Press "Enter" to skip to content

Posts published by “admin”

ପ୍ରାରବ୍ଧ

ଧିରେ ଧୀରେ ଏହି କ୍ରିୟା ନୀତି ଦିନିଆ ହୋଇଗଲା lବ୍ୟକ୍ତି ଜଣଙ୍କୁ ସନ୍ଦେହ ହେଲା l ଆଗେ ତ ଡ଼ାକ ଛାଡିଲେ ସମସ୍ତ ଘରଲୋକ ନ ଶୁଣିବାର ଛଳନା କରୁଥିଲେ, କିନ୍ତୁ ଇଏ କିଏ ? ଡାକିଲା ମାତ୍ରେ ହାଜର । ଏହା ଭାବି ପିଲାଟିର କୋମଳ ହାତକୁ ଧରି ପରିଚୟ ପଚାରିଲେ lତତ୍ କ୍ଷଣାତ ଏକ ଅଲୌକିକ ଆଭା ଅନ୍ଧକାର ଗୃହରେ ପ୍ରତିଫଳିତ ହେଲା l ସମ୍ମୁଖରେ ବାଳକ ରୂପୀ ଭଗବାନ କୃଷ୍ଣ ବଂଶୀ…

ସାଧନାର କେନ୍ଦ୍ର ‘ମନ୍ଦିର’

ଭକ୍ତ ଓ ଭଗବାନ ମଧ୍ୟରେ ସମ୍ପର୍କ ସ୍ଥାପନର ମୁଖ୍ୟ ମାଧ୍ୟମର ଭୂମିକା ଗ୍ରହଣ କରେ ‘ମନ୍ଦିର’  । ସମସ୍ତେ ଜାଣନ୍ତି ଯେ ଭଗବାନ ସବୁଠାରେ ଅଛନ୍ତି  । ତେବେ ମନ୍ଦିରର ଆବଶ୍ୟକତା କଣ ? ଏହାର ଉତ୍ତର ଦେବାକୁ ଯାଇ ଜନୈକ ସନ୍ଥ କହିଥିଲେ—” ପବନ ତ ସବୁସ୍ଥାନରେ ଅଛି, ତେବେ ପଙ୍ଖାର ଆବଶ୍ୟକତା କଣ ?” ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ଜଣେ ସାଧାରଣ ବ୍ୟକ୍ତିର ମନ ଓ ହୃଦୟକୁ ଭଗବଦ ମାର୍ଗରେ କେନ୍ଦ୍ରିତ କରିବା ନିମନ୍ତେ, ମନ୍ଦିର…

ରାଜ ବିଦ୍ୟାରାଜଗୁହ୍ୟଯୋଗ

ନବମ ଅଧ୍ୟାୟ ଦାଦା ଜେ.ପି.ବାସୱାନୀ ଆମର ପରମ ଗୁରୁ ସାଧୁ ବାସୱାନୀ ଏହି ଅଧ୍ୟାୟକୁ ପରମ ରହସ୍ୟ ଯୋଗ ବୋଲି କହୁଥିଲେ ।ଜର୍ମାନ୍‌ର ମହାକବି ଗୋୟଥେଙ୍କ ବିଚାରରେ — ‘‘ଈଶ୍ୱର ଏକ ଅନାଦି ରହସ୍ୟ ଅଟନ୍ତି, ଯିଏ ସର୍ବଦା ଆମ ଚତୁର୍ପାର୍ଶ୍ୱରେ ପ୍ରବାହିତ ହେଉଅଛନ୍ତି ।’’ଏହି ଅଧ୍ୟାୟରେ ଭଗବାନ କୃଷ୍ଣ, ଅର୍ଜ୍ଜୁନଙ୍କୁ ଉକ୍ତ ଶାଶ୍ୱତ ରହସ୍ୟ ସମ୍ବନ୍ଧରେ ଆଲୋଚନା କରିବାପୂର୍ବକ କହିଛନ୍ତି କି, ଏହା ଏକ ସର୍ବାଧିକ ଗୋପନୀୟ ରହସ୍ୟ ଅଟେ । ଏହା ଈଶ୍ୱରଙ୍କର ଦିବ୍ୟ ରହସ୍ୟ ଜ୍ଞାନ…

ସୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—୫

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧ ମହର୍ଷି ସୁଶ୍ରୁତଙ୍କ ମତରେ ବୟଃ(ବୟସ) ତିନି ପ୍ରକାର ଅଟେ— ବାଲ୍ୟ, ମଧ୍ୟ ଓବଂ ବୃଦ୍ଧ । ବାଲ୍ୟାବସ୍ଥା ୧୬ ବର୍ଷରୁ କମ୍, ଏହା ମଧ୍ୟ ତିନି ଭାଗରେ ବିଭକ୍ତ, ୧—କ୍ଷୀରପା, ୨-କ୍ଷୀରାନ୍ନଦା, ୩) ଅନ୍ନଦା । ଏଥି ମଧ୍ୟରୁ ୧ ବର୍ଷ ପର୍ଯ୍ୟନ୍ତ କ୍ଷୀରପା ଅର୍ଥାତ୍ କେବଳ କ୍ଷୀର ପାନ ଉପରେ ଶିଶୁ ନିର୍ଭର କରେ । ୨) ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀରାନ୍ନଦା(ଦୁଗ୍ଧ ଏବଂ ଅନ୍ନ ଉପରେ ନିର୍ଭରଶୀଳ) । ଏହା ପରେ…

ଐତରେୟ ଉପନିଷଦର କାହାଣୀ-୩

ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ ଯେତେବେଳେ ପୁରୁଷଙ୍କର କୌଣସି ଅଙ୍ଗ ଅନ୍ନକୁ ଧରିପାରିଲେ ନାହିଁ, ନା ବାଣୀ ଦ୍ୱାରା ଅନ୍ନକୁ ଡାକିଲେ, ନା ଶ୍ୱାସ-ପ୍ରଶ୍ୱାସର କ୍ରିୟା ଦ୍ୱାରା, ନା ଦେଖିବା ଦ୍ୱାରା, ନା କର୍ଣ୍ଣ ଦ୍ୱାରା ଶ୍ରବଣ କରି, ନା ତ୍ୱଚା ଦ୍ୱାରା ସ୍ପର୍ଶ କରି, ନା ମନ ଦ୍ୱାରା ଇଚ୍ଛା କରି ଅନ୍ନର ପ୍ରାପ୍ତି ସମ୍ଭବ ହେଲା, ସେତେବେଳେ ଅପାନ ବାୟୁ ଅନ୍ନକୁ ଧରିବା ପାଇଁ ଇଚ୍ଛା କଲେ, ଆଉ…

ଉତ୍ଥାନ-ପତନର କାରଣ

ଭଗବାନ୍‌ ଶ୍ରୀକୃଷ୍ଣ ଗୋଲୋକ ଧାମ ଚାଲିଯିବାପରେ ପାଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହ ପୃଥିବୀ ତ୍ୟାଗ କରି ଚାଲିଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେ  । ଅତଃ ରାଜବସ୍ତ୍ର ତ୍ୟାଗକରି ବକ୍କଳ ପରିଧାନକରି ଭାରତ ପରିକ୍ରମାରେ ବାହାରିପଡିଲେ  । ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏବଂ ଦ୍ରୌପଦୀ ନିମ୍ନକୁ ଦୃଷ୍ଟି ରଖି ପରିକ୍ରମା କରିକରି ହରିଦ୍ୱାରରେ ପହଞ୍ଚିଲେ  । ସେଠାରେ ଚାରିଗୋଟି ଶିଙ୍ଗ, ସାତଗୋଟି ହାତ ଆଉ ତିନିପାଦଯୁକ୍ତ ଦେବତା ତାଙ୍କ ମାର୍ଗ ଅବରୋଧ କଲେ  । ପଚାରିବାରୁ କହିଲେ, ଋଣ ପରିଶୋଧ…

ବଂଶର ବାହକ — ଗୁଣସୂତ୍ର

କେବଳ ପୁତ୍ରକୁ ହିଁ ବଂଶର ବାହକ କୁହାଯାଏ  ! ! ଆମର ଧାର୍ମିକ ଗ୍ରନ୍ଥ ଏବଂ ଆମର ସନାତନ ହିନ୍ଦୁ ପରମ୍ପରା ଅନୁସାରେ ପୁତ୍ରକୁ କୁଳପ୍ରଦୀପ ଅଥବା ବଂଶବୃଦ୍ଧି କାରକ ବୋଲି କୁହାଯାଏ  । ଅର୍ଥାତ୍‌ ତାକୁ ଗୋତ୍ରର ବାହକ ବୋଲି କୁହାଯାଏ  ।କଣ ଆପଣ ଜାଣନ୍ତି କି, କେବଳ ପୁତ୍ରକୁ କାହିଁକି ବଂଶର ବାହକ ବୋଲି କୁହାଯାଏ ?ପ୍ରକୃତରେ ଏହାର କାରଣ ହେଉଛି, ପୁରୁଷ ପ୍ରଧାନ ସମାଜ ଅଥବା ପିତୃସତ୍ତାତ୍ମକ ବ୍ୟବସ୍ଥା ନୁହେଂ ବରଂ ଆମର ଜନ୍ମ ନେବାର ପ୍ରକ୍ରିୟା ।ଯଦି…

ମୌନ ଯୋଗ-୨ (ସ୍ୱାମୀ ପରମାନନ୍ଦ- rkm)

ମୌନର ଉଦ୍ଦେଶ୍ୟ ଆମ ମନକୁ ବିଚାରସମୂହରୁ ମୁକ୍ତ ରଖିବା ଏବଂ ଶୂନ୍ୟତା ତଥା ନିଷ୍କ୍ରିୟତାର ସ୍ଥିତିରେ ରହିବା ନୁହେଁ । ଏହାର ବିପରୀତ, ମୌନ ଆମର କାର୍ଯ୍ୟକୁଶଳ ଏବଂ ଏକାଗ୍ର ବିଚାର ନିମନ୍ତେ ଏକ ସୁସ୍ପଷ୍ଟ ତଥ୍ୟ ହୋଇଯାଏ । ମୌନର ଅଭିପ୍ରାୟ ଆମ ଶରୀର, ମନ ଏବଂ ଆମର ସମସ୍ତ କାର୍ଯ୍ୟକ୍ଷମତାର ଏକ ଏଭଳି ସଂଯୋଜନ ଅଟେ ଯାହାଦ୍ୱାରା ଆମେ ପ୍ରତ୍ୟେକ ମୁହୂର୍ତ୍ତ ଏକ ସାମଞ୍ଜସ୍ୟରେ କ୍ରିୟାଶୀଳ ରହୁ । ଏହି ସ୍ଥିତିରେ ଆମର ସମସ୍ତ ଆକାଂକ୍ଷା ଏବଂ…

ଵିଜ୍ଞାନ ଓ ଆଧ୍ୟାତ୍ମିକ ଦର୍ଶନ :

‘ଆକର୍ଷୟତେ ଇତି କୃଷ୍ଣ’—ଅର୍ଥାତ ଯିଏ ସମସ୍ତଙ୍କୁ ଆକର୍ଷଣ କରିପାରେ, ସେ ହିଁ କୃଷ୍ଣ  । କୃଷ୍ଣ ହେଉଛନ୍ତି ଆକର୍ଷଣକାରୀ  । (Science of self-realization,  By Srila prabhupada) କୃଷ୍ଣ ହେଉଛନ୍ତି ବେଦାନ୍ତରେ ବର୍ଣ୍ଣିତ ବ୍ରହ୍ମ । ବର୍ତ୍ତମାନର ପଦାର୍ଥ ବିଜ୍ଞାନ ଯେଉଁ ‘ସିଂଗୁଲାରୀଟି’,’ଥିଓରୀ ଅଫ ଏଭ୍ରିଥିଙ୍ଗ’ ବା ‘ମହାଏକୀକୃତ ତଥ୍ୟ (Grand unified theory)’ର ସନ୍ଧାନ କାର୍ଯ୍ୟ କରିଚାଲିଛି, ସେହି ଵାସ୍ତବ ଓ ପରମ ମୂଳ ସତ୍ତାକୁ ଆମ ଋଷିମୁନିଗଣ ବହୁ ପୂର୍ବରୁ ଆତ୍ମଜ୍ଞାନ ଦ୍ୱାରା ସନ୍ଧାନ…