Press "Enter" to skip to content

Posts published by “Chief-Editor”

ମନୀଷାପଞ୍ଚକ : ଶ୍ରୀଆଦି ଶଙ୍କରାଚାର୍ଯ୍ୟକୃତ

ଜାଗ୍ରତ୍ସ୍ୱପ୍ନସୁଷୁପ୍ତିଷୁ ସ୍ଫୁଟତରା ଯା ସଂବିଦୁଜୃମ୍ଭତେୟା ବ୍ରହ୍ମାଦିପିପୀଲିକାନ୍ତତନୁଷୁ ପ୍ରୋତା ଜଗତ୍ ସାକ୍ଷିଣୀ ।ସୈବାହଂ ନ ଚ ଦୃଶ୍ୟବସ୍ତ୍ବିତି ଦୃଢପ୍ରଜ୍ଞାପି ଯସ୍ୟାସ୍ତି ଚେତ୍ଚଣ୍ଡାଲୋସ୍ତୁ ସ ତୁ ଦ୍ୱିଜୋସ୍ତୁ ଗୁରୁରିତ୍ୟେଷା ମନୀଷା ମମ॥୧ ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଏହି ଅବସ୍ଥା ତ୍ରୟରେ ଯେଉଁ ପ୍ରକୃଷ୍ଟ ଚୈତନ୍ୟ ପ୍ରକଟିତ, ଯେଉଁ ଚୈତନ୍ୟ ବ୍ରହ୍ମାଙ୍କଠାରୁ ଆରମ୍ଭକରି ପିମ୍ପୁଡି ପର୍ଯ୍ୟନ୍ତ ସମସ୍ତ ଶରୀରରେ ପରିବ୍ୟାପ୍ତ ତଥା ସମଗ୍ର ଜଗତର ସାକ୍ଷୀ ସେ ହିଁ ମୁଁ ଅଟେ । ନିଶ୍ଚିତରେ ଦୃଶ୍ୟବସ୍ତୁ ବୋଲି ଦୃଢ ଜ୍ଞାନ ଦୃଷ୍ଟି…

ନିଜେ ସାବଧାନରହି ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କର

ଉତ୍ ତିଷ୍ଠ ବ୍ରହ୍ମଣସ୍ପତେ ଦେବାନ ଯଜ୍ଞେନ ବୋଧୟ।ଆୟୁଃ ପ୍ରାଣଂ ପ୍ରଜାଂ ପଶୂନ୍ କୀର୍ତ୍ତିଂ ଯଜମାନଂ ଚ ବର୍ଧୟ।।(ଅଥର୍ବବେଦ-୧୯/୬୩/୧) ଭାବାର୍ଥ : ବ୍ରାହ୍ମଣମାନେ ନିଜେ ସାବଧାନ ରହିବା ସହ ନିଜ ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କରି ରଖିବା ଦରକାର, ଯଦ୍ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେବ ଆଉ ସମସ୍ତଙ୍କର ଆୟୁ, ପ୍ରାଣ, ଧନ-ଧାନ୍ୟ, କୀର୍ତ୍ତି, ସୁଖ, ଶାନ୍ତି ବୃଦ୍ଧିହେବ। ବ୍ୟାଖ୍ୟା : ସମାଜରେ ସମସ୍ତ ନାଗରିକ ଜ୍ଞାନବାନ୍, ଶୀଳବାନ୍, ସଂସ୍କାରବାନ୍ ହୁଅନ୍ତୁ, ଇନ୍ଦ୍ରିୟ ସଂଯମ, ଅର୍ଥ ସଂଯମ, ସମୟ…

ଶ୍ରୀଶ୍ରୀଗୌତମବୁଦ୍ଧଙ୍କ ବାଣୀ (ଧମ୍ମପଦ ଗ୍ରନ୍ଥରୁ)

ମନୋ ପୂବ୍ବଙ୍ଗମା ଧମ୍ମା ମନୋ ସେଟ୍ଠା ମନୋମୟୀ ।ମନସା ଚେ ପଦୁଟ୍ଠେନ ଭସତି ବା କରୋତି ବା ।ତତୋ ନଂ ଦୁକ୍ଖ ମନ୍ୱେତି ଚକ୍କଂ ବ ବହତୋ ପଦଂ ।।୧-୧।।ସକଳ ସ୍ୱଭାବ ବା ସଂସ୍କାର ମନର ଅନୁଚର, ମନ ଦ୍ୱାରା ଚାଳିତ, ମନ ହେଉଛି ସେମାନଙ୍କର ନିୟନ୍ତା, ମନ ମଧ୍ୟରେ ସେମାନଙ୍କର ଅସ୍ତିତ୍ୱ । ଯଦି ଲୋକ ଦୂଷିତ ମନରେ କଥା କହେ ବା କାର୍ଯ୍ୟ କରେ, ତାହାହେଲେ ଶକଟ-ଚକ୍ର ଭାର ବହନ କରୁଥିବା ବଳିବର୍ଦ୍ଦର ପଦକୁ ଅନୁସରଣ କରିବା ପରି…

ଗୌତମ ବୁଦ୍ଧଙ୍କ ପ୍ରଚଳିତ ଧର୍ମ

ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଯେତେବେଳେ ଧର୍ମର କ୍ଷେତ୍ରଟି ଅବନମିତ ହେବାକୁ ଲାଗିଲା ଏବଂ ଅର୍ଥହୀନ ଆଚାର ସର୍ବସ୍ୱରେ ପୂରିଉଠିଲା, ସେତିକିବେଳେ ବୁଦ୍ଧଙ୍କର ଆବିର୍ଭାବ ହୋଇଛି । ସଂସ୍କାର କରାଇବା ଅବତାରଙ୍କର ପ୍ରକୃତ କର୍ମ । ଯେତେବେଳେ ବ୍ୟବହାରିକ ଧର୍ମରେ ବ୍ୟତିକ୍ରମ ଦେଖାଯାଏ ସେଥିରେ ସୁଧାର ଆଣିବାପାଇଁ କାଳେକାଳେ ଅବତାରମାନେ ଧରାବତରିତ ହୋଇଛନ୍ତି । ତାଙ୍କ ଆବିର୍ଭାବରେ ଜୀବ ଯେ କେବଳ ନୂତନ ସଂସ୍କାର ଲାଭ କରେ ତାହା ନୁହେଁ ବରଂ ନୂତନ ଏକ ଆଶାର…

ବିଦ୍ୱାନ ବ୍ରାହ୍ମଣମାନେ ଦେଶର ପଥପ୍ରଦର୍ଶକ

ଯାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍   ।ସା ନୋ ମଧୁ ପ୍ରିୟଂ ଦୁହାମଥୋ ଉକ୍ଷତୁ ବର୍ଚସା   ।।(ଅଥର୍ବ ବେଦ-୧୨/୧/୭) ଭାବାର୍ଥ : ଆଳସ୍ୟ ଓ ପ୍ରମାଦ ସମ୍ପନ୍ନ ବ୍ୟକ୍ତି ଯେଉଁ ଦେଶରେ ଥାଅାନ୍ତି, ସେହି ଦେଶ ଗୋଲାମ ହୋଇଯାଏ, ଅତଃ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ସମସ୍ତ ନାଗରିକ କର୍ମଶୀଳ ଓ ଜାଗ୍ରତ ହେବା । ବ୍ୟାଖ୍ୟା : ରାଷ୍ଟ୍ରର ଉନ୍ନତି ନିମିତ୍ତ ଆଧ୍ୟାତ୍ମିକ, ଚାରିତ୍ରିକ, ସାଂସ୍କୃତିକ, ଆର୍ଥିକ, ଔଦ୍ୟୋଗିକ ସମସ୍ତ କ୍ଷେତ୍ରରେ ପ୍ରଗତି ଅପେକ୍ଷିତ ହୋଇଥାଏ । ତେବେ…

ଆଦି ଶଙ୍କରାଚାର୍ଯ୍ୟ କୃତ : ଶ୍ରୀରାମ ସ୍ତୁତି

ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍   ।ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ  ॥ 1 ॥ ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍   ।ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ  ॥ 2 ॥ ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍   ।ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ  ॥ 3 ॥ ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା…