୍ନର ପ୍ରାପ୍ତି ସମ୍ଭବ ହେଲା, ସେତେବେଳେ ଅପାନ ବାୟୁ ଅନ୍ନକୁ ଧରିବା ପାଇଁ ଇଚ୍ଛା କଲେ, ଆଉ…
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ଚିକିତ୍ସା ଚତୁଷ୍ପାଦ— ସୁଶ୍ରୁତ ରୋଗୀର ସଫଳ ଚିକିତ୍ସା ପାଇଁ ଚାରୋଟି ପାଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ୧) ବୈଦ୍ୟ, ୨) ରୋଗୀ, ୩) ଔଷଧୀ ଏବଂ ୪) ପରିଚାରକ । ଏହି ଚାରୋଟି ପାଦ ଧାତୁସାମ୍ୟ ବା ଆରୋଗ୍ୟ ରୂପୀ କର୍ମସିଦ୍ଧି ପାଇଁ ଆବଶ୍ୟକ । ସୁ.ସୂ.୩୪.୧୪ଉପରୋକ୍ତ ଚାରୋଟି ପାଦ ମଧ୍ୟରୁ ବୈଦ୍ୟ ଶ୍ରେଷ୍ଠ ଅଟେ କାରଣ ବୈଦ୍ୟ ବିନା ଅନ୍ୟ ତିନୋଟି ପାଦ ନିରର୍ଥକ । ଯେପରିକି ଗଭୀର…
କାମ, କ୍ରୋଧ, ଲୋଭ, ସଙ୍ଗ ଅଧୀରତା ବିଶାଳ,ମନ କା ଅଲଗାୱ, ଭୟ ଭ୍ରମ ବୁରା ହାଲ ।କୃତ୍ୟ କୀ ନ ସୂଝ, ଅନ୍ଧ ମନ କା ତନାୱ,ସୁମତି ହରେ ୟହ ସବ, ଅନର୍ଥ କା ଫୈଲାୱ ॥୩ ॥ ଛନ୍ଦାର୍ଥ :— ଏହି ବନ୍ଧନ ସହିତ କାମ, କ୍ରୋଧ, ଲୋଭ ଏବଂ ତାହା ସହିତ ଭାରୀ ମନର ଅଧୀରତା ଜନିତ ଦୋଷ ମଧ୍ୟ ହୋଇଥାଏ । ଆଉ ପୁନର୍ବାର ଯେଉଁ ସୁଖର ତୃଷ୍ଣାକୁ ପୂରାକରିବା ଦିଗରେ ମନ ସର୍ବଦା ଦୌଡିଥାଏ ସେହି…
ନବମ ଅଧ୍ୟାୟ ହେ ପାର୍ଥ ! କିନ୍ତୁ ରାମ-କୃଷ୍ଣାଦି ମୋଭଳି ନରାକୃତି-ପରବ୍ରହ୍ମ ରୂପରେ ନିଷ୍ଠ କୌଣସି ସତ୍ପୁରୁଷଙ୍କର ପ୍ରସଙ୍ଗରେ ଉତ୍ପନ୍ନ ସେହିଭଳି ନିଷ୍ଠା ଦ୍ୱାରା ମୋର ସହସ୍ରଶୀର୍ଷାଦି ଆକାରରେ ମଧ୍ୟ ଅରୁଚିଯୁକ୍ତ ଏବଂ ଅପ୍ରାକୃତତତ୍ତ୍ୱକୁ ଧାରଣ କରିବା ଯୋଗ୍ୟତା କାରଣରୁ ବିସ୍ତୀର୍ଣ୍ଣ ଏବଂ ଅଗାଧ ମନଯୁକ୍ତ ଶୁଦ୍ଧ ମହାତ୍ମା ହୋଇଥାନ୍ତି । ଏଭଳି ମହାତ୍ମା ମନୁଷ୍ୟଗଣ ମୋର ସ୍ୱରୂପଭୂତା ଦୈବୀ ପ୍ରକୃତିର ଆଶ୍ରୟକାରୀ ହୋଇଥାନ୍ତି । ସେ ମୋତେ ସମସ୍ତ ଭୂତଗଣଙ୍କର ଏବଂ ବ୍ରହ୍ମା-ରୁଦ୍ରାଦି ସମସ୍ତ ଦେବତାଙ୍କର ଆଦି କାରଣ…
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ ମହାଭାରତ ଉଦ୍ୟୋଗପର୍ବ ଅନ୍ତର୍ଗତ ଦ୍ୱିଚତ୍ୱାରିଂଶ ଅଧ୍ୟାୟ ଯେଉଁଥିରେ ସନତ୍ ସୁଜାତଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କର ବିବିଧ ପ୍ରଶ୍ନର ଉତ୍ତର—ଆଚାର୍ଯ୍ୟପାଦ ଭଗବାନ୍ ଶଙ୍କରଙ୍କ ଦ୍ୱାରା ଲିଖିତ ଭୂମିକା—ନମଃପୁଂସେ ପୁରାଣାୟ ପୂର୍ଣ୍ଣାନନ୍ଦାୟ ବିଷ୍ଣବେନିରସ୍ତ ନିଖିଳ ହ୍ୟାତ୍ୱେ ତେଜସେ ବିଶ୍ୱହେତବେ ॥ଓଁ ନମଃ ଆଚାର୍ଯ୍ୟେଭ୍ୟଃ ବ୍ରହ୍ମବିଦ୍ୟା ସମ୍ପ୍ରଦାୟ କର୍ତ୍ତୃଭ୍ୟଃ ॥ନିଖିଳ ଅଜ୍ଞାନ ଅନ୍ଧକାର ବିନାଶକାରୀ ଜ୍ଞାନଜ୍ୟୋତି ସ୍ୱରୂପ ପୁରାଣପୁରୁଷ, ପୂର୍ଣ୍ଣାନନ୍ଦ ବିଗ୍ରହ, ଜଗତ୍କାରଣ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପ୍ରଣାମ କରୁଛି । ବ୍ରହ୍ମବିଦ୍ୟା ସମ୍ପ୍ରଦାୟ ପ୍ରବର୍ତ୍ତକ, ସକଳ ଆଚାର୍ଯ୍ୟଗଣଙ୍କୁ ଭକ୍ତିପୂତ…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀସୃଷ୍ଟିର ନିର୍ମାତା କିଏ ? ବ୍ରହ୍ମାଣ୍ଡ-ପିଣ୍ଡର ଏହି ବିଶାଳ ସୃଷ୍ଟିରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଆଦି ତତ୍ତ୍ୱସମୂହକୁ ଦେଖି ପ୍ରତ୍ୟେକ ଜିଜ୍ଞାସୁର ମନରେ କୌତୁହଳ ହୋଇଥାଏ—ଏହାର ନିର୍ମାତା କିଏ ? ପୃଥିବୀର ଉଚ୍ଚାଉଚ୍ଚା ପାହାଡ, ଛୋଟଛୋଟ ଘାଇ, ହଜାରହଜାର ମାଇଲ ସୁଦୀର୍ଘ ଜଳଧାରା, ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ରଗଣ, କୋଟିକୋଟି ଭାରର ଅନନ୍ତ ନକ୍ଷତ୍ରମାନଙ୍କର ଆଧାର ଶୂନ୍ୟ ଭ୍ରମଣକୁ ଦେଖି ଏହି ଜିଜ୍ଞାସା ସ୍ୱଭାବତଃ ଜାତ ହୋଇଥାଏ…
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଐତରେୟ ଉପନିଷତ୍ରେ ଏକ କଥନ ରହିଛି, ଯେତେବେଳେ ବ୍ରହ୍ମାଣ୍ଡ ଏବଂ ପିଣ୍ଡ ଦେବତାଙ୍କର ପ୍ରାଦୁର୍ଭୂତ ହେଲା, ବ୍ରହ୍ମାଣ୍ଡରେ ପୃଥିବୀ, ଆପ୍, ତେଜ, ବାୟୁ, ଆକାଶର ଉତ୍ପତ୍ତି ହେଲା । ପିଣ୍ଡରେ ମୁଖ, ଆଖି, କାନ, ନାକ, ତ୍ୱଚା ଆଦି ଉତ୍ପନ୍ନ ହେଲେ । ତାଙ୍କ ସମ୍ମୁଖରେ ସମସ୍ୟା ଉତ୍ପନ୍ନ ହେଲା କି, କୌଣସି ସାହାରା ବିନା ସେମାନେ କେଉଁଆଡେ ଉଡିବେ, କେଉଁଠାରେ ନିବାସ କରିବେ ? ପୁନଃ ଦ୍ୱନ୍ଦ୍ୱ ବି…
ପୂର୍ବ ଦୁଇ ଅଧ୍ୟାୟରେ ପ୍ରଧାନୀଭୂତା ଭକ୍ତି ଏବଂ କେବଳାଭକ୍ତିର ମିଶ୍ରିତ ବର୍ଣ୍ଣନା ଉଲ୍ଲେଖ ଅଛି ବରଂ ପରିମାଣ ଦୃଷ୍ଟିରୁ ପ୍ରଧାନୀଭୂତା ଭକ୍ତିର ଅଧିକ ବର୍ଣ୍ଣନା ହୋଇଛି, ହେଲେ ୬.୪୭ରେ ଭଗବାନ୍ ଏହି ପ୍ରତିଜ୍ଞା କରିଥିଲେ କି ମୁଁ ଯୁକ୍ତତମର ବର୍ଣ୍ଣନା କରିବି । ଯୁକ୍ତତମ ହେବାପାଇଁ ଯେଉଁ ଜ୍ଞାନୀଙ୍କର ଆବଶ୍ୟକତା ରହିଛି, ଏହାର ବର୍ଣ୍ଣନା ତ ହୋଇସାରିଛି, ହେଲେ ଏହାଦ୍ୱାରା କେଉଁଭଳି ଭକ୍ତି କରାଯାଇପାରିବ, ଏହାର ବର୍ଣ୍ଣନା ଅବଶିଷ୍ଟ ରହିଯାଇଛି । ଯୁକ୍ତତମ ପ୍ରତିଯୋଗୀଙ୍କ ରୂପରେ ଯୁକ୍ତତର ସ୍ଥିତିର…