Press "Enter" to skip to content

Posts published by “admin”

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ — 2

ଡା. ଯଜ୍ଞେଶ୍ୱର ନାଥ ମୂର୍ଖ ବୈଦ୍ୟ ଦ୍ୱାରା ପ୍ରଯୁକ୍ତ ହୋଇଥିବା ଅମୃତ ସମାନ (ପ୍ରାଣଦାୟକ) ଔଷଧିମାନ ଶସ୍ତ୍ର, ବଜ୍ର ଓ ବିଷ ସମାନ ପ୍ରାଣଘାତକ ହୋଇଯାଏ । ତେଣୁ ମୂର୍ଖ ବୈଦ୍ୟକୁ ପରିତ୍ୟାଗ କରିବ । ସୁ.ସୂ.୩.୫୧ଯେପରି ଦୁଇଚକ୍ର ବିଶିଷ୍ଟରଥ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ସମର୍ଥ ହୋଇଥାଏ । ସେହିପରି ବୁଦ୍ଧିମାନ୍‌ ବୈଦ୍ୟ ଯେକି ଶାସ୍ତ୍ରଜ୍ଞାନ ସମ୍ପନ୍ନ ଓ କ୍ରିୟାକୁଶଳ ସେ ଚିକିତ୍ସା କରିବାରେ ସମର୍ଥ ହୁଏ । ସୁ.ସୂ.୩.୫୩ଯଥା ଖରଶ୍ଚଳନ ଭାରବାହୀଭାରସ୍ୟ ବେତ୍ତା ନତୁ ଚନ୍ଦନସ୍ୟ ।ଏବଂ ହି ଶାସ୍ତ୍ରାଣି…

ରାଜବିଦ୍ୟା ରାଜଗୁହ୍ୟ ଯୋଗ — ସୁଶ୍ରୀ ସ୍ନେହ ନନ୍ଦ

(ଗୀତୋକ୍ତ ନବମ ଅଧ୍ୟାୟ)ଗୀତୋକ୍ତ ଭାଗବତ ସ୍ୱରୂପର ବୈଚିତ୍ର୍ୟ ଏଠାରେ ଭଗବତ୍ ସ୍ୱରୂପସମ୍ପର୍କରେ ଯେଉଁ ବିଚିତ୍ର ବର୍ଣ୍ଣନା ପ୍ରଦତ୍ତ ହୋଇଛି, ତାହା ଆଘାତ ଦୃଷ୍ଟିରେ ପରସ୍ପର ବିରୁଦ୍ଧ । ଏଠାରେ ଥରେ କୁହାଯାଇଛି- ମୋର ସତ୍ତା ସର୍ବବ୍ୟାପକ ଅର୍ଥାତ୍ ଏ ଜଗତରେ ଏପରି କିଛି ନାହିଁ, ଯାହା କି ମୋର ସତ୍ତା ଦ୍ୱାରା ପରିବ୍ୟାପ୍ତ ନୁହେଁ କିମ୍ବା ଯେଉଁଥିରେ କି ମୁଁ ଅବସ୍ଥିତ ନୁହେଁ । ପୁନର୍ବାର କୁହାଯାଇଛି- ମୁଁ ସର୍ବଭୂତରେ ଅବସ୍ଥିତ ହେଲେ ମଧ୍ୟ ଭୂତ ସକଳ ମୋଠାରେ…

ମାଣ୍ଡୂକ୍ୟ ଉପନିଷଦ ବର୍ଣ୍ଣିତ
‘ଓମ୍’ର ମହିମା ବିବରଣୀ

(ପୂର୍ବ ପ୍ରକାଶନ ଉତ୍ତାରୁ)ଉପନିଷତ୍‌ର ପ୍ରଥମ ଋଚାରେ ଉଲ୍ଲେଖ ଅଛି କି ଭୂତ-ବର୍ତ୍ତମାନ-ଭବିଷ୍ୟତ ଆଦି ତିନିକାଳରୁ ଅତୀତ ସୃଷ୍ଟି ନିର୍ମାଣ ପୂର୍ବରୁ ଯେତେବେଳେ କାଳ ଏବଂ ସମୟର ନିର୍ଦ୍ଧାରଣ ହୋଇନଥିଲା, ସେହି କାଳାତୀତ ଅବସ୍ଥାରେ ମଧ୍ୟ ଓଁକାର ଥିଲେ । ସ୍ୱଭାବତଃ ଜିଜ୍ଞାସା ହୋଇଥାଏ କି, ଯଦି କାଳର ଚାରିଗୋଟି ପକ୍ଷ ରହିଛନ୍ତି, ତେବେ ବ୍ରହ୍ମଙ୍କର ମଧ୍ୟ ଚାରି ପକ୍ଷ ରହିବା ଆବଶ୍ୟକ । ମାଣ୍ଡୂକ୍ୟ ଋଷି ପରବର୍ତ୍ତୀ ଋଚାରେ କହିଛନ୍ତି—ଏ ସବୁକିଛି ବ୍ରହ୍ମ ଓଁକାର ଅଟନ୍ତି । ଉକ୍ତ ଆତ୍ମତତ୍ତ୍ୱ-ପରମାତ୍ମା…

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ — ୧

ଡା. ଯଜ୍ଞେଶ୍ୱର ନାଥ, ପ୍ରାଚୀନ ଭାରତରେ ଆୟୁର୍ବେଦ ବିଜ୍ଞାନକୁ ଆଠ ଭାଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ କାୟଚିକିତ୍ସା ଓ ଶଲ୍ୟଚିକିତ୍ସାକୁ ବିଶେଷ ପ୍ରାଧାନ୍ୟତା ଦିଆଯାଇଛି । କାୟଚିକିତ୍ସକଙ୍କୁ ଆତ୍ରେୟ ସମ୍ପ୍ରଦାୟ ଓ ଶଲ୍ୟଚିକିତ୍ସକମାନଙ୍କୁ ଧନ୍ୱନ୍ତର ସମ୍ପ୍ରଦାୟ ବୋଲି କୁହାଯାଏ । ପରବର୍ତ୍ତୀକାଳରେ ଏହି ଦୁଇ ସମ୍ପ୍ରଦାୟର ପ୍ରଧାନ ସଂହିତାକାର ହେଲେ ମହର୍ଷି ଅଗ୍ନିବେଶ ଓ ମହର୍ଷି ସୁଶ୍ରୁତ ଏବଂ ଏମାନଙ୍କ ଦ୍ୱାରା ଲିଖିତ ସଂହିତାକୁ ଅଗ୍ନିବେଶ ସଂହିତା ଓ ବୃଦ୍ଧ ସୁଶ୍ରୁତଙ୍କ ଦ୍ୱାରା ଲିଖିତ ସଂହିତାକୁ ସୁଶ୍ରୁତ ସଂହିତା…

ପ୍ରଶାସନିକ କ୍ଷେତ୍ରରେ ସାଧୁତା ରକ୍ଷା କରିବା ସମ୍ଭବ କି ?

ସ୍ୱାମୀ ଭୂତେଶାନନ୍ଦ ପ୍ରଶ୍ନ–ମହାରାଜ ! ସାଧୁତାକୁ ଉଜ୍ଜୀବିତ ରଖିବା ସହିତ କିପରି ପ୍ରଶାସନିକ କାର୍ଯ୍ୟ କରିବା ସମ୍ଭବ ହୋଇପାରେ ?ମହାରାଜ– ବିଚାର କରି ଦେଖ, ଚିନ୍ତନ କର, ଉତ୍ତର ପାଇଯିବ ।— ନାଁ ମହାରାଜ, ଟିକିଏ ବିସ୍ତାରପୂର୍ବକ ବୁଝାଇଦିଅନ୍ତୁ ।ମହାରାଜ–କହିଲି ତ, ନିଜେ ଚିନ୍ତନ କରି ଆତ୍ମବିଶ୍ଳଷଣ କର ।–ମହାରାଜ, ସ୍ପଷ୍ଟରୂପେ କହୁଅଛି । ପ୍ରଶାସନିକ କାର୍ଯ୍ୟ ନିମନ୍ତେ ରାଜବୁଦ୍ଧିର ଆବଶ୍ୟକତା ରହିଛି । ସାଧୁତା ଏବଂ ରାଜବୁଦ୍ଧି ଏକ ସଙ୍ଗରେ କିପରି ସମ୍ଭବ ?ମହାରାଜ–(ଟିକିଏ ରୁଷ୍ଟ ହୋଇ) ନିଜକୁ କାହିଁକି ରାଜା ମନେକରୁଛ ? ସେବକ ବୋଲି…

ସ୍ତ୍ରୀମାନଙ୍କର ବେଦାଧ୍ୟୟନ ଏବଂ ଯଜ୍ଞୋପବୀତ ଧାରଣ

କରପାତ୍ରୀ ଜୀ ମହାରାଜ ଯତୋ ବା ଇମାନି ଭୂତାନି ଜାୟନ୍ତେ । ଯେନ ଜାତାନି ଜୀବନ୍ତି । ଯତ୍‌ ପ୍ରୟନ୍ତ୍ୟଭିସଂବିଶନ୍ତି । ତଦ୍ୱିଜିଜ୍ଞାସସ୍ୱ । ତଦ୍‌ ବ୍ରହ୍ମେତି ।।— ତୈତ୍ତିରୀୟ ଉପନିଷତ୍‌ ୩-୧-୩ଇମାନି ଭୂତାନି ଯତୋ ଜାୟନ୍ତେ, ଜାତାନି ଯେନ ଜୀବନ୍ତି, ଯଦେବ ଅଭିସଂବିଶନ୍ତି ପ୍ରୟନ୍ତି, ତଦେବ ବ୍ରହ୍ମ, ତଦେବ ବିଜିଜ୍ଞାସସ୍ୱ । ଅର୍ଥାତ୍‌— ସମସ୍ତମ୍‌ ଇଦମ୍‌ ବିଶ୍ୱଂ ଯସ୍ମାଦ୍‌ ଉତ୍‌ପଦ୍ୟତେ, ଯେନୈବ ଜୀବତି, ଯସ୍ମିନ୍ନେବ ଚ ଲୀୟତେ ତଦେବ ବ୍ରହ୍ମ । ଏବଂ ସମସ୍ତସ୍ୟାପି ଜଗତଃ ସୃଷ୍ଟିସ୍ଥିତିଲୟକାରଣଭୂତଂ ତତ୍ତ୍ୱଂ ବେଦାନ୍ତେଷୁ ବ୍ରହ୍ମଶବ୍ଦେନ ଗୀୟତେ । ସକଳସ୍ୟାସ୍ୟ…

ମନ୍ଦିର ଚୂଡାରେ ପତାକାର ମହତ୍ତ୍ୱ

ମନ୍ଦିରରେ ପତାକା ଲଗାଯାଏ କାହିଁକି ଏବଂ ଏହାର କି ମହତ୍ତ୍ୱ ରହିଛି ? ସନାତନ ହିନ୍ଦୁଧର୍ମରେ ଏଭଳି ଗ୍ରହଣ କରାଯାଏ ଯେ, ପତାକା ବିନା (ଧ୍ୱଜା, ପତାକା, ଝଣ୍ଡା) ମନ୍ଦିରରେ ଅସୁର ନିବାସ କରନ୍ତି ଏଥିପାଇଁ ମନ୍ଦିରରେ ସବୁବେଳେ ପତାକା ଲାଗି ରହିଥାଏ । ସନାତନ ଧର୍ମର ଚତୁର୍ପୀଠ ମଧ୍ୟରୁ ଦ୍ୱାରକା ପୀଠ ଭାରତର ଏକମାତ୍ର ଏଭଳି ମନ୍ଦିର ଅଟେ, ଯେଉଁଠାରେ ୫୨ଗଜ ବିଶିଷ୍ଟ ପତାକା ଦିନରେ ତିନିଥର ଲାଗିଥାଏ ।ଏହା ରକ୍ଷା ଧ୍ୱଜା ଅଟେ ଯାହା ମନ୍ଦିର ଏବଂ…

ଧର୍ମ ନିରପେକ୍ଷ ନାଁ ସାପେକ୍ଷ !

ରାଜା ହରିଶ୍ଚନ୍ଦ୍ରଙ୍କୁ ଲୋକମାନେ ପଚାରିଲେ— କୁହନ୍ତୁ ମହାରାଜ ! ଆପଣ ଧର୍ମ ସାପେକ୍ଷ ହେବେ ନାଁ ଧର୍ମ ନିରପେକ୍ଷ ?ଯଦି ଆପଣ ଧର୍ମ-ସାପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହୋଇଯିବେ, ଆପଣଙ୍କ ରାଜକୁମାର ବିକ୍ରି ହୋଇଯିବ, ଆପଣଙ୍କ ରାଜ୍ୟ ଚାଲିଯିବ, ଆପଣ ଡୋମର ଗୋଲାମ ବା ଦାସ ହୋଇଯିବେ ।ଯଦି ଆପଣ ଧର୍ମ-ନିରପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହେବାରୁ ରକ୍ଷା ପାଇଯିବେ, ରାଜକୁମାର ରକ୍ଷା ପାଇଯିବେ, ଆପଣ ଆପଣଙ୍କ ରାଜ୍ୟ ଫେରିପାଇବେ, ଆପଣ ଡୋମର ଦାସ…

ଓମ୍‌କାର ଉପାସନା : ପୂର୍ବ ପ୍ରକାଶନ ଉତ୍ତାରୁ

ପରମାତ୍ମା ଅନ୍ତରରୁ ପ୍ରକାଶିତ ହୋଇଥାନ୍ତି କେବଳ ପାଣି ପାଣି କହି ଚାଲିଲେ ତୃଷା ମେଣ୍ଟେନାହିଁ, କେବଳ ରୁଟି ରୁଟି କହି ଚାଲିଲେ କ୍ଷୁଧା ଦୂର ହୁଏନାହିଁ । ଆଉ ଅଗ୍ନି ଶବ୍ଦର ଉଚ୍ଚାରଣ ଦ୍ୱାରା ମୁଖ ଜଳିଯାଏ ନାହିଁ, କିନ୍ତୁ ଏହି କଥାରେ କେଉଁ ବୁଦ୍ଧିମାନ୍ ନାରାଜ ହେବେ କି ପାଣି ପାଣି ଆଦି ଶବ୍ଦ ସେତେବେଳେ ଉଚ୍ଚାରଣ କରାଯାଏ, ଯେତେବେଳେ ସେହି ବସ୍ତୁ ପାଇଁ ତା ମନରେ ତୀବ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । ଯେ କେହି…