ଅଧ୍ୟାୟ ନାମକରଣର ଯଥାର୍ଥତାରୁ ବୋଧହୁଏ କି, ଭଗବାନଙ୍କର ବିଶ୍ୱରୂପ ରହିଛି ଯାହାର ଦର୍ଶନକରି ସାଧକ ସାଧନାର ପରାକାଷ୍ଠାକୁ ଅବଗତ ହୋଇପାରିବେ । ଭଗବାନ ଶ୍ରୀକୃଷ୍ଣଙ୍କର ଆକାର ଓ ବ୍ରହ୍ମାଣ୍ଡୀୟ ସଚେତନତା ନିମନ୍ତେ ଏହି ଅଧ୍ୟାୟରେ ଯଥାର୍ଥ ଖୋରାକ ରହିଛି । ଅର୍ଜ୍ଜୁନରୂପୀ ଜୀବ ନିମନ୍ତେ ବିସ୍ମୟକର ସ୍ୱରୂପକୁ ଅବଗତ ହେବା ଯୁକ୍ତିସଙ୍ଗତ ମନେହେଉଥିବା ସ୍ଥଳେ ପରମାତ୍ମା କୃପାପରବଶ ହୋଇ ଉକ୍ତ ସ୍ଥିତିକୁ ଅବଗତ କରାଇବା ନିମନ୍ତେ ଯୋଗ୍ୟତା ପ୍ରଦାନ କରିବା ଏହି ଅଧ୍ୟାୟଟିର ବିଶେଷତ୍ୱ ଅନନ୍ୟ ଅଟେ । ତଦୁପରାନ୍ତ…
Posts published in “ଗୀତା”
ଶ୍ରୀଭଗବାନ୍ କହିଲେ — ହେ ମହାବାହୁ ଅର୍ଜ୍ଜୁନ ! ତୁମେ ମୋର ଉପଦେଶ ଶୁଣି ଅତ୍ୟନ୍ତ ପ୍ରୀତିଲାଭ କରୁଅଛ । ତେଣୁ ତୁମର ହିତ କାମନା କରି ଆହୁରି ଉତ୍କୃଷ୍ଟ ଉପଦେଶ ବଚନ କହିବି । ତୁମେ ତାହା ଶ୍ରବଣ କର ।ମୁଁ ଅଜନ୍ମା ହେଲେ ସୁଦ୍ଧା ମୋର ଉତ୍ପତ୍ତିକୁ ଅର୍ଥାତ୍ ନାନା ବିଭୂତି ସମ୍ପନ୍ନ ହୋଇ ଲୀଳାରେ ପ୍ରକଟ ହେବା ତତ୍ତ୍ୱକୁ ଦେବତା ଏବଂ ମହର୍ଷି କେହିହେଲେ ଜାଣି ପାରନ୍ତି ନାହିଁ, କାରଣ ମୁଁ ଦେବତା ଏବଂ ମହର୍ଷିମାନଙ୍କର ସର୍ବତୋଭାବେ…
ଓଁ ଶ୍ରୀଶ୍ରୀ ପରମାତ୍ମନେ ନମଃଶ୍ରୀଗୁରୁଚରଣକମଳେଭ୍ୟୋ ନମଃ ସଙ୍ଗତି — ପୂର୍ବ ଅଧ୍ୟାୟରେ ଭଗବାନ୍ ନିଜ ଭକ୍ତିର ସ୍ୱରୂପ, ତାହାର ପ୍ରାପ୍ତିର ଉପାୟ ଓ ଅଧିକାରୀର ପ୍ରତିପାଦନ କରିଥିଲେ ବର୍ତ୍ତମାନ ଏଦି ଅଧ୍ୟାୟରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା କରିବେ । ବିଭୂତି ତାଙ୍କର ଐଶ୍ୱର୍ଯ୍ୟ ହିଁ ଅଟେ । ତାତ୍ପର୍ଯ୍ୟ ହେଉଛି କି ନବମ ଅଧ୍ୟାୟରେ ଜ୍ଞାନ, ଭକ୍ତି ଏ କର୍ମ ସବୁର ପ୍ରତିପାଦନ କରି ଶେଷରେ ଭଗବାନ୍ ‘ମତ୍ ପରାୟଣଃ’ ମୋ ପରାୟଣ ହେବାପାଇଁ କହିଛନ୍ତି । ଏବେ ଏହି…
ହନୁମାନ ପ୍ରସାଦ ପୋଦ୍ଦାର ଭଗବାନଙ୍କର ବିଭୂତି ଓ ଯୋଗଶକ୍ତି ତଥା ସେସବୁ ଜାଣିବାର ଫଳ — ଶ୍ରୀ ଭଗବାନ କହିଲେ— ହେ ମହାବାହୁ ! ପୁନଃ ତୁମେ ମୋର ଶ୍ରେଷ୍ଠ(ପରମ ରହସ୍ୟ ଓ ପ୍ରଭାବଯୁକ୍ତ) ବଚନ ଶ୍ରବଣ କର, ଯାହା ମୁଁ ତୁମଭଳି ଅତିଶୟ ପ୍ରିୟ ଭକ୍ତଙ୍କ ପାଇଁ ତଥା ତୁମ ହିତ କାମନାରେ କହୁଅଛି ।।୧ ॥ ମୋର ପ୍ରକଟ ଲୀଳାକୁ (ଅଥବା ମୋର ପ୍ରଭାବକୁ) ନାଁ ଦେବତାଗଣ ଜାଣନ୍ତି ନାଁ ମହର୍ଷିଗଣ, କାହିଁକି ନାଁ ମୁଁ…
ସ୍ୱାମୀ ଅପୂର୍ବାନନ୍ଦ ଅଧ୍ୟାୟ ସାରାଂଶ :ଶ୍ରୀଭଗବାନଙ୍କର ସବୁଠାରୁ ବଡ଼ ବିଭୁତି ଏହି ଯେ ସେ ବିଶ୍ୱାନୁଗା ହୋଇ ମଧ୍ୟ ବିଶ୍ୱାତିଗ, ପ୍ରପଞ୍ଚାଭିମାନୀ ହୋଇ ମଧ୍ୟ ପ୍ରପଞ୍ଚାତୀତ । ସେ ସଗୁଣ ପୁଣି ନିର୍ଗୁଣ, ସେ ଏକ ପୁଣି ବହୁତ । ଯାହାକୁ ବେଦରେ “ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ” ଇତ୍ୟାଦି ଏବଂ “ଅଙ୍ଗୁଷ୍ଠମାତ୍ରଃ ପୁରୁଷଃ” କୁହାଯାଇଛି, ତାଙ୍କୁ ହିଁ ପୁଣି କହିଛନ୍ତି—“ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍” ଇତ୍ୟାଦି ଏବଂ ତାଙ୍କୁ ହିଁ “ନମସ୍ତେ ଅସ୍ତୁ…
ଶ୍ରୀଭଗବାନ୍ କହିଲେ, ହେ ଅର୍ଜ୍ଜୁନ ! ମୁଁ ତୁମ ନିକଟରେ ଥରକୁ ଥର ନିଜର ମାହାତ୍ମ୍ୟ କହୁଥିଲେ ହେଁ ତୁମେ ଦୋଷ ବାଛିବା ସ୍ୱଭାବବିଶିଷ୍ଟ ନ ଥିବାରୁ ମୁଁ ତୁମକୁ ଏହି ଗୁହ୍ୟତମ ପରମାତ୍ମା ବିଷୟକ ଜ୍ଞାନକୁ ବିଜ୍ଞାନ ସହିତ ଅର୍ଥାତ୍ ଉପାସନାରୂପ ଅନୁଭବକୁ କହୁଅଛି । ଏହାକୁ ଗୁହ୍ୟତମ ଏଇଥିପାଇଁ କହୁଛି ଯେ ଧର୍ମଜ୍ଞାନ ଗୁହ୍ୟ ଅଟେ । ତାହାଠୁ ଶ୍ରେଷ୍ଠ ଦେହାଦି ବ୍ୟତିରିକ୍ତ ଆତ୍ମା ବିଷୟକ ଜ୍ଞାନ ଗୁହ୍ୟତର, ପୁଣି ତତୋଽଧିକ ଶ୍ରେଷ୍ଠ ପରମାତ୍ମା ବିଷୟକ ଜ୍ଞାନ…
ସପ୍ତମ ଅଧ୍ୟାୟରେ ଜ୍ଞାନ-ବିଜ୍ଞାନର ନିରୂପଣ ଏହା ଦର୍ଶାଇବା ପାଇଁ କରାଯାଇଛି କି, କର୍ମଯୋଗ ଆଚରଣକାରୀ ପୁରୁଷକୁ ପରମେଶ୍ୱରଙ୍କର ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇ ମନର ଶାନ୍ତି ଅଥବା ମୁକ୍ତ ଅବସ୍ଥା କିପରି ପ୍ରାପ୍ତ ହୋଇଥାଏ ? ପୁନଃ ଅକ୍ଷର ଓ ଅବ୍ୟକ୍ତ ପୁରୁଷଙ୍କର ସ୍ୱରୂପ ମଧ୍ୟ ବତାଇ ଦିଆଯାଇଛି ଏବଂ ପୂର୍ବ ଅଧ୍ୟାୟରେ କୁହାଯାଇଛି କି, ଅନ୍ତଃକାଳରେ ମଧ୍ୟ ସେହି ସ୍ୱରୂପକୁ ମନରେ ସ୍ଥିର ରଖିବା ନିମିତ୍ତ ପାତଞ୍ଜଳ ଯୋଗରେ ସମାଧି ଅବସ୍ଥାରେ ସ୍ଥିତ ହୋଇ ଶେଷରେ…
ଆଧ୍ୟାତ୍ମିକ ବ୍ୟାଖ୍ୟା :– କୂଟସ୍ଥ ଦ୍ୱାରା ଅନୁଭବ ହେଉଅଛି—ଏ ସମୟରେ ମୁଁ ତୁମକୁ ଜ୍ଞାନ-ବିଜ୍ଞାନ ସମ୍ବନ୍ଧରେ କହୁଅଛି, ଯାହାକୁ ଜାଣି ଉତ୍ତମ ରୂପେ ସହଜରେ ମଙ୍ଗଳମୟ ମୋକ୍ଷପଦ ଲାଭ କରିପାରିବ ।ଅଷ୍ଟମ ଅଧ୍ୟାୟରେ ସାଧନା ଦ୍ୱାରା କେଉଁଭଳି କ୍ରମମୁକ୍ତି ପ୍ରାପ୍ତ ହୋଇପାରେ, ଏହା ଭଗବାନ୍ କହିଛନ୍ତି । ସପ୍ତମ ଅଧ୍ୟାୟରେ ଅନୁଭବ ସହିତ ଜ୍ଞାନ, ଯାହାକୁ ଜାଣିନେବାପରେ କିଛି ଜାଣିବାପାଇଁ ବାକି ରହେନାହିଁ, ତାହା ସେ ଅର୍ଜ୍ଜୁନଙ୍କୁ କହିଛନ୍ତି । ଭଗବାନ୍ ଅର୍ଜ୍ଜୁନଙ୍କୁ କହିଛନ୍ତି କି, ସେହି ଜ୍ଞାନ ମଧ୍ୟ…
ହେ ଶ୍ରୋତାବୃନ୍ଦ ! ମୋର ସ୍ପଷ୍ଟ ପ୍ରତିଜ୍ଞା ହେଉଛି କି, ଯଦି ଆପଣମାନେ ପୂର୍ଣ୍ଣ ମନୋଯୋଗପୂର୍ବକ ମୋର ପ୍ରବଚନ ଶୁଣିବେ, ତେବେ ନିଶ୍ଚିତ ରୂପେ ଆପଣମାନଙ୍କୁ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହେବ । ହେଲେ ଏକଥା ମୁଁ ଗର୍ବର ସହିତ କହୁନାହିଁ, କାରଣ ଆପଣମାନେ ତ ସବୁକିଛି ଜାଣନ୍ତି, ତଥାପି ମୁଁ ଆପଣମାନଙ୍କ ଭଳି ଶ୍ରୋତାମାନଙ୍କୁ ଅତ୍ୟନ୍ତ ଆତ୍ମୀୟତା ସହିତ ବିନମ୍ର ନିବେଦନ କରୁଅଛି କି, ଆପଣମାନେ ମୋ କଥାକୁ ଧ୍ୟାନ ଦିଅନ୍ତୁ । ଏହାର ମୁଖ୍ୟ…
(ଶୁଦ୍ଧା ଭକ୍ତି ଦ୍ୱାରା ପରମେଶ୍ୱରଙ୍କ ପ୍ରାପ୍ତି ହୁଏ, ଏହା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ଏହି ନବମ ଅଧ୍ୟାୟରେ ତାହାର ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯିବ ।)(ସ୍ୱକୀୟ ପରମେଶ୍ୱର ତତ୍ତ୍ୱ ଭକ୍ତି ଦ୍ୱାରା ହିଁ ସୁଲଭ ହୁଏ, ଅନ୍ୟ ଉପାୟରେ ନୁହେଁ—ଏହା ସପ୍ତମ ଏବଂ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ସ୍ୱୀୟ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଏବଂ ଭକ୍ତିର ଅସାଧାରଣ ପ୍ରଭାବ ବର୍ଣ୍ଣନା କରିବାପାଇଁ) ଶ୍ରୀଭଗବାନ୍ କହିଲେ, ଯାହାଦ୍ୱାରା ବିଶେଷରୂପେ ଭଗବାନ୍ ଅବଗତ ହୋଇଥାନ୍ତି, ତାହା ବିଜ୍ଞାନ ଅର୍ଥାତ୍…