ବ୍ୟବହାର ଦ୍ୱାରା ପରିବର୍ତ୍ତନ ଚୋରି କରିବା ଏକ ଘୃଣ୍ୟ ଓ ଛୋଟ ତଥା ପାପ କାର୍ଯ୍ୟ ରୂପେ ଜାଣିଥିଲେ ମଧ୍ୟ କେତେକ ନିଜ ପ୍ରବୃତ୍ତି କାରଣରୁ ତ କେତେକ ପରିସ୍ଥିତିରେ ପଡି ଚୋରି କାର୍ଯ୍ୟକୁ ବାଛି ନେଇଥାନ୍ତି । ବ୍ୟବସାୟ, ବାଣିଜ୍ୟ ତଥା ଛୋଟମୋଟ ଦୋକାନୀ ମଧ୍ୟ ଏହିଭଳି କାର୍ଯ୍ୟ ପ୍ରତିଦିନ ନଜରରେ ରଖିଥାନ୍ତି । କିନ୍ତୁ ଚୋରକୁ ଗାଳି ଗୁଲଜ ତଥା ଦଣ୍ଡ ଦେବା ପରିବର୍ତ୍ତେ ନେଉଥିବା ବା ଚୋରି ଜିନିଷ କିଣିବା ପାଇଁ କିଛି ସାହାଯ୍ୟ…
Posts published by “admin”
ଶିକ୍ଷା ନିମନ୍ତେ ସମର୍ପଣ :ପୁରାଣ ଯୁଗ କଥାକୁ ଟିକିଏ ମନେପକାଇବା । ଦେବତାମାନେ ଯୁଦ୍ଧରେ ଯେଉଁ ଅସୁରଗଣଙ୍କୁ ମାରିଦେଉଥିଲେ, ସେମାନଙ୍କୁ ଶୁକ୍ରାଚାର୍ଯ୍ୟ ପୁଣିଥରେ ସଞ୍ଜିବନୀ ବିଦ୍ୟାଦ୍ୱାରା ଜୀବିତ କରିଦେଉଥିଲେ । ଏଥିପାଇଁ ଦେବତାମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ଅନେକ ବିଚାରବିମର୍ଶ କରିବାପରେ ଶୁକ୍ରାଚାର୍ଯ୍ୟଙ୍କଠାରୁ ସଞ୍ଜିବନୀ ବିଦ୍ୟା ଶିକ୍ଷା କରିବାର ନିର୍ଣ୍ଣୟ ହେଲା । ହେଲେ ଅସୁରଗଣଙ୍କ ଭିତରେ ରହି ଶିକ୍ଷା କରିବାର ସାହସ କାହାର ବା ଅଛି ! ଶେଷରେ କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଯାଇ ବିଦ୍ୟା ଶିକ୍ଷା…
ସରଳ ଅଭ୍ୟାସ ବିଧିଃ ପ୍ରାତଃକାଳରେ ଶୌଚ ସ୍ନାନ ଆଦି ସାରି ଶୁଦ୍ଧ ଏକାନ୍ତ ସ୍ଥାନରେ ସୁଖପୂର୍ବକ ଆସନ ଉପରେ ବସି ପ୍ରଥମେ ସଂକଳ୍ପ କର ଅର୍ଥାତ୍ ଆଜି ଏହି ସମୟରେ, ଏତିକି ସମୟ ପର୍ଯ୍ୟନ୍ତ, ଏହି କାମନା ନେଇ, ଏହି ମନ୍ତ୍ରର ଜପ କରିବି ।ତାପରେ ଅତି କମ୍ରେ ୧୦ଥର ଦୀର୍ଘ ଶ୍ୱାସ ପ୍ରଶ୍ୱାସ କରନ୍ତୁ । ଅର୍ଥାତ୍ ଥରେ ଶ୍ୱାସକୁ ବହିର୍ଗତ କରି ଅଳ୍ପ ସମୟପର୍ଯ୍ୟନ୍ତ ବାହାରେ ରୋକି ଧୀରେ ଧୀରେ ଭିତରକୁ ନିଅନ୍ତୁ । ଠିକ୍ ସେହିଭଳି…
ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଦ୍ୱାରା ରାଜସ୍ଥାନ, ବିକାନେର ଠାରେ ପ୍ରଦତ୍ତ ପ୍ରବଚନର ସଂକଳନ ଯେଉଁ ପର୍ଯ୍ୟନ୍ତ ଏହି ଶରୀରରୂପୀ ଗୃହରେ ଆମକୁ ନିବାସ କରିବାକୁ ଅଛି, ସେତେବେଳ ପର୍ଯ୍ୟନ୍ତ ସେହି ଘରେ ଆମକୁ ଚୂନ ଦେବାର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ଆମର ଯାହାକିଛି ଉପଚାର କରିବାର ଅଛି, ସେ ସବୁ ଠିକ୍ ଅଛି । ଶରୀର ପାଇଁ ଦାନା ଦେବାର ଅଛି, ପାଣି ଦେବାର ଅଛି, ରୁଟି, କପଡା, ଘର ଦେବାକୁ ଅଛି, ଠିକ୍ ଅଛି…
“ନିଜର ଭାବନା ଏବଂ ବିଶ୍ୱାସକୁ ନିଜଠାରେ ସୀମିତ ରଖ । ଅନ୍ୟମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରନାହିଁ, ନଚେତ୍ ତୁମ ଭାବର ପତନ ହେବ । ଉପାସନା ସମୟରେ ତୁମେ ନିଜକୁ ସେହି ଲୋକମାନଙ୍କ ଠାରୁ ଦୂରରେ ରଖ ଯେଉଁମାନେ ତୁମ ବିଶ୍ୱାସର ନିନ୍ଦା ଏବଂ ଶ୍ରଦ୍ଧାଭକ୍ତି ତଥା ସାଧୁପୁରୁଷମାନଙ୍କର ଉପହାସ କରନ୍ତି ।”—ଶ୍ରୀରାମକୃଷ୍ଣ ପରମହଂସ“ନିଜ ବାଣୀକୁ ମୌନଠାରୁ ଉନ୍ନତ କର ଅବା ମୌନ ରୁହ ।”—ଡୋୟୋନିସିୟସ ଦ ଏଲ୍ଡର“ମୌନ ସମସ୍ତ ରୋଗର ଔଷଧ ଅଟେ । ମୌନ ବୁଦ୍ଧିମାନଙ୍କ ପାଇଁ…
ଏକଦା ଜଣେ ବାଳକ ବିଶ୍ୱର ସମସ୍ତ ଜଡ ଓ ଚେତନ ତତ୍ତ୍ୱର ମୂଳ ଉତ୍ସ ସନ୍ଧାନ କରିବାର ଜିଜ୍ଞାସା କରି ଗୁରୁଙ୍କ ନିକଟକୁ ଗଲେ । ଗୁରୁ ସେହି ବାଳକର ଆଗ୍ରହ ଦେଖି ତାକୁ ଶିଷ୍ୟ ରୂପେ ଗ୍ରହଣ କଲେ । ଶିଷ୍ୟ ମଧ୍ୟ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବା ସହ ନିଷ୍ଠାର ସହ ଗୁରୁ ସେବା କଲେ । ଶିଷ୍ୟର ଭକ୍ତିରେ ପ୍ରୀତ ହୋଇ ଗୁରୁ ସେହି ବାଳକକୁ କହିଲେ, ସମଗ୍ର ସୃଷ୍ଟିର ସାର ତତ୍ତ୍ୱଓଁକାର, ଯାହାର…
ସ୍ୱାମୀ ଶଶାଙ୍କାନନ୍ଦ ବିଜ୍ଞାନର ଅର୍ଥ ହେଉଛି, ଯେକୌଣସି ବିଷୟ ସମ୍ବନ୍ଧରେ ବିଶେଷ ଜ୍ଞାନ ଲାଭ କରିବା । ଯଦି ଆମେ ଇତିହାସ ରଚନାର ପୂର୍ବ କଥା ବିଚାର କରିବା ତେବେ ଆମକୁ ପାଷାଣ ଯୁଗକୁ ଯିବାପାଇଁ ପଡ଼ିବ । ସେ ସମୟରେ ମାନବକୁ ନାଁ ତ ବାହ୍ୟ ପ୍ରକୃତିର ରହସ୍ୟ ସମ୍ବନ୍ଧରେ ଜ୍ଞାତ ଥିଲା ଆଉ ନାଁ ନିଜ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ଥିଲା । ତାକୁ ତ କେବଳ କ୍ଷୁଧା, ନିଦ୍ରା, ଭୟ ଆଉ ମୈଥୁନର ଅନୁଭବ…
ଚିତ୍ରକୂଟର ପବିତ୍ର ସ୍ପର୍ଶ ସାଧୁ ଓ ଭକ୍ତମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଆସିଛି ଯେ, ଯଦି ଜଣେ ଅଧ୍ୟାତ୍ମପିପାସୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନୀ ସହ ସମ୍ପର୍କ ରଖୁଥିବା ପବିତ୍ର ଚିତ୍ରକୂଟ ପର୍ବତକୁ ଯାଇ ନିଜ ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଓ ଉପାସନାରେ ରତ ରହିବେ, ତେବେ ନିଶ୍ଚିତ ଭାବରେ ତାଙ୍କର ମନୋବାଞ୍ଛା ପୂରଣ ହେବ ଏବଂ ସାଧକଙ୍କର ଚିତ୍ତ ଶୁଦ୍ଧି ହେବା ସହିତ ମନ ମଧ୍ୟ ପବିତ୍ର ହେବ ।କାହିଁ କେଉଁ ପ୍ରାଚୀନ କାଳରୁ ବହୁ…
ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି I ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ‘ ଚନ୍ଦ୍ରଭାଗା ତୀର୍ଥ ’ ନାମରେ ପ୍ରସିଦ୍ଧ ହୋଇଛି I ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ I ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା I ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ…
ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ବାନର ଓ ଭଲ୍ଲୁକ ସେନା ଧରି ରାବଣ ନିଧନ କରି ସାରିଥାନ୍ତି । ଭଲ୍ଲୁକ ସେନାର ସେନାପତି ଥାଆନ୍ତି ଜାମ୍ବବାନ । ସେ ଥିଲେ ମହାନ ଯୋଦ୍ଧା । ତାଙ୍କର ଯୁଦ୍ଧ କରିବା ପାଇଁ ପ୍ରବଳ ଅଭିଳାଷ ଥିଲା । କିନ୍ତୁ ରାମ ରାବଣ ଯୁଦ୍ଧରେ ତାଙ୍କ ସନ୍ତୁଷ୍ଟି ଅନୁଯାୟୀ ସେ ଯୁଦ୍ଧ କରି ପାରି ନଥିଲେ । ଶ୍ରୀରାମ ଯୁଦ୍ଧରେ ଜାମ୍ବବାନଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ଜାମ୍ବବାନଙ୍କୁ ସୁଯୋଗ…