ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଦ୍ୱାରା ରାଜସ୍ଥାନ, ବିକାନେର ଠାରେ ପ୍ରଦତ୍ତ ପ୍ରବଚନର ସଂକଳନ
ଯେଉଁ ପର୍ଯ୍ୟନ୍ତ ଏହି ଶରୀରରୂପୀ ଗୃହରେ ଆମକୁ ନିବାସ କରିବାକୁ ଅଛି, ସେତେବେଳ ପର୍ଯ୍ୟନ୍ତ ସେହି ଘରେ ଆମକୁ ଚୂନ ଦେବାର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ଆମର ଯାହାକିଛି ଉପଚାର କରିବାର ଅଛି, ସେ ସବୁ ଠିକ୍ ଅଛି । ଶରୀର ପାଇଁ ଦାନା ଦେବାର ଅଛି, ପାଣି ଦେବାର ଅଛି, ରୁଟି, କପଡା, ଘର ଦେବାକୁ ଅଛି, ଠିକ୍ ଅଛି କିନ୍ତୁ କେବଳ ତା’ପାଇଁ ଆପଣ ଜନ୍ମ ନେଇନାହାଁନ୍ତି । ଏହା ତ ଅନିବାର୍ଯ୍ୟ ଅଟେ । କରିଚାଲ, କିନ୍ତୁ ନିଜ ଜୀବନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
ଆପଣ ଏକ ମହାନ୍ ଉଜ୍ଜ୍ୱଳ ଉଦ୍ଦେଶ୍ୟକୁ ପ୍ରାପ୍ତ ହେବା ପାଇଁ ଆସିଛନ୍ତି । ସେହି ଉଦ୍ଦେଶ୍ୟ ହେଉଛି— ଆପଣ ଭୁଲିଯାଇଥିବା ଉଦ୍ଦେଶ୍ୟକୁ ପୁନଃ ପ୍ରାପ୍ତ ହେବା । ମୁଁ ମନୁଷ୍ୟ ଅଟେ— ଏହି ସୀମିତ, ସଂକୀର୍ଣ୍ଣ ପରିବେଷ୍ଟନୀ ମଧ୍ୟରେ ନିଜ ଜୀବନକୁ ଦେଖନାହିଁ । ଏହି ସତ୍ୟକୁ ଛାଡି ଏକ ଊର୍ଦ୍ଧ୍ୱଗାମୀ ବିସ୍ତାର ଆପଣଙ୍କ ଜୀବନରେ ଆସିବା ଦରକାର । ପଶୁ-ପକ୍ଷୀଭଳି ଅଜ୍ଞାନରେ ଜୀବନ ଗ୍ରହଣ କରିଛନ୍ତି, ଅଜ୍ଞାନରେ ଜୀବନ ଜୀଇଁଛନ୍ତି ଆଉ ସେହି ଅଜ୍ଞାନାବସ୍ଥାରେ ହିଁ ଏହିଠାରୁ ଚାଲିଗଲେ— ଏହା ଭାରତୀୟ ଜୀବନ ନୁହେଁ କାହିଁକି ନାଁ ଜଣେ ଭାରତୀୟ ଜାଣିଥାଏ କି ସେ ଦିବ୍ୟ ଆତ୍ମତତ୍ତ୍ୱ ଅଟେ । ମାନବିକତାର କେବଳ ତାତ୍କାଳିକ ମହତ୍ତ୍ୱ ରହିଛି । ମନୁଷ୍ୟର ବ୍ୟକ୍ତିତ୍ୱରେ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ରାଗ, ଦ୍ୱେଷ ଆଦି ଅବଗୁଣ ଭରିରହିଛି ତଥାପି ଏହି ବ୍ୟକ୍ତିତ୍ୱରେ ବିଚାର-ଶକ୍ତିର ଏକ ମହାନ୍ ଗୁଣ ରହିଛି । ଏହି ମହାନ୍ ଗୁଣକୁ ଆପଣ ଠିକ୍ ପ୍ରକାରେ ପ୍ରୟୋଗ କରନ୍ତୁ । ମାନବଠାେର ବିଚାର-ବିବେଚନ କରିବାର, ଅନୁସନ୍ଧାନ କରିବାର, ବିଶ୍ଳେଷଣ କରିବାର ଯେଉଁ ଶକ୍ତି ରହିଛି, ତାହାର ଆମେ ଠିକ୍ ପ୍ରକାର ପ୍ରୟୋଗ କରିବା ଦରକାର । ନିଜ ବାସ୍ତବିକତାକୁ ଅବଗତ ହେବାରେ ଆମେ ତାକୁ ପ୍ରୟୋଗ କଲେ, ସେହି ବ୍ୟକ୍ତିତ୍ୱ ଆମପାଇଁ ଭଗବାନଙ୍କ ପ୍ରଦତ୍ତ ବରଦାନରେ ପରିଣତ ହୋଇଯିବ । ଏହା ହିଁ ଆମକୁ ସ୍ୱୀକାର କରିବାକୁ ଅଛି ।
ଉପନିଷଦରେ ତତ୍ତ୍ୱବେତ୍ତା ବ୍ରହ୍ମଜ୍ଞାନୀଗଣ କହିଛନ୍ତି—”ହେ ଅମୃତମୟ ପୁତ୍ରଗଣ ! ଶୁଣ, ଶୁଣ ହେ ଅମର ଆତ୍ମା ! ଆମେ ଦିବ୍ୟତତ୍ତ୍ୱର ଦର୍ଶନ ପ୍ରାପ୍ତ କରିନେଇଛୁ, ଯଦ୍ଦ୍ୱାରା ଆମେ ଅମର ହୋଇଯାଇଛୁ । ଆପଣ ମଧ୍ୟ ଏହାକୁ ପ୍ରାପ୍ତ କରି ପାରିବେ । ଆମେ ଏହି ସନ୍ଦେଶ ନେଇ ଆସିଛୁ । ଆପଣଙ୍କୁ ଏହି ପ୍ରପଞ୍ଚକୁ ଆସି, କାନ୍ଦି କାନ୍ଦି ମରିବାର ଆବଶ୍ୟକତା ନାହିଁ । ବଞ୍ଚିବା-ମରିବା ତ ଏହି ଶରୀର ପାଇଁ ଦରକାର । ଆପଣଙ୍କୁ ତ ପ୍ରଜ୍ଜ୍ୱଳିତ ହୋଇ ଚମକିବାର ଅଛି । ଆପଣ ଅନ୍ଧକାରର ଊର୍ଦ୍ଧ୍ୱରେ ଅବସ୍ଥିତ ଜ୍ୟୋତିର ଜ୍ୟୋତି ଅଟନ୍ତି । ନିଜ ଆନ୍ତରିକ ଜ୍ୟୋତିକୁ ପ୍ରଜ୍ଜ୍ୱଳିତ କରି, ନିଜ ଅଜ୍ଞାନରୂପୀ ଭ୍ରମକୁ ଦୂରକରି, ଅଜ୍ଞାନରୂପୀ ନିଦ୍ରାରୁ ଜାଗ୍ରତ ହୋଇ ଏହି ସ୍ୱପ୍ନକୁ ସମାପ୍ତ କର । ଜାଗ୍ରତ ହୁଅ ।”
ଜାଗୃତି କ’ଣ—ଏହା ହେଉଛି, ଆମେ ନାମରୂପରୁ ଊର୍ଦ୍ଧ୍ୱରେ, ଦେଶକାଳରୁ ଊର୍ଦ୍ଧ୍ୱରେ, ଜନ୍ମମୃତ୍ୟୁରୁ ଊର୍ଦ୍ଧ୍ୱରେ, ଅମର ଆତ୍ମତତ୍ତ୍ୱ ଅଟୁ । ଆମ ପାଇଁ ନାଁ ଜନ୍ମ, ନାଁ ମୃତ୍ୟୁ, ନାଁ ଶୋକ, ନାଁ ଚିନ୍ତା, ନାଁ ଦୁଃଖ, ନାଁ ଭୟ ରହିଛି, ନାଁ ବନ୍ଧନ ରହିଛି, ଆମେ ତ ନିତ୍ୟ ଶୁଦ୍ଧ, ନିତ୍ୟ ମୁକ୍ତ, ନିତ୍ୟ ପରିପୂର୍ଣ୍ଣ ଆତ୍ମତତ୍ତ୍ୱ ଅଟୁ । ସ୍ୱରୂପ ପ୍ରତି ଜାଗ୍ରତ ହେବା ଆପଣଙ୍କର ପ୍ରମୁଖ କର୍ତ୍ତବ୍ୟ ।
ତତ୍ତ୍ୱ-ଚିନ୍ତନ, ଆତ୍ମଚିନ୍ତନ, ସତ୍ୟର ଉପାସନା କରିଚାଲିବା ଆଉ ଏଭଳି ଉପାସନା କରୁ କରୁ ଏହି ଆତ୍ମ ତତ୍ତ୍ୱକୁ ଜାଗ୍ରତ କରି, ଉଚିତ ସାଧନା, ଚିନ୍ତନ-ମନନ, ସ୍ୱାଧ୍ୟାୟ, ସତ୍ସଙ୍ଗ ଦ୍ୱାରା ଏ ବିଷୟରେ ବାରମ୍ବାର ଶୁଣି, ତାହାକୁ ବିକଶିତ କରି, ସେହି ଦିବ୍ୟତାକୁ ମନ, ବାଣୀ ଓ କର୍ମରେ ନିଜ ଜୀବନରେ ପ୍ରତିଫଳିତ କରିବା, ସେହି ଦିବ୍ୟ ଜୀବନ ଦ୍ୱାରା ସମସ୍ତଙ୍କୁ ଲାଭାନ୍ୱିତ କରିବା, ସମସ୍ତଙ୍କ ଜୀବନରେ ସ୍ନେହଶ୍ରଦ୍ଧା ଭରିଦେବା, ଏକତା ଆଣିଦେବା, ଶାନ୍ତି, ପ୍ରକାଶ, ସାମଞ୍ଜସ୍ୟ ଆଣିଦେବା ଯଦ୍ଦ୍ୱାରା ମାନବ ସମୁଦାୟରେ ଆମେ ଏକ ଆଶୀର୍ବାଦ ରୂପେ ରହିପାରିବା ଆଉ ଶେଷରେ ସାରା ମାନବ ସମୁଦାୟର କଲ୍ୟାଣ ମଙ୍ଗଳକରି ଏଠାକୁ ଯିବା । ଯିବାବେଳେ ଏଭଳି ଯିବା ଦରକାର କି ଆପଣ ହସୁଥିବେ, ଆଉ ଅନ୍ୟ ସମସ୍ତେ କାନ୍ଦି କାନ୍ଦି ଆପଣଙ୍କୁ ମନେପକାଉଥିବେ । ଏହା ଆପଣଙ୍କର ପରମ ସୌଭାଗ୍ୟ ଅଟେ । ଏହା ଆପଣଙ୍କର ବିଶେଷ ଅଧିକାର ଅଟେ । ଅନ୍ୟ କୀଟ-ପତଙ୍ଗ, ପଶୁ-ପକ୍ଷୀ, ଏହି କାର୍ଯ୍ୟ କରିପାରିବେ ନାହିଁ । କେବଳ ମାନବକୁ ହିଁ ବିଚାର ଶକ୍ତି ଦିଆଯାଇଛି । ସେ ହିଁ ଏହି ମହାନ୍ ଲକ୍ଷ୍ୟକୁ ପ୍ରାପ୍ତ ହୋଇ ଧନ୍ୟ ହୋଇପାରେ । ଏହି ଶରୀରରେ ରହି ମଧ୍ୟ ଆମେ ମୁକ୍ତ ପୁରୁଷ ହୋଇପାରିବା । ମୃତ୍ୟୁ ପରେ ନୁହେଁ ବରଂ ଜୀବନ୍ମୁକ୍ତି କାହିଁକି ନାଁ ଆପଣ ତ ନିତ୍ୟ ମୁକ୍ତ ଅଟନ୍ତି । ଆପଣଙ୍କ ପାଇଁ ବନ୍ଧନ ହିଁ ନାହିଁ । ଆପଣ ଭ୍ରମିତ ଅବସ୍ଥାରେ ଏହା ମାନି ନେଇଛନ୍ତି କି ମୁଁ ବଦ୍ଧ ଅଟେ । କିନ୍ତୁ ଆପଣଙ୍କ ପାଇଁ ବନ୍ଧନ କିଏ କରିପାରିବ ?
ପବନକୁ କ’ଣ କିଏ ରୋକିପାରେ ନାଁ ଧରିପାରେ ? କେହି ତାକୁ ପିଞ୍ଜରାରେ ଆବଦ୍ଧ କରି ରଖିପାରିବ କି ? ଆପଣ ତ ଏଭଳି ମୁକ୍ତ ଆତ୍ମତତ୍ତ୍ୱ ଅଟନ୍ତି । ଆପଣଙ୍କ ପାଇଁ ନାଁ ବନ୍ଧନ ରହିଛି, ନାଁ କୌଣସି ପ୍ରକାର କଷ୍ଟ ଅବା ସଙ୍କଟ । ଆପଣ ତ ସଦାସର୍ବଦା ମୁକ୍ତ, ସଦା ଶାନ୍ତିପୂର୍ଣ୍ଣ, ସଦା ଆନନ୍ଦମୟ, ସଦା ଦିବ୍ୟ ଜ୍ୟୋତିର୍ମୟ ଆତ୍ମା ଅଟନ୍ତି । ବାସ୍, କେବଳ ଏହି ଏକ ତତ୍ତ୍ୱକୁ ଭୁଲନ୍ତୁନାହିଁ । ଏହା ହିଁ କେବଳ ସତ୍ୟ ଅଟେ ବାକି ସବୁକିଛି ମିଥ୍ୟା ଅଟେ । ଜୀବନ ଯାପନ ପାଇଁ ବହି ପଢ, M.A. B.Com. କର । କିନ୍ତୁ ଜୀବିକା ଉପାର୍ଜନ ତ ଆପଣଙ୍କ ଜୀବନର ଗୌଣ ପକ୍ଷ ଅଟେ । ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନିଜର ଦିବ୍ୟତାକୁ ବିକଶିତ କରି ମନ, ବିଚାର, ବାଣୀ ଦ୍ୱାରା ଜୀବନକୁ ଦିବ୍ୟତାରେ ପରିପୂର୍ଣ୍ଣ, ସୁନ୍ଦର, ଉଜ୍ଜ୍ୱଳ କରିବା । ଏହା ଆପଣଙ୍କର ସୌଭାଗ୍ୟ ଅଟେ । ଏହା ହିଁ ଆପଣଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ଆପଣ ଛାଡିଦେବା ଉଚିତ ନୁହେଁ । ଏହି ବିଚାର ଯାହା ମୁଁ ଆପଣଙ୍କୁ ଦେଇଛି, ତାହା ଆପଣଙ୍କର ହିଁ ଅଟେ । ଆପଣଙ୍କର ଉଜ୍ଜ୍ୱଳ ପୂର୍ବଜମାନଙ୍କଠାରୁ ପ୍ରାପ୍ତ ଜ୍ଞାନର ଐଶ୍ୱର୍ଯ୍ୟ, ତାହା ମଧ୍ୟ ମୁଁ ଆପଣଙ୍କୁ ଦେଇଛି । ଅତଃ ଆପଣଙ୍କର ବିଚାର, ଆପଣଙ୍କର ନିଜ ଐଶ୍ୱର୍ଯ୍ୟ, ତାହା ମଧ୍ୟ ମୁଁ ଆପଣଙ୍କୁ ଦେଇଛି ।
ଅତଃ ଆପଣଙ୍କର ବିଚାର, ଆପଣଙ୍କର ନିଜ ଐଶ୍ୱର୍ଯ୍ୟ ଆପଣଙ୍କୁ ଦେଇ, ମୁଁ ଧନ୍ୟବାଦ ଦେଉଛି । ଏହି ସୁନ୍ଦର ଅବସର ଆପଣ ମୋତେ ଦେଇଛନ୍ତି । ହେ ଯୁବା ଭାରତୀୟ, ଭବିଷ୍ୟ ଭାରତୀୟ ! ଭାରତର ଭବିଷ୍ୟ ଆପଣଙ୍କ ହାତରେ । ଆମେ ତ ଯିବାକୁ ବସିଲୁଣି । ଆପଣମାନେ ଆସୁଛନ୍ତି । କାଲିର ଭାରତବର୍ଷର ସମାଜରେ ଆପଣଙ୍କୁ ନିଜର ସ୍ଥାନ ନେଇ ଭାରତବର୍ଷକୁ ନିର୍ମାଣ କରିବାକୁ ପଡିବ ଆଉ ଏହିଭଳି ଜାଗ୍ରତ ହୋଇ ଦିବ୍ୟତାର ସହ ନିଜ ଜୀବନ ତିଆରି କରିଚାଲିବ ଯଦି, ତେବେ ଏହା ଭାରତର ସୌଭାଗ୍ୟ ଅଟେ । ଆପଣ ମଧ୍ୟ ଯଦି ଅଜ୍ଞାନରେ ଚାଲିଯିବେ, ତେବେ ଏହା ଭାରତବର୍ଷର ଦୁର୍ଭାଗ୍ୟ ଅଟେ ।
ଜଣେ ରାଣୀ ଥିଲେ, ବ୍ରହ୍ମଜ୍ଞାନୀ ଥିଲେ । ତାଙ୍କର ଯେତେବେଳେ ଛୁଆ ହେଲେ, ତାଙ୍କୁ ଦୋଳିରେ ଝୁଲାଇବା ବେଳେ ସେ ଜ୍ଞାନ ସଙ୍ଗୀତ ଗାନ କରୁଥିଲେ । ଉପନିଷଦରେ ସେ ରାଣୀ ମଦାଳସା ନାମରେ ଖ୍ୟାତ ଥିଲେ । ସେ ଗାଉଥିଲେ—
ଶୁଦ୍ଧୋଽସି ବୁଦ୍ଧୋଃସି ନିରଞ୍ଜନୋଽସି । ସଂସାରମାୟା ପରିବର୍ଜିତୋଽସି ।
ହେ ବାଳକ ! ତୁମେ ନିତ୍ୟଶୁଦ୍ଧ ଅଟ, ତୁମେ ନିତ୍ୟ ବୁଦ୍ଧ ଅଟ । ତୁମେ ନିରଞ୍ଜନ, ନିର୍ମଳ ଆତ୍ମା ଅଟ । ଏହି ସଂସାରମାୟାର ଊର୍ଦ୍ଧ୍ୱରେ ସ୍ଥିତ ତୁମେ ଜ୍ଞାନପୂର୍ଣ୍ଣ ଆତ୍ମା ଅଟ । ଏହିଭଳି ଜ୍ଞାନଗୀତ ଗାନ କରି ରାଣୀ ମଦାଳସା ନିଜ ସନ୍ତାନର ପାଳନ କରିଥିଲେ । ରାଜକୁମାରୀଙ୍କ ଠାରେ ଜାଗୃତି ଆସିଗଲା, ଆଉ ସେ ବ୍ରହ୍ମଜ୍ଞାନୀ ହୋଇଗଲେ । ଆଜି ଭାରତରେ ଏହାର ଆବଶ୍ୟକତା ରହିଛି ।
ଆମେ ଆତ୍ମତତ୍ତ୍ୱ ଅଟୁ, ଆମେ ଅମର ଆତ୍ମା ଅଟୁ, ଏଭଳି ଯାହା ଭିତରେ ଦୃଢବିଶ୍ୱାସ ହୋଇଯିବ, ସେ ଆଉ କୌଣସି ଜିନିଷକୁ ଭୟ କରିବ ? ସେ ମୃତ୍ୟୁକୁ ମଧ୍ୟ ଭୟ କରିବନାହିଁ । ଏହିଭଳି ସାହସୀ, ନିର୍ଭୀକ ବ୍ୟକ୍ତିଙ୍କର ଆଜି ଭାରତର ଆବଶ୍ୟକତା ରହିଛି । ଯାହାର ଆତ୍ମଜ୍ଞାନ ରହିଛି, ବେଦାନ୍ତର ଟିକିଏ ବି ପରିଚୟ ରହିଛି, ସେ ହିଁ ତ ନିର୍ଭୟ ବ୍ୟକ୍ତି ହୋଇପାରିବ— ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ । ଆମର ପ୍ରିୟ ଜୈନ କଲେଜର ବିଦ୍ୟାର୍ଥୀ ବୃନ୍ଦ ! ଏହି ବିଚାରକୁ ମୁଁ ତୁମକୁ ଦେଇ ଯାଉଛି । ଆପଣଙ୍କ ସମ୍ପତ୍ତି ଆପଣଙ୍କୁ ଦେଇ ଯାଉଛି । ଏହି ସତ୍ୟ ନିମିତ୍ତ ଆପଣଙ୍କୁ ଅଭ୍ୟାସ କରିବା ଦରକାର । କିନ୍ତୁ ଏହି ସତ୍ୟ ମନରେ ରହେନାହିଁ । ଦୁଇଦିନରେ ଏହି ମନ ତାକୁ ଭୁଲିଯିବ, କାହିଁକି ନାଁ ଆପଣଙ୍କର ମନ ସ୍ଥୂଳ ଅଟେ । ସୂକ୍ଷ୍ମାତିସୂକ୍ଷ୍ମ ସାତ୍ତ୍ୱିକ, ପବିତ୍ରମନରେ ଏହି ସତ୍ୟ ବସିରହେ ନଚେତ୍ ଚାଲିଯାଏ । ଅତଃ ଗୀତାର ୧୬ଶ ଅଧ୍ୟାୟରେ ଆପଣ ପଢିଛନ୍ତି— ମନକୁ କିଭଳି ପବିତ୍ର କରିବାକୁ ହେବ ? ଅନ୍ତଃକରଣରେ ସାତ୍ତ୍ୱିକତାକୁ କିଭଳି ଆଣିବାକୁ ହେବ ? ଦୈବାସୁରସମ୍ପଦ୍ ବିଭାଗଯୋଗ ନାମକ ଏହି ଅଧ୍ୟାୟରେ ବର୍ଣ୍ଣିତ ଦୈବୀୟ ସମ୍ପଦକୁ ଆମେ ନିରନ୍ତର ବୃଦ୍ଧି କରିବା ଦରକାର । ଅନ୍ତଃକରଣରେ ପବିତ୍ରତା, ନିର୍ମଳତା ଆଣି ତାକୁ ସୁନ୍ଦର କରିବା ଦରକାର । ଅବଗୁଣକୁ ଯଦି ଦୂର କରିବା ଦରକାର ତେବେ ତା ସହିତ ସଂଘର୍ଷ କରିବାର ଆବଶ୍ୟକତା ନାହିଁ କାହିଁକି ନାଁ ଅବଗୁଣ ପାଇଁ କୌଣସି ତଥ୍ୟ ନାହିଁ । ଅବଗୁଣ ଭଳି କୌଣସି ବିଶେଷ ଜିନିଷ ନାହିଁ । କେବଳ ମାତ୍ର ସଦ୍ଗୁଣର ଅଭାବ ସ୍ଥିତିକୁ ଅବଗୁଣ କୁହାଯାଏ । ଆରେ ଇଏ ମିଛୁଆ, ବଦମାସ୍ ଅଟେ । ଏହାର ଅର୍ଥ ହେଉଛି ସେଥିରେ ସତ୍ୟର ଅଭାବ ରହିଛି । ସଚ୍ଚୋଟତାର ଅଭାବ ରହିଛି । ଅସାଧୁ ଓ ମିଥ୍ୟାପଣର କୌଣସି ବସ୍ତୁ ନାହିଁ । ଯଦି ସେ ସତ୍ୟଶୀଳ ହୋଇଯିବେ, ତେବେ ତାହାର ମିଥ୍ୟାପଣ ସ୍ୱତଃ ସମାପ୍ତ ହୋଇଯିବ । ଅନ୍ଧକାରରୁ ନିବୃତ୍ତ ହେବାପାଇଁ ଆମେ କଣ କିଛି ଅସ୍ତ୍ର ଶସ୍ତ୍ର ନେଇଯାଉ ? ଟିକିଏ ପ୍ରକାଶ କର, ଅନ୍ଧକାର ଆପଣାଛାଏଁ ଚାଲିଯିବ । ପ୍ରକାଶର ଅଭାବକୁ ଆମେ ଅନ୍ଧକାରର ଅଖ୍ୟା ଦେଇଥାଉ ।
ମିଥ୍ୟା ତତ୍ତ୍ୱକୁ ଆପଣ ସତ୍ୟ ମାନି ବସିଛନ୍ତି, ଆପଣ ତ ବ୍ରହ୍ମ ଅଟନ୍ତି । କିନ୍ତୁ ଆପଣ ଏହି ଜ୍ଞାନ ବିଶ୍ୱବିଦ୍ୟାଳୟରେ ପ୍ରାପ୍ତି ହୋଇପାରିବେ ନାହିଁ । ଆତ୍ମବିକାଶର ଶିକ୍ଷା ବିଶ୍ୱବିଦ୍ୟାଳୟରେ ମିଳିପାରେନାହିଁ । ସେଠାରେ କେବଳ ଜୀବିକୋପାର୍ଜନର ବିଦ୍ୟା ମିଳିଥାଏ । ସଂଘର୍ଷ ମିଳିଥାଏ, ୟୁନିୟନ୍ (ସଂଘର) ଖଟ୍ -ପଟ୍ ମିଳିବ । ଆହୁରି ନିଚ୍ଚକୁ ଯିବାର ସାମଗ୍ରୀ ଲାଭହେବ କିନ୍ତୁ ଉଚ୍ଚକୁ ଉଠିବାର ବିଦ୍ୟା ଅାପଣଙ୍କୁ ପ୍ରୟାସ କରି ପ୍ରାପ୍ତି ହେବାକୁ ପଡିବ । ଏଭଳି ସଦ୍ଗୁଣକୁ ନିଜ ଚରିତ୍ରରେ, ବ୍ୟକ୍ତିତ୍ୱରେ ଆଣିବା ନିମିତ୍ତ ଯଦି ଆମେ ପ୍ରୟାସ କରିବା ତେବେ ଆମେ ପ୍ରକୃତ ମନୁଷ୍ୟ ହୋଇପାରିବା । ନଚେତ୍ ମନୁଷ୍ୟର ନାମ ରହିବ କିନ୍ତୁ ପ୍ରକୃତି ଓ ପ୍ରବୃତ୍ତି ପ୍ରାୟ ପଶୁ ଭଳି ଆଉ କେବେ କେବେ ପଶୁଠାରୁ ମଧ୍ୟ ଆହୁରି ନୀଚ୍ଚ ହୋଇଥାଏ । ଯାହା ପଶୁ କରିପାରେ ନାହିଁ ତାହା ମନୁଷ୍ୟ କରି ଦେଖାଏ ।
ଏଭଳି ହେବା ଉଚିତ ନୁହେଁ । ବହୁତ ସୁନ୍ଦର ଏକ ଅବସର, ଏକ ସୁନ୍ଦର ସମୟ । ଅତଃ ଏହା ମନୁଷ୍ୟତ୍ୱର ଦିବ୍ୟତାକୁ ପ୍ରାପ୍ତ କରିବାର ଏକ ରାଜଦ୍ୱାର ଅଟେ । ଏହି ସୁଯୋଗକୁ ଆମେ କିଭଳି ଛାଡିପାରିବା ? ଏଭଳି ସୁନ୍ଦର ଅବସର ବାରମ୍ବାର ଆସେନାହିଁ । ଗୋଟିଏ ମିନିଟ ମଧ୍ୟ ଯଦି ଚାଲିଯାଏ, ତେବେ ତାହା ଆଉ ଫେରିଆସିବନାହିଁ । ଆଉ ସେହି ଦିବ୍ୟଅନୁଭବକୁ ପ୍ରାପ୍ତକରିବା ପୂର୍ବରୁ ଅତି କମ୍ ରେ ବିଚାରକୁ ତ ଜାରିରଖ, ଛାଡିଦିଅ ନାହିଁ । ଆପଣଙ୍କ ସ୍ୱରୂପ ବିଷୟରେ ଗୁରୁ ମହାରାଜ କହିଛନ୍ତି— ” ” ।
ତୁମେ କ୍ଷୟମୃତ୍ୟୁଶୀଳ, ହାଡ-ମାଂସର ଶରୀର ନୁହେଁ, ଯିଏ ଦିନେ ପଚିସଢି କୀଟରେ ପରିଣତ ହୋଇଯିବ, ଭସ୍ମ ହୋଇଯିବ । ତୁମେ ଉଥଳ-ପୁଥଳ ଭରା, ଅଶାନ୍ତ, କାମ-କ୍ରୋଧ-ଲୋଭ-ମଦ-ମାତ୍ସର୍ଯ୍ୟ ମଳିନତାରେ ଭରା ଏହି ମନ ମଧ୍ୟ ନୁହଁ । ଏହି ସଙ୍କୁଚିତ ବୁଦ୍ଧି ମଧ୍ୟ ତୁମେ ନୁହଁ ଯିଏ କେବେ କାମରେ ଲାଗିଥାଏ ଆଉ ପୁଣି କେବେ କାମରେ ଲାଗିନଥାଏ । ବୁଦ୍ଧି ଭ୍ରଷ୍ଟ ହୋଇଗଲେ ଆଉ କୌଣସି ସମସ୍ୟାର ସମାଧାନ କରିବାକୁ ଶକ୍ତି ରହେନାହିଁ । ଏଭଳି ସୀମିତ ଶକ୍ତି ସମ୍ପନ୍ନ ସ୍ୱଳ୍ପ, କ୍ଷୁଦ୍ରବୁଦ୍ଧି ମଧ୍ୟ ତୁମେ ନୁହଁ । ଶରୀର, ମନ, ବୁଦ୍ଧିରୁ ଊର୍ଦ୍ଧ୍ୱରେ ତୁମେ ତ ସତ୍ ଚିତ୍ ଆନନ୍ଦ ଆତ୍ମା ଅଟ । ସତ୍ ର ଅର୍ଥ— ତୁମେ ଅଟ । ଚିତ୍ ର ଅର୍ଥ- ତୁମେ ଜଡ ନୁହଁ, ତୁମେ ଚୈତନ୍ୟ ସ୍ୱରୂପ ଅଟ, ଜ୍ଞାନ ସ୍ୱରୂପ ଅଟ, ଏଭଳି ମୁଁ ଅଟେ, ତୁମେ ତୁମ ନିଜକୁ ଜାଣିଅଛ । ମୁଁ ଅଟେ— ଏହି ଅନୁଭବରେ ଆନନ୍ଦ ହି ଆନନ୍ଦ, କାହିଁକି ନାଁ ଦୁଃଖ, କଷ୍ଟ, ଅସୁବିଧା ତ ଶରୀର, ମନର ଭୂମିକାରେ ରହିଛି । କିନ୍ତୁ ଆତ୍ମ-ତତ୍ତ୍ୱ ତ ଶରୀର, ମନର ଭୂମିକାର ଊର୍ଦ୍ଧ୍ୱରେ ସ୍ଥିତ । ଅତଃ କେବଳ ଆନନ୍ଦ ହିଁ ଆନନ୍ଦ । ତାହାର ହିଁ ଆପଣମାନେ ଅନ୍ୱେଷଣ କରୁଛନ୍ତି । ଅତଃ ଆପଣଙ୍କ ସ୍ୱରୂପ ବିଷୟରେ ଗୁରୁ ମହାରାଜ ଗୋଟିଏ ଗୀତ ମାଧ୍ୟମରେ କହିଛନ୍ତି—
ଚିଦାନନ୍ଦ ଚିଦାନନ୍ଦ ଚିଦାନନ୍ଦ ଅଟେ, ପ୍ରତି ସ୍ଥିତିରେ ମୁଁ ସଚ୍ଚିଦାନନ୍ଦ ଅଟେ … ।।
ଅଜ୍ଞାନ ଠାରୁ ବଡ ଅନ୍ୟ କୌଣସି ଦୋଷ ନାହିଁ । ଅଜ୍ଞାନ ଠାରୁ ବଡ ଅନ୍ୟ କୌଣସି ପାପ ନାହିଁ । ସେ ସବୁ ପାପର ମୂଳ ଅଟେ । ଅତଃ ଜ୍ଞାନ ପ୍ରାପ୍ତ କରି, ବୋଧ ପ୍ରାପ୍ତ କରି, ଜାଗୃତି ପ୍ରାପ୍ତ ହୋଇ, ଦିବ୍ୟ ହୋଇ ମୁଁ ମୋ ଜୀବନ ଦ୍ୱାରା ଏବି ଧରିତ୍ରୀକୁ ଭାରତବର୍ଷକୁ ଆଧୁନିକ ମାନବ ସମାଜକୁ ଆଶୀର୍ବାଦ କରିବି, ଉପକାରରେ ଲାଗିବି । ହେ ପରମପିତା ପରମାତ୍ମା, ତୁମର ଦିବ୍ୟ ଅନୁଗ୍ରହ ଏଠାରେ ଏକତ୍ରିତ ବିଦ୍ୟାର୍ଥୀ, ଅଧ୍ୟାପକ, ଆଗନ୍ତୁକ, ବିଶେଷ ଅତିଥି ସମସ୍ତଙ୍କ ଉପରେ ଅଛି । ଏମାନେ ସମସ୍ତେ ବ୍ରହ୍ମଜ୍ଞାନୀ ହୁଅନ୍ତୁ, ଆପ୍ତକାମ, କୃତକୃତ୍ୟ, ଜୀବନ୍ମୁକ୍ତ ହୋଇ ଧନ୍ୟ ହୁଅନ୍ତୁ ତଥା ଅନ୍ୟମାନଙ୍କୁ ମଧ୍ୟ ଧନ୍ୟ କରାନ୍ତୁ । ଏବି ବିନମ୍ର ପ୍ରାର୍ଥନା ସହିତ ମୋର ବାଣୀକୁ ଏହିଠାରେ ବିରାମ ଦେଉଛି ।
ହରିଃ ଓଁ ସତ୍ସତ୍ । ।
T
Be First to Comment