Last updated on August 13, 2022
ଆମମାନଙ୍କ ଜୀବନ ବାଧାବିଘ୍ନରେ ପୂର୍ଣ୍ଣ । କେତେବେଳେ ଆମେ ବିଭିନ୍ନ ବିରୋଧର ସମ୍ମୁଖୀନ ହେଉ ତ ପୁଣି କେତେବେଳେ ସମସ୍ୟାର ସମ୍ମୁଖୀନ ହେଉ । ଏମିତିକି ଆମେ ଆମ ଦୈନନ୍ଦିନ କର୍ମମାନଙ୍କରେ ଅନେକ ପ୍ରକାର ସଂଘର୍ଷର ସମ୍ମୁଖୀନ ହେଉ । ଏ ସବୁକିଛି ନାନା ଉପାୟରେ ଆମକୁ ଦୁଃଖ ଦିଏ । ଜୀବନ ରହିଛି ଅର୍ଥ ବିଘ୍ନ ବି ରହିଛି । ନିତ୍ୟନୈମିତ୍ତିକ କର୍ମରେ ବି ବିଘ୍ନ ଆସେ, ଯାହା ଆମେ ଅନୁଭବ କରୁ । ସବୁବେଳେ ଏହା ଏକା ପ୍ରକାର ହୋଇନଥାଏ । ସମୟ, ବସ୍ତୁ, ବ୍ୟବହାର କୌଶଳ, ମନୋଭାବ, ନିଜର ତଥା ଅନ୍ୟର ପ୍ରଭାବ ଭିତ୍ତିରେ ଏହା ବିବିଧ ପ୍ରକାର ହୋଇଥାଏ । ଯେମିତିକି ସକାଳୁ ଉଠିଲେ ଆମକୁ ଭୋକଲାଗେ, ଏହି ଭୋକକୁ ଯଦି ଆମେ ଏକ ବାଧା ଭାବରେ ଗ୍ରହଣ କରୁ, ତେବେ ଏହାକୁ ଦୂର କରିବାପାଇଁ ଆମକୁ ଖାଦ୍ୟପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ହୁଏ । ଖାଦ୍ୟପ୍ରସ୍ତୁତି ପାଇଁ ଆମକୁ ପୂର୍ବପ୍ରସ୍ତୁତି ମଧ୍ୟ କରିବାକୁ ହୁଏ, ସେଥିରେ ମଧ୍ୟ ଅନେକ ବାଧାର ସମ୍ମୁଖୀନ ହେବାପାଇଁ ପଡିଥାଏ । ଏହିଭଳି ତୃଷାରୁ ମୁକ୍ତ ହେବାପାଇଁ ପ୍ରୟାସ କରିବାକୁ ହୁଏ । ଯଦି ରୋଗକୁ ଆମେ ଗୋଟିଏ ବାଧା ଭାବରେ ଗ୍ରହଣ କରିବା, ତେବେ ଏଥିରୁ ମୁକ୍ତ ହେବାପାଇଁ ଆମକୁ ବିଭିନ୍ନ ପ୍ରକାର ଔଷଧ ସେବନ ପ୍ରକ୍ରିୟାକୁ ଅବଲମ୍ବନ କରିବାକୁ ହୁଏ ।
ଆମ ଆଖପାଖରେ ରହୁଥିବା ବ୍ୟକ୍ତିବିଶେଷଙ୍କର ଉପସ୍ଥିତି ମଧ୍ୟ ଆମପାଇଁ ଏକପ୍ରକାର ବାଧା ଅଟେ । ବେଳେବେଳେ ସେମାନଙ୍କ ଉପସ୍ଥିତି ପରସ୍ପର ମଧ୍ୟରେ କଳହର ସୂତ୍ରପାତ କରେ, ଫଳତଃ ନିଜର ସମ୍ମାନ, ପ୍ରତିଷ୍ଠା ଏବଂ ଆତ୍ମରକ୍ଷା ନିମନ୍ତେ ଆମେ ଯତ୍ପରୋନାସ୍ତି ପ୍ରୟାସ କରୁ, ଯଦ୍ଦ୍ୱାରା ଆମ ପରିସର ଏକ ରଣକ୍ଷେତ୍ରକୁ ଆହ୍ୱାନ କରେ ।
ବାଧାକୁ ଜୀବନର ଏକ ଅଂଶରୂପେ ଗ୍ରହଣ କରିନେବାକୁ ହେବ । ପୂରା ଜୀବନ ବାଧାବିଘ୍ନର ଗନ୍ତାଘର ଅଟେ । ବିରୋଧ ଭାବ ନଥିଲେ ଜୀବନର ଉନ୍ନତି ସମ୍ଭବ ହୋଇପାରନ୍ତା ନାହିଁ, ତାହା ବସ୍ତୁ ଜନିତ ହେଉ ଅଥବା ବ୍ୟକ୍ତିଜନିତ । ପୃଥିବୀରେ ଯଦି କୌଣସି ପ୍ରକାର ବିରୋଧାଚରଣ ନଥାନ୍ତା, ସମଗ୍ର ସୃଷ୍ଟି କେବଳ ଦୁଗ୍ଧ ଏବଂ ମଧୁରେ ପରିପୂର୍ଣ୍ଣ ହୋଇଥାନ୍ତା ଅର୍ଥାତ୍ ଅମୃତମୟ ହୋଇଥାନ୍ତା, ଜରା-ବ୍ୟାଧି-ମୃତ୍ୟୁ କିଛି ବି ନଥାନ୍ତା, କାହାରିକୁ କ୍ଷୁଧା-ତୃଷା ଜନିତ କଷ୍ଟ ହେଉନଥାନ୍ତା, କେହି ଆମର ବିରୋଧ କରୁନଥାନ୍ତେ, କେହି ଆମ ବିପକ୍ଷରେ ଶବ୍ଦଟିଏ ବି କହୁନଥାନ୍ତେ, ତେବେ ଆମର ଗତିଶୀଳତା ଯେପରି ରୁଦ୍ଧ ପ୍ରାୟ ହୋଇଯାଇଥାନ୍ତା । କିଛି କରିବା ଆବଶ୍ୟକ ହୁଅନ୍ତା ନାହିଁ କି ଆନ୍ଦୋଳନ ଦିଗରେ ପ୍ରୋତ୍ସାହନ ମଧ୍ୟ ମିଳନ୍ତା ନାହିଁ । କହିବାକୁ ଗଲେ, ଜୀବନରୁ କୌଣସି ଶିକ୍ଷା ମିଳନ୍ତା ନାହିଁ କି ନୂତନତ୍ୱର ଆବିର୍ଭାବ ହୁଅନ୍ତା ବି ନାହିଁ ।
ଜୀବନରେ ଆମସମ୍ମୁଖକୁ ଆସୁଥିବା ଏହି ବାଧାବିଘ୍ନ ଆଉ ବିରୋଧର ମାତ୍ରା ଏତେ ଅଧିକ ଯେ, ଏହାକୁ ସମ୍ମୁଖୀନ ହେବା ବଡ କଷ୍ଟକର । ଏ ସମଗ୍ର ସଂସାର ଗୋଟିଏ ଏକୁଟିଆ ବ୍ୟକ୍ତିଙ୍କ ନିମନ୍ତେ ବିଶାଳ ଅଟେ ଆଉ ଏହି ବିଶାଳ ସଂସାର ମଧ୍ୟରେ ଅସଂଗତ, ଅସମବଦ୍ଧ ସମ୍ବନ୍ଧକୁ ଦେଖିଲେ ଏଠାରେ ଏକାଏକା ସଫଳତାପୂର୍ବକ କିଛି ହାସଲ କରିବାର ଆଶା ବହୁତ କମ୍ । କାରଣ ଏକ ଚାମଚ ସାହାଯ୍ୟରେ ଆମେ ବିଶାଳ ସମୁଦ୍ରରୁ ଜଳ ବାହାର କରିପାରିବା ନାହିଁ, ଯଦିଓ ଆମ ପ୍ରୟାସ ପ୍ରଶଂସନୀୟ ତଥାପି ଅସମ୍ଭବ । ଆମେ ଏହାକୁ ଯେତେ ସଚ୍ଚୋଟତାର ସହ କଲେ ମଧ୍ୟ ବ୍ୟର୍ଥ ଶ୍ରମ ବ୍ୟତିରେକ ଅନ୍ୟକିଛି ସମାଧାନରେ ଉପନୀତ ହୋଇପାରିବା ନାହିଁ । ଏହା ଥିଲା ଏକ ସାମାନ୍ୟ ଉଦାହରଣ । ବର୍ତ୍ତମାନ ଆମ ଜୀବନ କ୍ଷେତ୍ରକୁ ଆସିବା । ଆମେ ଏ ସଂସାରରେ ଜନ୍ମ ନେଇଛୁ, କର୍ମ ସଂଲଗ୍ନ ହୋଇଛୁ, ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରୁଛୁ, ଅନ୍ୟମାନଙ୍କ ପ୍ରତି ଉଦାର ଭାବ ତଥା ସଚ୍ଚୋଟ ମନୋଭାବ ପୋଷଣ କରୁଛୁ, ଅନ୍ୟମାନଙ୍କ ସହାୟତା କରିବାକୁ ନିଜକୁ ଯେ କୌଣସି ପରିସ୍ଥିତିରେ ବି ପ୍ରସ୍ତୁତ ରଖୁଛୁ, ତଥାପି ଏ ସବୁ ସତ୍ତ୍ୱେ ଆମେ ଗୋଟିଏ କଥାକୁ ଅସ୍ୱୀକାର କରିପାରିବା ନାହିଁ, ତାହା ହେଉଛି ଭଗବାନଙ୍କ କୃପା । ତାଙ୍କ କୃପା ବିନା ସଫଳତା, ଉଦ୍ୟମ, ନିଷ୍ଠାପରତା ଏସବୁ ନିରର୍ଥକ, ଆଶା କରିବା ବି ବ୍ୟର୍ଥ । ଅତଃ ଯେତେବେଳେ ବି ଆମେ କୌଣସି କ୍ଷେତ୍ରରେ ସଫଳତା ହାସଲ କରୁ ତାହା ନିଶ୍ଚିତରୂପେ ସେହି ଭଗବାନଙ୍କ ଆଶୀର୍ବାଦରୁ ମିଳିଥାଏ, ଏହାକୁ ହୃଦୟରେ ବଳବତ୍ତର କରିନେବାରେ ହିଁ ଆମ ସମସ୍ତଙ୍କର ମଙ୍ଗଳ ।
ସର୍ବଶକ୍ତିମାନଙ୍କ କୃପା ବିନା ସମ୍ଭବ ଯେ ଅସମ୍ଭବରେ ପରିଣତ ହୋଇପାରେ, ଏହା ଆମକୁ ଜାଣିବାକୁ ହେବ । ଅତଃ ଅସମ୍ଭବକୁ ସମ୍ଭବ କରିବାପାଇଁ ବିଘ୍ନବିନାଶକ, ବାଧା ନିବାରକ ଶ୍ରୀଗଣେଶଙ୍କର ପାରମ୍ପରିକ ବାର୍ଷିକ ପୂଜା ଅନୁଷ୍ଠାନ କରାଯାଏ ଯାହା ବିନାୟକ ଚତୁର୍ଥୀ ବା ଗଣେଶ ଚତୁର୍ଥୀ ନାମରେ ବିଦିତ । ଭଗବାନ ଶ୍ରୀଗଣେଶ ଆମକୁ ସର୍ବ ବାଧାରୁ ମୁକ୍ତ କରନ୍ତୁ, ଏଥିପାଇଁ ଆମେ ତାଙ୍କୁ ଏହି ଦିନ ବିଶେଷରୂପେ ଆରାଧନା କରିଥାଉ ।
ପ୍ରକୃତରେ କହିଲେ, ଆମେ ବାଧାକୁ ଭୟ କରୁ । ଏ ସଂସାରରେ ବାଧା ବ୍ୟତିରେକ ଅନ୍ୟ କୌଣସି ଭୟ ନାହିଁ କହିଲେ ଚଳେ । ଏହି ବାଧା ପାଇଁ ଆମେ ଭଗବାନଙ୍କ ନିକଟରେ ଖୁବ୍ କାନ୍ଦୁ, ପ୍ରାର୍ଥନା କରୁ, କୃପାକରି ସେ ଆମ ଜୀବନର ବାଧାସମୂହକୁ ଦୂର କରିଦିଅନ୍ତୁ, ଆମ ଚଲାପଥକୁ କୁସୁମିତ କରନ୍ତୁ । ପ୍ରତିବର୍ଷ ଭାଦ୍ରପଦ ଅଗଷ୍ଟ-ସେପ୍ଟେମ୍ବର ମାସର ଶୁକ୍ଳପକ୍ଷ ଚତୁର୍ଥୀରେ ଆମେ ବିଘ୍ନବିନାଶକ ସର୍ବାଗ୍ରେପୂଜିତ ଶ୍ରୀଗଣେଶଙ୍କର ପୂଜନ କରୁ । ଏଭଳି କୌଣସି ହିନ୍ଦୁ ନାହାଁନ୍ତି ଯିଏ ଗଣପତି ନାମକ ଏହି ରହସ୍ୟମୟୀ ରୂପ ଦ୍ୱାରା କଳ୍ପିତ ଦେବତାଙ୍କର ଉପାସନାର ପୂର୍ବ ମାନ୍ୟତାକୁ ସ୍ୱୀକାର କରୁନଥିବେ । ଯାହାଙ୍କର ନାମ ଋଗ୍ବେଦ ପ୍ରାରମ୍ଭରୁ ବିଦ୍ୟମାନ, ଶାସ୍ତ୍ରରେ ସର୍ବପ୍ରଥମେ ଯେଉଁଠାରେ ମନ୍ତ୍ର ମାଧ୍ୟମରେ ନାମ ଉଚ୍ଚାରିତ ହୁଏ, ‘‘ଗଂ ତବ ଗଣପତିମ୍ ହବାମହେ…’’ ଧର୍ମର ପ୍ରାରମ୍ଭ ଈଶ୍ୱରଙ୍କଠାରେ ଭୟ କାରଣରୁ ହୋଇଥାଏ । ଅତଃ ଧର୍ମ ଈଶ୍ୱରଙ୍କ ପ୍ରତି ସମ୍ମାନ ଅଟେ । ଯେଉଁ ବ୍ୟକ୍ତିଙ୍କର ଈଶ୍ୱରଙ୍କ ପ୍ରତି ଭୟ ନଥାଏ, ତାଙ୍କର କୌଣସି ଧର୍ମ ନାହିଁ କହିଲେ ଚଳେ । ଏହି ଭୟକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ଈଶ୍ୱର ଏବଂ ତାଙ୍କ ଶକ୍ତିର ମହାନତାର ସ୍ୱୀକୃତି । ଶକ୍ତିକୁ ଆମେ ସବୁବେଳେ ଭୟ କରିଥାଉ । ଆମର ଶକ୍ତି ଏକ ମହାସାଗର, ଏକ ସିଂହ, ଏକ ହାତୀଠାରୁ ମଧ୍ୟ ଅଧିକ ଭୟଙ୍କର । ହେଲେ ସମସ୍ତେ ଏହା ଜାଣି ପାରନ୍ତିନାହିଁ ।
ଭଗବାନ ଶିବଙ୍କ ପରିବାର ଏକ ଆଶ୍ଚର୍ଯ୍ୟ କହିଲେ ଚଳେ । ବିଘ୍ନହର୍ତ୍ତା ଗଣେଶ ଭଗବାନ ଶିବଙ୍କ ପୁତ୍ର । ହାତୀର ଶୁଣ୍ଢ, ବିରାଟ ଉଦରଯୁକ୍ତ ଶ୍ରୀଗଣେଶ ସଦ୍ଭାବ ଏବଂ ସୌମ୍ୟ ଭାବଯୁକ୍ତ ଅଟନ୍ତି । ସେ ସମସ୍ତଙ୍କ ପ୍ରତି ଅନୁଗ୍ରହ କରନ୍ତି, ସର୍ବଦା ବରଦାୟକ ମୁଦ୍ରାରେ ବିରାଜମାନ କରନ୍ତି । ସେ ସମସ୍ତଙ୍କ ସ୍ୱାମୀ ଅଟନ୍ତି । ଯୋଗୀମାନଙ୍କର ମହାନ୍ ଗୁରୁ ଅଟନ୍ତି । ସେ ପରମଜ୍ଞାନୀ, ସର୍ବଶକ୍ତିମାନ୍ ଏବଂ ସର୍ବତ୍ୟାଗର ପ୍ରତୀକ ଅଟନ୍ତି ।
ଭଗବାନ କିଏ ? ତାଙ୍କର କି ବିଶେଷତ୍ୱ ରହିଛି ? ଯାହାଙ୍କର ଛଅଗୋଟି ବିଶେଷତ୍ୱ ରହିଛି, ସେ ହିଁ ଭଗବାନ ଅଟନ୍ତି । ‘‘ଐଶ୍ୱର୍ଯ୍ୟସ୍ୟ ସମାଗ୍ରସ୍ୟ ବିରାସ୍ୟ ଯସ୍ୟ ସର୍ବଃ ଜନ୍ନନା-ବୈରାଗ୍ୟୋହ ଚୈବ ଶନ୍ନମ୍ ଭଗା ଇତିରାନା’’—ଏହି ଛଅଗୋଟି ବିଶେଷତ୍ୱକୁ ଭଗ କହନ୍ତି । ଭଗା ରକ୍ଷାକାରୀଙ୍କୁ ଭାଗବାନ କୁହାଯାଏ । ସମସ୍ତ ସମୃଦ୍ଧି, ସମସ୍ତ ଅର୍ଥ, ସମସ୍ତ ଭଣ୍ଡାର, ସମସ୍ତ ପ୍ରସିଦ୍ଧି, ସମସ୍ତ ଭବ୍ୟତା ଐଶ୍ୱର୍ଯ୍ୟ ଅଟେ । ସମ୍ପୂର୍ଣ୍ଣ ଐଶ୍ୱର୍ଯ୍ୟ ଅଟେ । ବିରାଟ ଊର୍ଜା ଏବଂ ବଳ ତଥା ଶକ୍ତି ଅଟେ । ଯଶ ପ୍ରସିଦ୍ଧି ଅଟେ । ଶ୍ରୀ’ ସମୃଦ୍ଧି ଅଟେ । ଜ୍ଞାନ ଏବଂ ବୈରାଗ୍ୟ କ୍ରମଶଃ ଜ୍ଞାନ ଏବଂ ତ୍ୟାଗର ଶିଖର ଅଟେ । ଜ୍ଞାନ ତ ସ୍ୱୟଂ ଶିବଙ୍କ ଠାରୁ ପ୍ରାପ୍ତ । ଶ୍ରୀମଦ୍ଭାଗବତ ମହାପୁରାଣର ଦ୍ୱିତୀୟ ସ୍କନ୍ଧ ପ୍ରାରମ୍ଭରେ ଶ୍ରୀ ଶୁକଦେବ ବିଭିନ୍ନ ଦେବତାମାନଙ୍କ ନାମ ବର୍ଣ୍ଣନା କରିଛନ୍ତି । ଯାହାଙ୍କୁ ବିଭିନ୍ନ ଆବଶ୍ୟକତାର ପୂରଣ ନିମନ୍ତେ ପୂଜା କରାଯାଏ । ‘‘ଜ୍ଞାନମ୍ ମହେଶ୍ୱରଦ୍ୱିକେତ-ସମସ୍ତ ଜ୍ଞାନ ମହାନ୍ ଶିବଙ୍କଠାରୁ ଅପେକ୍ଷିତ ।’’ ତାଙ୍କ ମତରେ ଶିବଙ୍କ ସାଗର ଅତୁଳନୀୟ ଅଟେ, ଏହାର କିଛି ଅଂଶ ବୃହସ୍ପତିଙ୍କ ଦ୍ୱାରା ଏକ ପାତ୍ରରେ ସମାହିତ ଏବଂ ଏହାର ଏକ ଚାମଚ ପାଣିନିଙ୍କ ଦ୍ୱାରା ଗୃହୀତ । ଅତଃ ପାଣିନି ଏହାକୁ ଗ୍ରହଣ କରି ସଂସ୍କୃତ ବ୍ୟାକରଣର ପ୍ରବର୍ତ୍ତକ ହୋଇପାରିଥିଲେ ।
ପାଣିନି ତକ୍ଷଶିଳାରେ ରହି ଅଧ୍ୟୟନ କରୁଥିଲେ । ଗୁରୁଙ୍କ ନିକଟରେ ଅଧ୍ୟୟନରତ ଛାତ୍ରମାନଙ୍କ ମଧ୍ୟରୁ ସେ ଜଣେ । ଅନ୍ୟ ଛାତ୍ରମାନେ ବୁଦ୍ଧିମାନ୍ ଥିଲେ କିନ୍ତୁ ପାଣିନି ବୋକା ଥିଲେ ଫଳରେ ସହକର୍ମୀମାନେ ତାଙ୍କୁ ଉପହାସ କରୁଥିଲେ । ସାଥୀମାନଙ୍କର ଏ ପ୍ରକାର ଉପହାସ ସେ ସହ୍ୟ ନ କରିପାରି ଦୁଃଖରେ ଅସ୍ଥିର ହୋଇ ଜଙ୍ଗଲ ମଧ୍ୟକୁ ଯାଇ ଭଗବାନ ଶିବଙ୍କ ଆରାଧନା କରିବାରେ ଲାଗିଲେ । ସେ ପ୍ରାର୍ଥନା କଲେ, ‘‘ହେ ଭଗବାନ ! ମୋତେ ଜ୍ଞାନ ସହ ଆଶୀର୍ବାଦ ପ୍ରଦାନ କରନ୍ତୁ ।’’ କୁହାଯାଏ ଯେ, ଭଗବାନ ଶିବ ତାଙ୍କ ସମ୍ମୁଖରେ ପ୍ରକଟ ହୋଇ ନୃତ୍ୟ କରିଥିଲେ ଏବଂ ତାଙ୍କ ଚତୁର୍ପାର୍ଶ୍ୱରେ ପରିକ୍ରମା କରି ଚଉଦଗୋଟି ଧ୍ୱନି ଉତ୍ପନ୍ନ କରିଥିଲେ, ଯଥା: ‘‘୧. ଅୟୁଂ, ୨. ରାଲ୍ର, ୩. ଆଉଙ୍ଗ, ୪. ଅଉ ଅଛ, ୫. ହା । ବା ଚୁହା, ୬. ଲଂ, ୭. ନ ମା ଗ୍ନା ନ ନାମ, ୮. ଝା ଭଂଜ, ୯. ଘ ଧ ଧଶ, ୧୦. ଜ ବା ଗା ଦା ଦାସ, ୧୧. ଖ ଫ ଛ ତ ତ ଚ ଚ ତବ, ୧୨. କା ପେ, ୧୩. ସା ଶା ସର, ଏବଂ ୧୪. ହାଲ । ଯାହାସବୁ ସଂସ୍କୃତ ବ୍ୟାକରଣର ସାର ଅଟେ । ଏହି ଧ୍ୱନି ସମୂହ ଅର୍ଥହୀନ, ଯେପରିକି ତାହା ଆମର ପ୍ରତୀତ ହେଉଛି, ସଂସ୍କୃତ ବ୍ୟାକରଣ ଏବଂ ସଂସ୍କୃତ ସାହିତ୍ୟର ମୂଳ ଅଟେ । ଏଥିରୁ ଜଣାଯାଉଛି ଯେ, ଭଗବାନ ଆମମାନଙ୍କୁ କୌଣସି ପୁସ୍ତକ ବିନା, ସାମାନ୍ୟ ଶିକ୍ଷାର ମାଧ୍ୟମ ବିନା ଏକ ବିଚାର, ଏକ ଧ୍ୱନି, ଏକ ନଜର, ଏକ ସ୍ପର୍ଶ ଅବା ଏକ ସୌମ୍ୟ ଇଂଗିତ ଦ୍ୱାରା ଶିଖାଇପାରନ୍ତି ।
ଏଭଳି ଶିକ୍ଷକଙ୍କ ପୁତ୍ର ହେଉଛନ୍ତି ଶ୍ରୀ ଗଣେଶ । ଆମ ନିକଟରେ ଆମ ଦେବତାମାନଙ୍କ ବିଷୟରେ ଅସୀମ କାହାଣୀ ରହିଛି, ଯାହା ମଧ୍ୟରୁ କିଛି ଆଂଶିକ ହାସ୍ୟଯୁକ୍ତ ଏବଂ ଆଉକିଛି ଅତ୍ୟନ୍ତ ଭାବଗର୍ଭକ । ସମସ୍ତେ ଜାଣନ୍ତି ଯେ, ଭଗବାନ ଗଣପତି ବ୍ରହ୍ମଚାରୀ, ସେ ଆଦୌ ବିବାହ କରିନାହାଁନ୍ତି, କିନ୍ତୁ ଉତ୍ତର ଭାରତରେ ପ୍ରବାଦ ରହିଛି କି, ତାଙ୍କ ନିକଟରେ ସିଦ୍ଧି ଏବଂ ବୁଦ୍ଧି ବିଦ୍ୟମାନ ଅଛନ୍ତି, ତାଙ୍କ ପଛରେ ଦୁଇଗୋଟି ସଂଘ ମଧ୍ୟ ରହିଛି । ତାଙ୍କର ବିବାହ ମଧ୍ୟ ହାସ୍ୟପୂର୍ଣ୍ଣ ଅଟେ । ବିବାହ ନିମନ୍ତେ ବରଯାତ୍ରୀ କୈଳାସ ପର୍ବତରୁ ବଧୂର ମହଲ ପର୍ଯ୍ୟନ୍ତ ବଡ ଧୁମ୍ଧାମ୍ରେ ଯାଉଥାନ୍ତି, ଆମମାନଙ୍କୁ ଜଣାନଥିଲା ଯେ, ସେହି ଚିନ୍ତନଶୀଳ ବଧୂ ଜଣକ କିଏ ? ଆମେ କେବଳ ଏତିକି ଜାଣୁ ଯେ, ବର ବରଯାତ୍ରୀ ସହ ଥିଲେ । ଅଧିକ ଭୋଜନ କରିଥିବା କାରଣରୁ ତାଙ୍କ ପେଟ ରାସ୍ତାରେ ଫାଟି ଗଲା, ଏଥିପାଇଁ ସେ ଏକ ସାପକୁ ନେଇ ତାଙ୍କ ପେଟରେ ଗୁଡାଇଦେଲେ, ଯାହାଙ୍କୁ ସୁବ୍ରହ୍ମଣ୍ୟ ବୋଲି ଜଣାଯାଏ, ତାପରେ ପୁଣିଥରେ ଭୋଜନ କରିବାକୁ ଲାଗିଲେ । ଚନ୍ଦ୍ରମା ଏହି ଦୃଶ୍ୟକୁ ଦେଖି ହସିହସି କହିଲେ, “ଏ ଲୋକକୁ ଦେଖ ଯିଏ ନିଜ ବିବାହ ନିମନ୍ତେ ଯାତ୍ରା କରୁଛି ! ତାର ପେଟ ଫାଟି ଯାଇଛି ଆଉ ସେ ପେଟରେ ସାପକୁ ଗୁଡାଉଅଛି । ଏହା ଶୁକ୍ଳପକ୍ଷର ଚତୁର୍ଥୀ ଦିନ ଘଟିଥିଲା । ଚନ୍ଦ୍ରମାସର ଅଧା ଭାଗ, ଭାଦ୍ରପଦ (ଅଗଷ୍ଟ-ସେପ୍ଟେମ୍ବର) । ଗଣପତି କ୍ରୋଧିତ ହୋଇଗଲେ । ସେ ଚନ୍ଦ୍ରମାକୁ ଅଭିଶାପ ଦେଇଦେଲେ, ‘‘ତୁମେ ମୋ ବିଷୟରେ ଏଭଳି କଥା କହୁଛ । ତୁମେ ମୋର ଅପମାନ କରିଛ । ଅତଃ, ଯିଏ ବି ତୁମକୁ ଏହି ଦିନ ଦେଖିବ, ତାର ମଧ୍ୟ ଅପମାନ କରାଯିବ ।’’ ଏଥିପାଇଁ ଲୋକମାନେ ଏହି ଦିନ ଚନ୍ଦ୍ରମାଙ୍କୁ ଦେଖି ଭୟଭୀତ ହୋଇଥାନ୍ତି । ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଯିଏ ବି ଚନ୍ଦ୍ର ଦର୍ଶନ କରିବେ ତାଙ୍କୁ ଅନ୍ୟର କଟୂବାକ୍ୟ ଶୁଣିବାପାଇଁ ପଡିବ । ତାଙ୍କର ଅନିଷ୍ଟ ହେବ, ସେ ଲାଞ୍ଛିତ ହେବେ । ଆପଣ କିଛି କରିନଥିବେ ତଥାପି କୌଣସି ବ୍ୟକ୍ତି ଆପଣଙ୍କ ବିରୁଦ୍ଧରେ ଖରାପ କଥା କହିବେ । ଏହା ଚନ୍ଦ୍ରଙ୍କ ଦର୍ଶନ ଯୋଗୁଁ ହୋଇଥାଏ । ଯାହା ବି ହେଉ, ଗଣେଶଙ୍କ ଠାରୁ ଅଭିଶାପ ପାଇବାପରେ ଚନ୍ଦ୍ର କ୍ଷମା ଯାଚନା କରିଥିଲେ ଆଉ ତାଙ୍କୁ ଏ ଅଭିଶାପରୁ ମୁକ୍ତ କରିବାପାଇଁ କହିଥିଲେ । ତାପରେ ଗଣପତି ତାଙ୍କୁ କ୍ଷମା ପ୍ରଦାନ କରି କହିଥିଲେ, ଯଦି କେହି ପୂର୍ଣ୍ଣିମା ପରଦିନ ଆପଣଙ୍କୁ ଦେଖନ୍ତି ତେବେ ସେ ଏହି ସ୍ଥିତିରୁ ମୁକ୍ତ ହୋଇପାରିବେ ।
ଏ ସମସ୍ତ ପାରମ୍ପରିକ ପୂଜା ଆଉ ପୁରାଣ ପଛରେ ଆଧ୍ୟାତ୍ମିକ ସାଧନାର ମାର୍ଗ ସ୍ୱତଃ ଏକ ରହସ୍ୟ ଅଟେ ଯାହା ସାଧକଙ୍କର ବୀରତ୍ୱପୂର୍ଣ୍ଣ ଗତିବିଧି ନୁହେଁ, ଯେପରି ବେଳେବେଳେ ସେମାନେ କଳ୍ପନା କରନ୍ତି । ସେଠାରେ କୌଣସି ବୀରତ୍ୱ ଚଳେନାହିଁ । ଏପରିକି ତଥାକଥିତ ବୀରତ୍ୱପୂର୍ଣ୍ଣ ମନ୍ତବ୍ୟ, ଯେମିତି କି ଆମେ ବେଳେବେଳେ କହୁ ଆମଠାରେ ଦୈବୀକ ଶକ୍ତିର ପ୍ରବେଶ ରହିଛି । ଯେଉଁଭଳି ପିଲାଟିଏ ଚାଲିବା ସମୟରେ ମା ତାକୁ ଖୁବ୍ ଜୋର୍ରେ ହାତରେ ମାଡିବସିଥାଏ, ଠିକ୍ ସେହିଭଳି ଆମ ନିକଟରେ ଯାହା ବି ବୁଦ୍ଧିମତା ରହିଛି, ଏ ଜୀବନରେ ଆମକୁ ଯାହା ବି ସନ୍ତୋଷ ମିଳେ, ତାହା ଯେତେ ଶକ୍ତିଶାଳୀ ହେଉ ପଛକେ, ତାହା ଶାରୀରିକ ହେଉ ଅଥବା ମନୋବୈଜ୍ଞାନିକ, ଯେତେ ସୁରକ୍ଷିତ ହେଉ, ସେ ସବୁକିଛିରେ ଆମ ଅସ୍ତିତ୍ୱର ସାର୍ଥକତା ରହିଛି, ତାହା ଈଶ୍ୱରଙ୍କ ଶକ୍ତିର ପ୍ରତିବିମ୍ବର ଏକ ମାଧ୍ୟମ ଅଟେ । ମହାଗଣପତିଙ୍କ ଆରାଧନା, ମନ୍ତ୍ର ‘‘ଓମ୍ ଗମ ଗଣପତୟେ ନମଃ’’ ସହିତ ଭଗବାନଙ୍କ ମହିମା ସମ୍ମୁଖରେ ନିଜର ପ୍ରକୃତ ପରିସ୍ଥିତିକୁ ବିନମ୍ରରୂପେ ନିବେଦନ କରିବାର ଅଛି । ଭଗବାନଙ୍କ ସମ୍ମୁଖରେ କିଏ ନିଜ ଆଖି ଖୋଲିପାରିବ ! କିଏ ତାଙ୍କ ସମ୍ମୁଖରେ ଏକ ଶବ୍ଦ କହିପାରିବ ! ଯିଏ ତାର ଶିକ୍ଷା ଏବଂ ମହାନତାକୁ ନେଇ ଗର୍ବ କରେ, ତାଠାରୁ ବଳି ଲଜ୍ଜା ଆଉ କିଛି ହୋଇନପାରେ । ଆମକୁ ଗଣପତିଙ୍କ ସମ୍ମୁଖରେ ନିଜକୁ ଉପସ୍ଥାପନ କରିବାପାଇଁ ମଧ୍ୟ ଲାଜ ଲାଗିବା ଉଚିତ । ନିର୍ମାତାଙ୍କର ଶକ୍ତି, ତାଙ୍କ ଶକ୍ତିର ଭୟାବହତା, ତାଙ୍କ ବୁଦ୍ଧିର ଗଭୀରତା, ତାଙ୍କର ଜ୍ଞାନ ଏବଂ ସର୍ବଜ୍ଞତା ଆଉ ଆପଣଙ୍କ ବର୍ତ୍ତମାନ ସ୍ଥିତି ଉପରେ ବିଚାର କରନ୍ତୁ । ଆମେ ମାତ୍ରାସମୂହର ଦୁନିଆରେ ନିବାସ କରିଥାଉ । ଆମକୁ ମାତ୍ରାତ୍ମକ ଭୋଜନ,ପାନୀୟ, ଶାରୀରିକ ବିନିଯୋଗର ଆବଶ୍ୟକତା ହୋଇଥାଏ, ଆଉ ଜୀବନରେ ଆମକୁ ଯାହାକିଛି ବି ଦରକାର କି ଆମେ ଯାହାକିଛି ମାଗିଥାଉ ସେ ସବୁ ଗୁଣବତ୍ତା ବ୍ୟତିରେକ କେବଳ ଏକ ମାତ୍ରା ଅଟେ । ଏଥିପାଇଁ ଦୁନିଆର ମାତ୍ରା ଆମର ଭୌତିକ ବ୍ୟକ୍ତିତ୍ୱର ମାତ୍ରାଠାରୁ ବଡ ଅଟେ, ଆମେ ଏହାର ସମ୍ମୁଖୀନ ହୋଇପାରିବା ନାହିଁ ।
ଆଉ ଏକ କାହାଣୀ ରହିଛି, ତାଙ୍କୁ କାହିଁକି ସବୁ ଅବସରରେ ପ୍ରଥମେ ପୂଜା କରାଯାଏ ? ଦିନେ ମା ପାର୍ବତୀ ସ୍ନାନ କରିବାପାଇଁ ଯିବା ପୂର୍ବରୁ ନିଜ ଶରୀରର ମଳିରୁ ଏକ ଛୋଟ ବାଳକର ଛବି ନିର୍ମାଣ କରି ତାକୁ ସ୍ପର୍ଶ ମାଧ୍ୟମରେ ଜୀବଦାନ ଦେଇଥିଲେ ଆଉ ତାକୁ ଭଲଭାବରେ ବୁଝାଇଦେଇଥିଲେ ଯେ, ସେ ସ୍ନାନ କରିବା ସମୟରେ କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦେବେନାହିଁ । ତାଙ୍କ ଆଦେଶ ଅନୁସାରେ ବାଳକ ପହରା ଦେଲେ । ସେହି ମୁହୂର୍ତ୍ତରେ ଭଗବାନ୍ ଶିବ ସ୍ୱୟଂ ଆସିବାରୁ ବାଳକ ତାଙ୍କ ପ୍ରବେଶ ପଥ ଅବରୋଧ କରିଥିଲେ । ସେ କେବଳ ମାତାଙ୍କ ଆଦେଶ ପାଳନ କରିବାକୁ ଯାଇ ଏପରି କହିଥିଲେ ଆଉ ଶିବଙ୍କ ସହ ଯୁଦ୍ଧ କରିଥିଲେ । ଅତଃ ବାଳକର ଏପରି ବ୍ୟବହାର ତାଙ୍କ କ୍ରୋଧକୁ ବଢ଼ାଇଦେଇଥିଲା ଯଦ୍ଦ୍ୱାରା ସେ ସେହି ବାଳକର ମସ୍ତକକୁ ଶରୀରରୁ ଚ୍ଛିନ୍ନ କରିଦେଇଥିଲେ । ମା ପାର୍ବତୀ ସ୍ନାନ ସାରି ଆସିବାପରେ ବାଳକର ଏପରି ଅବସ୍ଥା ଦେଖି ବ୍ୟାକୁଳହୋଇ କାନ୍ଦିବାରେ ଲାଗିଲେ, ତାଙ୍କର ଏଭଳି ସ୍ଥିତି ଦେଖି ଶିବ ସେହି ବାଳକକୁ ଜୀବନଦାନ ଦେବାପାଇଁ କହି ତାଙ୍କୁ ଶାନ୍ତ କରାଇଥିଲେ । ହେଲେ ବିଡମ୍ବନା ଏତିକି ଥିଲା ଯେ, ସେ ସେହି ବାଳକର ମସ୍ତକକୁ ତା ଶରୀରରେ ସ୍ଥାପନ ନ କରି ଏକ ହାତୀର ଶିରକୁ ସ୍ଥାପନ କରିଥିଲେ । ଭଗବାନ୍ ଶିବ ତାଙ୍କ ଅନୁଚରଙ୍କୁ କହିଥିଲେ, ଯେଉଁ ବ୍ୟକ୍ତି ଉତ୍ତର ଦିଗକୁ ମୁଣ୍ଡକରି ଶୟନ କରିଥିବ, ତୁମେ ତାର ମସ୍ତକ ଆଣି ମୋତେ ଦେଲେ ମୁଁ ଏ ବାଳକର ମସ୍ତକ ସ୍ଥାନରେ ସ୍ଥାପିତ କରି ତାହାକୁ ଜୀବନଦାନ ଦେବି । ଅତଃ ଅନୁଚରମାନେ ଅନେକ ସ୍ଥାନ ବୁଲିବାପରେ ଏକ ହାତୀ ଉତ୍ତରଦିଗକୁ ମୁଣ୍ଡକରି ଶୋଇବାର ଦେଖିଥିଲେ ଆଉ ତାର ଶିରକୁ କାଟି ଆଣି ଶିବଙ୍କୁ ଦେଇଥିଲେ । ତତ୍ପଶ୍ଚାତ୍ ଶିବ ସେହି ବାଳକର ମସ୍ତକ ସ୍ଥାନରେ ଏହି ହାତୀର ମୁଣ୍ଡକୁ ସ୍ଥାପିତ କରି ତାଙ୍କୁ ଜୀବଦାନ ଦେଲେ, ସେହିଦିନଠାରୁ ତାଙ୍କୁ ଆମେ ଗଣପତି ନାମରେ ଜାଣୁ । ମା ପାର୍ବତୀଙ୍କୁ ଶାନ୍ତ କରିବାପାଇଁ ତଥା ଶାନ୍ତିପୂର୍ଣ୍ଣ ପରିବେଶ ଗଠନ ନିମନ୍ତେ ଭଗବାନ ଶିବ ତାଙ୍କର ଏପରି ନାମକରଣ କରିଥିଲେ । ଭଗବାନ ଶିବ କେବଳ ତାଙ୍କୁ ଜୀବଦାନ ଦେଇନଥିଲେ ବରଂ ତାଙ୍କୁ ନିଜ ଯଜମାନଙ୍କର ନେତା ମଧ୍ୟ କରିଥିଲେ । ଗଣ, ଗଣ ଅଟନ୍ତି, ସେ ମନୁଷ୍ୟ ନୁହଁନ୍ତି କି ଅଲୌକିକ ନୁହଁନ୍ତି ବରଂ ଏ ସବୁଥିରୁ ଅତୀତ ଅଟନ୍ତି । ବେଳେବେଳେ ସେ ସୂକ୍ଷ୍ମ ପ୍ରାଣୀଙ୍କ ଭଳି ପ୍ରତୀତ ହୁଅନ୍ତି । ଏ ସମସ୍ତ ଗଣଙ୍କ ଉପରେ ଗଣପତିଙ୍କର ଶାସନ ରହିଛି । ଭଗବାନ ଶିବ ତାଙ୍କୁ ଆଉ ଏକ ଆଶୀର୍ବାଦ ଦେଇଥିଲେ, ତାହା ହେଉଛି, ସେ ପ୍ରତିଟି ପୂଜା ଅବସରରେ ସର୍ବାଗ୍ରେ ପୂଜିତ ହେବେ । ଏହା ଶିବଙ୍କର ଆଦେଶ ନଥିଲା ବରଂ ଏକ ଅଧ୍ୟାଦେଶ ଥିଲା । ଅର୍ଥାତ୍ କାହାରି ବି ଆପଣଙ୍କ ସମ୍ମୁଖରେ ପୂଜା ହେବନାହିଁ ଏପରିକି ସ୍ୱୟଂ ଭଗବାନ ଶିବଙ୍କର ମଧ୍ୟ ପୂଜା ହେବନାହିଁ ବରଂ ସମସ୍ତଙ୍କ ପୂଜା ପୂର୍ବରୁ ଆପଣଙ୍କର ପୂଜା ହେବ । ଅତଃ ଆମେ ସର୍ବପ୍ରଥମେ ଗଣପତିଙ୍କର ପୂଜା ନକରି ଭଗବାନ ଶିବ ଅବା ନାରାୟଣଙ୍କର ପୂଜନ କରିପାରିବା ନାହିଁ । ‘‘ଓମ୍ ଗମ ଗଣପତୟେ ନମଃ’’, ଗଣପତିଙ୍କୁ ପ୍ରଣାମ କରିବାର ମନ୍ତ୍ର ଅଟେ ।
କାହାଣୀକୁ ଶୁଣି ମାନବର ମନ ସବୁବେଳେ ଉତ୍ସାହିତ ହୋଇଥାଏ । ଛବି, ପେଣ୍ଟିଙ୍ଗ୍, ସଙ୍ଗୀତ, ମୂର୍ତ୍ତି, ନୃତ୍ୟ, ଧର୍ମ ଏବଂ ଅଧ୍ୟାତ୍ମ ଅବା ଦର୍ଶନର କୌଣସି ପ୍ରକାର ସୁନ୍ଦର ପ୍ରତିକୃତି ଆମମାନଙ୍କୁ ସବୁବେଳେ ଆନନ୍ଦ ଦେଇଥାଏ, ଆକର୍ଷିତ କରିଥାଏ । ଏଥିପାଇଁ ପୁରାଣ ଆଉ ମହାକାବ୍ୟ ଆମକୁ ଈଶ୍ୱରଙ୍କର ଶକ୍ତିକୁ ଏକମାତ୍ର ମାଧ୍ୟମ ରୂପେ ସ୍ୱୀକାର କରିବାକୁ ଉପଦେଶ ଦେଇଥାଏ । ଯଦ୍ଦ୍ୱାରା ଆମେ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହୋଇଥାଉ । ଆଉ ସେହି ଶକ୍ତି ହେଉଛନ୍ତି ବିଘ୍ନେଶ୍ୱର ଗଣେଶ । ଯିଏ କେବଳ ଯଜମାନ ଅବା ଗଣଙ୍କର ଶାସକ ନୁହଁନ୍ତି ବରଂ ପ୍ରତିଟି ମାର୍ଗର ଉପଦ୍ରବୀମାନଙ୍କୁ ଦୂର କରିଥାନ୍ତି ।
ଆଧ୍ୟାତ୍ମିକ ମାର୍ଗ ସ୍ୱତଃ ଏକ ମହାନ୍ ରହସ୍ୟ ଅଟେ । ଆପଣ ଯେଉଁ ଜପ କରନ୍ତି, ଧର୍ମଗ୍ରନ୍ଥ ପାଠ କରନ୍ତି, ଶ୍ରୋତା ଭାବରେ ଯାହା କିଛି ବି ଆପଣ ଧାରଣ କରନ୍ତି, ଯାହାକିଛି ବି ଆପଣ ଦେଖୁଛନ୍ତି ସବୁ କେବଳ ବାହ୍ୟ ଦୃଷ୍ଟି । ରହସ୍ୟ ତ ଆମମାନଙ୍କ ମଧ୍ୟରେ ବିଦ୍ୟମାନ । ଆପଣ ନିଜେ ଜାଣନ୍ତି ନାହିଁ କି, ଏହିଭଳି ବିଚାର କରିବାପାଇଁ ଆପଣଙ୍କୁ କିଏ ବୁଝାଉଛି । ଏହା ଏକ ଗୂଢ଼ ରହସ୍ୟ ଅଟେ । ଯଦି ଆପଣ ଏହି ରହସ୍ୟକୁ ନିଜ ଭିତରେ ଅନୁଭବ କରିନିଅନ୍ତି, ତେବେ ଆପଣଙ୍କ ବୁଦ୍ଧିମତ୍ତା ଏବଂ ଆପଣଙ୍କ ପ୍ରୟାସସମୂହକୁ ମଧ୍ୟ ଅନୁଭବ କରିହୁଏ, ତେବେ ଆପଣ ଭଗବାନଙ୍କ ସମ୍ମୁଖରେ ବିନମ୍ର, ସରଳ ଏବଂ କ୍ଷୁଦ୍ର ହେବେ, କାରଣ ଆଧ୍ୟାତ୍ମିକ ସାଧନା ବିନମ୍ର ହେବାର ଏକ କଳା ଅଟେ । ସୂର୍ଯ୍ୟଙ୍କ କିରଣରେ ଯେଉଁଭଳି ଦୀପ ଆଲୋକ ମିଞ୍ଜିମିଞ୍ଜି ହୋଇ ଜଳିଲାପରି ଲାଗିଥାଏ, ଠିକ୍ ସେହିଭଳି ବିରାଟଙ୍କ ସମ୍ମୁଖରେ ଆମେ ସମସ୍ତେ କ୍ଷୁଦ୍ର ଆଉ ବିନମ୍ର ଅଟୁ । ବିରାଟଙ୍କ ସତ୍ତା ସମ୍ମୁଖରେ ଆମେ ପ୍ରାୟ ଅସ୍ତିତ୍ୱହୀନ କହିଲେ ଚଳେ । ଆମ ଭିତରେ ଆମେ ଯେତେବେଳେ ଶୂନ୍ୟତାକୁ ଅନୁଭବ କରୁ, ସେତେବେଳେ ବିରାଟ ପୁରୁଷ ଏହି ଶୂନ୍ୟତାକୁ ପୂର୍ଣ୍ଣତାରେ ଭରିଦିଅନ୍ତି । ଭଗବାନ ମଧ୍ୟ ଆମକୁ ଏହି ଶିକ୍ଷା ଦେଇଛନ୍ତି କି, “ତୁମେ ନିଜକୁ ଶୂନ୍ୟ କର, ମୁଁ ତୁମକୁ ଭରିଦେବି’’— ଈଶାମସୀହ । ମହାଗଣପତି ପୁରାଣ, ଗଣପତି ଅଥର୍ବଶୀର୍ଷ ଉପନିଷଦ, ମହାଭାରତ ଏବଂ ଅନ୍ୟ ପୁରାଣସମୂହରେ ଘଟିତ ହୋଇଥିବା ଗଣେଶଗୀତା ଏବଂ ଅନେକ ଉପାଖ୍ୟାନ ସର୍ବୋଚ୍ଚ ସର୍ବଶକ୍ତିମାନଙ୍କର ଏହି ମହିମାମଣ୍ଡନ କରିଥାଏ, ଆମକୁ ଶିକ୍ଷା ଦେଇଥାଏ କି, ତାଙ୍କ ଚରଣରେ ଆମକୁ ଆତ୍ମସମର୍ପଣର ଆବଶ୍ୟକତା ରହିଛି ଏବଂ ଏହା ଆମଠାରୁ ଏହି ଆଶା ରଖୁଛି କି, ଆମେ ଭଗବାନଙ୍କୁ ଏକମାତ୍ର ଶକ୍ତିରୂପେ ଜାଣୁ । ଈଶ୍ୱରପ୍ରାପ୍ତି ଦିଗରେ ଆଧ୍ୟାତ୍ମିକ ସାଧକଙ୍କ ମାର୍ଗରେ ଆସୁଥିବା ସମସ୍ତ ବାଧାକୁ ଦୂର କରନ୍ତୁ । ଏହା ଭଗବାନ ଗଣପତି ଅବା ଶ୍ରୀଗଣେଶ ଅବା ମହାଗଣପତିଙ୍କର ପବିତ୍ର ପୂଜା ପଛରେ ନିହିତ ଥିବା ଅର୍ଥକୁ ପ୍ରତିପାଦିତ କରିଥାଏ ।
Be First to Comment