Press "Enter" to skip to content

Posts published by “admin”

ମାତୃ ସ୍ତୋତ୍ରମ୍‌

ମାତୃ ସ୍ତୋତ୍ର (ଓଡିଆ ଅନୁବାଦ) — Prof Nilakantha Pati, Ex VC, SJSV-Puri ବହିବା ଠାରୁ ଗର୍ଭରେ ଜ୍ଞାନ ହେବା ପର୍ଯ୍ୟନ୍ତରେପାଳିଥିଲୁ ଜନନୀ ଲୋ ଭୁଲିକି ପାରେ !କୁଶତିଳୋଦକଧରି ଡାକେ ଜ୍ଞାତି ସୋଦରରେପିଣ୍ଡ ଦେବ ଏ ଅଧମ ନିଏ ସାଦରେସେ ଋଣରୁ କର ଉଦ୍ଧାରପିଣ୍ଡ ଦେଉଅଛି ମାତ ତୋର ପୟର ॥୧॥ମୋତେ ଧରି ତୁ ଗର୍ଭରେ ବଡ଼ କରାଇ ସଂସାରେପାଳିଥିଲୁ ବହୁ ଦୁଃଖମାନ ସହିଣଧରି କୁଶ ତିଳୋଦକ ଭାଳେ ଅଜ୍ଞାନବାଳକମନେ ନୋହିଣ ବିମୁଖ ପ୍ରାର୍ଥନା ଘେନସେ ଋଣରୁ…

ସାଧୁ-ଦୃଷ୍ଟି……(୨)

ଦିନଚର୍ଯ୍ୟାର ମହତ୍ତ୍ୱବ୍ରହ୍ମଚାରୀମାନଙ୍କର ଆଶ୍ରମ ରହଣୀ ସମୟର ଏକ ଘଟଣା । ବ୍ରହ୍ମଚର୍ଯ୍ୟ ଜୀବନ ତ ନୀତିନିୟମ ଓ ଶୃଙ୍ଖଳିତ ଆଚରଣ ପୂର୍ଣ୍ଣ ଜୀବନ ଅଟେ । ନୀତିନିଷ୍ଠ ଓ ଦାୟିତ୍ୱ ତଥା ଅଭୀଜ୍ଞ ଗୁରୁଙ୍କ ଅଧୀନରେ ବ୍ରହ୍ନଚର୍ଯ୍ୟବାସ ହୋଇଥାଏ । ସେହି ସମୟରେ ପାଠ ପ୍ରତି ଯେତିକି ଧ୍ୟାନ ଦିଆଯାଏ, ତା’ଠାରୁ ଅଧିକା ଆଚରଣଶୀଳ ଓ ସଂଯମୀ ଜୀବନଯାପନ ପ୍ରତି ଗୁରୁତ୍ୱ ଦିଆଯାଏ ।ଏକଦା ଗୋଟିଏ ଆଶ୍ରମରେ ଜଣେ ନିଷ୍ଠାପର ସନ୍ନ୍ୟାସୀ ଥିଲେ । ବ୍ରହ୍ମଚାରୀମାନଙ୍କର ଅଧ୍ୟାତ୍ମଜୀବନରେ ଅଗ୍ରଗତି ନିମିତ୍ତ ସେ ଅଧିକ…

ସାଧୁଦୃଷ୍ଟି……

ପ୍ରଣାମ ନିବେଦନର ପ୍ରଣାଳୀ ଆଶ୍ରମରେ ନିବାସ କରୁଥିବା ସ୍ୱାମୀଜୀମାନେ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସମାପନାନ୍ତେ ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ କରିବାର ବିଧି ରହିଥାଏ । ପ୍ରତ୍ୟେକ ଆଶ୍ରମବାସୀଙ୍କର ଏହା କର୍ତ୍ତବ୍ୟ ଅଟେ । କିନ୍ତୁ ସେହି ଦର୍ଶନ ମଧ୍ୟରେ ଯେ ଭାବାନୁସାରେ କୃପାପ୍ରାପ୍ତିର ମଧ୍ୟ ସୁଯୋଗ ଥାଏ, ଏହାକୁ ସମସ୍ତେ ଉପଲବ୍ଧି କରିପାରନ୍ତି ନାହିଁ । ଏକଦା ଜଣେ ବୟୋଜ୍ୟେଷ୍ଠ ସାଧୁ ଅପର ଜଣେ ସାଧୁଙ୍କୁ ଗୁରୁ ଦର୍ଶନ ନିମନ୍ତେ ଯାଉଥିବାର ଦେଖି ପଚାରିଲେ— ଶୁଣ, ତୁମେ କେଉଁଆଡେ ଯାଉଛ ? କ’ଣ…

ସ୍ୱାଭାବିକ କାହାକୁ କହିବା ?

ମହାତ୍ମା ଗାନ୍ଧି ଆଜିକାଲି ସ୍ୱାଭାବିକ ଶବ୍ଦର ଦୁରୂପଯୋଗ ହେଉଛି । ଜଣେ ଭାଇ ଲେଖିଛନ୍ତି— ‘ଯେଭଳି ମନୁଷ୍ୟ ପାଇଁ ଖାଇବା-ପିଇବା ସ୍ୱାଭାବିକ, ସେହିଭଳି କ୍ରୋଧ କରିବା ମଧ୍ୟ ସ୍ୱାଭାବିକ ଅଟେ ।’ ଅନ୍ୟ ଜଣେ ଭାଇ ଲେଖିଛନ୍ତି—‘ଯେପରି ଆମପାଇଁ ଶୋଉବା-ବସିବା ସ୍ୱାଭାବିକ ଅଟେ, ସେହିଭଳି ବିଷୟଭୋଗ କରିବା ମଧ୍ୟ ସ୍ୱାଭାବିକ ଅଟେ । ଯଦି ଏହି କଥା ଠିକ୍ ନୁହେଁ, ତେବେ ଈଶ୍ୱର ଆମକୁ କାହିଁକି ବିଷୟ-ବାସନା ଦେଇଛନ୍ତି ? ଦୁଷ୍ଟ ମନୁଷ୍ୟ ପ୍ରତି କ୍ରୋଧ କରିବା ଆଉ ସାଧୁଜନଙ୍କ ପ୍ରତି…

ଭକ୍ତ ଏବଂ ଭଗବତ୍‌କୃପା

ଅନେକ ଲୋକ ଭାବନ୍ତି ଯେ, ଯେତେବେଳେ ଭଗବାନଙ୍କର କୃପା ହୁଏ, ସେତେବେଳେ ଧନ, ଐଶ୍ୱର୍ଯ୍ୟ, ସ୍ତ୍ରୀ-ପୁତ୍ର, ମାନ, କୀର୍ତ୍ତି ଆଉ ଶରୀର ସମ୍ବନ୍ଧୀ ଅନେକାନେକ ଭୋଗ ସ୍ୱତଃ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନଙ୍କ ପାଖରେ ଭୋଗର ପ୍ରାଚୁର୍ଯ୍ୟ ରହିଛି, କେବଳ ସେମାନଙ୍କୁ ହିଁ ଭଗବାନଙ୍କର କୃପା ପ୍ରାପ୍ତ ହୁଏ । ଅଥବା ସେମାନଙ୍କ ଉପରେ ଭଗବାନଙ୍କର କୃପା ବେଶୀମାତ୍ରାରେ ରହିଛି, ଯେଉଁମାନଙ୍କର ବିପତ୍ତି ସବୁକୁ ଭଗବାନ୍‌ ନିଜେ ଦୂର କରିଦିଅନ୍ତି ! ଭଗବତ୍‌ କୃପାର ଏପ୍ରକାର କ୍ଷୁଦ୍ର…

ମୌନ ଯୋଗ

ସ୍ୱାମୀ ପରମାନନ୍ଦ (୨) ମୌନ ଏବଂ ସମ୍ବନ୍ଧ :“ମୌନବ୍ରତ ଧାରଣ କରିବାପୂର୍ବକ ଯେତେବେଳେ ସାଧକ ନିଜ ମନକୁ ଯୋଗ (ଆଧ୍ୟାତ୍ମିକ ସାଧନା)ରେ ସ୍ଥିତ କରିବା ପ୍ରାରମ୍ଭ କରିଥାଏ, ସେତେବେଳେ ସେ ବିବେକ, ଜ୍ଞାନ ଏବଂ ଦୁର୍ଗୁଣସମୂହରୁ ରକ୍ଷା ପାଇବାର ଶକ୍ତି ପ୍ରାପ୍ତ କରିଥାଏ ।” — ମହାଭାରତ ଆମର ଶରୀର ଏବଂ ସ୍ନାୟୁତନ୍ତ୍ର ନିମିତ୍ତ ନିଦ୍ରା ଯେଉଁ କାର୍ଯ୍ୟ କରେ, ସେହି କାର୍ଯ୍ୟ ଆମ ମନ ଏବଂ ଆତ୍ମା ନିମନ୍ତେ ମୌନ କରିଦେଇଥାଏ । ଆମ ଜୀବନର ସମସ୍ତ…

ଓଁ‌କାର ଜପ ବିଧି-୪

ପୂର୍ବସଂଖ୍ୟା ଉତ୍ତାରୁ …ଓମ୍ ଧନୁଶର ଅଟେ, ଆତ୍ମା ତୀର ଅଟେ, ବ୍ରହ୍ମ ତାହାର ଲକ୍ଷ୍ୟ ଅଟନ୍ତି । ଅପ୍ରମତ୍ତ ହୋଇ ତୀରଦ୍ୱାରା ଲକ୍ଷ୍ୟକୁ ଭେଦ କରିବା ଆବଶ୍ୟକ ଏବଂ ତୀର ଲକ୍ଷ୍ୟ ଦିଗରେ ନିକ୍ଷେପିତ ହୋଇ ଯଥାସ୍ଥାନରେ ଅବସ୍ଥାନ କରିବାପୂର୍ବକ ସେହି ରୂପରେ ଲୀନ ହୋଇଯାଏ । ସେହିଭଳି ‘ଓମ୍‌କାର’ ଜପ କରି କରି ବ୍ରହ୍ମଙ୍କଠାରେ ତନ୍ମୟ ହୋଇଯିବା ଆବଶ୍ୟକ-ତଲ୍ଲୀନ ହୋଇଯିବା ଆବଶ୍ୟକ ।ଭଗବାନ୍ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି–ତସ୍ମାଦୋମିତ୍ୟୁଦାହୃତ୍ୟ ଯଜ୍ଞ ଦାନ ତପଃ କ୍ରିୟାଃ ।ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମ ବାଦିନାମ୍ ।୧୭ ।୨୪ବ୍ରହ୍ମବେତ୍ତା…

ଜୀବନର ଉଦ୍ଦେଶ୍ୟ : ଆତ୍ମସାକ୍ଷାତ୍କାର-1

(ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ବିକାନେର, ରାଜସ୍ଥାନରେ ପ୍ରଦତ୍ତ ପ୍ରବଚନର ସଂକଳନ) ଉଜ୍ଜ୍ୱଳ ଦିପ୍ତିମନ୍ତ ଆତ୍ମସ୍ୱରୂପ ! ପରମପିତା ପରମାତ୍ମାଙ୍କର ଦିବ୍ୟ ଅମର ସନ୍ତାନଗଣ !ଅଧ୍ୟକ୍ଷ ମହାଶୟ ବର୍ତ୍ତମାନ ଯାହା କହିଗଲେ ”ବିନୁ ସତସଙ୍ଗ ବିବେକ ନ ହୋଈ । ରାମ କୃପା ବିନୁ ସୁଲଭ ନ ସୋଈ ।।”ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଯଦି ଭଗବାନ କୃପା କରନ୍ତି, ତେବେ ଯାଇ ସତ୍ସଙ୍ଗ ପ୍ରାପ୍ତି ହୋଇଥାଏ, ନଚେତ୍ ଏହା ମିଳେ ନାହିଁ । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ଏଠାରେ ଏକତ୍ରିତ ହୋଇଛନ୍ତି,…

ସମସ୍ତଙ୍କ ପାଇଁ ମାୟା

ସନ୍ଧ୍ୟା ୩ଟା ୪ଟା ସମୟରେ ଘର ଭିତରକୁ ଯାଇ ଦେଖେ ତ ମା’ (ସାରଦାଦେବୀ) ଅଟା ଚକଟୁଛନ୍ତି । ନିଜ କୋଠରୀର ବାରଣ୍ଡାର ଦକ୍ଷିଣ ପଶ୍ଚିମ କୋଣରେ ପୂର୍ବ ଦିଗକୁ ଗୋଡ଼ ଲମ୍ବାଇ ବସିଛନ୍ତି । ପାଖରେ ଛୋଟିଆ ଚୁଲିଟିଏ ଅଛି । ସନ୍ଧ୍ୟା ସମୟରେ ଲୁଚି, ତରକାରୀ ଆଦି ସେହିଠାରେ ପ୍ରସ୍ତୁତ କରାଯାଏ । ମୋତେ ଦେଖି ମା’ ପଚାରିଲେ, “କଣ ଦରକାର ?”ମୁଁ — ତୁମ ସହ କଥା ହେବାର ଅଛି ।ମା — କି କଥା ? ବସ ।ଏହା କହି ସେ ବସିବାପାଇଁ…

ବିଭୂତି ଯୋଗ (୧୦ମ ଅଧ୍ୟାୟ): ଗୀତା-ଜ୍ଞାନ

ସ୍ୱାମୀ ଅପୂର୍ବାନନ୍ଦ ଅଧ୍ୟାୟ ସାରାଂଶ :ଶ୍ରୀଭଗବାନଙ୍କର ସବୁଠାରୁ ବଡ଼ ବିଭୁତି ଏହି ଯେ ସେ ବିଶ୍ୱାନୁଗା ହୋଇ ମଧ୍ୟ ବିଶ୍ୱାତିଗ, ପ୍ରପଞ୍ଚାଭିମାନୀ ହୋଇ ମଧ୍ୟ ପ୍ରପଞ୍ଚାତୀତ । ସେ ସଗୁଣ ପୁଣି ନିର୍ଗୁଣ, ସେ ଏକ ପୁଣି ବହୁତ । ଯାହାକୁ ବେଦରେ “ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ” ଇତ୍ୟାଦି ଏବଂ “ଅଙ୍ଗୁଷ୍ଠମାତ୍ରଃ ପୁରୁଷଃ” କୁହାଯାଇଛି, ତାଙ୍କୁ ହିଁ ପୁଣି କହିଛନ୍ତି—“ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍‌” ଇତ୍ୟାଦି ଏବଂ ତାଙ୍କୁ ହିଁ “ନମସ୍ତେ ଅସ୍ତୁ…