Last updated on February 6, 2021
ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ
ଐତରେୟ ଉପନିଷତ୍ରେ ଏକ କଥନ ରହିଛି, ଯେତେବେଳେ ବ୍ରହ୍ମାଣ୍ଡ ଏବଂ ପିଣ୍ଡ ଦେବତାଙ୍କର ପ୍ରାଦୁର୍ଭୂତ ହେଲା, ବ୍ରହ୍ମାଣ୍ଡରେ ପୃଥିବୀ, ଆପ୍, ତେଜ, ବାୟୁ, ଆକାଶର ଉତ୍ପତ୍ତି ହେଲା । ପିଣ୍ଡରେ ମୁଖ, ଆଖି, କାନ, ନାକ, ତ୍ୱଚା ଆଦି ଉତ୍ପନ୍ନ ହେଲେ । ତାଙ୍କ ସମ୍ମୁଖରେ ସମସ୍ୟା ଉତ୍ପନ୍ନ ହେଲା କି, କୌଣସି ସାହାରା ବିନା ସେମାନେ କେଉଁଆଡେ ଉଡିବେ, କେଉଁଠାରେ ନିବାସ କରିବେ ? ପୁନଃ ଦ୍ୱନ୍ଦ୍ୱ ବି ରହିଥିଲା କି, ଯେପର୍ଯ୍ୟନ୍ତ ପୃଥିବୀ ଆଦି ଭୋଗ୍ୟ ପଦାର୍ଥମାନଙ୍କରେ କେହି ଭୋକ୍ତା ନାହାଁନ୍ତି, ଯେପର୍ଯ୍ୟନ୍ତ ମୁଖ, ଆଖି, ନାକ ଆଦି ଭୋଗ କରୁଥିବା ଶକ୍ତିର କୌଣସି ଭୋଗ୍ୟ ନାହିଁ, ସେପର୍ଯ୍ୟନ୍ତ ସେ ଜନ୍ମ ନେଇ ବି କଣ କରିବେ ? ଏହି ଦିବ୍ୟ ଶକ୍ତିସମୂହ ତ ଉତ୍ପନ୍ନ ହୋଇଗଲା, ସେ ସମସ୍ତଙ୍କୁ ଅନୁଭୂତି ହେଲା କି, ଯେପରି ସେ କୌଣସି ବଡ ସମୁଦ୍ର ମଧ୍ୟକୁ ପଶିଆସିଛନ୍ତି, ସେମାନଙ୍କର କୌଣସି ଠିକଣା ନଥିଲା, ସେମାନଙ୍କ ସମ୍ମୁଖରେ ଦ୍ୱନ୍ଦ୍ୱ ଥିଲା — ସେମାନେ କେଉଁଠାରେ ରହିବେ, ସେମାନେ ତାଙ୍କର ଦିନ-ରାତି କେଉଁଠାରେ ବିତାଇବେ ? ଯେତେବେଳେ ଏମାନେ ଘୂରିବୁଲୁଥିଲେ ସେତେବେଳେ ସୃଷ୍ଟିର ରଚୟିତା ତାଙ୍କ ସହ କ୍ଷୁଧା ଏବଂ ତୃଷାକୁ ଯୋଡି ଦେଲେ । ତାପରେ ସେହି ଦିବ୍ୟ ଶକ୍ତିସମୂହ ପୂର୍ବଠାରୁ ଆହୁରି ଅଧିକ ବ୍ୟାକୁଳ ହୋଇଉଠିଲେ । ସେମାନେ ତାଙ୍କର ରଚୟିତା ଭଗବାନଙ୍କୁ ପ୍ରାର୍ଥନା କଲେ କି—ଆମକୁ କୌଣସି ଆଶ୍ରୟ-ସ୍ଥାନ ଠିକଣା ଦିଅନ୍ତୁ, ଯେଉଁଠାରେ ଆମେ ଆମର ନିବାସ ସ୍ଥାନ କରି ଅନ୍ନ ଭୋଜନ କରି ନିଜର କ୍ଷୁଧା ଦୂର କରିପାରିବୁ ।
ଏହା ଶୁଣି ଭଗବାନ୍ ସେହି ଦିବ୍ୟ ଶକ୍ତିସମୂହ ସମ୍ମୁଖରେ ଧେନୁକୁ ଆଣି ଛିଡା କରିଦେଲେ— ପଞ୍ଚ ମହାଭୂତ ତଥା ଇନ୍ଦ୍ରିୟସମୂହ ରୂପୀ ଦେବତାଗଣ ନିବେଦନ କଲେ —”ଏହି ଆଶ୍ରୟସ୍ଥଳ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।” ତାପରେ ତାଙ୍କ ସମ୍ମୁଖରେ ଘୋଡା ଆଣି ଛିଡା କରିଦେଲେ । ଏହି ଦିବ୍ୟ ଶକ୍ତିସମୂହ କହିଲେ—”ଏହି ଆଶ୍ରୟ ମଧ୍ୟ ଆମମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।” ସେହି ସ୍ଥିତିରେ ଭଗବାନ୍ ତାଙ୍କ ସମ୍ମୁଖରେ ପୁରୁଷଙ୍କୁ ଆଣି ଛିଡା କରିଦେଲେ ଆଉ ଇନ୍ଦ୍ରିୟଗଣଙ୍କୁ କହିଲେ—”ଏଠାରେ ନିଜର ଆଶ୍ରୟ ସ୍ଥଳ କରିନିଅ ।” ଇନ୍ଦ୍ରିୟଗଣ କହିଲେ—”ଏହା ତ ବହୁତ ଭଲକଥା ଅଟେ, ଏହି ରଚନା ବହୁତ ଭଲ ।” ଇନ୍ଦ୍ରିୟଗଣ ପରସ୍ପରକୁ କହିଲେ—”ସମସ୍ତେ ନିଜନିଜ ଆୟତନ ଅନୁସାରେ ଏଥିରେ ପ୍ରବିଷ୍ଟ ହୋଇଯାଅ ।”
ପୁରୁଷଙ୍କ ଠାରେ ଦେବଗଣ ତଥା ଇନ୍ଦ୍ରିୟସମୂହ କେଉଁଭଳି ଆଶ୍ରୟ ସ୍ଥଳ ନିର୍ମାଣ କଲେ । ଏହାର ବର୍ଣ୍ଣନା କରିବାପୂର୍ବକ ଉପନିଷତ୍କାର କହିଲେ —ବ୍ରହ୍ମାଣ୍ଡ ପୁରୁଷଙ୍କ ମୁଖରୁ ବାଣୀ ଏବଂ ବାଣୀରୁ ଅଗ୍ନିର ପ୍ରାଦୁର୍ଭାବ ହେଲା । ପରବର୍ତ୍ତୀ ଋଚାରେ କୁହାଯାଇଛି —ବ୍ରହ୍ମାଣ୍ଡ ପୁରୁଷଙ୍କ ମୁଖର ଅଗ୍ନି ପିଣ୍ଡ-ପୁରୁଷଙ୍କ ମୁଖରେ ବାଣୀହୋଇ ପ୍ରବିଷ୍ଟ ହୋଇଗଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ବାୟୁ ପ୍ରାଣ ହୋଇ ପିଣ୍ଡ ପୁରୁଷଙ୍କର ନାସିକାରେ ପ୍ରବିଷ୍ଟ ହୋଇଗଲା । ବ୍ରହ୍ମାଣ୍ଡ ପୁରୁଷଙ୍କ ଦ୍ୱାରା ସୃଷ୍ଟ ଆଦିତ୍ୟ ପିଣ୍ଡ-ପୁରୁଷଙ୍କ ଆଖିରେ ପ୍ରବିଷ୍ଟ ହେଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ଦିଗ ଶ୍ରୋତ୍ର ହୋଇ ପିଣ୍ଡ ପୁରୁଷଙ୍କ ଶ୍ରୋତ୍ରରେ ପ୍ରବିଷ୍ଟ ହୋଇଗଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ଲୋମ ପିଣ୍ଡ-ଜଗତରେ ଔଷଧି ଏବଂ ବନସ୍ପତି ସମୂହରେ ପ୍ରବିଷ୍ଟ ହୋଇଗଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ଚନ୍ଦ୍ରମା ପିଣ୍ଡ ପୁରୁଷଙ୍କର ମନ ଏବଂ ମନ ରୂପେ ହୃଦୟରେ ପ୍ରବିଷ୍ଟ ହୋଇଗଲା । ମୃତ୍ୟୁ ଅପାନ ହୋଇଗଲା, ଅପାନ ହୋଇ ପିଣ୍ଡ ପୁରୁଷଙ୍କ ନାଭିରେ ପ୍ରବିଷ୍ଟ ହୋଇଗଲା । ବିରାଟ ପୁରୁଷଙ୍କର ଜଳ ପିଣ୍ଡ ପୁରୁଷଙ୍କ ଶୀଶନରେ ବୀର୍ଯ୍ୟ ହୋଇ ପ୍ରବିଷ୍ଟ ହୋଇଗଲା ।” ଏହି କ୍ଷୁଦ୍ର କଥନ ଦ୍ୱାରା କୁହାଯାଇଛି ଯେ, ଯିଏ ପିଣ୍ଡରେ ଅଛନ୍ତି, ସେ ବ୍ରହ୍ମାଣ୍ଡରେ ଅଛନ୍ତି । ତାହାହେଲେ ସୃଷ୍ଟିର ବିକାଶ କେଉଁଭଳି ହେଲା ? ସୃଷ୍ଟିର ବିକାଶ ଅବ୍ୟକ୍ତ ପ୍ରକୃତିରୁ ହିଁ ହେଲା, ଏହି କଥା ବର୍ତ୍ତମାନ ସୃଷ୍ଟି ବିଜ୍ଞାନ ସ୍ୱୀକାର କରୁଛି, ଏହି ମାନ୍ୟତାକୁ ଉପନିଷତ୍କାରମାନେ ମଧ୍ୟ ମାନି ଆସିଛନ୍ତି ।
ସମସ୍ତ ଦେବତା ଏବଂ ଇନ୍ଦ୍ରିୟସମୂହକୁ ପୁରୁଷଙ୍କଠାରେ ଠିକଣା ଅର୍ଥାତ୍ ନିବାସ ସ୍ଥାନ ମିଳିଯିବା ପରେ କ୍ଷୁଧା ଏବଂ ତୃଷା, ଭଗବାନଙ୍କ ସମୀପକୁ ଯାଇ ଅନୁରୋଧ କଲେ — ”ଆପଣ ଆମ ଦୁଇଜଣଙ୍କର ଦେଖାଶୁଣା କରିବେ ତ ।” ସେତେବେଳେ ଜଗନ୍ନିୟନ୍ତା ଭଗବାନ କହିଲେ —”ବ୍ରହ୍ମାଣ୍ଡ ଏବଂ ପିଣ୍ଡର ଏହି ଦିବ୍ୟ ଶକ୍ତିମାନଙ୍କ ସହିତ ତୁମ ଦୁଇଜଣଙ୍କୁ ମଧ୍ୟ ଏମାନଙ୍କ ସେବା ନିମନ୍ତେ ନିଯୁକ୍ତ କରିଦେଉଛି । ଏହି ଦେବତାମାନଙ୍କ ସହିତ ତୁମମାନଙ୍କୁ ମଧ୍ୟ ସେମାନଙ୍କ ଆନନ୍ଦର ସହଭାଗୀ କରୁଛି । ଏହି କାରଣରୁ କି, ଯେଉଁ ଯେଉଁ ଦିବ୍ୟ ଶକ୍ତିସମୂହକୁ ଆହୁତି ଦିଆଯାଏ, ସେଥିରେ ଉଭୟେ ମଧ୍ୟ ସହଭାଗୀ ଅଟନ୍ତି । ଏ ଦୁଇଜଣ କିଏ ଅଟନ୍ତି — ଅଶନାୟାପିପାସେ କ୍ଷୁଧା-ତୃଷା । ଯେପର୍ଯ୍ୟନ୍ତ କ୍ଷୁଧା-ତୃଷା ନ ହୋଇଛି, ସୃଷ୍ଟିର ଗୋଟିଏ ଚରଣ ଆଗକୁ ବଢ଼ିପାରେ ନାହିଁ । ସୃଷ୍ଟିର ସମଗ୍ର ବିକାଶ କ୍ଷୁଧା ଏବଂ ତୃଷାର ଶମନ ନିମନ୍ତେ ହୋଇଛି । ତେଣୁ ସୃଷ୍ଟି-ଉତ୍ପତ୍ତିର ଏହି ପ୍ରସଙ୍ଗରେ ବ୍ରହ୍ମାଣ୍ଡ ତଥା ପିଣ୍ଡ ନିମନ୍ତେ ଅଙ୍ଗ-ପ୍ରତ୍ୟଙ୍ଗରେ କ୍ଷୁଧା-ତୃଷାକୁ ଯୋଡି ଦିଆ ଯାଇଛି ।”
କ୍ରମଶଃ
Be First to Comment