ମୌନ ଯୋଗ : ସ୍ୱାମୀ ପରମାନନ୍ଦ (୬) ଈଶ୍ୱରୀୟ ଉପସ୍ଥିତିର ବୋଧ “ମୌନ ସମସ୍ତ ବସ୍ତୁର ହୃଦୟ ଅଟେ ଏବଂ କୋଳାହଳ ଏହାର ନାଡ଼ୀର ସ୍ଫୁରଣ ଅଟେ । ମୌନ ଭଙ୍ଗକାରୀ ପ୍ରତ୍ୟେକ ଶବ୍ଦ ମୌନକୁ ସେହିଭଳି ଆହୁରି ଗଭୀର କରିଦେଇଥାଏ ଯେଉଁଭଳି କାନକୁ ବଧିର କରିଦେଉଥିବା ବାଦଲର ଘଡ଼ଘଡ଼ ନୀରବ ନୀଳାକାଶରେ ଲୀନ ହୋଇଯାଏ । ନିଜ ଆତ୍ମାକୁ ନିଜଠାରେ ଭ୍ରମଣ କରିବାକୁ ଦିଅନ୍ତୁ, ଯେଉଁଭଳି ଜଣେ ସନ୍ଥ ଦିବ୍ୟାନନ୍ଦରେ ଉନ୍ମୁକ୍ତ ବିଚରଣ କରିଥାଏ । କାହିଁକି ନାଁ…
Posts published in “ସଂଗୃହୀତ”
“ଯେଉଁ ଦ୍ୱିଜ ଇନ୍ଦ୍ରିୟକୁ ଜୟକରି ଶାସ୍ତ୍ରବିଧି ଅନୁସାରେ ନିଜ ନିଜ ଆଶ୍ରମଧର୍ମର ପାଳନ କରିଥାନ୍ତି ।” “ଯିଏ ଦମ୍ଭ କରନ୍ତି ନାହିଁ, ଯାହାର ଆଜୀବିକା ନିୟମିତ ଅଟେ ଆଉ ଯିଏ ବିଷୟ ବଶୀଭୂତ ନୁହଁନ୍ତି ।” “ଯିଏ ଅନ୍ୟଠାରୁ କଟୁ ବଚନ ଶୁଣିବା ପରେ ମଧ୍ୟ କଟୁ ଶବ୍ଦର ପ୍ରୟୋଗ କରନ୍ତି ନାହିଁ । ଯିଏ ହିଂସାକାରୀଙ୍କ ପ୍ରତି ମଧ୍ୟ ହିଂସାଭାବ ପୋଷଣ କରନ୍ତି ନାହିଁ ଆଉ ଯିଏ ଦିଅନ୍ତି କିନ୍ତୁ ମାଗନ୍ତି ନାହିଁ ।” “ଯିଏ ନିତ୍ୟ ଅତିଥିମାନଙ୍କର ସତ୍କାର…
ଜନୈକ ସଜ୍ଜନ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଅତି ଉତ୍କଣ୍ଠାର ସହିତ ଚାହିଁଛନ୍ତି —୧) କିଛି ମହାତ୍ମା ପୁରୁଷ କହନ୍ତି କି, ସମ୍ପ୍ରତି ଈଶ୍ୱରଙ୍କ ଦର୍ଶନ ସମ୍ଭବ ନୁହେଁ । କ’ଣ ଏହିକଥା ଗ୍ରହଣୀୟ ? ଯଦି ଏହାକୁ ଆମେ ମାନିନେବା, ତେବେ ପୁଣି ଭକ୍ତ ତୁଳସୀଦାସ ଓ ନରସୀ ମେହତା ଆଦିଙ୍କୁ ଏହି କଳିଯୁଗରେ ସେହି ଶ୍ୟାମସୁନ୍ଦରଙ୍କ ମନମୋହିନୀ ମୂର୍ତ୍ତିଙ୍କର ଦର୍ଶନ ହୋଇଥିଲା । ତାହା କ’ଣ ମିଥ୍ୟା ?୨) ଯେଭଳି ଆପଣ ମୋ ସମ୍ମୁଖରେ ବସିଛନ୍ତି ଆଉ ମୁଁ ଆପଣଙ୍କ ସହ…
୧୧ଶ ପଦର ଆଗକୁ …..ବ୍ୟାଖ୍ୟା :— ଆମେ ଆତ୍ମା ଏବଂ ଜଗତ୍ ସମ୍ବନ୍ଧରେ ସତ୍ୟଜ୍ଞାନ ଲାଭ ଉଦ୍ଦେଶ୍ୟରେ ଧ୍ୟାନ, ବିଚାର ଏବଂ ସଂଯମତା ଆଦି ଆଚରଣ କରୁ ହେଲେ ଯଦି ଏସବୁକୁ ସଠିକ୍ ରୂପେ କରି ନ ପାରୁ ତେବେ ଏହା ଆମ ମଧ୍ୟରେ ସତ୍ଜ୍ଞାନର ଉଦ୍ରେକ କରିପାରିବ ନାହିଁ । ଜ୍ଞାନ ଉଦ୍ରେକ ନହେଲେ ଆମର କଲ୍ୟାଣ ସାଧିତ ହେବନାହିଁ । ତେବେ ସାଂସାରିକ ସୁଖର ଅନ୍ତିମ ପରିଣାମ କଣ ହେବ ? ଏହି ସୁଖ କଣ ନିତ୍ୟସୁଖରେ…
ରଜତ୍ କର (ଖ) ବର୍ତ୍ତମାନ ବଟମୂଳର ଏକ କୋଠରିରେ ଅବହେଳିତ ତଥା ସର୍ବସାଧାରଣଙ୍କ ଅଗୋଚରରେ ରହିଛି ଏହି କ୍ଷୁଦ୍ର ପ୍ରସ୍ତର ଖୋଦିତ ତ୍ରିମୂର୍ତ୍ତି। ଏହିଭଳି ଚତୁର୍ଭୁଜ ତ୍ରିମୂର୍ତ୍ତି ବାଗଲଦେବୀ ପ୍ରତିଷ୍ଠିତ ବାଗଲପୁରର ତୁରିନ୍ତରାରେ ରହିଛନ୍ତି। ଏହି ମୂର୍ତ୍ତିମାନଙ୍କ ହସ୍ତ ଭଗ୍ନ ହେବାରୁ ସେମାନଙ୍କୁ ଦ୍ବିଭୂଜ କରାଯାଇ ମରାମତି କରାଯାଇଛି। ଏହାର ଅଳ୍ପ ଦୂରରେ ଥିବା ଶିଶିଲୋ ଗ୍ରାମର ଏକ ଗରିବ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ତ୍ରିମୂର୍ତ୍ତିମାନଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ଜୟ ଜଗନ୍ନାଥ !
ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି I ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ‘ ଚନ୍ଦ୍ରଭାଗା ତୀର୍ଥ ’ ନାମରେ ପ୍ରସିଦ୍ଧ ହୋଇଛି I ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ I ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା I ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ…
ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ବାନର ଓ ଭଲ୍ଲୁକ ସେନା ଧରି ରାବଣ ନିଧନ କରି ସାରିଥାନ୍ତି । ଭଲ୍ଲୁକ ସେନାର ସେନାପତି ଥାଆନ୍ତି ଜାମ୍ବବାନ । ସେ ଥିଲେ ମହାନ ଯୋଦ୍ଧା । ତାଙ୍କର ଯୁଦ୍ଧ କରିବା ପାଇଁ ପ୍ରବଳ ଅଭିଳାଷ ଥିଲା । କିନ୍ତୁ ରାମ ରାବଣ ଯୁଦ୍ଧରେ ତାଙ୍କ ସନ୍ତୁଷ୍ଟି ଅନୁଯାୟୀ ସେ ଯୁଦ୍ଧ କରି ପାରି ନଥିଲେ । ଶ୍ରୀରାମ ଯୁଦ୍ଧରେ ଜାମ୍ବବାନଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ଜାମ୍ବବାନଙ୍କୁ ସୁଯୋଗ…
ମାତୃ ସ୍ତୋତ୍ର (ଓଡିଆ ଅନୁବାଦ) — Prof Nilakantha Pati, Ex VC, SJSV-Puri ବହିବା ଠାରୁ ଗର୍ଭରେ ଜ୍ଞାନ ହେବା ପର୍ଯ୍ୟନ୍ତରେପାଳିଥିଲୁ ଜନନୀ ଲୋ ଭୁଲିକି ପାରେ !କୁଶତିଳୋଦକଧରି ଡାକେ ଜ୍ଞାତି ସୋଦରରେପିଣ୍ଡ ଦେବ ଏ ଅଧମ ନିଏ ସାଦରେସେ ଋଣରୁ କର ଉଦ୍ଧାରପିଣ୍ଡ ଦେଉଅଛି ମାତ ତୋର ପୟର ॥୧॥ମୋତେ ଧରି ତୁ ଗର୍ଭରେ ବଡ଼ କରାଇ ସଂସାରେପାଳିଥିଲୁ ବହୁ ଦୁଃଖମାନ ସହିଣଧରି କୁଶ ତିଳୋଦକ ଭାଳେ ଅଜ୍ଞାନବାଳକମନେ ନୋହିଣ ବିମୁଖ ପ୍ରାର୍ଥନା ଘେନସେ ଋଣରୁ…
ଅନେକ ଲୋକ ଭାବନ୍ତି ଯେ, ଯେତେବେଳେ ଭଗବାନଙ୍କର କୃପା ହୁଏ, ସେତେବେଳେ ଧନ, ଐଶ୍ୱର୍ଯ୍ୟ, ସ୍ତ୍ରୀ-ପୁତ୍ର, ମାନ, କୀର୍ତ୍ତି ଆଉ ଶରୀର ସମ୍ବନ୍ଧୀ ଅନେକାନେକ ଭୋଗ ସ୍ୱତଃ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନଙ୍କ ପାଖରେ ଭୋଗର ପ୍ରାଚୁର୍ଯ୍ୟ ରହିଛି, କେବଳ ସେମାନଙ୍କୁ ହିଁ ଭଗବାନଙ୍କର କୃପା ପ୍ରାପ୍ତ ହୁଏ । ଅଥବା ସେମାନଙ୍କ ଉପରେ ଭଗବାନଙ୍କର କୃପା ବେଶୀମାତ୍ରାରେ ରହିଛି, ଯେଉଁମାନଙ୍କର ବିପତ୍ତି ସବୁକୁ ଭଗବାନ୍ ନିଜେ ଦୂର କରିଦିଅନ୍ତି ! ଭଗବତ୍ କୃପାର ଏପ୍ରକାର କ୍ଷୁଦ୍ର…
🌺ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” – ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ। 🌺ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ…