Last updated on November 4, 2020
ରାଜା ହରିଶ୍ଚନ୍ଦ୍ରଙ୍କୁ ଲୋକମାନେ ପଚାରିଲେ— କୁହନ୍ତୁ ମହାରାଜ ! ଆପଣ ଧର୍ମ ସାପେକ୍ଷ ହେବେ ନାଁ ଧର୍ମ ନିରପେକ୍ଷ ?
ଯଦି ଆପଣ ଧର୍ମ-ସାପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହୋଇଯିବେ, ଆପଣଙ୍କ ରାଜକୁମାର ବିକ୍ରି ହୋଇଯିବ, ଆପଣଙ୍କ ରାଜ୍ୟ ଚାଲିଯିବ, ଆପଣ ଡୋମର ଗୋଲାମ ବା ଦାସ ହୋଇଯିବେ ।
ଯଦି ଆପଣ ଧର୍ମ-ନିରପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହେବାରୁ ରକ୍ଷା ପାଇଯିବେ, ରାଜକୁମାର ରକ୍ଷା ପାଇଯିବେ, ଆପଣ ଆପଣଙ୍କ ରାଜ୍ୟ ଫେରିପାଇବେ, ଆପଣ ଡୋମର ଦାସ ହେବେନାହିଁ ।
କୁହନ୍ତୁ, କଣ ଦରକାର, ଧର୍ମ-ନିରପେକ୍ଷ ନାଁ ଧର୍ମ-ସାପେକ୍ଷ ?
ରାଜା ହରିଶ୍ଚନ୍ଦ୍ର କହିଲେ –”ଆରେ ଭାଇ କଣ କହୁଛ ?
ଅନ୍ନ ବିନା କିଛି ଦିନ ପ୍ରାଣ ରକ୍ଷା ପାଇଯାଇପାରେ, ଆମେ ଅନ୍ନ ନିରପେକ୍ଷ ହୋଇପାରିବା । ଜଳ ବିନା କିଛି ଦିନ କାମ ଚଳିଯିବ, ଆମେ ଜଳ ନିରପେକ୍ଷ ହୋଇପାରିବା ।
ରାଜ୍ୟ ବିନା ମଧ୍ୟ କାମ ଚଳିପାରିବ, ଆମେ ରାଜ୍ୟ ନିରପେକ୍ଷ ମଧ୍ୟ ହୋଇପାରିବା । ହେଲେ ଧର୍ମ ବିନା ଆମେ ଗୋଟିଏ ଦିନ ବି ବଞ୍ଚିପାରିବା ନାହିଁ, ଧର୍ମନିରପେକ୍ଷ ଆମେ କିପରି ହୋଇପାରିବା ?
ରାଜ୍ୟ ଗଲେ ଯାଉ, ରାଣୀ ପଛକେ ବିକ୍ରି ହୁଅନ୍ତୁ, ରାଜକୁମାର ମଧ୍ୟ ବିକ୍ରି ହୋଇଯାନ୍ତୁ, ମୋତେ ଡୋମର ଦାସତ୍ୱ ସ୍ୱୀକାର କରିବାକୁ ପଡୁ, ହେଲେ ମୁଁ ଧର୍ମନିରପେକ୍ଷ ନୁହେଁ, ଧର୍ମସାପେକ୍ଷ ରହିବି ।”
ଆଜିକାଲି ‘ସାପେକ୍ଷ’ ଶବ୍ଦର ଅର୍ଥ ହେଉଛି ପକ୍ଷପାତ ।
କେଉଁ ଭାଷାକୋଶରେ, କେଉଁ ଡିକ୍ସନାରୀରେ ଏଭଳି ଅର୍ଥ ରହିଛି ?
କେହି ବି କହିବାପାଇଁ କଷ୍ଟ କରନ୍ତି ନାହିଁ କି, କେଉଁ ଡିକ୍ସନାରୀରେ ‘ଅପେକ୍ଷା’ ଶବ୍ଦର ଅର୍ଥ ‘ପକ୍ଷପାତ’ ଲେଖାଅଛି !
କୌଣସି ବାବାଜୀ ଯଦି ଅନ୍ନ ଭକ୍ଷଣ କରନ୍ତି ନାହିଁ, ତେବେ ଆପଣ କହିପାରିବେ ଯେ, ବାବାଜୀ ଅନ୍ନ-ନିରପେକ୍ଷ ଅଟନ୍ତି ।
କେହି ବାବା ଯଦି ନଗ୍ନ ଅବସ୍ଥାରେ ରହନ୍ତି, ତେବେ କହିପାରିବା ଯେ, ବାବାଜୀ ବସ୍ତ୍ର-ନିରପେକ୍ଷ ଅଟନ୍ତି ।
ଏପ୍ରକାର ପ୍ରୟୋଜନର ନାମ ହେଉଛି ଅପେକ୍ଷା । ଯାହାକୁ ଯେଉଁ ଜିନିଷର ପ୍ରୟୋଜନ ନାହିଁ, ସେ ତାହାର ନିରପେକ୍ଷ ଅଟେ ।
ତୁମକୁ ଧର୍ମର ପ୍ରୟୋଜନ ନଥିଲେ, ତୁମେ ଧର୍ମ-ନିରପେକ୍ଷ ଅଟ ।
ଏହାର ଅର୍ଥ ତୁମକୁ ଦୀନ, ସଚ୍ଚୋଟ ଆଉ ଧାର୍ମିକ ହେବା ପସନ୍ଦ ଅଟେ ।
ଯଦି ଆମେ ସେ ଦୀନ, ସେ ସଚ୍ଚୋଟ ଆଉ ସେହି ଧାର୍ମିକ ଅଟୁ, ତେବେ ମୋ ମତରେ ଏହା ଗାଳି ଅଟେ ।
କାହାରିକୁ ସେ ଦୀନ, ସେ ସଚ୍ଚୋଟ ଆଉ ସେ ଧାର୍ମିକ ବୋଲି କହିବା ଗାଳି ଦେବାସଙ୍ଗେ ସମାନ ।
ଏହି ଦୃଷ୍ଟିରୁ ହେ ଭାଇ, ଧର୍ମ-ନିରପେକ୍ଷ ହେବା ନାଁ ଧର୍ମ-ସାପେକ୍ଷ ?
ଧର୍ମ-ସାପେକ୍ଷ ହେବା ଉପଯୁକ୍ତ ଅଟେ ।
(ଅଭିନବ ଶଙ୍କର ଯତିଚକ୍ର ଚୂଡାମଣି ପରମପୂଜ୍ୟ ବ୍ରହ୍ମଲୀନ ଧର୍ମସମ୍ରାଟ ସ୍ୱାମୀ ଶ୍ରୀ କରପାତ୍ରୀ ଜୀ ମହାରାଜଙ୍କର ‘ଭାଗବତ ସୁଧା’ ଗ୍ରନ୍ଥରୁ ସଂକଳିତ ।)
Be First to Comment