Last updated on July 14, 2020
କିଛି ଦିନ ପୂର୍ବରୁ ପୁନେର ଜଣେ ଭଦ୍ରଲୋକ ମୋତେ ଦେଖା କରିବାକୁ ଆସିଥିଲେ । ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିବାବେଳେ ସେ ଘଟଣାକ୍ରମେ କହିଥିଲେ,
“ମହାରାଜ, କିଛି ବର୍ଷ ପୂର୍ବେ ପୁନାରେ ଏକ ସନ୍ଥପରିଷଦ ଅନୁଷ୍ଠିତ ହୋଇଥିଲା । ଅନେକ ମହାରାଜ, କେତେକ ମୁକୁଳା କେଶ ଯୁକ୍ତ ଥିଲାବେଳେ, ଆଉ କେହି କେହି ତପସ୍ୟା ଏବଂ ତିତିକ୍ଷା ଆଦି ଅଭ୍ୟାସ କରିଥିଲେ, କିଛି ସନ୍ନ୍ୟାସୀ, କିଛି ମଠ ମହନ୍ତ ବା ମୁଖ୍ୟ ଆଦି ସମସ୍ତେ ସେହି ସଭାରେ ଏକାଠି ହୋଇଥିଲେ । ସେହି ସଭାକୁ ଦିଆଯାଇଥିବା ନାମ େହଲା, ‘ସନ୍ଥ ପରିଷଦ’ । ତେଣୁ ଏହି ସମସ୍ତ ବ୍ୟକ୍ତି ସାଧୁ ବୋଲି ଭାବି ଦେବା ସ୍ୱାଭାବିକ ଥିଲା । ସାଧାରଣ ଲୋକ ଭାବନ୍ତି ଯେ ସାଧୁମାନେ ହେଉଛନ୍ତି ଅସାମାନ୍ୟ ବ୍ୟକ୍ତି, ଯେଉଁମାନେ ଆତ୍ମାକୁ ହୃଦୟଙ୍ଗମ କରି ଚିରକାଳୀକ ସୁଖରେ ସର୍ବଦା ବୁଡି ରହିଥାନ୍ତି ଏବଂ ସମସ୍ତେ ଅନ୍ୟ ମଣିଷମାନଙ୍କୁ ଅନନ୍ତ ସୁଖର ପଥରେ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇପାରନ୍ତି । ମୋ ମନରେ ଏକ ସନ୍ଦେହ ସୃଷ୍ଟି ହେଲା, ଏହି ସମସ୍ତ ବ୍ୟକ୍ତି ସାଧୁ ଥିଲେ କି ନାହିଁ କେବଳ ଏହି ଅର୍ଥରେ ବୁଝିଥିଲେ । ଏହା ସହିତ, ଆମେ ବିଭିନ୍ନ ସାଧୁମାନଙ୍କ ବିଷୟରେ ଆଗରୁ ଶୁଣି ସାରିଛୁ । ବିଭିନ୍ନ ମଠ, ମନ୍ଦିର ଏବଂ ବିଭିନ୍ନ ଦେବତା ଏବଂ ଦେବୀ ମଧ୍ୟ ସେଠାରେ ରହିଛନ୍ତି େବାଲି ଜାଣିଛୁ । ଏହି ଜିନିଷ ଗୁଡ଼ିକ ମଧ୍ୟରୁ କୌଣସିଟିର ସତ୍ୟତା ଅଛି କି ନାହିଁ ଜାଣିବାରେ ମୁଁ ହଜିଗଲି । ମୋର ମନ ସଂପୂର୍ଣ୍ଣ ଦ୍ୱନ୍ଦ୍ୱରେ ପଡିଗଲା । ତେଣୁ, ମୁଁ ଆପଣଙ୍କୁ ଅନୁରୋଧ କରେ କି, ମୋତେ ଯାହା ବିଶ୍ୱାସ କରିବା ଉଚିତ ହେବ ଏବଂ ମୁଁ କିପରି ମୋ’ ମନକୁ ବିଶ୍ରାମ ଦେଇପାରିବି, ତାହା ବୁଝାଇ କୁହନ୍ତୁ? ”
ତାଙ୍କର ଅନୁରୋଧ କ୍ରମେ ମୁଁ ନିମ୍ନଲିଖିତ ଉତ୍ତର ଦେଇଥିଲି, ଯାହା ଏଠାେର ବ୍ୟକ୍ତ କରୁଛି : “ତୁମେ ବାସ୍ତବରେ ବହୁତ ଭଲ ପ୍ରଶ୍ନଟିଏ ପଚାରିଅଛ । ଏହି ପ୍ରଶ୍ନ ପ୍ରାୟତଃ ଅନେକ ଚିନ୍ତାଶୀଳ ଲୋକଙ୍କୁ ବି ଅସୁବିଧାରେ ପକାଇ େଦଇଥାଏ, ବିଶେଷତଃ ଯେତେବେଳେ ସେମାନେ “ସାଧୁ” ମାନଙ୍କୁ ସବୁ ପାର୍ଶ୍ୱରେ ଛତୁ ଫୁଟିଲା ପରି ବଢୁଥିବାର ଦେଖନ୍ତି ।”
“ପରମାର୍ଥ (ଆଧ୍ୟାତ୍ମିକତା) ହେଉଛି ଏକ ବିଷୟ ଯେଉଁଥିରେ ବିଭିନ୍ନ ସମାଜ ନିମନ୍ତେ ଆମର ଭିନ୍ନ ଭିନ୍ନ ଭୁଲ ଧାରଣା ସବୁ ରହିଆସିଛି ।”
ଶ୍ରୀ ରାମଦାସ କହିଛନ୍ତି ‘ଶାସ୍ତ୍ରମାନଙ୍କର ଏକ ବଜାର ରହିଛି, ସେହି ସ୍ଥାନରେ ବିଭିନ୍ନ ଦେବଦେବି ଭିଡ଼ ଜମାଇଛନ୍ତି ଏବଂ ସାଧାରଣ ଲୋକମାନେ ସେମାନଙ୍କର ଇଚ୍ଛା ପୂରଣ ପାଇଁ ବିଭିନ୍ନ ଧାର୍ମିକ ସମାରୋହ ସବୁ କରୁଛନ୍ତି । ବିଭିନ୍ନ ଧାରଣା ଏବଂ ମତ ପରସ୍ପର ସହିତ ସଂଘର୍ଷ କରି ନିଜ ନିଜକୁ ବ୍ୟକ୍ତ କରୁଛନ୍ତି । ସମସ୍ତେ ନିଜ ନିଜର ମତକୁ ସଠିକ୍ ବୋଲି ଭାବନ୍ତି ଏବଂ ଅନ୍ୟ ସମସ୍ତେ ଭୁଲ କରୁଛନ୍ତି ବୋଲି ଭାବନ୍ତି । କୌଣସି ସ୍ଥାନରେ କୌଣସି ଚୁକ୍ତିନାମା ନାହିଁ ଏବଂ ସମସ୍ତେ ପରସ୍ପରର ବିରୋଧ ହିଁ କରୁଛନ୍ତି ।’ ଏହି ପରିସ୍ଥିତିରେ, ସତ୍ୟକୁ କିପରି ଜାଣିବା, ଏହା ଏକ କଷ୍ଟସାଧ୍ୟ ପ୍ରଶ୍ନ ।
ଶ୍ରୀ ତୁକାରାମ କୁହନ୍ତି: ‘ବହୁତ ଦେବତା ଅଛନ୍ତି । ମୁଁ ମୋର ବିଶ୍ୱାସ କାହାଠାରେ ରଖିବି? ’
“ଏହା ସତ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହା ମନେରଖିବାକୁ ହେବ ଯେ ପରମାର୍ଥ ହେଉଛି ଏଭଳି ଏକ ଜିନିଷ ଯାହା ନିଜ ଉଦ୍ୟମ ଦ୍ୱାରା ହାସଲ କରିହେବ । ଯଦି କୌଣସି ବ୍ୟକ୍ତି ଏହାକୁ ପାଇବାକୁ ଆନ୍ତରିକ ଇଚ୍ଛା ପୋଷଣ କରୁଥାନ୍ତି, ତେବେ ସେ ଏ ବିଷୟରେ ଆଲୋଚନା କରିବା ପରିବର୍ତ୍ତେ, ଖ୍ୟାତିସମ୍ପନ୍ନ ସାଧୁମାନଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରିବର୍ତ୍ତେ, ପ୍ରକୃତ ସାଧୁଙ୍କ ନିକଟକୁ ଯିବେ, ଯିଏକି ଉପଯୁକ୍ତ ନମ୍ରତା ସହିତ ଆତ୍ମତଃ ଶାନ୍ତହୃଦୟ ଲାଭ କରିଛନ୍ତି । େସଭଳି ସାଧୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାର କାରଣ କେବଳ ସେହିମାନେ ହିଁ ଅନ୍ୟମାନଙ୍କୁ ସଠିକ୍ ପଥରେ ଆଗେଇ ନେଇପାରନ୍ତି ।
“ଯଦି ସେ ଏପରି ସାଧୁଙ୍କୁ ଭେଟିବାକୁ ବ୍ୟଗ୍ର, ତେବେ ପ୍ରକୃତ ସାଧୁ ଏବଂ ମିଥ୍ୟା ସାଧୁମାନଙ୍କ ମଧ୍ୟରେ ପ୍ରଭେଦ ଜାଣିବା କଷ୍ଟକର । ତେବେ ସେଠାରେ ଏକ ଅତି ସହଜ ପଦ୍ଧତି ଅଛି ଯାହାକୁ ଅନୁସରଣ କରାଯିବା ଉଚିତ । ଯେଉଁଠାରେ ଅଛନ୍ତି ସେଠାେର ଚୁପଚାପ୍ ରହିବା ସଙ୍ଗେ ସଙ୍ଗେ ‘ସୋଽହମ୍’ ଜପ ଆରମ୍ଭ କରିଦିଅନ୍ତୁ । ଏକ ଶୁଦ୍ଧ ମନରେ ଜପକୁ ପୁନରାବୃତ୍ତି କରିବା ଉଚିତ ଏବଂ ଦୃଢ ବିଶ୍ୱାସ ରଖିବା ଉଚିତ ଯେ ସୋଽହମ୍ ଜପ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିପାରିବ । ଥରେ ସେ ଏହି ଦୃଢ ବିଶ୍ୱାସ ଲାଭ କରିବା ପରେ ଜାଣିପାରିବେ ଯେ ତାଙ୍କର ପ୍ରକୃତ ଗୁରୁ କିଏ । ସୋଽହମ୍ ମନ୍ତ୍ର ହେଉଛି ପ୍ରକୃତ ତ୍ରାଣକର୍ତ୍ତା । ଯଦି ଏହା ତୀବ୍ର ବିଶ୍ୱାସର ସହିତ ପୁନରାବୃତ୍ତି ହୁଏ, ସମସ୍ତ ସାଂସାରିକ ବସ୍ତୁରୁ ବିଚ୍ଛିନ୍ନ ହେବାର ଭାବନା ସହିତ, ଏହା ନିଜେ ଆପଣଙ୍କୁ ସତ୍ୟ ଏବଂ ମିଥ୍ୟା ମଧ୍ୟରେ ପ୍ରଭେଦ ବୁଝାଇ େଦବ । ତା’ପରେ ଆଉ ଖ୍ୟାତିସମ୍ପନ୍ନ ସାଧୁମାନଙ୍କ ସହିତ ମିଶି ନିଜର ଦୋଷ ଖୋଜିବାକୁ, କିମ୍ବା ମିଥ୍ୟା ସାଧୁମାନଙ୍କ କବଳରେ ପଡ଼ିବାର ଆଉ କୌଣସି ସୁଯୋଗ ରହିବ ନାହିଁ । ଆମର ପରିତ୍ରାଣ ପ୍ରକୃତରେ ଆମ ନିଜ ହାତରେ ରହିଅଛି । ତେଣୁ ମୁଁ ମୋ ମନକୁ ପରାମର୍ଶ ଦେଉଛି ଯେ ସବୁବେଳେ ସୋଽହମର ଚିନ୍ତାଧାରାରେ ବୁଡି ରହନ୍ତୁ ଏବଂ ଏହିପରି ସମସ୍ତ ସନ୍ଦେହର ଫାନ୍ଦରୁ/ଦ୍ୱନ୍ଦରୁ ନିଜକୁ ମୁକ୍ତ କରନ୍ତୁ ।”
Be First to Comment