ମହର୍ଷି ସୁଶ୍ରୁତ ଶଲ୍ୟକର୍ମ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର (Brunt instrument) ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି ।ଯନ୍ତ୍ରଶତମେକୋତ୍ତରମ୍ ;ଅତ୍ର ହସ୍ତମେବ ପ୍ରଧାନତମଂ ଯନ୍ତ୍ରାଣାମବଗଚ୍ଛ ।ଯନ୍ତ୍ର ସଂଖ୍ୟା ୧୦୧ ଅଟେ । ଏଥିମଧ୍ୟରୁ ହସ୍ତକୁ ପ୍ରଧାନ(ସୁ.ଶ୍ରୁ.-୭.୩) ଯନ୍ତ୍ର ଭାବେ ଗ୍ରହଣ କରାଯାଇଛି । କାରଣ ହସ୍ତ ବିନା ଯନ୍ତ୍ରର ପ୍ରୟୋଗ ଅସମ୍ଭବ ଅଟେ । ଯେହେତୁ ଯନ୍ତ୍ରର ପ୍ରୟୋଗ ଏବଂ ଯନ୍ତ୍ରକର୍ମ ହସ୍ତର ଅଧୀନ ଅଟେ ।ସମାହିତାନି ଯନ୍ତ୍ରାଣି ଖରଶ୍ଲକ୍ଷ୍ଣ ମୁଖାନି ଚ ।ସୁଦୃଢାନି ସୁରୂପାଣି ସୁଗ୍ରହାଣି ଚ କାରୟେତ୍ ।ସୁ.ସୂ.୭.୯ଯନ୍ତ୍ର ସମାହିତ ଅର୍ଥାତ୍ ପ୍ରମାଣବନ୍ଧ, ଅଧିକ…
Posts published in “ସ୍ବାସ୍ଥ୍ୟ-ଆୟୁର୍ବେଦ”
ମହର୍ଷି ସୁଶ୍ରୁତଙ୍କୁ ପ୍ରାଚୀନ ଭାରତର ଶଲ୍ୟତନ୍ତ୍ରର ଜନକ ଭାବରେ ଗ୍ରହଣ କରାଯାଇଛି । ସୁଶ୍ରୁତ ସଂହିତା ଆଧୁନିକ ଶଲ୍ୟତନ୍ତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି ବୋଲି ବୈଦେଶିକ ଶଲ୍ୟବିତ୍ମାନେ କହିଛନ୍ତି । ସୁଶ୍ରୁତଙ୍କ ମତରେ ଶରୀର ମଧ୍ୟରେ ପ୍ରବେଶ କରିଥିବା ବାହ୍ୟବସ୍ତୁ (Foreign body) ପୂୟ (Pus) ବିଭିନ୍ନ ସ୍ରାବ (Secretions) ମୂଢ଼ଗର୍ଭ (Obstructed Labour), ଦୁଷ୍ଟବ୍ରଣ ଆଦି ଶଲ୍ୟ ପଦାର୍ଥକୁ ବାହାର କରିବା ବିଧି ବର୍ଣ୍ଣନା କରାଯାଇଛି, ଏତଦ୍ ବ୍ୟତୀତ ଯନ୍ତ୍ର (Blunt instrument), ଶସ୍ତ୍ର (Sharp…
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ମହର୍ଷି ସୁଶ୍ରୁତଙ୍କ ମତରେ ବୟଃ(ବୟସ) ତିନି ପ୍ରକାର ଅଟେ— ବାଲ୍ୟ, ମଧ୍ୟ ଓବଂ ବୃଦ୍ଧ । ବାଲ୍ୟାବସ୍ଥା ୧୬ ବର୍ଷରୁ କମ୍, ଏହା ମଧ୍ୟ ତିନି ଭାଗରେ ବିଭକ୍ତ, ୧—କ୍ଷୀରପା, ୨-କ୍ଷୀରାନ୍ନଦା, ୩) ଅନ୍ନଦା । ଏଥି ମଧ୍ୟରୁ ୧ ବର୍ଷ ପର୍ଯ୍ୟନ୍ତ କ୍ଷୀରପା ଅର୍ଥାତ୍ କେବଳ କ୍ଷୀର ପାନ ଉପରେ ଶିଶୁ ନିର୍ଭର କରେ । ୨) ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀରାନ୍ନଦା(ଦୁଗ୍ଧ ଏବଂ ଅନ୍ନ ଉପରେ ନିର୍ଭରଶୀଳ) । ଏହା ପରେ…
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ଚିକିତ୍ସା ଚତୁଷ୍ପାଦ— ସୁଶ୍ରୁତ ରୋଗୀର ସଫଳ ଚିକିତ୍ସା ପାଇଁ ଚାରୋଟି ପାଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ୧) ବୈଦ୍ୟ, ୨) ରୋଗୀ, ୩) ଔଷଧୀ ଏବଂ ୪) ପରିଚାରକ । ଏହି ଚାରୋଟି ପାଦ ଧାତୁସାମ୍ୟ ବା ଆରୋଗ୍ୟ ରୂପୀ କର୍ମସିଦ୍ଧି ପାଇଁ ଆବଶ୍ୟକ । ସୁ.ସୂ.୩୪.୧୪ଉପରୋକ୍ତ ଚାରୋଟି ପାଦ ମଧ୍ୟରୁ ବୈଦ୍ୟ ଶ୍ରେଷ୍ଠ ଅଟେ କାରଣ ବୈଦ୍ୟ ବିନା ଅନ୍ୟ ତିନୋଟି ପାଦ ନିରର୍ଥକ । ଯେପରିକି ଗଭୀର…
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ମନୁଷ୍ୟ ସୁସ୍ଥ ରହିବାପାଇଁ ମହର୍ଷି ଶୁଶ୍ରୁତ ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟାର ବର୍ଣ୍ଣନା କରିଛନ୍ତି । ଋତୁ ପରିବର୍ତ୍ତନ ପୃଥିବୀର ବାର୍ଷିକ ଗତି ଓ ଦିନରାତି ପାଇଁ ପୃଥିବୀର ଦୈନିକ ଗତି ହିଁ ଦାୟୀ । ଶୁଶ୍ରୁତଙ୍କ ମତରେ ଚନ୍ଦ୍ରମା ପୃଥିବୀକୁ ଆର୍ଦ୍ର କରେ ଏବଂ ସୂର୍ଯ୍ୟ ଶୁଷ୍କ କରେ । ଏହି ଦୁହିଁଙ୍କୁ ଆଶ୍ରୟକରି ବାୟୁ ଜଗତକୁ ପାଳନ କରେ ।ଶୀତାଂଶୁ କ୍ଳେଦୟତ୍ୟୁର୍ବୀ ବିବଶ୍ୱାନ ଶୋଷୟ ତ୍ୟପି ।ତାବୁ ଭାବାପି ସଂଶ୍ରିତ୍ୟ ବାୟୁଃ ପାଳୟତି ପ୍ରଜାଃ ।ସୁ.ସୂ…
ଡା. ଯଜ୍ଞେଶ୍ୱର ନାଥ ମୂର୍ଖ ବୈଦ୍ୟ ଦ୍ୱାରା ପ୍ରଯୁକ୍ତ ହୋଇଥିବା ଅମୃତ ସମାନ (ପ୍ରାଣଦାୟକ) ଔଷଧିମାନ ଶସ୍ତ୍ର, ବଜ୍ର ଓ ବିଷ ସମାନ ପ୍ରାଣଘାତକ ହୋଇଯାଏ । ତେଣୁ ମୂର୍ଖ ବୈଦ୍ୟକୁ ପରିତ୍ୟାଗ କରିବ । ସୁ.ସୂ.୩.୫୧ଯେପରି ଦୁଇଚକ୍ର ବିଶିଷ୍ଟରଥ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ସମର୍ଥ ହୋଇଥାଏ । ସେହିପରି ବୁଦ୍ଧିମାନ୍ ବୈଦ୍ୟ ଯେକି ଶାସ୍ତ୍ରଜ୍ଞାନ ସମ୍ପନ୍ନ ଓ କ୍ରିୟାକୁଶଳ ସେ ଚିକିତ୍ସା କରିବାରେ ସମର୍ଥ ହୁଏ । ସୁ.ସୂ.୩.୫୩ଯଥା ଖରଶ୍ଚଳନ ଭାରବାହୀଭାରସ୍ୟ ବେତ୍ତା ନତୁ ଚନ୍ଦନସ୍ୟ ।ଏବଂ ହି ଶାସ୍ତ୍ରାଣି…
ଡା. ଯଜ୍ଞେଶ୍ୱର ନାଥ, ପ୍ରାଚୀନ ଭାରତରେ ଆୟୁର୍ବେଦ ବିଜ୍ଞାନକୁ ଆଠ ଭାଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ କାୟଚିକିତ୍ସା ଓ ଶଲ୍ୟଚିକିତ୍ସାକୁ ବିଶେଷ ପ୍ରାଧାନ୍ୟତା ଦିଆଯାଇଛି । କାୟଚିକିତ୍ସକଙ୍କୁ ଆତ୍ରେୟ ସମ୍ପ୍ରଦାୟ ଓ ଶଲ୍ୟଚିକିତ୍ସକମାନଙ୍କୁ ଧନ୍ୱନ୍ତର ସମ୍ପ୍ରଦାୟ ବୋଲି କୁହାଯାଏ । ପରବର୍ତ୍ତୀକାଳରେ ଏହି ଦୁଇ ସମ୍ପ୍ରଦାୟର ପ୍ରଧାନ ସଂହିତାକାର ହେଲେ ମହର୍ଷି ଅଗ୍ନିବେଶ ଓ ମହର୍ଷି ସୁଶ୍ରୁତ ଏବଂ ଏମାନଙ୍କ ଦ୍ୱାରା ଲିଖିତ ସଂହିତାକୁ ଅଗ୍ନିବେଶ ସଂହିତା ଓ ବୃଦ୍ଧ ସୁଶ୍ରୁତଙ୍କ ଦ୍ୱାରା ଲିଖିତ ସଂହିତାକୁ ସୁଶ୍ରୁତ ସଂହିତା…
ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରୋ. ଯଜ୍ଞେଶ୍ୱର ନାଥଭେଷଜ ଦୁଇ ପ୍ରକାର ଅଟେ । ୧) ସ୍ୱସ୍ଥ ପୁରୁଷର ଉତ୍ତମ ଭାବ ବା ଓଜନକୁ ବୃଦ୍ଧି କରେ । ୨) ରୋଗାକ୍ରାନ୍ତ ବ୍ୟକ୍ତିର ରୋଗକୁ ଦୂରକରେ । ଭେଷଜଦ୍ୱିବିଧଂ ଚ ତତ୍ । ସ୍ୱସ୍ଥସ୍ୟୋର୍ଜସ୍କରଂ କିଞ୍ଚିତ୍ କିଞ୍ଚିଦାର୍ତସ୍ୟ ରୋଗନୃତ୍ । (ଚ.ଚି.-୧-୪)ଯେଉଁ ଔଷଧୀ ସ୍ୱସ୍ଥ ବ୍ୟକ୍ତିର ଉର୍ଜସ୍କର (ଓଜ ବା ପ୍ରଶସ୍ତ ଭାବକୁ ବଝାଏ) ତାହା ପ୍ରାୟ ଦୃଷ୍ୟ (ବାଜିକର) ଓ ରସାୟନ ଅଟେ । ସ୍ୱସ୍ଥସ୍ୟୋର୍ଜସ୍କରଂ ଜତୁ ତଦ୍ ଦୃଷ୍ୟ ତଦ୍ରାୟନମ୍ । (ଚ.ଚି.-୧-୫)ରସାୟନ ଔଷଧୀ ସେବନ…
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଲୋକ-ପୁରୁଷ ସାମ୍ୟତାଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ…
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ ୧) ଆମ ଦୋଷର ଉତ୍ପତ୍ତି :ଅଧିକ ପରିମାଣରେ ଭୋଜନ, ଗୁରୁପାକ ଖାଦ୍ୟ, ରୂକ୍ଷ, ଶୀତଳ, ଶୁଷ୍କ, ଅପ୍ରିୟ ଖାଦ୍ୟ, କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଖାଦ୍ୟ, ବିଦାହି, ଅପବିତ୍ର ଓ ବିରୁଦ୍ଧ ଆହାର ସେବନ ଦ୍ୱାରା ଆମ ଉତ୍ପନ୍ନ ହୁଏ । (ଚ.ବି. ୨/୮) ଆମର ନିରାକରଣ ପାଇଁ ସୈନ୍ଧବ ଲବଣ ମିଶ୍ରିତ ଗରମପାଣି ପିଆଇ ବାନ୍ତି କରିବା ପରେ ବସ୍ତି (ଏନେମା)ଦେଇ ଝାଡା କରାଇବ । ଆବଶ୍ୟକ ହେଲେ ଉପବାସ କରାଇବ ଓ…