ଧର୍ମ ଏବଂ ଅଧର୍ମଦ୍ୱାରା କିଏ କାହାର ଘାତକ ହୋଇଥାଏ?ପୂର୍ବରୁ ଆମେ ପ୍ରମାଦକୁ ମୃତ୍ୟୁ କହିଅଛୁ ଅର୍ଥାତ୍ ମୃତ୍ୟୁର ସ୍ୱରୂପ ଏବଂ ପ୍ରମାଦୋକ୍ତ ବହୁ ଅନର୍ଥ ବିଷୟକୁ ସ୍ୱୀକାର କରିଅଛୁ । ପୁନଶ୍ଚ ଏକମାତ୍ର ଆତ୍ମଜ୍ଞାନ ଦ୍ୱାରା ଅଭୟପ୍ରାପ୍ତି ହୋଇଥାଏ, ଏହାକୁ ଦର୍ଶାଇଅଛୁ । ଏହିଭଳି ଭାବରେ ପ୍ରାସଙ୍ଗିକ ଶଙ୍କା ନିବୃତ୍ତି ଉପରାନ୍ତ, କର୍ମର ସ୍ୱରୂପ ଜିଜ୍ଞାସୁ ଧୃତରାଷ୍ଟ୍ର ପୁନଃ ପ୍ରଶ୍ନ କରୁଛନ୍ତି—ଇହଲୋକରେ କେହିକେହି ପୁଣ୍ୟ କର୍ମାଚରଣ କରିଥାନ୍ତି ଏବଂ ଏହା ମଧ୍ୟ ଦୃଷ୍ଟ ହୁଏ ଯେ, କେହିକେହି ପାପ…
Posts published by “Chief-Editor”
୧୧ଶ ପଦର ଆଗକୁ …..ବ୍ୟାଖ୍ୟା :— ଆମେ ଆତ୍ମା ଏବଂ ଜଗତ୍ ସମ୍ବନ୍ଧରେ ସତ୍ୟଜ୍ଞାନ ଲାଭ ଉଦ୍ଦେଶ୍ୟରେ ଧ୍ୟାନ, ବିଚାର ଏବଂ ସଂଯମତା ଆଦି ଆଚରଣ କରୁ ହେଲେ ଯଦି ଏସବୁକୁ ସଠିକ୍ ରୂପେ କରି ନ ପାରୁ ତେବେ ଏହା ଆମ ମଧ୍ୟରେ ସତ୍ଜ୍ଞାନର ଉଦ୍ରେକ କରିପାରିବ ନାହିଁ । ଜ୍ଞାନ ଉଦ୍ରେକ ନହେଲେ ଆମର କଲ୍ୟାଣ ସାଧିତ ହେବନାହିଁ । ତେବେ ସାଂସାରିକ ସୁଖର ଅନ୍ତିମ ପରିଣାମ କଣ ହେବ ? ଏହି ସୁଖ କଣ ନିତ୍ୟସୁଖରେ…
କ୍ରୋଧ — ଲୋଭରୁ ଉତ୍ପନ୍ନ ହୋଇଥାଏ ଆଉ ଅନ୍ୟାନ୍ୟ ଦୋଷରୁ ବୃଦ୍ଧି ପାଇଥାଏ କିନ୍ତୁ କ୍ଷମା ଦ୍ୱାରା ଏହା ସହସା ଅବରୋଧ ହୋଇ ନଷ୍ଟହୋଇଯାଇଥାଏ ।କାମ— ସଙ୍କଳ୍ପରୁ ଉତ୍ପନ୍ନ ହୋଇଥାଏ ଆଉ ସେବନ କରିବାରେ ତାହା ଉତ୍ତରୋତ୍ତର ବୃଦ୍ଧି ହୋଇଥାଏ କିନ୍ତୁ ଯେତେବେଳେ କେହି ବୁଦ୍ଧିମାନ୍ ପୁରୁଷ ତାହାର ସେବନ ବନ୍ଦ କରିଦିଏ, ସେତେବେଳେ ତାହା ତୁରନ୍ତ ନଷ୍ଟ ହୋଇଯାଏ ।ଅସୂୟା— କ୍ରୋଧ, ଲୋଭ ଓ ଅନ୍ୟର ଦୋଷ ଦେଖିବାରେ ଏହା ଉତ୍ପନ୍ନ ହୋଇଥାଏ କିନ୍ତୁ ଦୟା ଏବଂ…
ରଜତ୍ କର (ଖ) ବର୍ତ୍ତମାନ ବଟମୂଳର ଏକ କୋଠରିରେ ଅବହେଳିତ ତଥା ସର୍ବସାଧାରଣଙ୍କ ଅଗୋଚରରେ ରହିଛି ଏହି କ୍ଷୁଦ୍ର ପ୍ରସ୍ତର ଖୋଦିତ ତ୍ରିମୂର୍ତ୍ତି। ଏହିଭଳି ଚତୁର୍ଭୁଜ ତ୍ରିମୂର୍ତ୍ତି ବାଗଲଦେବୀ ପ୍ରତିଷ୍ଠିତ ବାଗଲପୁରର ତୁରିନ୍ତରାରେ ରହିଛନ୍ତି। ଏହି ମୂର୍ତ୍ତିମାନଙ୍କ ହସ୍ତ ଭଗ୍ନ ହେବାରୁ ସେମାନଙ୍କୁ ଦ୍ବିଭୂଜ କରାଯାଇ ମରାମତି କରାଯାଇଛି। ଏହାର ଅଳ୍ପ ଦୂରରେ ଥିବା ଶିଶିଲୋ ଗ୍ରାମର ଏକ ଗରିବ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ତ୍ରିମୂର୍ତ୍ତିମାନଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ଜୟ ଜଗନ୍ନାଥ !
ସରସ୍ୱତୀଂ ଚ ତାଂ ନୌମି ବାଗଧିଷ୍ଠାତୃଦେବତାମ୍ ।ଦେବତ୍ୱଂ ପ୍ରତିପଦ୍ୟନ୍ତେ ଯଦନୁଗ୍ରହତୋ ଜନାଃ ।।ପାତୁ ନୋ ନିକଷଗ୍ରାବା ମତିହେମ୍ନଃ ସରସ୍ୱତୀ ।ପ୍ରାଜ୍ଞେତରପରିଚ୍ଛେଦଂ ବଚସୈବ କରୋତି ୟା ।।ଶୁକ୍ଳାଂ ବ୍ରହ୍ମବିଚାରସାରପରମାମାଦ୍ୟାଂ ଜଗଦ୍ ବ୍ୟାପିନୀଂବୀଣାପୁସ୍ତକଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍ ।ହସ୍ତେ ସ୍ଫାଟିକମାଳିକାଂ ଚ ଦଧତୀଂ ପଦ୍ମାସନେ ସଂସ୍ଥିତାଂବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ୍ ।।ବୀଣାଧରେ ବିପୁଳମଙ୍ଗଳଦାନଶୀଳେ ଭକ୍ତାର୍ତ୍ତିନାଶିନି ବିରଞ୍ଚିହରୀଶବନ୍ଦ୍ୟେ ।।କୀର୍ତ୍ତିପ୍ରଦେଽଖିଳମନୋରଥଦେ ମହାର୍ହେ ବିଦ୍ୟାପ୍ରଦାୟିନି ସରସ୍ୱତୀ ନୌମି ନିତ୍ୟମ୍ ।।(ଶ୍ରୀସରସ୍ୱତୀସ୍ତୋତ୍ରମ୍ ୪-୭) ବାଗ୍ ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କୁ ମୁଁ ପ୍ରଣାମ ଜଣାଉଛି, ଯାହାଙ୍କ କୃପାବଳରେ ମନୁଷ୍ୟ ଦେବତାରେ ପରିଣତ ହୋଇଯାଏ ।ବୁଦ୍ଧିରୂପୀ ସୁବର୍ଣ୍ଣ ନିମିତ୍ତ କଷଟିପଥର…
ପବମାନଃ ପୁନାତୁ ମା ତ୍ରତ୍ୱେ ଦକ୍ଷାୟ ଜୀବସେ ।ଅଥୋ ଅରିଷ୍ଟତାତୟେ ।। ମନ୍ତ୍ର: ଅଥର୍ବବେଦ-୬/୧୯/୨ ଭାବାର୍ଥ : ହେ ପରମାତ୍ମା ! ମୋ ହୃଦୟରେ ଭକ୍ତିଭାବ ଓ କର୍ମଣ୍ୟତାର ବିକାଶ କରନ୍ତୁ । ମୋତେ ଆରୋଗ୍ୟ ଓ ସୁସ୍ଥ ଜୀବନ ପ୍ରାପ୍ତ ହେଉ । ମୋତେ ସବୁଦିଗରୁ ପବିତ୍ର କରାନ୍ତୁ । ସନ୍ଦେଶ : ମନୁଷ୍ୟକୁ ବାହ୍ୟ ଓ ଆନ୍ତଃ ଉଭୟତଃ ପବିତ୍ର ରହିବା ଦରକାର କାହିଁକି ନାଁ ପବିତ୍ରତା ମଧ୍ୟରେ ହିଁ ପ୍ରସନ୍ନତା ନିହିତ । ପବିତ୍ରତା ମଧ୍ୟରେ ଚିତ୍ତର ପ୍ରସନ୍ନତା, ଶୀତଳତା, ଶାନ୍ତି, ନିଶ୍ଚିନ୍ତତା, ପ୍ରତିଷ୍ଠା,…
ହନୁମାନ ପ୍ରସାଦ ପୋଦ୍ଦାର ଭଗବାନଙ୍କର ବିଭୂତି ଓ ଯୋଗଶକ୍ତି ତଥା ସେସବୁ ଜାଣିବାର ଫଳ — ଶ୍ରୀ ଭଗବାନ କହିଲେ— ହେ ମହାବାହୁ ! ପୁନଃ ତୁମେ ମୋର ଶ୍ରେଷ୍ଠ(ପରମ ରହସ୍ୟ ଓ ପ୍ରଭାବଯୁକ୍ତ) ବଚନ ଶ୍ରବଣ କର, ଯାହା ମୁଁ ତୁମଭଳି ଅତିଶୟ ପ୍ରିୟ ଭକ୍ତଙ୍କ ପାଇଁ ତଥା ତୁମ ହିତ କାମନାରେ କହୁଅଛି ।।୧ ॥ ମୋର ପ୍ରକଟ ଲୀଳାକୁ (ଅଥବା ମୋର ପ୍ରଭାବକୁ) ନାଁ ଦେବତାଗଣ ଜାଣନ୍ତି ନାଁ ମହର୍ଷିଗଣ, କାହିଁକି ନାଁ ମୁଁ…
ଆମ ହିନ୍ଦୁ ଧର୍ମ ନାନା ଶାସ୍ତ୍ରଗ୍ରନ୍ଥର ଗନ୍ତାଘର । ଏହି ଶାସ୍ତ୍ରରାଜିରେ ଭଗବତ୍ ପ୍ରାପ୍ତି ନିମିତ୍ତ ଅନେକ ସାଧନସବୁ ବତାଯାଇଛି, କିନ୍ତୁ ସେଥିରେ ଏଭଳି ଏକ ସରଳ ସାଧନ ରହିଛି, ଯାହାର କାର୍ଯ୍ୟ କାଳରେ ତଥା ଲକ୍ଷ୍ୟ ପୂର୍ତ୍ତିରେ ଆନନ୍ଦ ହିଁ ଆନନ୍ଦ ରହିଛି । ଅନ୍ୟ ସବୁ ସାଧନର କାର୍ଯ୍ୟକାଳରେ ପ୍ରଥମେ କଷ୍ଟ ଅନୁଭୂତ ହୁଏ, ଆଉ ପରିଣାମରେ ସୁଖ, ହେଲେ ଏହି ସାଧନରେ ତ ଉଭୟ ଅବସ୍ଥାରେ ଆନନ୍ଦ ହିଁ ଆନନ୍ଦ ଆଉ ପ୍ରସନ୍ନତା ମିଳିଥାଏ ।…
ମହର୍ଷି ସୁଶ୍ରୁତ ଶଲ୍ୟକର୍ମ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର (Brunt instrument) ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି ।ଯନ୍ତ୍ରଶତମେକୋତ୍ତରମ୍ ;ଅତ୍ର ହସ୍ତମେବ ପ୍ରଧାନତମଂ ଯନ୍ତ୍ରାଣାମବଗଚ୍ଛ ।ଯନ୍ତ୍ର ସଂଖ୍ୟା ୧୦୧ ଅଟେ । ଏଥିମଧ୍ୟରୁ ହସ୍ତକୁ ପ୍ରଧାନ(ସୁ.ଶ୍ରୁ.-୭.୩) ଯନ୍ତ୍ର ଭାବେ ଗ୍ରହଣ କରାଯାଇଛି । କାରଣ ହସ୍ତ ବିନା ଯନ୍ତ୍ରର ପ୍ରୟୋଗ ଅସମ୍ଭବ ଅଟେ । ଯେହେତୁ ଯନ୍ତ୍ରର ପ୍ରୟୋଗ ଏବଂ ଯନ୍ତ୍ରକର୍ମ ହସ୍ତର ଅଧୀନ ଅଟେ ।ସମାହିତାନି ଯନ୍ତ୍ରାଣି ଖରଶ୍ଲକ୍ଷ୍ଣ ମୁଖାନି ଚ ।ସୁଦୃଢାନି ସୁରୂପାଣି ସୁଗ୍ରହାଣି ଚ କାରୟେତ୍ ।ସୁ.ସୂ.୭.୯ଯନ୍ତ୍ର ସମାହିତ ଅର୍ଥାତ୍ ପ୍ରମାଣବନ୍ଧ, ଅଧିକ…
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ ଭାରତୀୟ ବାଙ୍ମୟ ଅନୁସାରେ ପ୍ରାଚୀନ ଗୁରୁକୂଳ ଅଥବା ଋଷି ଆଶ୍ରମରେ ଅନ୍ତେବାସୀ ଶିଷ୍ୟ ଅଥବା ବିଦ୍ୟାର୍ଥୀ ତାଙ୍କର ଅଧ୍ୟୟନ ପୂର୍ଣ୍ଣ କରିନେବାପରେ, ସେମାନଙ୍କୁ ଆଚାର୍ଯ୍ୟ ଅଥବା ଗୁରୁ ଆଦେଶ ଦେଉଥିଲେ, ତାଙ୍କର ଅନୁଶାସନ କରୁଥିଲେ । ତୈତ୍ତିରୀୟ ଅବା ତିତ୍ତିରି ମହର୍ଷିଙ୍କ ଦ୍ୱାରା ପ୍ରସ୍ତୁତ ଉପନିଷତ୍ରେ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ ଏବଂ ପ୍ରବଚନାଦି ଦ୍ୱାରା ବର୍ଚସ୍ୱୀ ଏବଂ ମେଧା ରୂପୀ ଅମୃତରେ ପରିପୂର୍ଣ୍ଣ ଅନ୍ତେବାସୀ ଅଥବା ଶିଷ୍ୟ ନିଜର ବିଦ୍ୟାଧ୍ୟୟନ…