ମହର୍ଷି ସୁଶ୍ରୁତଙ୍କୁ ପ୍ରାଚୀନ ଭାରତର ଶଲ୍ୟତନ୍ତ୍ରର ଜନକ ଭାବରେ ଗ୍ରହଣ କରାଯାଇଛି । ସୁଶ୍ରୁତ ସଂହିତା ଆଧୁନିକ ଶଲ୍ୟତନ୍ତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି ବୋଲି ବୈଦେଶିକ ଶଲ୍ୟବିତ୍ମାନେ କହିଛନ୍ତି । ସୁଶ୍ରୁତଙ୍କ ମତରେ ଶରୀର ମଧ୍ୟରେ ପ୍ରବେଶ କରିଥିବା ବାହ୍ୟବସ୍ତୁ (Foreign body) ପୂୟ (Pus) ବିଭିନ୍ନ ସ୍ରାବ (Secretions) ମୂଢ଼ଗର୍ଭ (Obstructed Labour), ଦୁଷ୍ଟବ୍ରଣ ଆଦି ଶଲ୍ୟ ପଦାର୍ଥକୁ ବାହାର କରିବା ବିଧି ବର୍ଣ୍ଣନା କରାଯାଇଛି, ଏତଦ୍ ବ୍ୟତୀତ ଯନ୍ତ୍ର (Blunt instrument), ଶସ୍ତ୍ର (Sharp…
Posts published by “Chief-Editor”
ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ ଜୈସେ ହୋବେ ବସ୍ତୁ, ତିସକୋ ତୈସେ ଲେ ପହଚାନ,ପକ୍ଷପାତୀ ମନ ଜିସେ କରେ ନ ବିରାନ ।ଜୈସେ ପୁନଃ ଉଚିତ, କରେ ବୈସା ଅଭିଯାନ,ଇସୀ କୋ ସୁମତି କହେ, ସୁମତି-ସୁଜାନ ।।୬।।ସୁମତି ପୁରୁଷ ଯେଉଁ ସମ୍ୟକ୍ ଜ୍ଞାନ (ସତ୍ୟ ଜ୍ଞାନ) ଦ୍ୱାରା ସମସ୍ତ ଅନର୍ଥ ଅଥବା ଦୁଃଖସମୂହକୁ ପାର କରିଯାଏ, ସେହି ସମ୍ୟକ୍ ଜ୍ଞାନର ଲକ୍ଷଣ ଅବା ଅବଗତିକୁ ଦର୍ଶାଇବା ପୂର୍ବକ ଉକ୍ତ ପଦ୍ୟ ସୁମତି ଶବ୍ଦର ଅର୍ଥକୁ ଆହୁରି ସ୍ପଷ୍ଟ…
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ବ୍ରହ୍ମରେ ଆରୋପିତ ଏହି ସଂସାର ଭ୍ରମ ମଧ୍ୟ ଅଧିଷ୍ଠାନ ବ୍ରହ୍ମବିଷୟକ ଜ୍ଞାନ ଦ୍ୱାରା ଏକାକୀ ନିବୃତ୍ତ ହୋଇପାରେ । ଅନ୍ୟ କୌଣସି ଉପାୟରେ ନୁହେଁ । ବହୁ ଶ୍ରୁତି ବାକ୍ୟରେ ଏହାର ପ୍ରମାଣ ମିଳେ । ତେଣୁ ପ୍ରଶ୍ନ ଆସିପାରେ, ତେବେ କର୍ମ କଣ ଅନୁଷ୍ଠାନ ସାପେକ୍ଷ ନୁହେଁ ? ନାଁ । ତାହା କେବେ ନୁହେଁ । ଜ୍ଞାନୀମାନଙ୍କ ପକ୍ଷରେ କର୍ମର ପ୍ରୟୋଜନ ହିଁ ନାହିଁ । କିନ୍ତୁ ଅଜ୍ଞାନୀ ପକ୍ଷରେ ତାହା ଅବଶ୍ୟ…
ଏକଦା ପୁଣ୍ୟଭୂମି, ସକଳ ସୁଖଦାୟୀ, ଫଳପୁଷ୍ପ ପରିପୂର୍ଣ୍ଣ ବୃକ୍ଷରାଜି ଦ୍ୱାରା ସୁଶୋଭିତ, ନାନାତୀର୍ଥସମାକୀର୍ଣ୍ଣ, ନାନାଗୁଳ୍ମରାଜିଦ୍ୱାରା ମନୋରମ, ମନ୍ଦପବନଯୁକ୍ତ, ମୃଗମାନଙ୍କ ବିଚରଣଦ୍ୱାରା ମନୋମୁଗ୍ଧକର ତଥା ତପସ୍ୱୀମାନଙ୍କ ଆଶ୍ରମରେ ଭରପୂର ପରମପବିତ୍ର ନୈମିଷାରଣ୍ୟ ନାମକ ପ୍ରଖ୍ୟାତ ବନର ଏକାନ୍ତ ପରିବେଶରେ ଶୌନକ ପ୍ରମୁଖ ମୁନିଗଣ ଏକତ୍ର ହୋଇ ସମଗ୍ରସଂସାରରେ ସମସ୍ତ ତୀର୍ଥମାନଙ୍କର ତତ୍ତ୍ୱ ଜାଣିବାପାଇଁ ଗୋଟିଏ ମନୋରମ ବିଚାର ଗୋଷ୍ଠୀ ଆୟୋଜିତ କଲେ ।ମଙ୍ଗଳମୟ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ଜାଣିବାପାଇଁ ସମସ୍ତେ ବ୍ୟଗ୍ର ହୁଅନ୍ତେ ଉକ୍ତ ସଭାରେ ତତ୍କ୍ଷଣାତ୍ ଜଟାଧାରୀ, କୌପୀନବସ୍ତ୍ର…
ସମ୍ପ୍ରତି ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାହା ଆମ ସମସ୍ତଙ୍କୁ ବେଶ ଅବଗତ । ଜୀବଦ୍ଦଶା ଭିତରେ ଘଟି ନଥିବା ଘଟଣାସବୁ ଦେଖିବାକୁ ମିଳୁଛି । ମହାମାରୀ, ସଂକଟ, ବିପତ୍ତି ଭଳି ଅପରିକଳ୍ପିତ ପରିସ୍ଥିତି ସାମ୍ନା କରିବାକୁ ଜଗତ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । କେତେବେଳେ ଜୀବନରକ୍ଷା ପାଇଁ ମାସ୍କ ପିନ୍ଧି ଦୂରତ୍ୱ ବଜାୟ ରଖିବାକୁ ପଡ଼ୁଛି ତ କେତେବେଳେ ଆର୍ଥିକ ସୁରକ୍ଷା ପାଇଁ ଗୁଗୁଲ ପେ, ଫୋନ୍ ପେ କୁ ତ୍ୟାଗ କରିବାକୁ ପଡ଼ୁଛି,…
ଅନୁହ୍ରୁତଃ ପୁନରେହି ବିଦ୍ୱାନୁଦୟନଂ ପଥଃ ।ଆରୋହଣମାକ୍ରମଣଂ ଜୀବତୋଜୀତୋଽୟନମ୍ ।। (ଅଥର୍ବବେଦ-୫/୩୦/୭) ଭାବାର୍ଥ : ରେ ମନୁଷ୍ୟ ! ତୁମେ ସର୍ବଦା ଉଚ୍ଚକୁ ଉଠ, ଏହା ତୁମର ଧର୍ମ ଅଟେ । ଯେଭଳି ପିମ୍ପୁଡି ଭଳି ଛୋଟ ଛୋଟ ଜୀବ ମଧ୍ୟ ଉପରକୁ ଉଠିବା ପାଇଁ ତଦା ତତ୍ପର ଥାଆନ୍ତି, ସେହିଭଳି ତୁମେ ମଧ୍ୟ ଉନ୍ନତିର ଉପାୟକୁ ଜାଣି ସଦା ଆଗକୁ ବଢି ଚାଲ ।ସଂସାରରେ ଜ୍ଞାନ ବିଜ୍ଞାନର କେତେ ଉନ୍ନତି ହୋଇ ଚାଲିଛି । ଭିନ୍ନ ଭିନ୍ନ ପ୍ରକାରର ସୁବିଧା ଆମକୁ ଉପଲବ୍ଧ…
ଶ୍ରୀଜଗନ୍ନାଥ ପ୍ରାର୍ଥୟେଦ୍ଦେବତାଂ ଧୀମାନ୍ ନୀଳାଚଳନିବାସିନମ୍ ।ଜଗଦୀଶ ଦଗନ୍ନାଥ ଜଗଦାନନ୍ଦକାରକ ।।ନୀଳାଚଳନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ,ହେ ପ୍ରଭୁ ଜଗଦୀଶ ! ଜଗନ୍ନାଥ ! ହେ ଜଗଦାନନ୍ଦ କାରକ ।ନମସ୍ତେଽସ୍ତୁ ମହାବାହୋ ଦାସସ୍ତ୍ୱାଂ ପୂଜୟାମ୍ୟହମ୍ ।ବଳଦେବ ନମସ୍ତେଽସ୍ତୁ ଜଗନ୍ମଙ୍ଗଳଦାୟକଃ ।।ମୁଁ ତୁମ୍ଭଙ୍କୁ ପ୍ରଣାମ କରୁଅଛି । ହେ ମହାବାହୁ ! ମୁଁ ତୁମ୍ଭର ଦାସ । ଦାସ ଭାବରେ ମୁଁ ତୁମ୍ଭର ପୂଜା କରୁଛି । ହେ ବଳଦେବ ! ତୁମ୍ଭଙ୍କୁ ପ୍ରଣାମ । ତୁମ୍ଭେ ଜଗତର ମଙ୍ଗଳଦାତା ।ତ୍ୱଦାଜ୍ଞୟାର୍ଚ୍ଚୟାମି ତ୍ୱାମପରାଧଂ କ୍ଷମସ୍ୱ ମେ ।ଭଦ୍ରେ ଦେବି ନମସ୍ତୁଭ୍ୟଂ ଭକ୍ତାନନ୍ଦପ୍ରଦାୟିନି ।।ତୁମ୍ଭେ ଆଜ୍ଞାଦେଲେ ମୁଁ ତୁମ୍ଭର ପୂଜା କରିପାରିବି । ହେ…
🌺ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” – ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ। 🌺ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ…
ଅନନ୍ୟଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।। ଯେଉଁ ଭକ୍ତଗଣ ଅନନ୍ୟଚିତ୍ତ ହୋଇ ନିରନ୍ତର ମୋର ଚିନ୍ତା(ଓ ସ୍ମରଣ-ମନନ) କରନ୍ତି, ନିଷ୍ଠାର ସହିତ ମୋର ଧ୍ୟାନ ଉପାସନା କରନ୍ତି, ମୋଠାରେ ନିତ୍ୟଯୁକ୍ତ ସେହି ଭକ୍ତଙ୍କର ଯୋଗ ଓ କ୍ଷେମ ମୁଁ ବହନ କରିଥାଏ ଅର୍ଥାତ୍ ତାଙ୍କର ସବୁ ଅଭାବକୁ ମୁଁ ପୂରଣ କରେ ଓ ତାଙ୍କର ସବୁକିଛିକୁ ମୁଁ ରକ୍ଷାକରେ ।।୨୨ ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।ନ ତୁ ମାମଭିଜାନନ୍ତି…
ମମାଗ୍ନେ ବର୍ଚୋ ବିହବେଷ୍ୱସ୍ତୁ ବୟଂ ସ୍ୱେନ୍ଧାନାସ୍ତନ୍ୱଂ ପୁଷେମ ।ମହ୍ୟଂ ନମନ୍ତାଂ ପ୍ରଦିଶଶ୍ଚତ ସ୍ତ୍ରସ୍ତ୍ୱୟାଧ୍ୟକ୍ଷେଣ ପୃତନା ଜୟେମ ।।(ଅଥର୍ବ ବେଦ -୫/୩/୧) ଭାବାର୍ଥ : ମନୁଷ୍ୟ ସଂଘର୍ଷରେ ବିଚଳିତ ନ ହୋଇ ପରମାତ୍ମା ଉପାସନାରେ ରତ ରହି ନିଜ ଆତ୍ମା ଓ ଶରୀରକୁ ବଳବାନ୍ ଓ ପରିପୁଷ୍ଟ କରିବା ଦରକାର, ଯଦ୍ଦ୍ୱାରା ସଂସାରରେ କେହି ତାକୁ ପଦଦଳିତ କରିପାରିବେ ନାହିଁ ।ବ୍ୟାଖ୍ୟା : ସାମ୍ପ୍ରତିକ ସ୍ଥିତିରେ ମନୁଷ୍ୟ ସମ୍ମୁଖରେ ଅତି ବିକଟ ଓ ବିଚିତ୍ର ସ୍ଥିତି ପ୍ରତି ସମୟରେ ଉପସ୍ଥିତ ହୋଇଥାଏ ।…