Press "Enter" to skip to content

Posts published by “admin”

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୫

(ବେଦାନ୍ତ ବୋଧକ ଛନ୍ଦାବଳୀର ସରଳତମ ଅର୍ଥ ସହ ବ୍ୟାଖ୍ୟା )

ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ ଅଥ ତୃତୀୟ ଉପାୟ ବର୍ଗ ଜବ ତକ ଜନ୍ମୟୋଁ ନ, ଶ୍ରଦ୍ଧା କେ ତୂ ପେଟ,ଜଗ ସେ ପରେ କୀ କୈସେ ଜାନେ ? ହେ କ୍ୟା ?ମନ ଭୋଗୋଁ ମେଁ, ସଦା ରହେ ଜୋ ଲେଟ,ଧର୍ମ ସାଧନ କୋ, ବହ ପଲ ଭୀ ଦେଗା କ୍ୟା ?ଶବ୍ଦାର୍ଥ : ସାଧାରଣ ମାତାଙ୍କ ଗର୍ଭରୁ ଜନ୍ମ ନେଇଥିବା ପ୍ରାଣୀ ଯେପର୍ଯ୍ୟନ୍ତ ଶ୍ରଦ୍ଧା ମାତାଙ୍କ ଗର୍ଭରୁ ଜନ୍ମ ନ ନେଇଛି, ସେପର୍ଯ୍ୟନ୍ତ ତାର ଜଗତରୁ…

ସନତ୍ସୁଜାତ ସମ୍ବାଦ- 6

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ଦ୍ୱିତୀୟ ଅଧ୍ୟାୟ : (ଉଦ୍ୟୋଗ ପର୍ବ —୪୩ତମ ଅଧ୍ୟାୟ) ଅୟଂ ହି ଲୋକୋମାନସ୍ୟ ।୧/୪୧।ଇତ୍ୟାଦି ବାକ୍ୟରେ ଶ୍ରୀମାନ୍‌ ସନତ୍‌ସୁଜାତ କଥିତ ମୌନମାହାତ୍ମ୍ୟ ଶ୍ରବଣକରି ମହାରାଜ ଧୃତରାଷ୍ଟ୍ର ପଚାରୁଛନ୍ତି—ଆହେ ବିଦ୍ୱାନ୍‌ ! ଏହି ବାଙ୍‌ନିବୃତ୍ତି ରୂପ ମୌନ କାହାର ହୋଇଥାଏ ? ଏବଂ ବାଙ୍‌ନିବୃତ୍ତି ଓ ବ୍ରହ୍ମଭାବରୂପ ଦୁଇପ୍ରକାର ମୌନ ମଧ୍ୟରୁ କେଉଁଟି ଯଥାର୍ଥ ମୌନ ଅଟେ ? କୃପାକରି ଏହା ମୋତେ କୁହନ୍ତୁ । ଏହି ସଂସାରରେ କେହି କଣ ବାଙ୍‌ନିରୋଧରୂପ ମୌନାଭ୍ୟାସ ଦ୍ୱାରା…

ନୀଳାଦ୍ରି ମହୋଦୟ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ-6

ତୃତୀୟୋଽଧ୍ୟାୟଃ (ଭାଗ-୨) ସୂତ କହିଲେ— ତାହା ପରେ ରାଜା ! ନାରଦଙ୍କୁ ଆଗୁସାର କରି ପୁରୋହିତଙ୍କ ସହିତ ନୀଳପର୍ବତର ଚୁଡା ଆରୋହଣ କଲେ । ତାପରେ ଅତି ଆନନ୍ଦମନରେ ସମସ୍ତେ କୃଷ୍ଣ ଅଗୁରୁ ବୃକ୍ଷର(କଳ୍ପବୃକ୍ଷ) ମୂଳଦେଇ ପ୍ରବେଶ କଲେ ଯେଉଁଠି ଭୟ ଧ୍ୱଂସକାରୀ ଭଗବାନ୍ ନୃସିଂହ ଅବସ୍ଥାନ କରିଛନ୍ତି । ତାପରେ ହିରଣ୍ୟକଶିପୁ ନାମକ ଅସୁରଙ୍କୁ ବିଦାରଣ କରୁୁଥିବା କୋଟିସୂର୍ଯ୍ୟଙ୍କର ଦୀପ୍ତିରେ ଦୀପ୍ତିମାନ୍ ହୋଇଥିବା ଭୟାବହ ନୃସିଂହଙ୍କର ବିଗ୍ରହ ଦର୍ଶନ କଲେ । ସେ ଚାରିବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ ।…

ଶ୍ରୀମଦ୍‌ଭଗବଦ୍‌ଗୀତା : ବିଭୂତି ଯୋଗ (ସୁଗମାର୍ଥ)

ଶ୍ରୀଭଗବାନ୍ କହିଲେ — ହେ ମହାବାହୁ ଅର୍ଜ୍ଜୁନ ! ତୁମେ ମୋର ଉପଦେଶ ଶୁଣି ଅତ୍ୟନ୍ତ ପ୍ରୀତିଲାଭ କରୁଅଛ । ତେଣୁ ତୁମର ହିତ କାମନା କରି ଆହୁରି ଉତ୍କୃଷ୍ଟ ଉପଦେଶ ବଚନ କହିବି । ତୁମେ ତାହା ଶ୍ରବଣ କର ।ମୁଁ ଅଜନ୍ମା ହେଲେ ସୁଦ୍ଧା ମୋର ଉତ୍ପତ୍ତିକୁ ଅର୍ଥାତ୍ ନାନା ବିଭୂତି ସମ୍ପନ୍ନ ହୋଇ ଲୀଳାରେ ପ୍ରକଟ ହେବା ତତ୍ତ୍ୱକୁ ଦେବତା ଏବଂ ମହର୍ଷି କେହିହେଲେ ଜାଣି ପାରନ୍ତି ନାହିଁ, କାରଣ ମୁଁ ଦେବତା ଏବଂ ମହର୍ଷିମାନଙ୍କର ସର୍ବତୋଭାବେ…

କୃଷ୍ଣଯଜୁର୍ବେଦୀୟ ବ୍ରହ୍ମୋପନିଷତ୍

ଓଁ ସହ ନାବବତୁ । ସହ ନୌ ଭୁନକ୍ତୁ । ସହ ବୀର୍ଯ୍ୟଂ କରବାବହୈ ।ତେଜସ୍ୱିନାବଧୀତମସ୍ତୁ ମା ବିଦ୍ୱିଷାବହୈ ॥ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥ କୃଷ୍ଣଯଜୁର୍ବେଦୀୟ ଉପନିଷଦ୍‌ ତେଇଶିଗୋଟି ମନ୍ତ୍ର ସମ୍ବଳିତ । ଉକ୍ତ ଉପନିଷଦ୍‌ରେ ବ୍ରହ୍ମଙ୍କର ସ୍ୱରୂପ ଏବଂ ତାଙ୍କର ପ୍ରାପ୍ତିର ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିପାଇଁ ଏହି ଉପନିଷଦ୍‌ର ନାମ ବ୍ରହ୍ମୋପନିଷଦ୍‌ ରଖାଯାଇଛି । କିଛିଲୋକ ଏହାକୁ ବ୍ରହ୍ମବିନ୍ଦୁ ଉପନିଷଦ୍‌ ନାମରେ ଅଭିହିତ କରିଛନ୍ତି, ହେଲେ ବିଦ୍ୱାନ୍‌ଗଣଙ୍କ ମତରେ ବ୍ରହ୍ମବିନ୍ଦୁ ଉପନିଷଦ୍‌, କୃଷ୍ଣଯଜୁର୍ବେଦୀୟ ଅମୃତବିନ୍ଦୁ ଉପନିଷଦ୍‌ର ଅନ୍ୟନାମ ଅଟେ ।…

ଯୋଗର ପାତଞ୍ଜଳୀ ଦୃଷ୍ଟି

ମନରୁ ମନୁଷ୍ୟ । ତେଣୁ ସେ ମନନର ଅଧିକାରୀ । ସେହି ମନନର କାରଣ ଯୋଗ । ସେହି ଯୋଗର ସ୍ୱରୂପ କେବଳ ଏଇ ମନୁଷ୍ୟ ହିଁ ବୁଝିବାକୁ ସକ୍ଷମ କାରଣ ପଶୁ ଅବା ଦେବତା କେହିହେଲେ ଯୋଗକୁ ଧାରଣ କରିବା ଅସମ୍ଭବ । ହେଲେ ମନୁଷ୍ୟ ମନର ଯେଉଁ ବିଭିନ୍ନ ଅବସ୍ଥା ଜାତ ହୁଏ, ତାହା ଅନେକ ପ୍ରକାରେ ବ୍ୟକ୍ତ ହୁଏ ପୁଣି କେବେ ଅବ୍ୟକ୍ତ ରହି ତାହା କାର୍ଯ୍ୟକାରୀ ହୁଏ । ମୋଟ ଉପରେ କହିଲେ ଏହି ମନ ସକ୍ରିୟ…

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣ

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣଯେନ ଦେବାଃ ପବିତ୍ରେଣାତ୍ମାନଂ ପୁନତେ ସଦା ।ତେନ ସହସ୍ରଧାରେଣ ପାବମାନୀଃ ପୁନନ୍ତୁ ନଃ ॥ (ସାମବେଦ-୧୩୦୨) ଭାବାର୍ଥ : ମନୁଷ୍ୟ ଜୀବନର ସଫଳତା ଏହି କଥାରେ ନିହିତ କି, ସେ ଆତ୍ମିକ ଓ ମାନସିକ ଦୋଷକୁ ତ୍ୟାଗକରି ନିର୍ମଳ ଓ ପବିତ୍ର ହୋଇଯାଆନ୍ତୁ । ଆତ୍ମା ମଳ, ବିକ୍ଷେପ ଓ ଆବରଣ ରହିତ ହେଉ, ଏହାର ଅନେକ ଉପାୟ ବେଦରେ ବର୍ଣ୍ଣିତ, ଅତଃ ପଠନୀୟ ।ବ୍ୟାଖ୍ୟା : ଏହି ମାନବ ଜୀବନ ଆମକୁ ବହୁ…

ଯୋଗ ନିବେଦନ

ଯତ୍ର ଯତ୍ର ମନୋ ଦେହୀ ଧାରୟେତ୍ ସକଳଂ ଧିୟା ।ସ୍ନେହାଦ୍ ଦ୍ୱେଷାଦ୍ ଭୟାଦ୍ ବାପି ଯାତି ତତ୍ତତ୍ସରୂପତାମ୍ ।।କୀଟଃ ପେଶସ୍କୃତଂ ଧ୍ୟାୟନ୍ କୁଡ୍ୟାଂ ତେନ ପ୍ରବେଶିତଃ ।ଯାତି ତତ୍ସାତ୍ମତାଂ ରାଜନ୍ ପୂର୍ବରୂପମସଂତ୍ୟଜନ୍ ।। ଋକ୍.୧।୯।୨୨-୨୩।।ଯଦି ପ୍ରାଣୀ ସ୍ନେହ, ଦ୍ୱେଷ ଅଥବା ଭୟ କାରଣରୁ ନିଜେ କୌଣସି ବସ୍ତୁରେ ମନୋନିବେଶ କରେ, ତେବେ ତାଙ୍କୁ ସେହି ବସ୍ତୁର ସ୍ୱରୂପ ପ୍ରାପ୍ତ ହୁଏ । ଯେଉଁଭଳି ଭୃଙ୍ଗି(ଭ୍ରମର) ଏକ କୀଟକୁ ନେଇ ନିଜର ରହୁଥିବା ସ୍ଥାନରେ ବନ୍ଦ କରି ରଖିଲେ ମଧ୍ୟ ସେହି କୀଟ ଭୟଭୀତ…

ମୋହ ମୃତ୍ୟୁର କାରଣ

ସେହି ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ବାରମ୍ବାର ନମନ ଯାହାଙ୍କ ଠାରୁ ଏହି ସଂସାରର ସୃଷ୍ଟି ହୋଇଛି, ଯାହାଙ୍କ ଠାରେ ସ୍ଥିତ ରହିଛି ପୁନଃ ଯାହାଙ୍କ ଠାରେ ବିଲୀନ ହୋଇଥାଏ ଆଉ ଯିଏ ନିଜ ପ୍ରକୃତିକୁ ଅଧୀନକରି ମାୟା ଦ୍ୱାରା ଅନେକ ରୂପ ଧାରଣ କରିଥାନ୍ତି ।ବାସ୍ତବରେ ମୃତ୍ୟୁ କୌଣସି ବସ୍ତୁ ନୁହେଁ, ମୋହ(ଅଜ୍ଞାନ-ପ୍ରମାଦ) ହିଁ ମୃତ୍ୟୁ ଅଟେ । ଯେତେବେଳେ ଜୀବ ପରମାତ୍ମାଙ୍କୁ ଭୁଲି ଆତ୍ମଜ୍ଞାନରୁ ବଞ୍ଚିତ ହୋଇଯାଏ, ସେତେବେଳେ ସେ ଭ୍ରମ କାରଣରୁ ଏହି ହାଡ, ମାଂସ, ରକ୍ତ,…

ପାପ ଓ ପୁଣ୍ୟର ଖେଳ ‘ସାପ ଓ ସିଡ଼ି’:

ଭାରତୀୟ ଦର୍ଶନର ବ୍ୟାବହାରିକ ଦୃଷ୍ଟାନ୍ତ ଆମ୍ଭମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ବାଲ୍ୟକାଳରେ ‘ସାପ ଓ ସିଡ଼ି'(snake and ladder) ଖେଳିଥାଉ ଏବଂ ଏହାର ଆନନ୍ଦ ଉପଭୋଗ କରୁ । କିନ୍ତୁ ଏହି ଖେଳ ଠାରୁ ଖେଳ ସୃଷ୍ଟି ପଛରେ ଥିବା ପ୍ରୟୋଜନ ତଥା ତାତ୍ପର୍ଯ୍ୟ ଅଧିକ ଆକର୍ଷଣୀୟ ।ସାପ ଓ ସିଡ଼ି ଖେଳ ହେଉଛି ଭାରତୀୟ ଜୀବନ ଦର୍ଶନର ଖେଳରେ ରୂପାନ୍ତରଣର ଏକ ପ୍ରକ୍ରିୟା । ହିନ୍ଦୁ ତଥା ଜୈନ ଦର୍ଶନକୁ ଏହି ଖେଳ ମାଧ୍ୟମରେ ପ୍ରକାଶ କରାଯାଇଅଛି । ପ୍ରଥମେ…