Last updated on February 6, 2021
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ
ଯେତେବେଳେ ପୁରୁଷଙ୍କର କୌଣସି ଅଙ୍ଗ ଅନ୍ନକୁ ଧରିପାରିଲେ ନାହିଁ, ନା ବାଣୀ ଦ୍ୱାରା ଅନ୍ନକୁ ଡାକିଲେ, ନା ଶ୍ୱାସ-ପ୍ରଶ୍ୱାସର କ୍ରିୟା ଦ୍ୱାରା, ନା ଦେଖିବା ଦ୍ୱାରା, ନା କର୍ଣ୍ଣ ଦ୍ୱାରା ଶ୍ରବଣ କରି, ନା ତ୍ୱଚା ଦ୍ୱାରା ସ୍ପର୍ଶ କରି, ନା ମନ ଦ୍ୱାରା ଇଚ୍ଛା କରି ଅନ୍ନର ପ୍ରାପ୍ତି ସମ୍ଭବ ହେଲା, ସେତେବେଳେ ଅପାନ ବାୟୁ ଅନ୍ନକୁ ଧରିବା ପାଇଁ ଇଚ୍ଛା କଲେ, ଆଉ ସେ ତାଙ୍କ ଦ୍ୱାରା ଧରାଦେଲେ । ଅପାନ ବାୟୁ ଅନ୍ନକୁ ଧରିପାରିଲେ, ଏହି ଅପାନ ବାୟୁ ଅନ୍ନ ମାଧ୍ୟମରେ ଆୟୁ ପ୍ରଦାନ କରିଥାଏ । ଉପନିଷତ୍ ଦୃଷ୍ଟିରେ ଅପାନ-ବାୟୁ ଅନ୍ନାୟୁ ଅଟେ ।
ପ୍ରଥମ ଅଧ୍ୟାୟ ତୃତୀୟ ଖଣ୍ଡ ॥୧୦॥
ନାଭି ତଳେ ଯେଉଁ ବାୟୁ ଗତି କରିଥାଏ, ତାହା ଅପାନ-ବାୟୁ ଅଟେ । ଅନ୍ନ ପାଚନ ହୋଇଯିବାପରେ ଅପାନ ବାୟୁ ହିଁ ତାହାକୁ ଗତି ପ୍ରଦାନ କରି ନିମ୍ନକୁ ଠେଲିଥାଏ । ଏହି ଅପାନ ଯେତେବେଳେ ବିଗିଡି ଯାଏ, ସେତେବେଳେ ପ୍ରାୟତଃ ବ୍ୟକ୍ତି ରୋଗୀ ହୋଇ ପେଟରେ ପବନ ପାଇଁ ଅଭିଯୋଗ କରିଥାଏ, ପେଟରୁ ବାୟୁ ବାହାରୁ ନାହିଁ, ବାୟୁ ଅଟକି ଯାଉଛି ଆଉ ବ୍ୟକ୍ତି ପେଟ ଦରଜ ନେଇ ଅଭିଯୋଗ କରୁଛି । ଏହିଭଳି ମୁଁ ଦେଖିଲି ଯେ, ବ୍ରହ୍ମାଣ୍ଡର ପଞ୍ଚ ମହାଭୂତ ଏବଂ ପଞ୍ଚ ଇନ୍ଦ୍ରିୟସମୂହର କ୍ଷୁଧା-ତୃଷାର ଶମନ କରିବାରେ ଅନ୍ନର ବିଶେଷ ମହତ୍ତ୍ୱ ରହିଛି, ହେଲେ ଏହି ପୃଷ୍ଠଭୂମି ପ୍ରସ୍ତୁତ କରିବାପରେ ଉପନିଷତ୍କାର ଜିଜ୍ଞାସୁଙ୍କୁ ଅଧ୍ୟାତ୍ମର ଚରମ ଲକ୍ଷ୍ୟ ଦିଗରେ ପ୍ରେରଣା ଦେଇଛନ୍ତି । ଫଳତଃ ଜୀବାତ୍ମା ବିଚାର କଲେ କି, ଏହି ପୁରୁଷ ରୂପୀ ପିଣ୍ଡ ମୋ ବିନା ବାଣୀ ଦ୍ୱାରା ସ୍ୱୟଂ କହିଥାନ୍ତି, ମୋ ବିନା ପ୍ରାଣ ବାୟୁ ଦ୍ୱାରା ସ୍ୱତଃ ପ୍ରଶ୍ୱାସ ନେଇଥାନ୍ତି, ମୋ ବିନା ଚକ୍ଷୁ-ଆଖି ସ୍ୱତଃ ଦେଖିବାକୁ ଲାଗନ୍ତି, ମୋ ବିନା କାନଦ୍ୱାରା ସ୍ୱତଃ ଶବ୍ଦ ଶୁଣାଯାଇଥାଏ, ମୋ ବିନା ଚର୍ମଦ୍ୱାରା ସ୍ୱତଃ ସ୍ପର୍ଶ କରିବାକୁ ଲାଗେ, ମୋ ବିନା ମନ ସ୍ୱତଃ ଚିନ୍ତନ କରିବାରେ ଲାଗେ ଆଉ ଅପାନଦ୍ୱାରା ଖାଦ୍ୟ ଆଦି ଏବଂ ବାହ୍ୟଦ୍ୱାର ଦ୍ୱାରା ମଳ-ମୂତ୍ର ଆଦିର ତ୍ୟାଗ ହେବାରେ ଲାଗେ, ସେତେବେଳେ ମୋତେ ଜୀବାତ୍ମାର ଅସ୍ତିତ୍ୱର କି ମହତ୍ତ୍ୱ ରହିଛି, ଯଦି ମୋ ବିନା ସମସ୍ତ ଇନ୍ଦ୍ରିୟର କାମ ପରିଚାଳିତ ହେଉଥିବାର ଦେଖାଯାଏ, ତେବେ ଜୀବାତ୍ମା ଇନ୍ଦ୍ରିୟସମୂହକୁ ଆହ୍ୱାନ ଦେଇ କହୁଛି—ମୋ ବିନା ତୁମର କାମ ହୋଇପାରିବ ନାହିଁ । ଫଳତଃ ଦେବତା ଏବଂ ଇନ୍ଦ୍ରିୟସମୂହ ଅବଗତ ହୋଇଗଲେ କି ଜୀବାତ୍ମା ବିନା ଏହି ପୁରୁଷ ପିଣ୍ଡ ମାଟିର ଏକ ନିର୍ଜୀବ ପିଣ୍ଡ ହୋଇ ରହିଯିବ ।
ଇନ୍ଦ୍ରିୟମାନଙ୍କର ଦୀନ ଅବସ୍ଥା ଦେଖି ଜୀବାତ୍ମା ପୁରୁଷ-ପିଣ୍ଡରେ ପ୍ରବିଷ୍ଟ ହୋଇଗଲା । ଠିକ୍ ସେହିଭଳି ଯେଉଁଭଳି ବ୍ରହ୍ମାଣ୍ଡର ବିରାଟ ଆୟତନରେ ଅଗ୍ନି, ବାୟୁ, ଆଦିତ୍ୟ ଆଦି ପ୍ରବିଷ୍ଟ ହୋଇଥିଲେ, ଏହା ଚିନ୍ତନ କରି ଯେ, ଜୀବାତ୍ମା ବିନା ପୁରୁଷ-ପିଣ୍ଡ ବ୍ୟର୍ଥ ଅଟେ, ଜୀବାତ୍ମା ଶରୀରର ସୀମା ଲଂଘନ କରି କପାଳକୁ ଭେଦ କରି ଶରୀର ଭିତରେ ପ୍ରବେଶ କଲା । ଜୀବାତ୍ମା ଶରୀରର ଏହି ବିଦୃତି-ମୂର୍ଦ୍ଧା ସ୍ଥାନରେ ପହଞ୍ଚାଇଥାଏ, ସେତେବେଳେ ସେ ପରମାନନ୍ଦ ସ୍ଥିତିରେ ପହଞ୍ଚିଥାଏ । ଶରୀରରେ ଜୀବାତ୍ମା-ଜାଗରଣ, ସ୍ୱପ୍ନ ସୁଷୁପ୍ତିର ତିନିଗୋଟି ନିମ୍ନ ସ୍ୱପ୍ନ ଅବସ୍ଥାରେ ବିଚରଣ କରିଥାଏ ।
ଯେତେବେଳେ ଜୀବାତ୍ମା ଶରୀରରେ ପ୍ରବିଷ୍ଟ ହେଲା, ସେତେବେଳେ ସେ ଶରୀରରେ ପୃଥିବୀ, ଆପ୍, ତେଜ, ବାୟୁ ଆଦି ଭୂତସମୂହକୁ ଦେଖିଲା ଆଉ ଜିଜ୍ଞାସା ପ୍ରକଟ କଲା କି, ତା ବ୍ୟତିରେକ ଶରୀରରେ କଣ କେହି ଦ୍ୱିତୀୟ ସତ୍ତା କଥା କହୁଛି । ପୁରୁଷ ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ପ୍ରସାରିତ ସେହି ତତ୍ତ୍ୱକୁ ଦେଖି ଜୀବାତ୍ମାର ଅନୁଭୂତି ହେଲା—ସେ ବ୍ୟାପ୍ତ ବ୍ରହ୍ମଙ୍କୁ ଦେଖିନେଲେ ।
ଯୋଗୀମାନଙ୍କର ଗୁପ୍ତ ଭାଷାରେ ବ୍ରହ୍ମ-ପ୍ରତ୍ୟକ୍ଷକୁ ଇନ୍ଦ୍ର-ପରମାତ୍ମାଙ୍କର ସାକ୍ଷାତ୍କାର ହୋଇଗଲା, ପ୍ରତ୍ୟକ୍ଷ କଥା କହିବା ଅପେକ୍ଷା ରହସ୍ୟପୂର୍ଣ୍ଣ ଭାଷାରେ ପରୋକ୍ଷ ଇନ୍ଦ୍ର ନାମରେ ବ୍ରହ୍ମ ସାକ୍ଷାତ୍କାର ସ୍ଥିତି ପ୍ରସ୍ତୁତ କରାଗଲା । ଉପନିଷତ୍କାରମାନେ ସୃଷ୍ଟି ଉତ୍ପତ୍ତିର କଥାକୁ ଏହି ଅଳଂକାର ପୂର୍ଣ୍ଣ ବର୍ଣ୍ଣନା ମଧ୍ୟମରେ କରିଅଛନ୍ତି ।
ପୁରୁଷଙ୍କର ଉତ୍ପତ୍ତି
ଉପନିଷତ୍କାରଙ୍କ ଦୃଷ୍ଟିରେ ଯଦିଓ ନାରୀର ଗର୍ଭଧାରଣ ହୋଇଥାଏ, କିନ୍ତୁ ପ୍ରକୃତରେ ପୁରୁଷର ଅଙ୍ଗଅଙ୍ଗରେ ତେଜ-ଓଜ ଏକତ୍ର ହୋଇ ବୀର୍ଯ୍ୟସ୍ୱରୂପ ଧାରଣ କରିଥାଏ । ଫଳତଃ ଯେତେବେଳେ ପୁରୁଷ ସେହି ବୀର୍ଯ୍ୟକୁ ନାରୀଠାରେ ସିଞ୍ଚନ କରେ, ସେତେବେଳେ ସନ୍ତାନ/ସନ୍ତତି ଜନ୍ମ ନିଏ । ମୌଳିକ ଦୃଷ୍ଟିରେ ସ୍ତ୍ରୀଠାରେ ଗର୍ଭାଧାନ ମାଧ୍ୟମରେ ସନ୍ତାନର ଜନ୍ମ ହୋଇଥାଏ ।
ପୁରୁଷଙ୍କର ସେହି ଓଜ-ବୀର୍ଯ୍ୟ ନାରୀଠାରେ ଯାଇ ସ୍ତ୍ରୀର ଅଙ୍ଗ ଭଳି ହୋଇଯାଏ, ବିଜାତୀୟ ଦ୍ରବ ହୋଇଥିଲେ ମଧ୍ୟ ତାହା ନାରୀର ନିଜର ଅଙ୍ଗ ହୋଇଯାଏ, ଫଳତଃ ତାହା ନାରୀକୁ ପୀଡା ଦିଏନାହିଁ । ସେହି ନାରୀ ଏହି ପୁରୁଷଙ୍କର ଅଂଶରୂପ ହୋଇ ତାହାର ଆତ୍ମା ଭିତରେ ପ୍ରବେଶ କରେ । ଏହି ସ୍ନେହ ପରିପୂର୍ଣ୍ଣ ଭାବନା ଦ୍ୱାରା କୁପଥ୍ୟାଦିର ଯତ୍ନପୂର୍ବକ ତ୍ୟାଗ କରି ତାହାର ପରିପାଳନ କରିଥାଏ । ନିଜ ସ୍ୱାମୀକୁ ନିଜ ଭିତରେ ପାଳନ କରିଥାଏ, ପତ୍ନୀ ସନ୍ତାନରୂପେ ନିଜ ସ୍ୱାମୀର ଅଂଶକୁ ପାଳନ କରିଥାଏ । ଫଳତଃ ସେ ସ୍ୱାମୀ ଦ୍ୱାରା ମଧ୍ୟ ପୂର୍ଣ୍ଣ ଉତ୍ତରଦାୟିତ୍ୱ ପାଳନର ଅଧିକାରିଣୀ ହୋଇଥାଏ । ନିଜ ଜନ୍ମ ପୂର୍ବରୁ ସନ୍ତାନ କିପରି ହେବ—ଏହି ଭାବନା କରିବା ବୈଦିକ ସଂସ୍କୃତିର ବିଶିଷ୍ଟ ଦାନ ଅଟେ । ଏହି ସଂସାର ଚକ୍ରକୁ ପରିଚାଳିତ କରିବାପାଇଁ ଏମାନଙ୍କୁ ଏହିଭଳି ନିର୍ମିତ କରାଯାଇଛି । ବସ୍ତୁତଃ ଏହି ପୁରୁଷଙ୍କର ଦ୍ୱିତୀୟ ଜନ୍ମ ହୋଇଥାଏ ।
ପୁତ୍ର ନିଜ ସଂସ୍କାରକୁ ନେଇ ଜନ୍ମ ଗ୍ରହଣ କରିଥାଏ । ଏହିଭଳି ପିତା ହିଁ ପୁତ୍ରର ସ୍ୱରୂପରେ ଜନ୍ମ ଗ୍ରହଣ କରିଥାନ୍ତି । ଏହାକୁ ଋଷିଗଣ ଆତ୍ମା ଅବା ପୁରୁଷର ଜନ୍ମ ବୋଲି କହିଛନ୍ତି । ଏହିଭଳି ପୁରୁଷର ପ୍ରଥମ ଜନ୍ମ ସେତେବେଳେ ହୁଏ, ଯେତେବେଳେ ସେ ଗର୍ଭରେ ପ୍ରବିଷ୍ଟ ହୁଏ । କୁମାର ଅବା କୁମାରୀ ରୂପେ ଜନ୍ମ ନେବା ତାହାର ଦ୍ୱିତୀୟ ଜନ୍ମ ଅଟେ । ପୁତ୍ର ରୂପେ ତାଙ୍କର ଆତ୍ମା ହିଁ ପୁଣ୍ୟ କର୍ମ ଦ୍ୱାରା କୃତକୃତ୍ୟ ହୋଇ ବୟୋବୃଦ୍ଧ ହୋଇ ଯେତେବେଳେ ଏଠାରୁ ପ୍ରସ୍ଥାନ କରେ, ସେତେବେଳେ ସେ ଏଠାରୁ ଯିବାସହ ପୁନଃ ଉତ୍ପନ୍ନ ହୋଇଥାଏ, ତାହା ଆତ୍ମାର ତୃତୀୟ ଜନ୍ମ ଅଟେ ।
ଉପନିଷତ୍କାରମାନେ ଉଦାହରଣ ଦେବାପୂର୍ବକ କହିଛନ୍ତି— ଥରେ ଋଷି ବାମଦେବ ଘୋଷଣା କରିଥିଲେ—ଯେତେବେଳେ ମୁଁ ଗର୍ଭରେ ଥିଲି, ସେତେବେଳେ ଜାଣିପାରିଥିଲି କି, ଦେବତାମାନଙ୍କୁ ଅନେକ ଜନ୍ମଦେଇ ଗତି କରିବାକୁ ପଡିଥାଏ । ଋଷି ସ୍ୱୀକାର କରିଛନ୍ତି—ତାଙ୍କୁ ସହସ୍ର ଜନ୍ମରୂପୀ ନଗରରେ ଏପ୍ରକାର ଯିବାପାଇଁ ପଡିଥିଲା, ଯେଉଁଭଳି ଲୁହାକୁ ଜାଲରେ ବାନ୍ଧି ଦିଆଯାଇଛି । ଯେଉଁଭଳି ଜାଲରେ ପଡିବାଦ୍ୱାରା ବାଜପକ୍ଷୀ ତାହାକୁ ଖୁବ୍ଜୋର୍ରେ ଫାଡି ଦେଇଥାଏ, ସେହିଭଳି ମୁଁ ଜନ୍ମ-ମରଣରୂପୀ ଏହି ଜାଲକୁ ଫାଡି ଦେଇଛି ।
ଋଷି ବାମଦେବଙ୍କ ଧାରଣା ଥିଲା କି, ଜନ୍ମ-ଜନ୍ମାନ୍ତରର ଚକ୍ରବ୍ୟୂହରୁ ପାର ହେବା ମାନବର ଲକ୍ଷ୍ୟ ହେବା ଆବଶ୍ୟକ । ଏହି ସତ୍ୟକୁ ଅବଗତ ହେବା କାରଣରୁ ଋଷି ବାମଦେବ ଏହି କାୟା ଛାଡି ଊର୍ଦ୍ଧ୍ୱଗାମୀ ହୋଇ ତାହାର ଭେଦକରି ଅମର ହୋଇଯାଇଥିଲେ ।
(କ୍ରମଶଃ
ஃ
Be First to Comment