Last updated on August 13, 2022
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ
ଭାରତୀୟ ବାଙ୍ମୟ ଅନୁସାରେ ପ୍ରାଚୀନ ଗୁରୁକୂଳ ଅଥବା ଋଷି ଆଶ୍ରମରେ ଅନ୍ତେବାସୀ ଶିଷ୍ୟ ଅଥବା ବିଦ୍ୟାର୍ଥୀ ତାଙ୍କର ଅଧ୍ୟୟନ ପୂର୍ଣ୍ଣ କରିନେବାପରେ, ସେମାନଙ୍କୁ ଆଚାର୍ଯ୍ୟ ଅଥବା ଗୁରୁ ଆଦେଶ ଦେଉଥିଲେ, ତାଙ୍କର ଅନୁଶାସନ କରୁଥିଲେ । ତୈତ୍ତିରୀୟ ଅବା ତିତ୍ତିରି ମହର୍ଷିଙ୍କ ଦ୍ୱାରା ପ୍ରସ୍ତୁତ ଉପନିଷତ୍ରେ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ ଏବଂ ପ୍ରବଚନାଦି ଦ୍ୱାରା ବର୍ଚସ୍ୱୀ ଏବଂ ମେଧା ରୂପୀ ଅମୃତରେ ପରିପୂର୍ଣ୍ଣ ଅନ୍ତେବାସୀ ଅଥବା ଶିଷ୍ୟ ନିଜର ବିଦ୍ୟାଧ୍ୟୟନ ପୂର୍ଣ୍ଣ କରି ଆଚାର୍ଯ୍ୟଙ୍କ ଚରଣାଶ୍ରିତ ହୋଇ ବିଦାୟ ନେଉଥିଲେ । ସେ ସମୟରେ ଆଚାର୍ଯ୍ୟ ଏହି ଆଦେଶ-ଅନୁଶାସନ ଅଥବା ଶିକ୍ଷା ଦେଉଥିଲେ—ସବୁବେଳେ ସତ୍ୟ କହୁଥିଲେ ସତ୍ୟଂ ବଦ । ଧର୍ମର ପାଳନ କର ଧର୍ମଂ ଚର । ସ୍ୱାଧ୍ୟାୟରେ କଦାପି ପ୍ରମାଦ କରନାହିଁ ସ୍ୱାଧ୍ୟାୟାନ୍ମା ପ୍ରମଦଃ । ଦୀକ୍ଷାନ୍ତ ସମୟରେ ଆଚାର୍ଯ୍ୟ ଅନ୍ତେବାସୀ ଶିଷ୍ୟର ଅନୁଶାସନ କରିଥାନ୍ତି । ଯେଉଁଥିପାଇଁ ତୁମକୁ ସ୍ୱାଧ୍ୟାୟରେ କଦାପି ପ୍ରମାଦ କରିବାକୁ ହେବନାହିଁ, ଜୀବନରେ କଦାପି ଏହି କର୍ତ୍ତବ୍ୟ ପାଳନରେ ବି ପ୍ରମାଦ କରିବ ନାହିଁ । ଯଥା— ଯେଉଁଭଳି ସତ୍ୟର ପାଳନ କରିବାରେ କଦାପି ପ୍ରମାଦ କରନାହିଁ ସତ୍ୟାନ୍ନ ପ୍ରମଦିତବ୍ୟମ୍ । ଧର୍ମର ପାଳନ କରିବାରେ କଦାପି ପ୍ରମାଦ କରନାହିଁ ଧର୍ମାନ୍ନ ପ୍ରମଦିତବ୍ୟମ୍ । କର୍ତ୍ତବ୍ୟ ପାଳନ କରିବାରେ କଦାପି ପ୍ରମାଦ ନ କରିବା, ଏହିଭଳି କୁଶଳ-କର୍ମରେ ଆତ୍ମରକ୍ଷାରେ ଉପଯୋଗୀ କାର୍ଯ୍ୟରେ କଦାପି ପ୍ରମାଦ ନକରିବା କୁଶଳାନ୍ନ ପ୍ରମଦିତବ୍ୟମ୍ । ଐଶ୍ୱର୍ଯ୍ୟ ପ୍ରଦାନକାରୀ ମଙ୍ଗଳମୟ ଶୁଭ-କାର୍ଯ୍ୟରେ କଦାପି ପ୍ରମାଦ ନ କରିବା ଭୂତୈ ନ ପ୍ରମଦିତବ୍ୟମ୍ । ଏହିଭଳି ସ୍ୱାଧ୍ୟାୟ ଏବଂ ପ୍ରବଚନରେ କଦାପି ପ୍ରମାଦ ନକରିବା ସ୍ୱାଧ୍ୟାୟପ୍ରବଚନାଭ୍ୟାଂ ନ ପ୍ରମଦିତବ୍ୟମ୍ । ଦେବତାମାନଙ୍କର ଦିବ୍ୟଗୁଣ ସମୂହରେ ନିଜଠାରୁ ବଡ ଦେବଗଣ ଏବଂ ଗୁରୁଜନମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାରେ କଦାପି ପ୍ରମାଦ ନକରିବା ଦେବପିତୃକାର୍ଯ୍ୟାଭ୍ୟାଂ ନ ପ୍ରମଦିତବ୍ୟମ୍ ।
ଗୁରୁଜନମାନଙ୍କର ଆଦର କର :
ଆଚାର୍ଯ୍ୟ ଅନ୍ତେବାସୀମାନଙ୍କୁ, ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥିଲେ । ତୁମମାନଙ୍କୁ ତୁମ ଗୁରୁଜନଙ୍କ ଆଦର, ସମ୍ମାନ କରିବା ଆବଶ୍ୟକ । ଆଚାର୍ଯ୍ୟଙ୍କର ଅନୁଶାସନ ଥିଲା, ମାତାଙ୍କୁ ଦେବୀ ମନେକରିବା ଅର୍ଥାତ୍ ମାତୃଦେବୋ ଭବ । ଏହିଭଳି ପିତା, ଆଚାର୍ଯ୍ୟ ତଥା ଅତିଥିଙ୍କୁ ମଧ୍ୟ ଦେବ ବୋଲି ମନେକରିବା ଅର୍ଥାତ୍ ପିତୃଦେବୋ ଭବ । ଆଚାର୍ଯ୍ୟଦେବୋ ଭବ । ଅତିଥିଦେବୋ ଭବ । ଆଚାର୍ଯ୍ୟଙ୍କ ସତ୍ପରାମର୍ଶ ହେଉଥିଲା । ଆଖି ବନ୍ଦ କରି ମୋର ଅନୁସରଣ ନ କରିବା, ବରଂ ମୋର ଯେଉଁ ଉତ୍ତମ ଅନିନ୍ଦିତ କାର୍ଯ୍ୟ ରହିଛି, ସେ ସବୁର ସେବନ କରିବା, ତାଙ୍କର ଅନୁସରଣ କରିବା । ଅର୍ଥାତ୍ ଅସ୍ମାକମ୍ ଅନବଦ୍ୟାନି କର୍ମାଣି ତାନି ତ୍ୱୟା ସେବିତବ୍ୟାନି ନେତରାଣି । କେବଳ ଏହିଭଳି କର୍ମମାନଙ୍କର ତୁମକୁ ଉପାସନା କରିବା ଆବଶ୍ୟକ, ଅନ୍ୟ କର୍ମମାନଙ୍କର ନୁହେଁ ।
ଆଚାର୍ଯ୍ୟଙ୍କର ଶିକ୍ଷା ହେଉଥିଲା ଆମକୁ ଯିଏ ବି ଶ୍ରେଷ୍ଠତର ବିଦ୍ୱାନ୍ ଜୀବନରେ ଯେଉଁ କ୍ଷେତ୍ରରେ ଯେଉଁ ସ୍ଥାନରେ ମିଳନ୍ତି, ତାଙ୍କୁ ବସିବାପାଇଁ ଆସନ ଆଦି ଦେଇ ତାଙ୍କର ଶ୍ରମ ଦୂରକରିବା ଆବଶ୍ୟକ । ଯଦି ସେମାନଙ୍କ ମଧ୍ୟରୁ କାହାକୁ ଉଚ୍ଚ ଆସନ ମିଳେ ତେବେ ତୁମକୁ ଦୀର୍ଘ ଶ୍ୱାସ ଛାଡିବା ଉଚିତ ନୁହେଁ । ତୁମକୁ ତାଙ୍କ କଥାର ସାରମର୍ମକୁ ଅବଗତ ହୋଇ ତାଙ୍କୁ ଗ୍ରହଣ କରିବା ଆବଶ୍ୟକ । ଯେ କେ ଚାସ୍ମଚ୍ଛ୍ରେୟାଂସୋ ବ୍ରାହ୍ମଣାଃ ତେଷାଂ ତ୍ୱୟାସନେନ ପ୍ରଶ୍ୱସିତବ୍ୟମ୍ ।
ଜୀବନରେ ପ୍ରଦାନ କରିବାର ମନୋବୃତ୍ତି ରଖ
ଶିଷ୍ୟମାନଙ୍କୁ ଆଚାର୍ଯ୍ୟ ପରାମର୍ଶ ଦେଉଥିଲେ—ଜୀବନରେ ସବୁବେଳେ ଅନ୍ୟମାନଙ୍କୁ ଦେବାର ମନୋବୃତ୍ତି ରଖ । ଶ୍ରଦ୍ଧାରେ ଦାନ ଦିଅ, ଶ୍ରଦ୍ଧୟା ଦେୟମ୍ । ହେଲେ ଶ୍ରଦ୍ଧା ନଥିଲେ ମଧ୍ୟ ଦାନ ଦେବା ଉଚିତ, ଅଶ୍ରଦ୍ଧୟା ଦେୟମ୍ । ଯଦି ତୁମ ଉପରେ ଶ୍ରୀଲକ୍ଷ୍ମୀଙ୍କର କୃପା ଅଛି, ତେବେ ଦାନ ଦିଅ, ଯଦି ଏପରି କୃପା ନଥାଏ ତେବେ ମଧ୍ୟ ଲୋକଲାଜରେ ଦିଅ ଶ୍ରିୟା ଦେୟମ୍, ହ୍ରିୟା ଦେୟମ୍ । ଭୟ କାରଣରୁ ମଧ୍ୟ ଦାନ ଦେବା ଭିୟା ଦେୟମ୍, ପ୍ରେମ ଆଉ ପ୍ରତିଜ୍ଞାରେ ଦେବା ସଂବିଦା ଦେୟମ୍ ।
ଗୁରୁଜନମାନଙ୍କର ସଦାଚରଣର ଅନୁକରଣ କର
ଦୀକ୍ଷାନ୍ତ ଅବସରରେ ଭବିଷ୍ୟତ ଜୀବନ ପାଇଁ ଶିଷ୍ୟମାନଙ୍କୁ ସତର୍କ କରିବା ଆଚାର୍ଯ୍ୟଙ୍କର ସ୍ଥାୟୀ ପରାମର୍ଶ ଥିଲା, ଜୀବନରେ ଯଦି କେବେ କୌଣସି କାର୍ଯ୍ୟର ଅଧ୍ୟୟନ କରିବାରେ ତୁମକୁ ସନ୍ଦେହ ହୁଏ ଆଉ ଏହା ବୁଝିହୁଏ ନାହିଁ ଯେ ଏ କର୍ମରେ ତୁମର ଉତ୍ତରଦାୟିତ୍ୱ ଧର୍ମାଚାର କଣ ଅଥବା କେଉଁ ଅବସ୍ଥାରେ କେଉଁଭଳି ବ୍ୟବହାର କରିବା ଆବଶ୍ୟକ ? ସେହି ସ୍ଥିତିରେ ଲୋକାଚାର କଣ ? ଅଥ ଯଦି ତେ କର୍ମବିଚିକିତ୍ସା ବା ବୃତ୍ତବିଚିକିତ୍ସା ବା ସ୍ୟାତ୍ । ସେହି ସ୍ଥିତିରେ ତୁମକୁ ନିଜ ଆଖପାଖର ସମୀପସ୍ଥ ବିଚାରଶୀଳ ବିଦ୍ୱାନମାନଙ୍କଠାରୁ ତତ୍ର ବ୍ରାହ୍ମଣାଃ ସମଦର୍ଶିନଃ ସମଦୃଷ୍ଟି ଦ୍ୱାରା ଜୀବନରେ କର୍ମରେ ଲାଗିଥିବା ସିଧାସାଧା ସନ୍ତୁଳିତ କର୍ତ୍ତବ୍ୟପରାୟଣ ବ୍ୟକ୍ତିମାନଙ୍କଠାରୁ ବିଚାରଶୀଳ ଯେଉଁମାନେ ସ୍ୱଭାବରେ ରୁଷ୍ଟ ହୋଇନଥିବେ, ଯେଉଁମାନେ ଧର୍ମ-ନୈତିକତାର ଆଚରଣକାରୀ ହୋଇଥିବେ ଧର୍ମକାମାଃ ସ୍ୟୁଃ ସେମାନେ ଯେଉଁଭଳି ବ୍ୟବହାର କରନ୍ତି ଅଥବା ବ୍ୟବହାର କରିବାପାଇଁ ସତ୍ପରାମର୍ଶ ଦିଅନ୍ତି ସେହି ସ୍ଥିତିରେ ତୁମେ ସେହି ପ୍ରସଙ୍ଗରେ ଆଚରଣ କରିବ । ଯଥା, ତେ ତେଷୁ ବର୍ତେରନ୍ ତଥା ତେଷୁ ବର୍ତେଥାଃ ।
ଏହା ସହିତ ଆଚାର୍ଯ୍ୟ ଦୀକ୍ଷା ଦେବା ସମୟରେ ସ୍ମରଣ କରାଇ ଦିଅନ୍ତି କି, ଆଚାର୍ଯ୍ୟଙ୍କ ପାଇଁ ଯେଉଁ ପ୍ରିୟ ଧନ ରହିଛି, ତାହା ଦକ୍ଷିଣାରୂପେ ପ୍ରିୟଂ ଧନମ୍ ଆହୃତ୍ୟ ସେହି ପ୍ରିୟ ଧନକୁ ଦକ୍ଷିଣାରୂପେ ତାହାକୁ ଦେବା ଆବଶ୍ୟକ । ଏହି ବିରାସତ ଅଥବା ବଂଶ ପରଂପରାକୁ ପ୍ରଜାତନ୍ତୁମ୍ ଚ୍ଛିନ୍ନଭିନ୍ନ ନ କରିବା ମା ବ୍ୟବଚ୍ଛେତ୍ସୀଃ ଅର୍ଥାତ୍ ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଦ୍ୱିତୀୟ ଗୃହସ୍ଥାଶ୍ରମରେ ପ୍ରବିଷ୍ଟ ହେବା ହିଁ ତୁମର ଦାୟିତ୍ୱ ଅଟେ ।
ଏତେ ସବୁ ପରାମର୍ଶ, ଉପଦେଶ, ଆଦେଶ, ଅନୁଶାସନ ଦେବାପରେ ଆଚାର୍ଯ୍ୟ ତାଙ୍କର ବଚନରେ ଗୁରୁତ୍ୱ ଦେଇ କହୁଥିଲେ, ଆମର ଏହା ହିଁ ଆଦେଶ ଅଟେ ଏଷ ଆଦେଶଃ । ଏହା ଉପଦେଶ ଅଟେ ଏଷ ଉପଦେଶଃ । ଏହା ବେଦ ଏବଂ ଉପନିଷଦମାନଙ୍କର ସାର ଅଟେ ଏଷା ବେଦୋପନିଷଦ୍ । ଏହା ଆମର ମଧ୍ୟ ଅନୁଶାସନ ଅଟେ । ଏତଦ୍ ଅନୁଶାସନମ୍ । ଏହିଭଳି ଆଚରଣ କରିବା ଆବଶ୍ୟକ ।
ତୈତ୍ତିରୀୟ ଉପନିଷତ୍ର ଏକାଦଶ ଅନୁବାକରେ ଅନ୍ତେବାସୀମାନଙ୍କୁ ଆଚାର୍ଯ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ଦୀକ୍ଷାନ୍ତ ଭାଷଣର ଗୋଟିଏ ବ୍ୟବସ୍ଥିତ ସନ୍ତୁଳିତ ବିବରଣୀ ମିଳିଥାଏ କି, ଆଚାର୍ଯ୍ୟ ଶିଷ୍ୟକୁ ଭବିଷ୍ୟତ ଜୀବନରେ ସତ୍ୟ କହିବା, ଧର୍ମାଚରଣ କରିବାପାଇଁ ପ୍ରବୃତ୍ତ କରିବା ସହିତ ଆଦେଶ ଦେଉଥିଲେ । ସ୍ୱାଧ୍ୟାୟ, ସତ୍ୟାଚରଣ, ନିଜର ସାମାଜିକ ସାଂସାରିକ ଦାୟିତ୍ୱସମୂହର ନିର୍ବାହରେ କଦାପି ପ୍ରମାଦ କରନାହିଁ । ଶେଷରେ ମାତା-ପିତା, ଆଚାର୍ଯ୍ୟ, ଅତିଥି ଆଦି ଦିବ୍ୟ ଶକ୍ତିସମୂହର ସମାଦର କରି ଗୁରୁମାନଙ୍କର ଶିକ୍ଷାରେ ପରିଚାଳିତ ହେବାପାଇଁ ଆଦେଶ ଦେଇଥିଲେ । ସ୍ୱଭାବତଃ ଜିଜ୍ଞାସା ହେଉଥିଲା କି ଭାରତୀୟ ସଂସ୍କୃତିରେ ପ୍ରାରମ୍ଭିକ ଶିକ୍ଷାରୁ ନେଇ ଉଚ୍ଚତମ ଶିକ୍ଷାର କି ପ୍ରଣାଳୀ ଥିଲା ଅଥବା କି କାର୍ଯ୍ୟକ୍ରମ ଥିଲା, ତୈତ୍ତିରୀୟ ଉପନିଷତ୍ର ଶିକ୍ଷାଧ୍ୟାୟ ବଲ୍ଲୀର ପୂର୍ବ ଦଶଗୋଟି ଅନୁବାକରେ ସେ ବିଷୟରେ ବେଶ୍ ବର୍ଣ୍ଣନା କରାଯାଇଛି ।
Be First to Comment