Last updated on November 19, 2020
କେବଳ ପୁତ୍ରକୁ ହିଁ ବଂଶର ବାହକ କୁହାଯାଏ ! !
ଆମର ଧାର୍ମିକ ଗ୍ରନ୍ଥ ଏବଂ ଆମର ସନାତନ ହିନ୍ଦୁ ପରମ୍ପରା ଅନୁସାରେ ପୁତ୍ରକୁ କୁଳପ୍ରଦୀପ ଅଥବା ବଂଶବୃଦ୍ଧି କାରକ ବୋଲି କୁହାଯାଏ । ଅର୍ଥାତ୍ ତାକୁ ଗୋତ୍ରର ବାହକ ବୋଲି କୁହାଯାଏ ।
କଣ ଆପଣ ଜାଣନ୍ତି କି, କେବଳ ପୁତ୍ରକୁ କାହିଁକି ବଂଶର ବାହକ ବୋଲି କୁହାଯାଏ ?
ପ୍ରକୃତରେ ଏହାର କାରଣ ହେଉଛି, ପୁରୁଷ ପ୍ରଧାନ ସମାଜ ଅଥବା ପିତୃସତ୍ତାତ୍ମକ ବ୍ୟବସ୍ଥା ନୁହେଂ ବରଂ ଆମର ଜନ୍ମ ନେବାର ପ୍ରକ୍ରିୟା ।
ଯଦି ଆମେ ଜନ୍ମ ନେବାର ପ୍ରକ୍ରିୟାକୁ ସୂକ୍ଷ୍ମରୂପରେ ଦେଖିବା ତେବେ ଆମେ ପାଇବା କି,
ଜଣେ ସ୍ତ୍ରୀର ଗୁଣସୂତ୍ର (Chromosome)XX ହୋଇଥାଏ ଆଉ ପୁରୁଷର XY ହୋଇଥାଏ ।
ଏହାର ଅର୍ଥ ହେଉଛି, ଯଦି ପୁତ୍ର ଜନ୍ମ ନିଏ, ତେବେ ତାଠାରେ XY ଗୁଣସୂତ୍ର ରହିଛି ଅର୍ଥାତ୍ ସେହି ପୁତ୍ରଠାରେ Y ଗୁଣସୂତ୍ର ପିତାଙ୍କଠାରୁ ଆସିଛି କାରଣ ମାତାଙ୍କର Y ଗୁଣସୂତ୍ର ନଥାଏ ।
ଆଉ ଯଦି କନ୍ୟା ସନ୍ତାନ ହୁଏ ତେବେ XX ଗୁଣସୂତ୍ର ଉଭୟ ମାତା ଆଉ ପିତାଙ୍କଠାରୁ ଆସିଛି । XX ଗୁଣସୂତ୍ର ଅର୍ଥାତ୍ କନ୍ୟା ସନ୍ତାନ ।
ବର୍ତ୍ତମାନ ଏହି XX ଗୁଣସୂତ୍ର ଯୋଡାରେ ଏକ X ଗୁଣସୂତ୍ର ପିତାଙ୍କଠାରୁ ତଥା ଆଉ ଏକ X ଗୁଣସୂତ୍ର ମାତାଙ୍କଠାରୁ ଆସିଥାଏ ।
ଏହି ଉଭୟ ଗୁଣସୂତ୍ରର ସଂଯୋଗ ଏକ ଗଣ୍ଠି ସଦୃଶ ହୋଇଯାଏ ଯାହାକୁ Crossover କୁହାଯାଏ ।
ପୁତ୍ରଠାରେ XY ଗୁଣସୂତ୍ର ଥାଏ, ଅର୍ଥାତ୍ ପୂର୍ବରୁ କୁହାଯାଇଛି ଯେ, Y ଗୁଣସୂତ୍ରଟି କେବଳ ପିତାଙ୍କଠାରୁ ଆସିଥାଏ, କାରଣ ମାତାଙ୍କଠାରେ Y ଗୁଣସୂତ୍ର ନଥାଏ, ଏଥିପାଇଁ ଉଭୟ ଗୁଣସୂତ୍ର ଅସମାନ ହୋଇଥିବା କାରଣରୁ ଏହି ଉଭୟ ଗୁଣସୂତ୍ରର ପୂର୍ଣ୍ଣ Crossover ହୁଏ ନାହିଁ ବରଂ କେବଳ ୫% ପର୍ଯ୍ୟନ୍ତ Crossover ସମ୍ଭବ ହୋଇଥାଏ । ଆଉ ୯୫% ଗୁଣସୂତ୍ର ପୂର୍ବବତ୍ intact ହୋଇ ରହନ୍ତି ।
ଏଥିରୁ ଜଣାଯାଉଛି ଯେ, Y ଗୁଣସୂତ୍ର ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, କାରଣ Y ଗୁଣସୂତ୍ର ବିଷୟରେ ଆମେ ସ୍ଥିର ନିଶ୍ଚିତ ହୋଇଯାଉ ଯେ, ଏହା କେବଳ ପିତାଙ୍କଠାରୁ ହିଁ ଆସିଛି ।
ବାସ୍, ଏହି Y ଗୁଣସୂତ୍ରର ଅନ୍ୱେଷଣ କରିବା ହିଁ ଗୋତ୍ର ପ୍ରଣାଳୀର ଏକମାତ୍ର ଉଦ୍ଦେଶ୍ୟ ଅଟେ ଯାହା ହଜାର ହଜାର, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଆମ ଋଷିମୁନିଙ୍କୁ ମଧ୍ୟ ଜଣାଥିଲା ।
ଏହିଭଳି ଭାବେ ଏହା ସମ୍ପୂର୍ଣ୍ଣରୂପେ ସ୍ପଷ୍ଟ ହେଉଛି ଯେ, ଆମର ବୈଦିକ ଗୋତ୍ର ପ୍ରଣାଳୀ, ଗୁଣସୂତ୍ର ଉପରେ ଆଧାରିତ ଅଥବା Y ଗୁଣସୂତ୍ରକୁ ସଂପ୍ରସାରିତ କରିବାର ଏକ ମାଧ୍ୟମ ।
ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ୟକ୍ତିଙ୍କର ଗୋତ୍ର ଶାଣ୍ଡିଲ୍ୟ ଅଟେ ତେବେ ସେହି ବ୍ୟକ୍ତିଙ୍କଠାରେ ବିଦ୍ୟମାନ Y ଗୁଣସୂତ୍ର ଶାଣ୍ଡିଲ୍ୟ ଋଷିଙ୍କଠାରୁ ଆସିଛି, ଅଥବା ଶାଣ୍ଡିଲ୍ୟ ଋଷି ସେହି ଗୁଣସୂତ୍ରର ମୂଳ ଅଟନ୍ତି ।
ବର୍ତ୍ତମାନ ଯେହେତୁ Y ଗୁଣସୂତ୍ର ସ୍ତ୍ରୀମାନଙ୍କ ପାଖରେ ନଥାଏ, ଏଥିପାଇଁ ବିବାହ ପରେ ସ୍ତ୍ରୀମାନଙ୍କୁ ସେମାନଙ୍କ ସ୍ୱାମୀମାନଙ୍କ ଗୋତ୍ର ସହ ଯୋଡି ଦିଆଯାଏ ।
ବୈଦିକ ବା ହିନ୍ଦୁ ସଂସ୍କୃତିରେ ଗୋଟିଏ ଗୋତ୍ର ମଧ୍ୟରେ ବିବାହ ବର୍ଜିତ ହେବାର ମୁଖ୍ୟ କାରଣ ହେଉଛି, ଗୋଟିଏ ଗୋତ୍ରର ହୋଇଥିବା କାରଣରୁ ପୁରୁଷ ଏବଂ ସ୍ତ୍ରୀ ଭାଇ-ଭଉଣୀ ବୋଲାନ୍ତି କାରଣ ସେମାନଙ୍କର ପୂର୍ବଜ ବା origin ଏକ ହୋଇଥାଏ, କାରଣ ଗୋଟିଏ ଗୋତ୍ରର ହୋଇଥିବା କାରଣରୁ ସେମାନଙ୍କ ଗୁଣସୂତ୍ରରେ ସମାନତା ରହିଥାଏ ।
ଆଜିର ଏ ଆନୁବଂଶିକ ବିଜ୍ଞାନ genetic Science ଅନୁସାରେ ମଧ୍ୟ ଯଦି ସମାନ ଗୁଣସୂତ୍ରଯୁକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟ ବିବାହ ହୁଏ, ତେବେ ତାଙ୍କ ସନ୍ତାନ, ଆନୁବଂଶିକ ବିକାର ସହ ଉତ୍ପନ୍ନ ହେବ କାରଣ, ଏଭଳି ଦମ୍ପତିଙ୍କ ସନ୍ତାନମାନଙ୍କ ମଧ୍ୟରେ ଏକାଭଳି ବିଚାରଧାରା, ପସନ୍ଦ, ବ୍ୟବହାର ଆଦିରେ କୌଣସି ପ୍ରକାର ନୂତନତ୍ୱ ନଥାଏ ଆଉ ଏଭଳି ସନ୍ତାନମାନଙ୍କଠାରେ ରଚନାତ୍ମକତାର ଅଭାବ ପରିଦୃଷ୍ଟ ହୋଇଥାଏ ।
ବିଜ୍ଞାନ ଦ୍ୱାରା ମଧ୍ୟ ଏଭଳି ସମ୍ବନ୍ଧରେ ଏ କଥା କୁହାଯାଇଛି କି, ସଗୋତ୍ର ବିବାହ କଲେ ଅଧିକାଂଶ ଦମ୍ପତିଙ୍କ ସନ୍ତାନମାନଙ୍କଠାରେ ଅନୁବଂଶିକ ଦୋଷ ଅର୍ଥାତ୍ ମାନସିକ ବିକଳାଙ୍ଗ, ଅପଙ୍ଗତା, ଗମ୍ଭୀର ରୋଗ ଆଦି ଜନ୍ମଜାତ ହୋଇଥାନ୍ତି ।
ଶାସ୍ତ୍ରାନୁସାରେ ଏହି କାରଣରୁ ସଗୋତ୍ର ବିବାହ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି କାରଣରୁ ଶାରୀରିକ ବିଷମତା ଯୋଗୁଁ ଇଂରେଜ ରାଜପରିବାରରେ ପରସ୍ପର ମଧ୍ୟରେ ବିବାହକୁ ବନ୍ଦ କରାଯାଇଛି । ଆମେ ଜାଣୁ ଯେ, କନ୍ୟାଠାରେ ୫୦% ଗୁଣସୂତ୍ର ମାତାଙ୍କ ପାଖରୁ ଆସିଥାଏ ଆଉ ୫୦% ପିତାଙ୍କ ପାଖରୁ ଆସିଥାଏ ।
ତାପରେ ଯଦି କନ୍ୟାର ମଧ୍ୟ କନ୍ୟା ସନ୍ତାନ ଜନ୍ମ ନିଏ, ତେବେ ସେହି DNA ୫୦%ରୁ ୫୦% ରହିଯିବ ଆଉ ଯଦି ତାହାର ବି କନ୍ୟା ହୁଏ ତେବେ ସେହି ୨୫%ର ୫୦% DNA ରହିଯିବ ।
ଏହିଭଳି ସପ୍ତମ ପିଢ଼ିରେ କନ୍ୟା ଜନ୍ମ କ୍ଷେତ୍ରରେ ଏହି % କମିକମି ଆସି ୧%ରେ ପହଞ୍ଚିଯିବ । ଅର୍ଥାତ୍ ଏକ ପତି-ପତ୍ନୀଙ୍କର DNA ସପ୍ତମ ପିଢ଼ି ପର୍ଯ୍ୟନ୍ତ ବାରମ୍ବାର ଜନ୍ମ ନେଇଥାଏ, ଯାହାକୁ “ସାତ ଜନ୍ମର ସାଥୀର ରହସ୍ୟ” ବୋଲି କୁହାଯାଏ ।
କିନ୍ତୁ ଯଦି ସନ୍ତାନ ପୁତ୍ର ହୁଏ ତେବେ ପୁତ୍ରର ଗୁଣସୂତ୍ର ପିତାଙ୍କ ଗୁଣସୂତ୍ରର ୯୫% ଗୁଣକୁ ଅନୁବଂଶିକ ଗୁଣ ଭାବେ ଗ୍ରହଣ କରିଥାଏ ଆଉ ମାତାଙ୍କର ୫% ଗୁଣକୁ, (ଯାହା କୌଣସି ପରିସ୍ଥିତିରେ ୧%ରୁ କମ୍ ବି ହୋଇପାରେ) DNA ଗ୍ରହଣ କରିଥାଏ ଆଉ ଏହି କ୍ରମ ଅହରହ ଚାଲିଥାଏ ।
ଯେଉଁ କାରଣରୁ ପତି-ପତ୍ନୀଙ୍କ ଗୁଣଯୁକ୍ତ DNA ବାରମ୍ବାର ଜନ୍ମ ନେଇଥାଏ, ଅର୍ଥାତ୍, ଜନ୍ମ ଜନ୍ମାନ୍ତରର ସାଥୀ ହୋଇଯାଇଥାଏ ।
ଏଥିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ମାତା ପିତା ଯଦି କନ୍ୟାଦାନ କରନ୍ତି ତେବେ ଏହାର ଅର୍ଥ ଏପରି କଦାପି ହେବା ଉଚିତ ନୁହେଁ କି, ସେ କନ୍ୟାକୁ କୌଣସି ବସ୍ତୁ ସମକକ୍ଷ ମନେକରନ୍ତି ।
ବରଂ, ଏହି ଦାନର ବିଧାନ ଏଥିପାଇଁ କରାଯାଇଛି କି, ଅନ୍ୟ କୁଳର କୁଳବଧୂ ହେବାପାଇଁ ଆଉ ସେହି କୁଳର କୁଳଧାତ୍ରୀ ହେବାପାଇଁ, ତାହାକୁ ଗୋତ୍ର ମୁକ୍ତ ହେବାକୁ ପଡିବ ।
କନ୍ୟାମାନେ ଆଜୀବନ DNA ମୁକ୍ତ ହୋଇପାରିବେ ନାହିଁ କାରଣ ସେମାନଙ୍କ ଭୌତିକ ଶରୀରରେ ସେହି DNA ଅବଶ୍ୟ ରହିବ, ଏଥିପାଇଁ ମାତାଙ୍କ ସମ୍ପର୍କ ଉଜ୍ଜୀବିତ ରହିଥାଏ ।
ବୋଧହୁଏ ଏହି କାରଣରୁ, ବିବାହ ପରେ କନ୍ୟାମାନେ ପିତାଙ୍କ ଗୃହକୁ “ମା”ଙ୍କ ଗୃହ ବୋଲି କୁହନ୍ତି, “ପିତା”ଙ୍କର ନୁହେଁ ।
କାରଣ, ସେମାନେ ସେମାନଙ୍କ ଜନ୍ମ ଗୋତ୍ର ଅର୍ଥାତ୍ ପିତାଙ୍କ ଗୋତ୍ରକୁ ତ୍ୟାଗ କରିଦେଇଥାନ୍ତି !
ପୁନଃ, କନ୍ୟା ବିବାହ ପରେ କୁଳ ବଂଶ ନିମନ୍ତେ ରଜକୁ ଦାନକରି ମାତୃତ୍ୱ ପ୍ରାପ୍ତ କରନ୍ତି, ଏଥିପାଇଁ, ପ୍ରତ୍ୟେକ ବିବାହିତ ସ୍ତ୍ରୀ ମାତା ଭଳି ପୂଜନୀୟ ଅଟନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି, ଆମର ଏ ପରଂପରା ହଜାର ହଜାର, ଲକ୍ଷ ଲକ୍ଷ ବର୍ଷଧରି ଚାଲିଆସୁଛି ଯାହାର ସିଧା ଅର୍ଥ ହେଉଛି, ହଜାର ହଜାର ବର୍ଷ ପୂର୍ବରୁ ଯେତେବେଳେ ପଶ୍ଚିମ ଦେଶର ଲୋକମାନେ ଉଲଗ୍ନ ହୋଇ ଜଙ୍ଗଲରେ ରହୁଥିଲେ ଆଉ ମୂଷା, ବିଲେଇ, କୁକୁର ଆଦିକୁ ମାରି ଖାଉଥିଲେ, ସେ ସମୟରେ ମଧ୍ୟ ଆମର ପୂର୍ବଜ ଋଷିମୁନି ମାନବ ଶରୀରରେ ଗୁଣସୂତ୍ରର ବିଭକ୍ତିକରଣକୁ ଅବଗତ ଥିଲେ ଆଉ ଆମମାନଙ୍କୁ ଗୋତ୍ର ନିୟମରେ ବାନ୍ଧି ଦେଇଥିଲେ ।
ଏ କଥାରୁ ପୁନର୍ବାର ଏହା ସିଦ୍ଧ ହେଉଛି କି, ଆମର ସନାତନ ହିନ୍ଦୁଧର୍ମ ପୂର୍ଣ୍ଣତଃ ବୈଜ୍ଞାନିକ ଅଟେ । ହେଲେ ଆମକୁ ଏ କଥାର ଧାରଣା ସୁଦ୍ଧା ନାହିଁ ।
ବି:ଦ୍ର: ମୁଁ ପୁତ୍ର ଏବଂ କନ୍ୟା ଅଥବା ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ କୌଣସି ବିଭେଦ କରୁନାହିଁ । ଅତଃ ମୁଁ ଉଭୟଙ୍କର ଅଧିକାରକୁ ସମ ଦୃଷ୍ଟିରେ ଦେଖେ । ଲେଖାର ଉଦ୍ଦେଶ୍ୟ ହେଉଛି, ଏକମାତ୍ର ଗୋତ୍ର ପରଂପରା ଏବଂ ସାତ ଜନ୍ମର ରହସ୍ୟକୁ ଅବଗତ କରାଇବା !
Be First to Comment