Press "Enter" to skip to content

Posts published by “admin”

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ — ୧

ଡା. ଯଜ୍ଞେଶ୍ୱର ନାଥ, ପ୍ରାଚୀନ ଭାରତରେ ଆୟୁର୍ବେଦ ବିଜ୍ଞାନକୁ ଆଠ ଭାଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ କାୟଚିକିତ୍ସା ଓ ଶଲ୍ୟଚିକିତ୍ସାକୁ ବିଶେଷ ପ୍ରାଧାନ୍ୟତା ଦିଆଯାଇଛି । କାୟଚିକିତ୍ସକଙ୍କୁ ଆତ୍ରେୟ ସମ୍ପ୍ରଦାୟ ଓ ଶଲ୍ୟଚିକିତ୍ସକମାନଙ୍କୁ ଧନ୍ୱନ୍ତର ସମ୍ପ୍ରଦାୟ ବୋଲି କୁହାଯାଏ । ପରବର୍ତ୍ତୀକାଳରେ ଏହି ଦୁଇ ସମ୍ପ୍ରଦାୟର ପ୍ରଧାନ ସଂହିତାକାର ହେଲେ ମହର୍ଷି ଅଗ୍ନିବେଶ ଓ ମହର୍ଷି ସୁଶ୍ରୁତ ଏବଂ ଏମାନଙ୍କ ଦ୍ୱାରା ଲିଖିତ ସଂହିତାକୁ ଅଗ୍ନିବେଶ ସଂହିତା ଓ ବୃଦ୍ଧ ସୁଶ୍ରୁତଙ୍କ ଦ୍ୱାରା ଲିଖିତ ସଂହିତାକୁ ସୁଶ୍ରୁତ ସଂହିତା…

ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ନିର୍ଣ୍ଣୟ

ସ୍ୱାମୀ ଲୋକେସ୍ୱରାନନ୍ଦ ଶାସ୍ତ୍ରରେ ଜଗତକୁ ଅନିତ୍ୟ, ଅସତ, ମିଥ୍ୟା, ସତ୍ୟ, ବ୍ରହ୍ମ ସ୍ୱରୂପ ବୋଲି କୁହାଯାଇଛି ! ଭାଗବତପଦ ଆଦି ଶଙ୍ଗରାଚାର୍ଯ୍ୟ ମହାଭାଗ ତାଙ୍କର ପ୍ରସ୍ଥାନତ୍ରୟୀ ଭାଷ୍ୟରେ ଜଗତ ନିମନ୍ତେ ସମସ୍ତ ବିଶେଷଣ ପ୍ରୟୋଗକରି ଗୋଟିଏ ଗୋଟିଏ ଶବ୍ଦରେ ବ୍ୟାଖ୍ୟା କରିଛନ୍ତି ।ଜଗତ ଅସତ ନିମନ୍ତେ— ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ । (ଗୀତା ୨:୧୬) — ଶରୀର ଉତ୍ପତ୍ତି ପୂର୍ବରୁ ନଥିଲା, କି ମରିବା ପରେ ମଧ୍ୟ ରହିବନାହିଁ ଆଉ ବର୍ତ୍ତମାନରେ ମଧ୍ୟ ଏହାର ପ୍ରତି…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଗୀତୋକ୍ତ ନବମ ଅଧ୍ୟାୟ)

ସୁଶ୍ରୀ ସ୍ନେହ ନନ୍ଦ  ‘‘ଶ୍ରୀମଦ୍ଭଗବଦ୍ ଗୀତା ନବମ ଅଧ୍ୟାୟର ନାମ ରାଜବିଦ୍ୟା-ରାଜଗୁହ୍ୟ ଯୋଗ ଅର୍ଥାତ୍ ଏହି ଅଧ୍ୟାୟରେ ଯେଉଁ ବିଦ୍ୟା ବା ସାଧନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି, ତାହା ଅତି ମହାନ୍ ଓ ଗୁହ୍ୟତମ । ତେବେ ଏଠାରେ ଜାଣିବା ଆବଶ୍ୟକ ଯେ ଏହି ରାଜବିଦ୍ୟା-ପାତଞ୍ଜଳ ଯୋଗଦର୍ଶନର ପ୍ରତିପାଦ୍ୟ ରାଜଯୋଗ ବା ନିର୍ଗୁଣବାଦୀମାନଙ୍କର ପ୍ରତିପାଦ୍ୟ ଗହନ ଜ୍ଞାନଯୋଗ ନୁହେଁ । ଏହି ଅଧ୍ୟାୟର ପ୍ରଥମ କେତୋଟି ଶ୍ଳୋକରେ ଶ୍ରୀଭଗବାନ୍ ଅପୂର୍ବ ଦାର୍ଶନିକ ଭଙ୍ଗୀରେ ସ୍ୱୀୟ ଅପାର ଓ ଦୁର୍ବୋଧ୍ୟ…

ମାଣ୍ଡୂକ୍ୟ ଉପନିଷଦ ବର୍ଣ୍ଣିତ : ‘ଓମ୍’ର ମହିମା ବିବରଣୀ

‘ଓମ୍‌କାର’ର ବାସ୍ତବ ବ୍ୟାଖ୍ୟା ଗୋଟିଏ ଜଙ୍ଗଲରେ ସିଂହୀଟିଏ ରହୁଥିଲା । ତା ପେଟରେ ଛୁଆଟିଏ ଥିଲା । ଅନେକ ଦିନରୁ ତାକୁ କୌଣସି ଶିକାର ମିଳୁନଥିଲା । କ୍ଷୁଧାରେ ଆତୁର ହୋଇ ଶିକାର ଅନୁସନ୍ଧାନରେ ଜଙ୍ଗଲୀ ଛେଳି-ବୋଦାଙ୍କ ଦଳ ନିକଟରେ ଯାଇ ପହଞ୍ଚିଗଲା । ସେ ସେମାନଙ୍କ ଉପରକୁ ଆକ୍ରମଣ କରି ବିଫଳ ହେଲା । ସବୁ ଜନ୍ତୁ ଦଉଡି ପଳାଇଗଲେ । ଠିକ୍ ସେହି ସମୟରେ ତାକୁ ଖୁବ୍‌ ଜୋରରେ ପ୍ରସବ ବେଦନା ହେଲା, ଛୁଆଟିକୁ ଜନ୍ମ ଦେଇ ସେ ମରିଗଲା । ଛେଳି-ବୋଦାମାନେ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ

(ଗୀତା ନବମ ଅଧ୍ୟାୟ) (ଡକ୍ଟର ପଦ୍ମନାଭ ସାହୁ) ଭାରତୀୟ ଗୁରୁମୁଖୀ ବିଦ୍ୟାର ପରମ୍ପରା ହେଉଛି, ଅନୁଗତ ଶିଷ୍ୟକୁ ଧୀରେ ଧୀରେ ତତ୍ତ୍ୱର ଗୁହ୍ୟତମ ପ୍ରଦେଶକୁ ନେଇଯିବା । ସଦଗୁରୁ ଅନ୍ତର୍ଯ୍ୟାମୀ ବାସୁଦେବ ଶ୍ରୀକୃଷ୍ଣଭଗବାନ୍ ଶରଣାପନ୍ନ ଶିଷ୍ୟ, ଅନୁଗତ ପ୍ରିୟତମ ସଖା ଅର୍ଜୁନଙ୍କର ସଦ୍ବୁଦ୍ଧି ଉଦୟ ଓ ମୋହମୁକ୍ତି ନିମନ୍ତେ ଶ୍ରୀମଦ୍ଭଗବଦ୍ଗୀତାର ନବମ ଅଧ୍ୟାୟରେ “ରାଜବିଦ୍ୟା ରାଜଗୁହ୍ୟ ଯୋଗ”ର ଅବତାରଣା କରିଛନ୍ତି । ଅଧ୍ୟାତ୍ମ ବିଦ୍ୟା ହିଁ ରାଜବିଦ୍ୟା । ସେଥିପାଇଁ ଭଗବାନ୍ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟର ବିଭୂତି ଯୋଗରେ କହିଛନ୍ତି,…

ଚରକଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ-୫

ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରୋ. ଯଜ୍ଞେଶ୍ୱର ନାଥଭେଷଜ ଦୁଇ ପ୍ରକାର ଅଟେ । ୧) ସ୍ୱସ୍ଥ ପୁରୁଷର ଉତ୍ତମ ଭାବ ବା ଓଜନକୁ ବୃଦ୍ଧି କରେ । ୨) ରୋଗାକ୍ରାନ୍ତ ବ୍ୟକ୍ତିର ରୋଗକୁ ଦୂରକରେ । ଭେଷଜଦ୍ୱିବିଧଂ ଚ ତତ୍ । ସ୍ୱସ୍ଥସ୍ୟୋର୍ଜସ୍କରଂ କିଞ୍ଚିତ୍ କିଞ୍ଚିଦାର୍ତସ୍ୟ ରୋଗନୃତ୍ । (ଚ.ଚି.-୧-୪)ଯେଉଁ ଔଷଧୀ ସ୍ୱସ୍ଥ ବ୍ୟକ୍ତିର ଉର୍ଜସ୍କର (ଓଜ ବା ପ୍ରଶସ୍ତ ଭାବକୁ ବଝାଏ) ତାହା ପ୍ରାୟ ଦୃଷ୍ୟ (ବାଜିକର) ଓ ରସାୟନ ଅଟେ । ସ୍ୱସ୍ଥସ୍ୟୋର୍ଜସ୍କରଂ ଜତୁ ତଦ୍ ଦୃଷ୍ୟ ତଦ୍ରାୟନମ୍ । (ଚ.ଚି.-୧-୫)ରସାୟନ ଔଷଧୀ ସେବନ…

ତତ୍ତ୍ୱବୋଧ ଓ ପ୍ରଶ୍ନୋତ୍ତର ମଣିରତ୍ନମାଳା

Google+ Twitter Facebook Pinterest କୌଣସି ଏକ ବସ୍ତୁ ସ୍ୱ ସ୍ୱରୂପକୁ ବାଦ୍‌ ଦେଇ କେବେହେଲେ ନିଜର ଅସ୍ତିତ୍ୱ ରକ୍ଷା କରି ନ ପାରେ । ଦୁଃଖରୁ ନିବୃତ୍ତି ହିଁ ପ୍ରତ୍ୟେକଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ଦୁଃଖ ସାଙ୍ଗରେ ବାସ୍ତବିକ ମନୁଷ୍ୟର କୌଣସି ସମ୍ବନ୍ଧ ନାହିଁ । ଦୁଃଖ ମନୁଷ୍ୟର ସ୍ୱଧର୍ମର ବିରୋଧୀ । ଏଥିରୁ ସ୍ପଷ୍ଟ ବୁଝାପଡେ ଯେ, ବସ୍ତୁତଃ ମନୁଷ୍ୟ ସୁଖସ୍ୱରୂପ । ସୁଖସ୍ୱରୂପ ହୋଇ ସୁଦ୍ଧା ଯଦି ମନୁଷ୍ୟ ସର୍ବଦା ସୁଖ ଲାଭ ପାଇଁ ବ୍ୟାକୁଳ ତା’…