Press "Enter" to skip to content

Posts published by “admin”

ଓମ୍ କାର ଜପ ବିଧି-୨

ବ୍ୟବସାୟ, କୃଷିକାର୍ଯ୍ୟ ଆଦି ପରିଶ୍ରମଜନିତ କାର୍ଯ୍ୟକୁ ଏମାନେ ତୁଚ୍ଛ ଦୃଷ୍ଟିରେ ଦେଖନ୍ତି, ସେହି କାର୍ଯ୍ୟଗୁଡିକୁ କରିବାରେ ନିଜର ସାମର୍ଥ୍ୟକୁ ଠିକ୍ ଭାବେ ବୁଝିପାରନ୍ତି । ବିଦ୍ୟା ଉତ୍ତମରୂପେ ଅଧ୍ୟୟନ କରିନଥିବାରୁ କୌଣସି ଭଲ ଚାକିରି ମଧ୍ୟ କରିପାରନ୍ତି ନାହିଁ, ବଡ କଷ୍ଟକରି ଗୋଡହାତ ଧରି, ସୁପାରିଶ୍ କରିବାପରେ ଯାଇ ଛୋଟମୋଟ ଚାକିରି ଖଣ୍ଡେ ମିଳେ । ଶେଷରେ ଏହି ଛୋଟମୋଟ ଚାକିରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଜୀବିକା ନିର୍ବାହ କରନ୍ତି । ଏମାନଙ୍କ ସଂଖ୍ୟା ବର୍ତ୍ତମାନ…

ସୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—4

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ଚିକିତ୍ସା ଚତୁଷ୍ପାଦ— ସୁଶ୍ରୁତ ରୋଗୀର ସଫଳ ଚିକିତ୍ସା ପାଇଁ ଚାରୋଟି ପାଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି  । ୧) ବୈଦ୍ୟ, ୨) ରୋଗୀ, ୩) ଔଷଧୀ ଏବଂ ୪) ପରିଚାରକ  । ଏହି ଚାରୋଟି ପାଦ ଧାତୁସାମ୍ୟ ବା ଆରୋଗ୍ୟ ରୂପୀ କର୍ମସିଦ୍ଧି ପାଇଁ ଆବଶ୍ୟକ  । ସୁ.ସୂ.୩୪.୧୪ଉପରୋକ୍ତ ଚାରୋଟି ପାଦ ମଧ୍ୟରୁ ବୈଦ୍ୟ ଶ୍ରେଷ୍ଠ ଅଟେ କାରଣ ବୈଦ୍ୟ ବିନା ଅନ୍ୟ ତିନୋଟି ପାଦ ନିରର୍ଥକ  । ଯେପରିକି ଗଭୀର…

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୨

କାମ, କ୍ରୋଧ, ଲୋଭ, ସଙ୍ଗ ଅଧୀରତା ବିଶାଳ,ମନ କା ଅଲଗାୱ, ଭୟ ଭ୍ରମ ବୁରା ହାଲ  ।କୃତ୍ୟ କୀ ନ ସୂଝ, ଅନ୍ଧ ମନ କା ତନାୱ,ସୁମତି ହରେ ୟହ ସବ, ଅନର୍ଥ କା ଫୈଲାୱ   ॥୩  ॥ ଛନ୍ଦାର୍ଥ :— ଏହି ବନ୍ଧନ ସହିତ କାମ, କ୍ରୋଧ, ଲୋଭ ଏବଂ ତାହା ସହିତ ଭାରୀ ମନର ଅଧୀରତା ଜନିତ ଦୋଷ ମଧ୍ୟ ହୋଇଥାଏ  । ଆଉ ପୁନର୍ବାର ଯେଉଁ ସୁଖର ତୃଷ୍ଣାକୁ ପୂରାକରିବା ଦିଗରେ ମନ ସର୍ବଦା ଦୌଡିଥାଏ ସେହି…

ରାଜ ବିଦ୍ୟାରାଜଗୁହ୍ୟଯୋଗ-୨ (ଶ୍ରୀହରିପ୍ରିୟଦାସ ବାବାଜୀ)

ନବମ ଅଧ୍ୟାୟ ହେ ପାର୍ଥ ! କିନ୍ତୁ ରାମ-କୃଷ୍ଣାଦି ମୋଭଳି ନରାକୃତି-ପରବ୍ରହ୍ମ ରୂପରେ ନିଷ୍ଠ କୌଣସି ସତ୍‌ପୁରୁଷଙ୍କର ପ୍ରସଙ୍ଗରେ ଉତ୍ପନ୍ନ ସେହିଭଳି ନିଷ୍ଠା ଦ୍ୱାରା ମୋର ସହସ୍ରଶୀର୍ଷାଦି ଆକାରରେ ମଧ୍ୟ ଅରୁଚିଯୁକ୍ତ ଏବଂ ଅପ୍ରାକୃତତତ୍ତ୍ୱକୁ ଧାରଣ କରିବା ଯୋଗ୍ୟତା କାରଣରୁ ବିସ୍ତୀର୍ଣ୍ଣ ଏବଂ ଅଗାଧ ମନଯୁକ୍ତ ଶୁଦ୍ଧ ମହାତ୍ମା ହୋଇଥାନ୍ତି । ଏଭଳି ମହାତ୍ମା ମନୁଷ୍ୟଗଣ ମୋର ସ୍ୱରୂପଭୂତା ଦୈବୀ ପ୍ରକୃତିର ଆଶ୍ରୟକାରୀ ହୋଇଥାନ୍ତି । ସେ ମୋତେ ସମସ୍ତ ଭୂତଗଣଙ୍କର ଏବଂ ବ୍ରହ୍ମା-ରୁଦ୍ରାଦି ସମସ୍ତ ଦେବତାଙ୍କର ଆଦି କାରଣ…

ସନତ୍ସୁଜାତ ସମ୍ବାଦ-2

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ ମହାଭାରତ ଉଦ୍ୟୋଗପର୍ବ ଅନ୍ତର୍ଗତ ଦ୍ୱିଚତ୍ୱାରିଂଶ ଅଧ୍ୟାୟ ଯେଉଁଥିରେ ସନତ୍‌ ସୁଜାତଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କର ବିବିଧ ପ୍ରଶ୍ନର ଉତ୍ତର—ଆଚାର୍ଯ୍ୟପାଦ ଭଗବାନ୍ ଶଙ୍କରଙ୍କ ଦ୍ୱାରା ଲିଖିତ ଭୂମିକା—ନମଃପୁଂସେ ପୁରାଣାୟ ପୂର୍ଣ୍ଣାନନ୍ଦାୟ ବିଷ୍ଣବେନିରସ୍ତ ନିଖିଳ ହ୍ୟାତ୍ୱେ ତେଜସେ ବିଶ୍ୱହେତବେ   ॥ଓଁ ନମଃ ଆଚାର୍ଯ୍ୟେଭ୍ୟଃ ବ୍ରହ୍ମବିଦ୍ୟା ସମ୍ପ୍ରଦାୟ କର୍ତ୍ତୃଭ୍ୟଃ  ॥ନିଖିଳ ଅଜ୍ଞାନ ଅନ୍ଧକାର ବିନାଶକାରୀ ଜ୍ଞାନଜ୍ୟୋତି ସ୍ୱରୂପ ପୁରାଣପୁରୁଷ, ପୂର୍ଣ୍ଣାନନ୍ଦ ବିଗ୍ରହ, ଜଗତ୍‌କାରଣ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପ୍ରଣାମ କରୁଛି । ବ୍ରହ୍ମବିଦ୍ୟା ସମ୍ପ୍ରଦାୟ ପ୍ରବର୍ତ୍ତକ, ସକଳ ଆଚାର୍ଯ୍ୟଗଣଙ୍କୁ ଭକ୍ତିପୂତ…

ଐତରେୟ ଉପନିଷଦର କାହାଣୀ-2

ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀସୃଷ୍ଟିର ନିର୍ମାତା କିଏ ? ବ୍ରହ୍ମାଣ୍ଡ-ପିଣ୍ଡର ଏହି ବିଶାଳ ସୃଷ୍ଟିରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଆଦି ତତ୍ତ୍ୱସମୂହକୁ ଦେଖି ପ୍ରତ୍ୟେକ ଜିଜ୍ଞାସୁର ମନରେ କୌତୁହଳ ହୋଇଥାଏ—ଏହାର ନିର୍ମାତା କିଏ ? ପୃଥିବୀର ଉଚ୍ଚାଉଚ୍ଚା ପାହାଡ, ଛୋଟଛୋଟ ଘାଇ, ହଜାରହଜାର ମାଇଲ ସୁଦୀର୍ଘ ଜଳଧାରା, ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ରଗଣ, କୋଟିକୋଟି ଭାରର ଅନନ୍ତ ନକ୍ଷତ୍ରମାନଙ୍କର ଆଧାର ଶୂନ୍ୟ ଭ୍ରମଣକୁ ଦେଖି ଏହି ଜିଜ୍ଞାସା ସ୍ୱଭାବତଃ ଜାତ ହୋଇଥାଏ…

ମଳ ମାସ (18/09/2020 ଶୁକ୍ରବାର ଆରମ୍ଭ ହେବ ‘ମଳ ମାସ’)

ଏହାର ମହତ୍ୱ ଓ ଜ୍ୟୋତିଷୀୟ କାରଣ ହିନ୍ଦୁ କ୍ୟାଲେଣ୍ଡରରେ ମଳମାସ ଅବଧାରଣା ଇଂରାଜୀ କ୍ୟାଲେଣ୍ଡରର ‘ଲିପ୍‌ ଇୟର’ ସହ ସମାନ । ପ୍ରତି ୪ ବର୍ଷରେ ଥରେ ୨୯ ଦିନିଆ ହୁଏ ଫେବୃୟାରୀ ମାସ । ଯାହାକୁ ଆମେ ଲିପ୍‌ ଇୟର କହୁ । ଠିକ୍‌ ସେହିପରି ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ୩ ବର୍ଷରେ ମଳମାସ ଆସିଥାଏ । ଯାହାକୁ ଅଧିମାସ ଓ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ । ଚଳିତବର୍ଷ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ମଳମାସ ଆରମ୍ଭ…

ଐତରେୟ ଉପନିଷଦର କାହାଣୀ-୧

ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଐତରେୟ ଉପନିଷତ୍‌ରେ ଏକ କଥନ ରହିଛି, ଯେତେବେଳେ ବ୍ରହ୍ମାଣ୍ଡ ଏବଂ ପିଣ୍ଡ ଦେବତାଙ୍କର ପ୍ରାଦୁର୍ଭୂତ ହେଲା, ବ୍ରହ୍ମାଣ୍ଡରେ ପୃଥିବୀ, ଆପ୍‌, ତେଜ, ବାୟୁ, ଆକାଶର ଉତ୍ପତ୍ତି ହେଲା  । ପିଣ୍ଡରେ ମୁଖ, ଆଖି, କାନ, ନାକ, ତ୍ୱଚା ଆଦି ଉତ୍ପନ୍ନ ହେଲେ  । ତାଙ୍କ ସମ୍ମୁଖରେ ସମସ୍ୟା ଉତ୍ପନ୍ନ ହେଲା କି, କୌଣସି ସାହାରା ବିନା ସେମାନେ କେଉଁଆଡେ ଉଡିବେ, କେଉଁଠାରେ ନିବାସ କରିବେ ? ପୁନଃ ଦ୍ୱନ୍ଦ୍ୱ ବି…

ରାଜ ବିଦ୍ୟାରାଜଗୁହ୍ୟଯୋଗ (ଶ୍ରୀହରିପ୍ରିୟଦାସ ବାବାଜୀ)-1

ପୂର୍ବ ଦୁଇ ଅଧ୍ୟାୟରେ ପ୍ରଧାନୀଭୂତା ଭକ୍ତି ଏବଂ କେବଳାଭକ୍ତିର ମିଶ୍ରିତ ବର୍ଣ୍ଣନା ଉଲ୍ଲେଖ ଅଛି ବରଂ ପରିମାଣ ଦୃଷ୍ଟିରୁ ପ୍ରଧାନୀଭୂତା ଭକ୍ତିର ଅଧିକ ବର୍ଣ୍ଣନା ହୋଇଛି, ହେଲେ ୬.୪୭ରେ ଭଗବାନ୍ ଏହି ପ୍ରତିଜ୍ଞା କରିଥିଲେ କି ମୁଁ ଯୁକ୍ତତମର ବର୍ଣ୍ଣନା କରିବି  । ଯୁକ୍ତତମ ହେବାପାଇଁ ଯେଉଁ ଜ୍ଞାନୀଙ୍କର ଆବଶ୍ୟକତା ରହିଛି, ଏହାର ବର୍ଣ୍ଣନା ତ ହୋଇସାରିଛି, ହେଲେ ଏହାଦ୍ୱାରା କେଉଁଭଳି ଭକ୍ତି କରାଯାଇପାରିବ, ଏହାର ବର୍ଣ୍ଣନା ଅବଶିଷ୍ଟ ରହିଯାଇଛି  । ଯୁକ୍ତତମ ପ୍ରତିଯୋଗୀଙ୍କ ରୂପରେ ଯୁକ୍ତତର ସ୍ଥିତିର…

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—୩

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ମନୁଷ୍ୟ ସୁସ୍ଥ ରହିବାପାଇଁ ମହର୍ଷି ଶୁଶ୍ରୁତ ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟାର ବର୍ଣ୍ଣନା କରିଛନ୍ତି  । ଋତୁ ପରିବର୍ତ୍ତନ ପୃଥିବୀର ବାର୍ଷିକ ଗତି ଓ ଦିନରାତି ପାଇଁ ପୃଥିବୀର ଦୈନିକ ଗତି ହିଁ ଦାୟୀ  । ଶୁଶ୍ରୁତଙ୍କ ମତରେ ଚନ୍ଦ୍ରମା ପୃଥିବୀକୁ ଆର୍ଦ୍ର କରେ ଏବଂ ସୂର୍ଯ୍ୟ ଶୁଷ୍କ କରେ  । ଏହି ଦୁହିଁଙ୍କୁ ଆଶ୍ରୟକରି ବାୟୁ ଜଗତକୁ ପାଳନ କରେ  ।ଶୀତାଂଶୁ କ୍ଳେଦୟତ୍ୟୁର୍ବୀ ବିବଶ୍ୱାନ ଶୋଷୟ ତ୍ୟପି  ।ତାବୁ ଭାବାପି ସଂଶ୍ରିତ୍ୟ ବାୟୁଃ ପାଳୟତି ପ୍ରଜାଃ  ।ସୁ.ସୂ…