Press "Enter" to skip to content

Posts published by “Chief-Editor”

ପିତୃପକ୍ଷ ଏକ ଅନୁଶୀଳନ

ଆଶ୍ୱିନ ମାସ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାନ୍ତି ।…

ବିଘ୍ନହର୍ତ୍ତା ଭଗବାନ୍‌ ଗଣେଶ

ଆମମାନଙ୍କ ଜୀବନ ବାଧାବିଘ୍ନରେ ପୂର୍ଣ୍ଣ । କେତେବେଳେ ଆମେ ବିଭିନ୍ନ ବିରୋଧର ସମ୍ମୁଖୀନ ହେଉ ତ ପୁଣି କେତେବେଳେ ସମସ୍ୟାର ସମ୍ମୁଖୀନ ହେଉ । ଏମିତିକି ଆମେ ଆମ ଦୈନନ୍ଦିନ କର୍ମମାନଙ୍କରେ ଅନେକ ପ୍ରକାର ସଂଘର୍ଷର ସମ୍ମୁଖୀନ ହେଉ । ଏ ସବୁକିଛି ନାନା ଉପାୟରେ ଆମକୁ ଦୁଃଖ ଦିଏ । ଜୀବନ ରହିଛି ଅର୍ଥ ବିଘ୍ନ ବି ରହିଛି । ନିତ୍ୟନୈମିତ୍ତିକ କର୍ମରେ ବି ବିଘ୍ନ ଆସେ, ଯାହା ଆମେ ଅନୁଭବ କରୁ । ସବୁବେଳେ ଏହା ଏକା ପ୍ରକାର ହୋଇନଥାଏ । ସମୟ,…

ଶ୍ରୀଶ୍ରୀଗଣେଶପ୍ରାର୍ଥନା

ଆନନ୍ଦରୂପ କରୁଣାକର ବିଶ୍ୱବନ୍ଧୋ ସନ୍ତାପଚନ୍ଦ୍ର ଭବବାରିଧିଭଦ୍ରସେତୋ ।ହେ ବିଘ୍ନମୃତ୍ୟୁଦଳନାମୃତସୌଖ୍ୟସିନ୍ଧୋ ଶ୍ରୀମନ୍ ବିନାୟକ ତବାଙ୍ଘ୍ରିଯୁଗଂ ନତାଃ ସ୍ମଃ  ॥ ଯସ୍ମିନ୍ନ ଜୀବଜଗଦାଦିକମୋହଜାଲଂ ଯସ୍ମିନ୍ନ ଜନ୍ମମରଣାଦିଭୟଂ ସମଗ୍ରମ୍ ।ଯସ୍ମିନ୍ ସୁଖୈକଘନଭୂମ୍ନି ନ ଦୁଃଖମୀଷତ୍ ତଦ୍ ବ୍ରହ୍ମ ମଙ୍ଗଳପଦଂ ତବ ସଂଶ୍ରୟାମଃ  ॥— ଶ୍ରୀଶ୍ରୀଧରସ୍ୱାମୀ ‘‘ହେ ଆନନ୍ଦସ୍ୱରୂପ ଶ୍ରୀମନ୍ ବିନାୟକ ! ଆପଣ କରୁଣାନିଧି ଏବଂ ସମ୍ପୂର୍ଣ୍ଣ ଜଗତର ବନ୍ଧୁ (ଅକାରଣ ହିତୈଷୀ) ଅଟନ୍ତି, ଶୋକସନ୍ତାପର ଶମନ ନିମିତ୍ତ ଆପଣ ପରମାହ୍ଲାଦକ ଚନ୍ଦ୍ରମା ଅଟନ୍ତି, ଭବ-ସାଗରରୁ ପାରି ହେବାପାଇଁ କଲ୍ୟାଣକାରୀ ସେତୁ ଅଟନ୍ତି ତଥା ବିଘ୍ନରୂପୀ ମୃତ୍ୟୁନାଶ…

ଆଳସ୍ୟ ତ୍ୟାଗକରି କର୍ମନିଷ୍ଠ ଓ ଉଦ୍ୟୋଗୀ ହେବା ଦରକାର

ଇଚ୍ଛନ୍ତି ଦେବାଃ ସୁନ୍ୱନ୍ତଂ ନ ସ୍ୱପ୍ନାୟ ସ୍ପୃହୟନ୍ତି ।ଯନ୍ତି ପ୍ରମାଦମତନ୍ଦ୍ରାଃ ।। (ଋଗବେଦ-୮/୨/୧୮, ଅଥର୍ବବେଦ-୨୦/୧୮/୩) ଭାବାର୍ଥ : ଅଳସୁଆ ବ୍ୟକ୍ତି ସବୁବେଳେ ଦୁଃଖ ପାଇଥାଏ, ଅତଃ ଆମ ସମସ୍ତଙ୍କୁ ସବୁବେଳେ କର୍ମନିଷ୍ଠ ଓ ଉଦ୍ୟୋଗୀ ହେବା ଦରକାର । ବ୍ୟାଖ୍ୟା : ଆଳସ୍ୟ ହିଁ ମନୁଷ୍ୟର ଅସଲ ଶତ୍ରୁ । ସେ ଆମକୁ ପାପ ମାର୍ଗରେ ନେଇଯାଏ । ମନୁଷ୍ୟ ଲୋଭବଶତଃ ଅର୍ଥକାରୀ ବ୍ୟବସାୟ ଆରମ୍ଭ କରିଥାଏ, କିନ୍ତୁ ଆଳସ୍ୟବଶତଃ ତାକୁ ପୂର୍ଣ୍ଣ କରି ନ ପାରି ମଝିରେ ହିଁ ଛାଡିଦିଏ । ଅନ୍ୟଠାରୁ…

ଆଦିତ୍ୟାଦି ନବଗ୍ରହ ସ୍ତୋତ୍ରଂ

ଜବାକୁସୁମ ସଂକାଶଂ କାଶ୍ୟପେୟଂ ମହଦଦ୍ୟୁତିମ୍ ।ତମୋରିସର୍ବପାପଘ୍ନଂ ପ୍ରଣତୋସ୍ମି ଦିବାକରମ୍॥୧॥ ଦଧିଶଙ୍ଖତୁଷାରାଭଂ କ୍ଷୀରୋଦାର୍ଣ୍ଣବ ସଂଭବମ୍ ।ନମାମି ଶଶିନଂ ସୋମଂ ଶଂଭୋର୍ମୁକୁଟ ଭୂଷଣମ୍॥୨॥ ଧରଣୀଗର୍ଭ ସଂଭୂତଂ ବିଦ୍ୟୁତ୍କାନ୍ତିଂ ସମପ୍ରଭମ୍ ।କୁମାରଂ ଶକ୍ତିହସ୍ତଂ ତଂ ମଂଗଲଂ ପ୍ରଣାମ୍ୟହମ୍॥୩॥ ପ୍ରିୟଂଗୁକଳିକାଶ୍ୟାମଂ ରୂପେଣାପ୍ରତିମଂ ବୁଧମ୍ ।ସୌମ୍ୟ ସୌମ୍ୟଗୁଣୋପେତଂ ତଂ ବୁଧଂ ପ୍ରଣମାମ୍ୟହମ୍॥୪॥ ଦେବାନାଂଚ ଋଷୀନାଂଚ ଗୁରୁଂ କାଂଚନ ସନ୍ନିଭମ୍ ।ବୁଦ୍ଧିଭୂତଂ ତ୍ରିଲୋକେଶଂ ତଂ ନମାମି ବୃହସ୍ପତିମ୍॥୫॥ ହିମକୁଂଦ ମୃଣାଳାଭଂ ଦୈତ୍ୟାନାଂ ପରମଂ ଗୁରୁମ୍ ।ସର୍ବଶାସ୍ତ୍ର ପ୍ରବକ୍ତାରଂ ଭାର୍ଗବଂ ପ୍ରଣମାମ୍ୟହମ୍॥୬॥ ନୀଲାଂଜନ ସମାଭାସଂ ପବିପୁତ୍ରଂ ଯମାଗ୍ରଜମ୍ ।ଛାୟାମାର୍ତଣ୍ଡ ସଂଭୂତଂ ତଂ ନମାମି ଶନୈଶ୍ଚରମ୍॥୭॥ ଅର୍ଧକାୟଂ…

ଦେଶବାସୀଙ୍କୁ ଜାଗ୍ରତ କରିବା ବିଦ୍ୱାନ ବ୍ରାହ୍ମଜ୍ଞଙ୍କ କର୍ତ୍ତବ୍ୟ

ଯୋ ଜାଗାର ତମୃଚଃ କାମୟନ୍ତେ,ଯୋ ଜାଗାର ତମୁ ସାମାନି ଯନ୍ତି ।ଯୋ ଜାଗାର ତମୟଂ ସୋମ ଆହ,ତବାହମସ୍ମି ସଖ୍ୟେ ନ୍ୟୋକାଃ ।।(ଋଗ୍ବେଦ – ୫/୪୪/୧୪) ଭାବାର୍ଥ : ଯିଏ ସର୍ବଦା ଜାଗ୍ରତ ଥାଆନ୍ତି ଆଉ ଆଳସ୍ୟ ଓ ପ୍ରମାଦରୁ ସର୍ବଦା ସାବଧାନ ରହିଥାନ୍ତି, ତାଙ୍କୁ ଏହି ସଂସାରରେ ଜ୍ଞାନ ଓ ବିଜ୍ଞାନ ପ୍ରାପ୍ତି ହୋଇଥାନ୍ତି । ତାଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ । ସେ ହିଁ ମହାପୁରୁଷ ବୋଲାଇଥାନ୍ତି । ବ୍ୟାଖ୍ୟା : “ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ’’, ଉଠ, ଜାଗ ଯେ…

ଗୁରୁ କିଏ ?

ଗରୁଶବ୍ଦସ୍ତ୍ୱନ୍ଧକାରଃ ସ୍ୟାତ୍‌ ରୁଶବ୍ଦସ୍ତନିରୋଧକଃ ।ଅନ୍ଧକାର ନିରୋଧିତ୍ୱାତ୍‌ ଗୁରୁରିତ୍ୟଭିଧୀୟତେ  ॥ଅଦ୍ୱୟତାରାକୋପନିଷଦ–୧୬ ‘ଗୁରୁ’ ଶବ୍ଦର ଅର୍ଥ ହେଲା, ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ’ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ‘ରୁ’ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ ।ଅଜ୍ଞାନର ଅନ୍ଧାରରୁ ଜ୍ଞାନର…

ଶ୍ରୀଜଗନ୍ନାଥ ପଞ୍ଚକମ୍

ରକ୍ତାମ୍ଭୋରୁହଦର୍ପଭଞ୍ଜନମହାସୌନ୍ଦର୍ୟନେତ୍ରଦ୍ଵୟଂମୁକ୍ତାହାରବିଲମ୍ବିହେମମୁକୁଟଂ ରତ୍ନୋଜ୍ଜ୍ଵଲତ୍କୁଣ୍ଡଲମ୍ ।ବର୍ଷାମେଘସମାନନୀଲବପୁଷଂ ଗ୍ରୈବେୟହାରାନ୍ଵିତଂପାର୍ଶ୍ଵେ ଚକ୍ରଧରଂ ପ୍ରସନ୍ନବଦନଂ ନୀଲାଦ୍ରିନାଥଂ ଭଜେ ॥ ୧॥ଫୁଲ୍ଲେନ୍ଦୀବରଲୋଚନଂ ନବଘନଶ୍ୟାମାଭିରାମାକୃତିଂବିଶ୍ଵେଶଂ କମଲାବିଲାସବିଲସତ୍ପାଦାରବିନ୍ଦଦ୍ଵୟମ୍ ।ଦୈତ୍ୟାରିଂ ସକଲେନ୍ଦୁମଂଡିତମୁଖଂ ଚକ୍ରାବ୍ଜହସ୍ତଦ୍ଵୟଂବନ୍ଦେ ଶ୍ରୀପୁରୁଷୋତ୍ତମଂ ପ୍ରତିଦିନଂ ଲକ୍ଷ୍ମୀନିବାସାଲୟମ୍ ॥ ୨॥ଉଦ୍ୟନ୍ନୀରଦନୀଲସୁନ୍ଦରତନୁଂ ପୂର୍ଣେନ୍ଦୁବିମ୍ବାନନଂରାଜୀବୋତ୍ପଲପତ୍ରନେତ୍ରୟୁଗଲଂ କାରୁଣ୍ୟବାରାଂନିଧିମ୍ ।ଭକ୍ତାନାଂ ସକଲାର୍ତିନାଶନକରଂ ଚିନ୍ତାର୍ଥିଚିନ୍ତାମଣିଂବନ୍ଦେ ଶ୍ରୀପୁରୁଷୋତ୍ତମଂ ପ୍ରତିଦିନଂ ନୀଲାଦ୍ରିଚୂଡାମଣିମ୍ ॥ ୩॥ନୀଲାଦ୍ରୌ ଶଂଖମଧ୍ୟେ ଶତଦଲକମଲେ ରତ୍ନସିଂହାସନସ୍ଥଂସର୍ଵାଲଂକାରୟୁକ୍ତଂ ନବଘନ ରୁଚିରଂ ସଂୟୁତଂ ଚାଗ୍ରଜେନ ।ଭଦ୍ରାୟା ବାମଭାଗେ ରଥଚରଣୟୁତଂ ବ୍ରହ୍ମରୁଦ୍ରେନ୍ଦ୍ରବଂଦ୍ୟଂବେଦାନାଂ ସାରମୀଶଂ ସୁଜନପରିବୃତଂ ବ୍ରହ୍ମଦାରୁଂ ସ୍ମରାମି ॥ ୪॥ଦୋର୍ଭ୍ୟାଂ ଶୋଭିତଲାଂଗଲଂ ସମୁସଲଂ କାଦମ୍ବରୀଚଞ୍ଚଲଂରତ୍ନାଢ୍ୟଂ ବରକୁଣ୍ଡଲଂ ଭୁଜବଲୈରାକାଂତଭୂମଣ୍ଡଲମ୍ ।ବଜ୍ରାଭାମଲଚାରୁଗଣ୍ଡୟୁଗଲଂ ନାଗେନ୍ଦ୍ରଚୂଡୋଜ୍ଜ୍ଵଲଂସଂଗ୍ରାମେ…

ଜ୍ଞାନ ଓ କର୍ମର ସମ୍ମିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ

ଯତ୍ର ବ୍ରହ୍ମ ଚ କ୍ଷତ୍ରଂ ଚ ସମଯଞ୍ଜୌ ଚରତଃ ସହ ।ତଂଲ୍ଲୋକଂ ପୁଣ୍ୟଂ ପ୍ରଜ୍ଞେଷଂ ଯତ୍ର ଦେବାଃ ସହଗ୍ନିନା ।।(ଋ.ବେ.୨୦/୨୫) ଯେଉଁଠାରେ ଜ୍ଞାନ ଦ୍ୱାରା ସତ୍ କର୍ମକୁ ଜାଗ୍ରତ ରଖିବା ଜରୁରୀ, ସେଠାରେ ଶସ୍ତ୍ର ଦ୍ୱାରା ଦୁଷ୍ଟମାନଙ୍କର ସଂହାର ମଧ୍ୟ ଆବଶ୍ୟକ । ଜ୍ଞାନ ଓ କର୍ମର ସଂଯୋଗରେ ହିଁ ସର୍ବାଙ୍ଗପୂର୍ଣ୍ଣ ଆଧ୍ୟାତ୍ମିକ ଜୀବନ ନିର୍ବାହ ହୋଇଥାଏ । ବ୍ରାହ୍ମଣ ବର୍ଗର ଜ୍ଞାନ ଆଉ କ୍ଷତ୍ରିୟ ବର୍ଗର ତେଜ ଯେଉଁଠାରେ ସମ୍ମିଳିତ ହୋଇ ରହିବ, ସେହି ସମାଜ ସର୍ବଦା ପରିପୂର୍ଣ୍ଣ ହୋଇ…

ଜ୍ୟେଷ୍ଠମାସ ପୂର୍ଣ୍ଣିମାର ଅଭିଷେକ ଉତ୍ସବ

ପୁରୋହିତ ବସୁ କହୁଛନ୍ତି —ହେ ବ୍ରହ୍ମପୁତ୍ରୀ ମୋହିନୀ ! ଅଧୁନା ସେହି ତୀର୍ଥକୁ ଯାଅ, ଯାହା ଅଶ୍ୱମେଧଯଜ୍ଞର ଅଙ୍ଗରୁ ଉତ୍ପନ୍ନ ହୋଇଥିଲା । ତାହାର ନାମ ଇନ୍ଦ୍ରଦ୍ୟୁମ୍ନ ସରୋବର । ତାହା ପବିତ୍ର ଏବଂ ଶୁଭ ତୀର୍ଥ ଅଟେ । ବୁଦ୍ଧିମାନ୍ ପୁରୁଷ ସେଠାକୁ ଯାଇ ପବିତ୍ର ଭାବରେ ଆଚମନ କରିବ ଆଉ ମନ ଭିତରେ ଭଗବାନ୍ ଶ୍ରୀହରିଙ୍କର ଧ୍ୟାନ କରି ଜଳରେ ବୁଡ ପକାଇ ଉଚ୍ଚାରଣ କରିବ