ଉକ୍ତ ଉପନିଷତ୍ର ପୂର୍ବ ଦୁଇଗୋଟି ଅଧ୍ୟାୟରେ —ବ୍ରହ୍ମାଣ୍ଡରେ ସୃଷ୍ଟିର ଉତ୍ପତ୍ତି ଏବଂ ପିଣ୍ଡରେ ପୁରୁଷଙ୍କର ଜନ୍ମ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି । ଏହି ତୃତୀୟ ବା ଅନ୍ତିମ ଅଧ୍ୟାୟରେ ଋଷି ଜିଜ୍ଞାସା ପ୍ରକଟ କରିଛନ୍ତି କି, ବ୍ରହ୍ମାଣ୍ଡରେ ସୃଷ୍ଟି ଉତ୍ପନ୍ନକାରୀ କିଏ ଅଟନ୍ତି ଆଉ ଏହି ପିଣ୍ଡରେ କିଏ ଜୀବନ ପ୍ରଦାନ କରନ୍ତି ? ସେହି ଆତ୍ମା କିଏ, ଯାହାର ଆମେ ଉପାସନା କରିବା ? ସେହି ଆତ୍ମା କିଏ, ଯାହା ମାଧ୍ୟମରେ ଜୀବ ସଂସାରରେ ରୂପ ଦର୍ଶନ କରିଥାଏ, ଯାହା…
Posts published by “admin”
ମାର୍ଗଶିର ଶୁକ୍ଳ ଷଷ୍ଠୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ…
ଶ୍ରୀଭଗବାନ୍ କହିଲେ, ହେ ଅର୍ଜ୍ଜୁନ ! ମୁଁ ତୁମ ନିକଟରେ ଥରକୁ ଥର ନିଜର ମାହାତ୍ମ୍ୟ କହୁଥିଲେ ହେଁ ତୁମେ ଦୋଷ ବାଛିବା ସ୍ୱଭାବବିଶିଷ୍ଟ ନ ଥିବାରୁ ମୁଁ ତୁମକୁ ଏହି ଗୁହ୍ୟତମ ପରମାତ୍ମା ବିଷୟକ ଜ୍ଞାନକୁ ବିଜ୍ଞାନ ସହିତ ଅର୍ଥାତ୍ ଉପାସନାରୂପ ଅନୁଭବକୁ କହୁଅଛି । ଏହାକୁ ଗୁହ୍ୟତମ ଏଇଥିପାଇଁ କହୁଛି ଯେ ଧର୍ମଜ୍ଞାନ ଗୁହ୍ୟ ଅଟେ । ତାହାଠୁ ଶ୍ରେଷ୍ଠ ଦେହାଦି ବ୍ୟତିରିକ୍ତ ଆତ୍ମା ବିଷୟକ ଜ୍ଞାନ ଗୁହ୍ୟତର, ପୁଣି ତତୋଽଧିକ ଶ୍ରେଷ୍ଠ ପରମାତ୍ମା ବିଷୟକ ଜ୍ଞାନ…
ସପ୍ତମ ଅଧ୍ୟାୟରେ ଜ୍ଞାନ-ବିଜ୍ଞାନର ନିରୂପଣ ଏହା ଦର୍ଶାଇବା ପାଇଁ କରାଯାଇଛି କି, କର୍ମଯୋଗ ଆଚରଣକାରୀ ପୁରୁଷକୁ ପରମେଶ୍ୱରଙ୍କର ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇ ମନର ଶାନ୍ତି ଅଥବା ମୁକ୍ତ ଅବସ୍ଥା କିପରି ପ୍ରାପ୍ତ ହୋଇଥାଏ ? ପୁନଃ ଅକ୍ଷର ଓ ଅବ୍ୟକ୍ତ ପୁରୁଷଙ୍କର ସ୍ୱରୂପ ମଧ୍ୟ ବତାଇ ଦିଆଯାଇଛି ଏବଂ ପୂର୍ବ ଅଧ୍ୟାୟରେ କୁହାଯାଇଛି କି, ଅନ୍ତଃକାଳରେ ମଧ୍ୟ ସେହି ସ୍ୱରୂପକୁ ମନରେ ସ୍ଥିର ରଖିବା ନିମିତ୍ତ ପାତଞ୍ଜଳ ଯୋଗରେ ସମାଧି ଅବସ୍ଥାରେ ସ୍ଥିତ ହୋଇ ଶେଷରେ…
ଆଧ୍ୟାତ୍ମିକ ବ୍ୟାଖ୍ୟା :– କୂଟସ୍ଥ ଦ୍ୱାରା ଅନୁଭବ ହେଉଅଛି—ଏ ସମୟରେ ମୁଁ ତୁମକୁ ଜ୍ଞାନ-ବିଜ୍ଞାନ ସମ୍ବନ୍ଧରେ କହୁଅଛି, ଯାହାକୁ ଜାଣି ଉତ୍ତମ ରୂପେ ସହଜରେ ମଙ୍ଗଳମୟ ମୋକ୍ଷପଦ ଲାଭ କରିପାରିବ ।ଅଷ୍ଟମ ଅଧ୍ୟାୟରେ ସାଧନା ଦ୍ୱାରା କେଉଁଭଳି କ୍ରମମୁକ୍ତି ପ୍ରାପ୍ତ ହୋଇପାରେ, ଏହା ଭଗବାନ୍ କହିଛନ୍ତି । ସପ୍ତମ ଅଧ୍ୟାୟରେ ଅନୁଭବ ସହିତ ଜ୍ଞାନ, ଯାହାକୁ ଜାଣିନେବାପରେ କିଛି ଜାଣିବାପାଇଁ ବାକି ରହେନାହିଁ, ତାହା ସେ ଅର୍ଜ୍ଜୁନଙ୍କୁ କହିଛନ୍ତି । ଭଗବାନ୍ ଅର୍ଜ୍ଜୁନଙ୍କୁ କହିଛନ୍ତି କି, ସେହି ଜ୍ଞାନ ମଧ୍ୟ…
ହେ ଶ୍ରୋତାବୃନ୍ଦ ! ମୋର ସ୍ପଷ୍ଟ ପ୍ରତିଜ୍ଞା ହେଉଛି କି, ଯଦି ଆପଣମାନେ ପୂର୍ଣ୍ଣ ମନୋଯୋଗପୂର୍ବକ ମୋର ପ୍ରବଚନ ଶୁଣିବେ, ତେବେ ନିଶ୍ଚିତ ରୂପେ ଆପଣମାନଙ୍କୁ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହେବ । ହେଲେ ଏକଥା ମୁଁ ଗର୍ବର ସହିତ କହୁନାହିଁ, କାରଣ ଆପଣମାନେ ତ ସବୁକିଛି ଜାଣନ୍ତି, ତଥାପି ମୁଁ ଆପଣମାନଙ୍କ ଭଳି ଶ୍ରୋତାମାନଙ୍କୁ ଅତ୍ୟନ୍ତ ଆତ୍ମୀୟତା ସହିତ ବିନମ୍ର ନିବେଦନ କରୁଅଛି କି, ଆପଣମାନେ ମୋ କଥାକୁ ଧ୍ୟାନ ଦିଅନ୍ତୁ । ଏହାର ମୁଖ୍ୟ…
(ଶୁଦ୍ଧା ଭକ୍ତି ଦ୍ୱାରା ପରମେଶ୍ୱରଙ୍କ ପ୍ରାପ୍ତି ହୁଏ, ଏହା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ଏହି ନବମ ଅଧ୍ୟାୟରେ ତାହାର ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯିବ ।)(ସ୍ୱକୀୟ ପରମେଶ୍ୱର ତତ୍ତ୍ୱ ଭକ୍ତି ଦ୍ୱାରା ହିଁ ସୁଲଭ ହୁଏ, ଅନ୍ୟ ଉପାୟରେ ନୁହେଁ—ଏହା ସପ୍ତମ ଏବଂ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ସ୍ୱୀୟ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଏବଂ ଭକ୍ତିର ଅସାଧାରଣ ପ୍ରଭାବ ବର୍ଣ୍ଣନା କରିବାପାଇଁ) ଶ୍ରୀଭଗବାନ୍ କହିଲେ, ଯାହାଦ୍ୱାରା ବିଶେଷରୂପେ ଭଗବାନ୍ ଅବଗତ ହୋଇଥାନ୍ତି, ତାହା ବିଜ୍ଞାନ ଅର୍ଥାତ୍…
ଉପାସକମାନଙ୍କ ମଧ୍ୟରେ ଭିନ୍ନତା ସହିତ ସମ୍ବନ୍ଧରକ୍ଷା କରୁଥିବା ବିବିଧତାକୁ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଅଧୁନା ଉପାସ୍ୟଦେବତା ପରମ ପୁରୁଷଙ୍କର ମାହାତ୍ମ୍ୟ ଏବଂ ଜ୍ଞାନୀଗଣଙ୍କର ପ୍ରକାରଭେଦ ସ୍ପଷ୍ଟକରି ଭକ୍ତିରୂପା ଉପାସନାର ସ୍ୱରୂପ କୁହାଯାଉଅଛି—ଶ୍ଳୋକ-୧ : ଏହି ଗୁହ୍ୟତମ ଭକ୍ତିରୂପକ ଉପାସନା ନାମ୍ନୀ ଜ୍ଞାନ, ମୁଁ ତୁମଭଳି ଅସୂୟାରହିତ ଭକ୍ତକୁ(ତୁମକୁ) ବିଜ୍ଞାନଯୁକ୍ତ ଉପାସନା ସମ୍ବନ୍ଧୀୟ ଗତିଭେଦ ଜ୍ଞାନ ସହ ବର୍ଣ୍ଣନା କରିବି । ଏପରି କହିବାର ଅଭିପ୍ରାୟ ହେଉଛି କି, ଅନ୍ୟସବୁ ଅପେକ୍ଷା, ସମ୍ପୂର୍ଣ୍ଣ ବିଲକ୍ଷଣ, ଅପରିମିତ ପ୍ରକାରେ ସଂଯୁକ୍ତ…
ଶ୍ରୀମଦ୍ଭଗବଦ୍ ଗୀତା (ନବମ ଅଧ୍ୟାୟ) ଅଷ୍ଟମ ଅଧ୍ୟାୟରେ ସୁଷୁମ୍ନା ନାଡୀ ଦ୍ୱାରା ଅଙ୍ଗସହିତ ଧାରଣାଯୋଗ ବର୍ଣ୍ଣନ କରାଯାଇଛି ଏବଂ ତାହାର ଫଳ ଅଗ୍ନି, ଜ୍ୟୋତି ଆଦି ପ୍ରାପ୍ତି କ୍ରମରେ କାଳାନ୍ତରରେ ବ୍ରହ୍ମ ପ୍ରାପ୍ତିରୂପ ଏବଂ ଅପୁନରାବୃତ୍ତିରୂପ ଭାବରେ ଦେଖାଯାଇଛି ।ସେଠାରେ(ଏଭଳି ଶଙ୍କା ହୋଇଥାଏ କି) କଣ ଏଭଳି ସାଧନ କରିବାରେ ମୋକ୍ଷ ପ୍ରାପ୍ତିରୂପ ଫଳ ମିଳିଥାଏ, ଅନ୍ୟ କୌଣସି ପ୍ରକାରେ ମିଳେନାହିଁ ? ଏହି ଶଙ୍କା ନିବୃତ୍ତି କରିବାର ଇଚ୍ଛାରେ ଭଗବାନ୍ କହୁଛନ୍ତି—ଯେଉଁ ବ୍ରହ୍ମଜ୍ଞାନ ବିଷୟରେ ଆଗକୁ କୁହାଯିବ ଆଉ…
ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ, ଶ୍ରୀକୃଷ୍ଣ ଏୈଶ୍ବର୍ଯ୍ଯ ଲୀଳାର ସ୍ମାରକୀ । ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ବରୂପ ତାଙ୍କର ମ୍ରୁତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ। ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମ୍ରୁତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ । ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର…