Press "Enter" to skip to content

Posts published in “ଶାସ୍ତ୍ର-ଓଁକାର”

ସୁଶ୍ରୁତଙ୍କ ମତରେ : ଆୟୁର୍ବେଦୀୟ ହିତୋପଦେଶ—୬

ମହର୍ଷି ସୁଶ୍ରୁତଙ୍କୁ ପ୍ରାଚୀନ ଭାରତର ଶଲ୍ୟତନ୍ତ୍ରର ଜନକ ଭାବରେ ଗ୍ରହଣ କରାଯାଇଛି । ସୁଶ୍ରୁତ ସଂହିତା ଆଧୁନିକ ଶଲ୍ୟତନ୍ତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି ବୋଲି ବୈଦେଶିକ ଶଲ୍ୟବିତ୍‌ମାନେ କହିଛନ୍ତି । ସୁଶ୍ରୁତଙ୍କ ମତରେ ଶରୀର ମଧ୍ୟରେ ପ୍ରବେଶ କରିଥିବା ବାହ୍ୟବସ୍ତୁ (Foreign body) ପୂୟ (Pus) ବିଭିନ୍ନ ସ୍ରାବ (Secretions) ମୂଢ଼ଗର୍ଭ (Obstructed Labour), ଦୁଷ୍ଟବ୍ରଣ ଆଦି ଶଲ୍ୟ ପଦାର୍ଥକୁ ବାହାର କରିବା ବିଧି ବର୍ଣ୍ଣନା କରାଯାଇଛି, ଏତଦ୍‌ ବ୍ୟତୀତ ଯନ୍ତ୍ର (Blunt instrument), ଶସ୍ତ୍ର (Sharp…

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୩
(ବେଦାନ୍ତ ବୋଧକ ଛନ୍ଦାବଳୀର ଅର୍ଥ ସହ ବ୍ୟାଖ୍ୟା)

ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ ଜୈସେ ହୋବେ ବସ୍ତୁ, ତିସକୋ ତୈସେ ଲେ ପହଚାନ,ପକ୍ଷପାତୀ ମନ ଜିସେ କରେ ନ ବିରାନ ।ଜୈସେ ପୁନଃ ଉଚିତ, କରେ ବୈସା ଅଭିଯାନ,ଇସୀ କୋ ସୁମତି କହେ, ସୁମତି-ସୁଜାନ ।।୬।।ସୁମତି ପୁରୁଷ ଯେଉଁ ସମ୍ୟକ୍ ଜ୍ଞାନ (ସତ୍ୟ ଜ୍ଞାନ) ଦ୍ୱାରା ସମସ୍ତ ଅନର୍ଥ ଅଥବା ଦୁଃଖସମୂହକୁ ପାର କରିଯାଏ, ସେହି ସମ୍ୟକ୍ ଜ୍ଞାନର ଲକ୍ଷଣ ଅବା ଅବଗତିକୁ ଦର୍ଶାଇବା ପୂର୍ବକ ଉକ୍ତ ପଦ୍ୟ ସୁମତି ଶବ୍ଦର ଅର୍ଥକୁ ଆହୁରି ସ୍ପଷ୍ଟ…

ସନତ୍ସୁଜାତ ସମ୍ବାଦ- ୪ (ମୃତ୍ୟୁ ଅନୁଚିନ୍ତା)

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ବ୍ରହ୍ମରେ ଆରୋପିତ ଏହି ସଂସାର ଭ୍ରମ ମଧ୍ୟ ଅଧିଷ୍ଠାନ ବ୍ରହ୍ମବିଷୟକ ଜ୍ଞାନ ଦ୍ୱାରା ଏକାକୀ ନିବୃତ୍ତ ହୋଇପାରେ । ଅନ୍ୟ କୌଣସି ଉପାୟରେ ନୁହେଁ । ବହୁ ଶ୍ରୁତି ବାକ୍ୟରେ ଏହାର ପ୍ରମାଣ ମିଳେ । ତେଣୁ ପ୍ରଶ୍ନ ଆସିପାରେ, ତେବେ କର୍ମ କଣ ଅନୁଷ୍ଠାନ ସାପେକ୍ଷ ନୁହେଁ ? ନାଁ । ତାହା କେବେ ନୁହେଁ । ଜ୍ଞାନୀମାନଙ୍କ ପକ୍ଷରେ କର୍ମର ପ୍ରୟୋଜନ ହିଁ ନାହିଁ । କିନ୍ତୁ ଅଜ୍ଞାନୀ ପକ୍ଷରେ ତାହା ଅବଶ୍ୟ…

ନୀଳାଦ୍ରି ମହୋଦୟ ଅନ୍ତର୍ଗତ : ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ

ଏକଦା ପୁଣ୍ୟଭୂମି, ସକଳ ସୁଖଦାୟୀ, ଫଳପୁଷ୍ପ ପରିପୂର୍ଣ୍ଣ ବୃକ୍ଷରାଜି ଦ୍ୱାରା ସୁଶୋଭିତ, ନାନାତୀର୍ଥସମାକୀର୍ଣ୍ଣ, ନାନାଗୁଳ୍ମରାଜିଦ୍ୱାରା ମନୋରମ, ମନ୍ଦପବନଯୁକ୍ତ, ମୃଗମାନଙ୍କ ବିଚରଣଦ୍ୱାରା ମନୋମୁଗ୍ଧକର ତଥା ତପସ୍ୱୀମାନଙ୍କ ଆଶ୍ରମରେ ଭରପୂର ପରମପବିତ୍ର ନୈମିଷାରଣ୍ୟ ନାମକ ପ୍ରଖ୍ୟାତ ବନର ଏକାନ୍ତ ପରିବେଶରେ ଶୌନକ ପ୍ରମୁଖ ମୁନିଗଣ ଏକତ୍ର ହୋଇ ସମଗ୍ରସଂସାରରେ ସମସ୍ତ ତୀର୍ଥମାନଙ୍କର ତତ୍ତ୍ୱ ଜାଣିବାପାଇଁ ଗୋଟିଏ ମନୋରମ ବିଚାର ଗୋଷ୍ଠୀ ଆୟୋଜିତ କଲେ ।ମଙ୍ଗଳମୟ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ଜାଣିବାପାଇଁ ସମସ୍ତେ ବ୍ୟଗ୍ର ହୁଅନ୍ତେ ଉକ୍ତ ସଭାରେ ତତ୍‌କ୍ଷଣାତ୍‌ ଜଟାଧାରୀ, କୌପୀନବସ୍ତ୍ର…

ବିଭୂତି ଯୋଗ (୧୦ମ ଅଧ୍ୟାୟ): ଗୀତା-ଜ୍ଞାନ

ସ୍ୱାମୀ ଅପୂର୍ବାନନ୍ଦ ଅଧ୍ୟାୟ ସାରାଂଶ :ଶ୍ରୀଭଗବାନଙ୍କର ସବୁଠାରୁ ବଡ଼ ବିଭୁତି ଏହି ଯେ ସେ ବିଶ୍ୱାନୁଗା ହୋଇ ମଧ୍ୟ ବିଶ୍ୱାତିଗ, ପ୍ରପଞ୍ଚାଭିମାନୀ ହୋଇ ମଧ୍ୟ ପ୍ରପଞ୍ଚାତୀତ । ସେ ସଗୁଣ ପୁଣି ନିର୍ଗୁଣ, ସେ ଏକ ପୁଣି ବହୁତ । ଯାହାକୁ ବେଦରେ “ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ” ଇତ୍ୟାଦି ଏବଂ “ଅଙ୍ଗୁଷ୍ଠମାତ୍ରଃ ପୁରୁଷଃ” କୁହାଯାଇଛି, ତାଙ୍କୁ ହିଁ ପୁଣି କହିଛନ୍ତି—“ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍‌” ଇତ୍ୟାଦି ଏବଂ ତାଙ୍କୁ ହିଁ “ନମସ୍ତେ ଅସ୍ତୁ…

ଐତରେୟ ଉପନିଷଦର କାହାଣୀ-4

ଉକ୍ତ ଉପନିଷତ୍‌ର ପୂର୍ବ ଦୁଇଗୋଟି ଅଧ୍ୟାୟରେ —ବ୍ରହ୍ମାଣ୍ଡରେ ସୃଷ୍ଟିର ଉତ୍ପତ୍ତି ଏବଂ ପିଣ୍ଡରେ ପୁରୁଷଙ୍କର ଜନ୍ମ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି  । ଏହି ତୃତୀୟ ବା ଅନ୍ତିମ ଅଧ୍ୟାୟରେ ଋଷି ଜିଜ୍ଞାସା ପ୍ରକଟ କରିଛନ୍ତି କି, ବ୍ରହ୍ମାଣ୍ଡରେ ସୃଷ୍ଟି ଉତ୍ପନ୍ନକାରୀ କିଏ ଅଟନ୍ତି ଆଉ ଏହି ପିଣ୍ଡରେ କିଏ ଜୀବନ ପ୍ରଦାନ କରନ୍ତି ? ସେହି ଆତ୍ମା କିଏ, ଯାହାର ଆମେ ଉପାସନା କରିବା ? ସେହି ଆତ୍ମା କିଏ, ଯାହା ମାଧ୍ୟମରେ ଜୀବ ସଂସାରରେ ରୂପ ଦର୍ଶନ କରିଥାଏ, ଯାହା…

ନବ ସଙ୍କଳ୍ପ (ସମ୍ପାଦକୀୟ ଆଲେଖ୍ୟ)

ସମ୍ପ୍ରତି ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାହା ଆମ ସମସ୍ତଙ୍କୁ ବେଶ ଅବଗତ । ଜୀବଦ୍ଦଶା ଭିତରେ ଘଟି ନଥିବା ଘଟଣାସବୁ ଦେଖିବାକୁ ମିଳୁଛି । ମହାମାରୀ, ସଂକଟ, ବିପତ୍ତି ଭଳି ଅପରିକଳ୍ପିତ ପରିସ୍ଥିତି ସାମ୍‌ନା କରିବାକୁ ଜଗତ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । କେତେବେଳେ ଜୀବନରକ୍ଷା ପାଇଁ ମାସ୍କ ପିନ୍ଧି ଦୂରତ୍ୱ ବଜାୟ ରଖିବାକୁ ପଡ଼ୁଛି ତ କେତେବେଳେ ଆର୍ଥିକ ସୁରକ୍ଷା ପାଇଁ ଗୁଗୁଲ ପେ, ଫୋନ୍‌ ପେ କୁ ତ୍ୟାଗ କରିବାକୁ ପଡ଼ୁଛି,…

ନୀଳାଚଳ ନିବିସୀ ଶ୍ରୀ ଜଗନ୍ନାଥଙ୍କ ପ୍ରାର୍ଥନା

ଶ୍ରୀଜଗନ୍ନାଥ ପ୍ରାର୍ଥୟେଦ୍ଦେବତାଂ ଧୀମାନ୍ ନୀଳାଚଳନିବାସିନମ୍ ।ଜଗଦୀଶ ଦଗନ୍ନାଥ ଜଗଦାନନ୍ଦକାରକ ।।ନୀଳାଚଳନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ,ହେ ପ୍ରଭୁ ଜଗଦୀଶ ! ଜଗନ୍ନାଥ ! ହେ ଜଗଦାନନ୍ଦ କାରକ ।ନମସ୍ତେଽସ୍ତୁ ମହାବାହୋ ଦାସସ୍ତ୍ୱାଂ ପୂଜୟାମ୍ୟହମ୍ ।ବଳଦେବ ନମସ୍ତେଽସ୍ତୁ ଜଗନ୍ମଙ୍ଗଳଦାୟକଃ ।।ମୁଁ ତୁମ୍ଭଙ୍କୁ ପ୍ରଣାମ କରୁଅଛି । ହେ ମହାବାହୁ ! ମୁଁ ତୁମ୍ଭର ଦାସ । ଦାସ ଭାବରେ ମୁଁ ତୁମ୍ଭର ପୂଜା କରୁଛି । ହେ ବଳଦେବ ! ତୁମ୍ଭଙ୍କୁ ପ୍ରଣାମ । ତୁମ୍ଭେ ଜଗତର ମଙ୍ଗଳଦାତା ।ତ୍ୱଦାଜ୍ଞୟାର୍ଚ୍ଚୟାମି ତ୍ୱାମପରାଧଂ କ୍ଷମସ୍ୱ ମେ ।ଭଦ୍ରେ ଦେବି ନମସ୍ତୁଭ୍ୟଂ ଭକ୍ତାନନ୍ଦପ୍ରଦାୟିନି ।।ତୁମ୍ଭେ ଆଜ୍ଞାଦେଲେ ମୁଁ ତୁମ୍ଭର ପୂଜା କରିପାରିବି । ହେ…

ମକର ସଂକ୍ରାନ୍ତି : ମହତ୍ତ୍ୱ ଓ ବିଶେଷତ୍ୱ

🌺ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” – ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ। 🌺ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ…

ଓଢଣ ଷଷ୍ଠୀ, ପ୍ରାବରଣ ଉତ୍ସବ

ମାର୍ଗଶିର ଶୁକ୍ଳ ଷଷ୍ଠୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ…