ଭଦ୍ରମିଚ୍ଛନ୍ତ ଋଷୟଃ ସ୍ୱର୍ବିଦସ୍ତପୋ ଦୀକ୍ଷାମୁପନିଷେଦୁରଗ୍ରେ ।ତତୋ ରାଷ୍ଟ୍ରଂ ବଳମୋଜଶ୍ଚ ଜାତଂ ତଦସ୍ମୈ ଦେବା ଉପସଂନମସ୍ତୁ ।।(ଅଥର୍ବବେଦ- 19-41-1) ଭାବାର୍ଥ : ଆତ୍ମକଲ୍ୟାଣ ଇଚ୍ଛାକାମୀ ପୁରୁଷଙ୍କୁ ପ୍ରଥମେ ତପଃ ରୂପକ ଦୀକ୍ଷା ପ୍ରଦାନ କରାଯାଇଥାଏ । ଏହା ଦ୍ୱାରା ଶରୀରବଳ, ମନୋବଳ ତଥା ପଦ ପ୍ରତିଷ୍ଠା ଏବଂ ସୁଖ ପ୍ରାପ୍ତ ଅବଶ୍ୟ ହୁଏ । ବ୍ୟାଖ୍ୟା : ସଂସାରରେ ସମସ୍ତ ମହାପୁରୁଷ ତପ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୀବନରେ ଅଧିକରୁ ଅଧିକ ସୁଖ ଓ ଆନନ୍ଦ ପ୍ରାପ୍ତି ନିମନ୍ତେ ତପର ଆବଶ୍ୟକତା ରହିଛି ।…
Posts published by “admin”
ଏହିପରି ଭାବରେ ପ୍ରତ୍ୟହ ଜଗନ୍ନାଥଙ୍କର ତ୍ରିକାଳ ପୂଜା କରାଇବ । ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ପୂଜା ଗୃହରେ ପ୍ରବେଶ କରିବ ନାହିଁ ।।ଜଗନ୍ନାଥଙ୍କ ପୂଜା ସମୟରେ ପୂଜାଗୃହର ସମ୍ମୁଖସ୍ଥ ଗୋଟିଏ ପ୍ରକୋଷ୍ଠର ଦ୍ୱାର ନିରୋଧ କରିବ ।।ପୂଜା ସମୟରେ ଦ୍ୱାରପାଳମାନେ ଖୁବ୍ ଜାଗରୁର ରହିବେ । ଏହି ସମୟରେ ଯଦି ଯତି, ବ୍ରାହ୍ମଣ କିମ୍ବା ଅନ୍ୟକେହି ପୂଜା ଗୃହରେ ପ୍ରବେଶ କରିବେ ତେବେ ସମସ୍ତ ଭୋଗ ପୋତି ଦେବାକୁ ହେବ । ପୁଣି ପୂଜକଦ୍ୱାରା ଶୁଚି ହୋଇ ଠାକୁରଙ୍କର ସ୍ନାନ କରାଇବା…
ଶ୍ରୀ ଗୋପୀନାଥ ଶତପଥୀ, (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପନିଷଦୀୟ ଯୁଗର କାହାଣୀ । ମନୁଷ୍ୟ ନିମନ୍ତେ ସଂସାର ଯେଭଳି ଲୋଭନୀୟ ଥିଲା ତାର ଅନେକ ଗୁଣରେ ଅାକର୍ଷଣୀୟ ଥିଲା । କାନନ ପାଦପ ବେଷ୍ଠିତ କାନନ ମଧ୍ୟାହ୍ନର ଅନ୍ଧାରକୁ ଜିଣି ସବୁଜିମାରେ ବନଭୂମିକୁ ଆଚ୍ଛାଦିତ କରୁଥିଲା । ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପର ସୁରଭି ବନଭୂମିରେ ଋଷିପ୍ରାଣ ବିମୋହିନୀ ସ୍ନିଗ୍ଧ ଶୀତଳ ଛାୟା ମୁନି ନୟନକୁ ବିମୋହିତ କରୁଥିଲା । ତା’ଠାରୁ ଅଧିକ ବିମୋହନ ଶକ୍ତି ଥିଲା ପ୍ରକୃତିର, ଯେଉଁ ପ୍ରକୃତି…
କର୍ମ ହିଁ ଉପାସନା ମନୁଷ୍ୟ ଜୀବନର ସାର୍ଥକତା ତ୍ୟାଗ ଓ ନିଷ୍ଠାପର ସାଧନା ଦ୍ୱାରା ହିଁ ସମ୍ଭବ । ତ୍ୟାଗପୂର୍ଣ୍ଣ ଜୀବନ ବିନା ଜୀବନର ପ୍ରକୃତ ସ୍ୱାଦ ମିଳିବା କଷ୍ଟକର । କିନ୍ତୁ ଆମେ ସାଧାରଣ ଭାବରେ ଏହାକୁ ଠିକ୍ ଭାବରେ ବୁଝିନଥାଉ । ନିଃସ୍ୱାର୍ଥ ଓ ନିଷ୍କାମଭାବରେ କର୍ମ ସମ୍ପାଦନାକୁ ମଧ୍ୟ ଆମେ ଉପାସନା ବୋଲି ଜାଣି ରଖିବା ଦରକାର । ଏହା ଭାବିବା ଭୁଲ୍ ଯେ ସାଧନାମୟ ଜୀବନ ନିର୍ବାହ କରିବା ଅର୍ଥାତ୍ କେବଳ ଜପ, ତପ, ପୂଜା,…
ମୌନ ଯୋଗ : ସ୍ୱାମୀ ପରମାନନ୍ଦ (୬) ଈଶ୍ୱରୀୟ ଉପସ୍ଥିତିର ବୋଧ “ମୌନ ସମସ୍ତ ବସ୍ତୁର ହୃଦୟ ଅଟେ ଏବଂ କୋଳାହଳ ଏହାର ନାଡ଼ୀର ସ୍ଫୁରଣ ଅଟେ । ମୌନ ଭଙ୍ଗକାରୀ ପ୍ରତ୍ୟେକ ଶବ୍ଦ ମୌନକୁ ସେହିଭଳି ଆହୁରି ଗଭୀର କରିଦେଇଥାଏ ଯେଉଁଭଳି କାନକୁ ବଧିର କରିଦେଉଥିବା ବାଦଲର ଘଡ଼ଘଡ଼ ନୀରବ ନୀଳାକାଶରେ ଲୀନ ହୋଇଯାଏ । ନିଜ ଆତ୍ମାକୁ ନିଜଠାରେ ଭ୍ରମଣ କରିବାକୁ ଦିଅନ୍ତୁ, ଯେଉଁଭଳି ଜଣେ ସନ୍ଥ ଦିବ୍ୟାନନ୍ଦରେ ଉନ୍ମୁକ୍ତ ବିଚରଣ କରିଥାଏ । କାହିଁକି ନାଁ…
କଲ୍ୟାଣାର୍ଥୀ ସାଧକଙ୍କୁ ସଂସାରୀଜନଙ୍କ ସଙ୍ଗରୁ ଅନେକ ହାନି ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା —୧) ଅଜ୍ଞାନୀଜନଙ୍କ ସଙ୍ଗଲାଭରୁ ତାଙ୍କର କଥା ଶୁଣି ଆଉ ତାଙ୍କର ଆଚରଣ ଦେଖି ସାଧକଙ୍କୁ ନିଜର ଜପ, ତପ, ଧ୍ୟାନାଦି ସାଧନରୁ ପ୍ରାୟତଃ ଭ୍ରଷ୍ଟ ହେବାକୁ ପଡିଥାଏ ।୨) ଅଜ୍ଞାନୀଙ୍କର ସତ୍କାର ପାଇ ସାଧକ ନିଜକୁ ମହାପୁରୁଷ ମାନିନେଇଥାଏ ଆଉ ଏଭଳି ବୁଝି ନେଇଥାଏ କି ମୁଁ ପୂର୍ଣ୍ଣ ଅଟେ, ତେଣୁ ତ ମୋତେ ଲୋକେ ଏତେ ମାନ୍ୟତା ଦେଉଛନ୍ତି । ଏହାଦ୍ୱାରା…
ଧ୍ୟାନର ଅନେକାନେକ ପ୍ରଣାଳୀ ଆମ ସମ୍ମୁଖରେ ରହିଛି । ଶାସ୍ତ୍ର-ଆଚାର୍ଯ୍ୟ ଓ ଆନ୍ତରିକ ପ୍ରସ୍ତୁତିରୁ ଏହା କୁହାଯାଇପାରେ, ତନ୍ମଧ୍ୟରୁ ସଠିକ୍ ଧ୍ୟାନ-ପ୍ରଣାଳୀର ଚୟନ ଏକ କଷ୍ଟକର ପଦ୍ଧତି କାରଣ ଅନେକଗୁଡିଏ ପଦ୍ଧତି ବା ସୁଯୋଗ ଆମ ଆଖି ଆଗରେ ରହିଛି । ସେଗୁଡିକ ମଧ୍ୟରୁ ନିଜକୁ ସୁହାଇବା ଭଳି ଅର୍ଥାତ୍ ଯେଉଁଟି ଯୁକ୍ତିକର ବା ଉପାଦେୟ ସେଇଟିକୁ ଖୋଜି ବାହାର କରିବା ଏତେ ସହଜ ନୁହେଁ । ଯଦି କାହାର ସାହାଯ୍ୟ ନେଲ, ତେବେ ସେ ନିଜେ କିମ୍ବା ଯାହା…
କମଳେଶ ଡି. ପଟେଲ ଆମକୁ ସେହି ମୌଳିକ ଧ୍ୱନି ବିଷୟରେ ଗହନ ଜ୍ଞାନ ପ୍ରଦାନ କରୁଛନ୍ତି, ଯାହା ସୃଷ୍ଟି ରଚନା ସମୟରେ ପ୍ରକଟ ହୋଇଥିଲା । ଓଁ — ନାଁ ହିନ୍ଦୁ ଅଟେ, ନାଁ ବୌଦ୍ଧ ନାଁ ଈଶାଈ । ଏହା କୌଣସି ଶବ୍ଦ ମଧ୍ୟ ନୁହେଁ । ଏହା ବାସ୍ତବରେ ଏକ ଚିହ୍ନ ଅଟେ । ଯେତେବେଳେ ଆପଣ ସୂର୍ଯ୍ୟୋଦୟ ଅବା ପୂର୍ଣ୍ଣିମାର ସୌନ୍ଦର୍ଯ୍ୟ କଥା କହୁଛନ୍ତି, ତେବେ କ’ଣ ସୂର୍ଯ୍ୟୋଦୟ ହିନ୍ଦୁ ଧର୍ମର ପ୍ରତୀକ ଅବା ପୂର୍ଣ୍ଣିମା ବୌଦ୍ଧ…
“ଯେଉଁ ଦ୍ୱିଜ ଇନ୍ଦ୍ରିୟକୁ ଜୟକରି ଶାସ୍ତ୍ରବିଧି ଅନୁସାରେ ନିଜ ନିଜ ଆଶ୍ରମଧର୍ମର ପାଳନ କରିଥାନ୍ତି ।” “ଯିଏ ଦମ୍ଭ କରନ୍ତି ନାହିଁ, ଯାହାର ଆଜୀବିକା ନିୟମିତ ଅଟେ ଆଉ ଯିଏ ବିଷୟ ବଶୀଭୂତ ନୁହଁନ୍ତି ।” “ଯିଏ ଅନ୍ୟଠାରୁ କଟୁ ବଚନ ଶୁଣିବା ପରେ ମଧ୍ୟ କଟୁ ଶବ୍ଦର ପ୍ରୟୋଗ କରନ୍ତି ନାହିଁ । ଯିଏ ହିଂସାକାରୀଙ୍କ ପ୍ରତି ମଧ୍ୟ ହିଂସାଭାବ ପୋଷଣ କରନ୍ତି ନାହିଁ ଆଉ ଯିଏ ଦିଅନ୍ତି କିନ୍ତୁ ମାଗନ୍ତି ନାହିଁ ।” “ଯିଏ ନିତ୍ୟ ଅତିଥିମାନଙ୍କର ସତ୍କାର…
ଜନୈକ ସଜ୍ଜନ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଅତି ଉତ୍କଣ୍ଠାର ସହିତ ଚାହିଁଛନ୍ତି —୧) କିଛି ମହାତ୍ମା ପୁରୁଷ କହନ୍ତି କି, ସମ୍ପ୍ରତି ଈଶ୍ୱରଙ୍କ ଦର୍ଶନ ସମ୍ଭବ ନୁହେଁ । କ’ଣ ଏହିକଥା ଗ୍ରହଣୀୟ ? ଯଦି ଏହାକୁ ଆମେ ମାନିନେବା, ତେବେ ପୁଣି ଭକ୍ତ ତୁଳସୀଦାସ ଓ ନରସୀ ମେହତା ଆଦିଙ୍କୁ ଏହି କଳିଯୁଗରେ ସେହି ଶ୍ୟାମସୁନ୍ଦରଙ୍କ ମନମୋହିନୀ ମୂର୍ତ୍ତିଙ୍କର ଦର୍ଶନ ହୋଇଥିଲା । ତାହା କ’ଣ ମିଥ୍ୟା ?୨) ଯେଭଳି ଆପଣ ମୋ ସମ୍ମୁଖରେ ବସିଛନ୍ତି ଆଉ ମୁଁ ଆପଣଙ୍କ ସହ…