ପୁଣ୍ଡରୀକ ଉବାଚ
ନମସ୍ତେ ଜଗଦାଧାର ସର୍ଗସ୍ଥିତ୍ୟନ୍ତକାରଣ । ନାରାୟଣ ନମନ୍ତସ୍ତୁ ପରମାତ୍ମନ୍ ପରାୟଣ ।।1
ପରମାର୍ଥସ୍ତ୍ୱମେବୈକୋ ଭବାପ୍ୟୟବିବର୍ଜିତଃ । ନିତ୍ୟାନନ୍ଦସ୍ୱରୂପଂ ତ୍ୱାଂ ବିନ୍ଦନ୍ତି ଧ୍ୟାନଚକ୍ଷୁଷଃ ।।2
ଚିନ୍ମାତ୍ରଂ ଜଗତାମୀଶମଧିଷ୍ଠାନଂ ପରାତ୍ପରମ୍ । କଥଂ ନୁ ମୁଢହୃଦୟାସ୍ତ୍ୱାଂ ଜାନନ୍ତି ସୁନିର୍ମଳମ୍ ।।3
କାମାର୍ଥଲିପ୍ସାସଂଭ୍ରାନ୍ତ ଚେତସୋତ୍ୟନ୍ତଦୁଃଖିନଃ । ଗତାଗତପଥେ ଶ୍ରାନ୍ତାଃ ସୁଖଭାଜଃ କଦାଚନ ।।4
ଅନୁକମ୍ପୟ ମାଂ ନାଥ ସୁଦୀନଂଶରଣାଗତମ୍ । ମୁଢଂ ଦୁଷ୍କୃତକର୍ମାଣଂ ପତିତଂ ଭବସାଗରେ ।।5
ଜ୍ଞାନନୌକାସମାରୁଢଃ କରୁଣାକ୍ଷେପଣୀକରଃ । ପରଂ ପାରଂ ପ୍ରଭୋ ନେତୁଂ ସଂସାରାବ୍ଧେ-ର୍ବିଚେତନମ୍ ।।6
(ସ୍କନ୍ଧପୁରାଣ)
ପୁଣ୍ଡରିକ କହିଲେ, ହେ ନାରାୟଣ ! ଆପଣ ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି ଏବଂ ଜଗତର ସୃଷ୍ଟି, ସ୍ଥିତି ଓ ବିନାଶର କାରଣ, ଆପଣ ପରମାତ୍ମା ଏବଂ ସମସ୍ତଙ୍କର ଆଶ୍ରୟ, ଅତଏବ ଆପଣଙ୍କୁ ନମସ୍କାର ।।1
ହେ ଭଗବନ୍ ! ଆପଣ ହିଁ ଅଜ, ଅବିନଶ୍ୱର ଏବଂ ଏକମାତ୍ର ପରମବନ୍ଧୁ । ଯୋଗୀଗଣ ଧ୍ୟାନ ଦ୍ୱାରା ଆପଣଙ୍କୁ ନିତ୍ୟାନନ୍ଦ ସ୍ୱରୂପ ବୋଲି ଅନୁଭବ କରନ୍ତି ।।2
ଆପଣ ହିଁ ପରାତ୍ପର, ଚିନ୍ମୟ ଜଗଦୀଶ୍ୱର ଓ ଜଗତର ଆଧାର ସ୍ୱରୂପ । ମୁଢବୁଦ୍ଧି ମାନବଗଣ କି ପ୍ରକାରେ ଆପଣଙ୍କର ସୁନିର୍ମଳ ସ୍ୱରୂପ ଅବଗତ ହେବେ ? ଯେଉଁମାନେ କାମ, ଅର୍ଥ ଲିପ୍ସାରେ ବ୍ୟାକୁଳ, ସେମାନେ ଏହି ସଂସାରରେ କେବଳ ଯାତାୟାତ କରି ଶ୍ରାନ୍ତ ହୋଇ ଅସୀମ ଦୁଃଖ ଲାଭ କରନ୍ତି । ଆପଣଙ୍କର ସାକ୍ଷାତକାର ସେମାନଙ୍କର ଭାଗ୍ୟରେ ଦୈବାତ୍ ଘଟିଥାଏ ।
ହେ ନାଥ ! ମୁଁ ମଧ୍ୟ ଜଣେ କାମାର୍ଥ, ଲୋଭୀ, ଦୁଷ୍କର୍ମୀ, ଭକ୍ତ କାରଣରୁ ସଂସାର ସାଗରରେ ବୁଡିରହିଛି । ହେ ପ୍ରଭୋ ! ଆପଣ ସଂସାର ସାଗରରେ ପତିତ ମୁଗ୍ଧବ୍ୟକ୍ତିଙ୍କୁ ଜ୍ଞାନରୂପର ନୌକାରେ ଆରୋହ କରାଇ ନିଜ କରୁଣାରୂପୀ କ୍ଷେପଣୀଦଣ୍ଡ ସାହାଯ୍ୟରେ ପରପାରିକୁ ନେଇଯିବା ପାଇଁ ପ୍ରସ୍ତୁତ ।।3-6

About the Author
John Peterson
Tousled letterpre tote bag bicycle rights cliche twee hashtag pokpo demos tanero lamina sime voti. Quinoa ramps hashtag yuccie, selfies af wolf. Thundercats brunch gastropub whatever poutine tattooed godard bespoke blog seitan flannel jianbing bitters cloud.. Sed ut perspiciatis unde omnis natus error sit voluptatem accusantium doloremque.