ତୃପ୍ତିଦୀପର ସଂକ୍ଷେପ-୧
ସ୍ୱାମୀ ପ୍ରଣବାନନ୍ଦ
ପୁରୁଷ ଯଦି ନିଜେ ନିଜକୁ ଜାଣିଯାଏ କି, ଏହି ତତ୍ତ୍ୱ ମୁଁ ଅଟେ (ଏହା ମୋର ସ୍ୱରୂପ ଅଟେ) ତେବେ ନାଁ ତ ଇଚ୍ଛା କରିବାକୁ କୌଣସି ବସ୍ତୁ ରହିଯାଏ ଆଉ ନାଁ ଇଚ୍ଛା କରୁଥିବା କୌଣସି ତତ୍ତ୍ୱ ଅବଶେଷ ରହେ । ଏମିତିରେ ତ ଆତ୍ମଜ୍ଞାନୀଙ୍କୁ ଶରୀରର ସୁଖ-ଦୁଃଖ ସହିତ ସୁଖୀ ଅଥବା ଦୁଃଖୀ ହେବାକୁ ପଡ଼ିନଥାଏ । ଏହି କଥାର ବିସ୍ତାର ଉକ୍ତ ‘ତୃପ୍ତିଦୀପ’ ନାମକ ପ୍ରକରଣରେ ଜୀବନ୍ମୁକ୍ତ ମହାଶୟ ମାନଙ୍କ ଠାରେ ଦେଖାଯାଉଥିବା ତୃପ୍ତି ସମ୍ବନ୍ଧରେ କହିବାପାଇଁ କରାଯାଇଛି ।
ଏହାକୁ ବୁଝିବାପାଇଁ ଜୀବକୁ ଦୁଇଗୋଟି ଭାଗରେ ବିଚାର କରନ୍ତୁ— ଗୋଟିଏ ହେଉଛି ଏହାର ଭ୍ରମ ଭାଗ ଆଉ ଦ୍ୱିତୀୟଟି ହେଉଛି ଏହାର ଅଧିଷ୍ଠାନ ଭାଗ । ଯେତେବେଳେ ଭ୍ରମ ଭାଗର ପ୍ରାଧାନ୍ୟତା ଦେଖାଦିଏ, ସେତେବେଳେ ଅଧିଷ୍ଠାନ ଭାଗ ଅବଦମିତ ହୋଇ ରହେ ଆଉ ଏହି ‘ଜୀବ’ ସେ ସମୟରେ ନିଜକୁ ‘ସଂସାରୀ’ ମନେକରେ । ହେଲେ ଯେତେବେଳେ ଭ୍ରମ ଭାଗକୁ ମିଥ୍ୟା ବୋଲି ବୁଝି ଏହାକୁ ଅନାଦର କରିଦିଆଯାଏ— ଯେତେବେଳେ ଭ୍ରମକୁ ପାଶୋରି ଦିଆଯାଏ ଏବଂ ଅଧିଷ୍ଠାନ ଭାଗ ପ୍ରଧାନ ବା ମୁଖ୍ୟ ହୋଇଯାଏ, ସେତେବେଳେ ଏହି ଜୀବ ‘ମୁଁ ତ ଚିଦାତ୍ମା ଅଟେ ମୁଁ ତ ଅସଙ୍ଗ ଅଟେ’ ଏହିଭଳି ଜାଣିବାକୁ ଲାଗେ । କଳ୍ପନା କରିଥିବା ସର୍ପର ସେଠାରେ ନଷ୍ଟ ହୋଇଯିବା ଯେଉଁଭଳି ସତ୍ୟ ନୁହେଁ, ସେହିଭଳି ଜୀବମାନଙ୍କର ‘ମୁଁ ଅସଙ୍ଗ ଅଟେ’ ଇତ୍ୟାଦି ଜ୍ଞାନ ମଧ୍ୟ ସତ୍ୟ ନୁହେଁ ହେଲେ ଯେଉଁଭଳି କଣ୍ଟାକୁ ବାହାର କରିଦିଆଯାଏ, ସେହିଭଳି ଏହି ଅସତ୍ୟ ଜ୍ଞାନଦ୍ୱାରା ମଧ୍ୟ ଅସତ୍ୟ ସଂସାରର ଅଚିରେ ନାଶ ହୋଇଯାଏ ।
ଆମେ ଯେତେବେଳେ କୌଣସି ଜନଗହଳି ମଧ୍ୟରେ ପ୍ରବେଶ କରୁ, ସେତେବେଳେ ନିଜେ ହଜିଯିବା ଭୟରେ ନିଜ ଶରୀର ଉପରେ କୌଣସି ଚିହ୍ନ କରିନଥାଉ । କାହିଁକି ନାଁ ଆମକୁ ଏହି ଶରୀରଗୁଡ଼ିକର ଆତ୍ମା ହେବାରେ ସନ୍ଦେହ ମଧ୍ୟ ନଥାଏ କି ଏ ବିଷୟରେ ଆମର କୌଣସି ବିପର୍ଯ୍ୟୟ ମଧ୍ୟ ନଥାଏ । ଏଭଳି ଦୃଢ଼ ଜ୍ଞାନ ଯେତେବେଳେ କାହାରିକୁ ଆତ୍ମତତ୍ତ୍ୱ ବିଷୟରେ ହୋଇଯାଏ— ବ୍ୟାପକ ଜଗଦାତ୍ମାକୁ ହିଁ ଯେତେବେଳେ କେହି ନିଜର ନିଜତ୍ୱ (ଆପା) ବୋଲି ବୁଝିବାରେ ଲାଗେ, ଯେତେବେଳେ କେହି ଦେହାତ୍ମଜ୍ଞାନକୁ ସମ୍ପୂର୍ଣ୍ଣରୂପେ ବାଧା ଦେଇପାରେ— ସେତେବେଳେ ଏଭଳି ପୁରୁଷଙ୍କର ମୁକ୍ତି ସେ ନ ଚାହୁଁଥିଲେ ମଧ୍ୟ ନିଶ୍ଚିତରୂପେ ହୋଇଥାଏ ।
ଏମିତିରେ ତ ଏହି ଆତ୍ମତତ୍ତ୍ୱ ସମସ୍ତଙ୍କୁ ସର୍ବଦା ପ୍ରତ୍ୟକ୍ଷ ବା ଅବଗତ ଥାଏ, ହେଲେ ନିତ୍ୟ ପ୍ରତ୍ୟକ୍ଷ ଥାଇ ବି ଏହି ଆତ୍ମତତ୍ତ୍ୱରେ ‘ପରୋକ୍ଷତା’ ଏବଂ ‘ଅପରୋକ୍ଷତା’ ତଥା ‘ଜ୍ଞାନ’ ଏବଂ ‘ଅଜ୍ଞାନ’ ଉଭୟ କଥା ଦଶସଂଖ୍ୟା ଗଣିବାକୁ ଲାଗେ— ଯେକେହି ଦଶଜଣ ମନୁଷ୍ୟ ନଦୀକୁ ପାର କରି ନିଜକୁ ଗଣିବାକୁ ଲାଗନ୍ତି । ଗଣୁଥିବା ଲୋକ ନିଜକୁ ଛାଡ଼ି ଅବଶେଷ ନଅଜଣଙ୍କୁ ଗଣିନିଏ, ଆଉ କାନ୍ଦିଥାଏ କି ହାୟ ! ଦଶମ ଜଣକ ତ ନଦୀ ମଧ୍ୟରେ ଡୁବିଗଲା । ଏହି ଉଦାହରଣରେ ଦଶମ ଲୋକଜଣକୁ ନିଜ ସମ୍ବନ୍ଧରେ ‘ଜ୍ଞାନ’ ମଧ୍ୟ ଅଛି ପୁଣି ‘ଅଜ୍ଞାନ’ ମଧ୍ୟ ଅଛି । ଦଶମ ସଂଖ୍ୟାର ତାହାକୁ ‘ପ୍ରତ୍ୟକ୍ଷ’ ମଧ୍ୟ ରହିଛି ପୁଣି ‘ଅପ୍ରତ୍ୟକ୍ଷ’ ମଧ୍ୟ ରହିଛି । ବର୍ତ୍ତମାନ କୌଣସି ଉତ୍ତମମାନସ ସେ ସବୁକୁ ଗଣି ତାହାକୁ ହିଁ ଦଶମ ବୋଲି ଦର୍ଶାଇଦିଏ, ସେତେବେଳେ ତାକୁ ତାହାର ପୂର୍ଣ୍ଣ ପ୍ରତ୍ୟକ୍ଷ ହୋଇଯାଏ । ତା ପରେ ଆଉ ଦଶମର ଅପ୍ରତ୍ୟକ୍ଷ ଅବା ଅଜ୍ଞାନ କଦାପି ହୋଇନଥାଏ । ଆତ୍ମତତ୍ତ୍ୱ କଥା ମଧ୍ୟ ଠିକ୍ ଏହିଭଳି ଅଟେ । ଏହି ଆତ୍ମତତ୍ତ୍ୱ ସଂସାରର ସମସ୍ତ ବସ୍ତୁକୁ ତ ଜାଣିଥାଏ, ହେଲେ ସଂସାରର ପଦାର୍ଥଗୁଡ଼ିକରେ ଆସକ୍ତ ହୋଇ, ସଂସାରର ସମସ୍ତ ପଦାର୍ଥର ଅବଗତକାରୀ ଯାହା ତାହାର ନିଜର ନିଜତ୍ୱ ଅଟେ, ସେ ସମ୍ବନ୍ଧରେ ତାହାକୁ କିଛି ବି ଜ୍ଞାତ ନାହିଁ । ଅନୁଭବୀ ଲୋକମାନଙ୍କ ମୁଖରୁ ଯେତେବେଳେ ସେ ମାର୍ମିକ ଆତ୍ମକଥା ଶୁଣିଥାଏ ଆଉ ତା’ ଉପରେ ବାରମ୍ବାର ବିଚାର କରିଥାଏ, ସେତେବେଳେ ତାହାକୁ ଆତ୍ମାର— ସର୍ବବ୍ୟାପକ ଚେତନାର— ଯାହା ବାସ୍ତବ କୂଟସ୍ଥ ରୂପ ଅଟେ, ତାହାର ପ୍ରତ୍ୟକ୍ଷ ହୋଇଯାଏ । ଅନୁଭବୀ ଲୋକମାନେ ବୁଝାଇବାଦ୍ୱାରା ଆତ୍ମା ନ ରହିବାର ଭ୍ରାନ୍ତ ବିଚାର ତ ସବୁଦିନପାଇଁ ନଷ୍ଟ ହୋଇଯାଏ, ହେଲେ ଆତ୍ମା ପ୍ରତୀତ ନ ହେବାର ଯେଉଁ ଭ୍ରାନ୍ତ ବିଚାର ରହିଛି ସେସବୁ ତ ସେତେବେଳେ ନଷ୍ଟ ହୁଏ, ଯେତେବେଳେ ସମାଧିଭାବନା(ତୀବ୍ର ନିଷ୍ଠା) ରେ ଆତ୍ମାର ପ୍ରତ୍ୟକ୍ଷ ଜ୍ଞାନ ହୋଇଥାଏ । ଏହି ପୂର୍ବାବସ୍ଥା ଯେତେବେଳେ ଆସେ, ସେତେବେଳେ ହିଁ ଜୀବଭାବ ନଷ୍ଟ ହୋଇଯାଏ ଆଉ ସମସ୍ତ ଶୋକ ଲୁଚିଯାଏ । ନିଜର ନିତ୍ୟମୁକ୍ତପଣର ନଷ୍ଟ ସ୍ମୃତି ଦ୍ୱିତୀୟଥର ଜାଗିଉଠେ । ଏହି ଅବସ୍ଥାକୁ ଧ୍ୟାନରେ ରଖି କୁହାଯାଇଛି କି, “ଆତ୍ମାକୁ ଯଦି ଜାଣିହୁଏ କି ଏହି ତତ୍ତ୍ୱ ମୁଁ ଅଟେ” । ଏମିତିରେ ତ ଆତ୍ମା ସ୍ୱୟଂପ୍ରକାଶ ତତ୍ତ୍ୱ ଅଟେ, ହେଲେ ଏତିକିରେ ସାଧକଙ୍କର କିଛି ବି ଉପକାର ହୁଏନାହିଁ । ଯେତେବେଳେ ସାଧକଙ୍କର ବୁଦ୍ଧି ଆତ୍ମାର ଏହି ସ୍ୱୟଂପ୍ରକାଶପଣକୁ ଅନୁଭବ କରିିନିଏ, ସେତେବେଳେ ସେହି ଅବସ୍ଥା ଦିଗକୁ ଉକ୍ତ ଶ୍ଳୋକରେ ସଙ୍କେତ କରାଯାଇଛି କି, ‘ଏହା ମୁଁ ଅଟେ ।’ ‘ତୁ ହିଁ ତ ଦଶମ ଅଟୁ’ ଯେତେବେଳେ ଏହି ବାକ୍ୟ ଉପରେ ବିଚାର କରାଯାଏ, ସେତେବେଳେ ହଜିଯାଇଥିବା ଦଶମ ସଂଖ୍ୟା ତା ସମ୍ମୁଖରେ ଛିଡ଼ା ହୋଇଯାଏ । ଏପ୍ରକାର ‘ଆତ୍ମା ବ୍ରହ୍ମ ଅଟେ’ ଯେତେବେଳେ ଏହି ବାକ୍ୟ ଉପରେ ବିଚାର କରାଯାଏ, ସେତେବେଳେ ଆତ୍ମା ଏବଂ ବ୍ରହ୍ମ ଏକ ହେବା କଥା ଆଖି ଆଗରେ ଆସି ଉପସ୍ଥିତ ହୋଇଯାଏ । ଦଶମ କେଉଁଟି ଅଟେ ? ଉକ୍ତ ପ୍ରଶ୍ନର ଉତ୍ତରରେ ଯେତେବେଳେ ଦଶମଟି ତୁ ହିଁ ଅଟୁ, ଏପରି କୁହାଯାଏ ଆଉ ଯେତେବେଳେ ଅବଶେଷ ନଅ ସହିତ ମିଶି ନିଜକୁ ନିଜେ ଗଣିଥାଏ, ସେତେବେଳେ ନିଜର ଦଶମପଣର ସ୍ମୃତି ଜାଗ୍ରତ ହୋଇଉଠେ । ଅଧୁନା ଆପଣ ଏହାକୁ ହଜାର ଥର ନଦୀରୁ ବାହାର କରି ଗଣନ୍ତୁ ସେ ଆଉ ଦଶମକୁ ଭୁଲିବ ନାହିଁ । କାହିଁକି ନାଁ ତାହାକୁ ଦଶମ ସମ୍ବନ୍ଧରେ ଅନୁଭବ ପୂର୍ଣ୍ଣ ଜ୍ଞାନ ହୋଇସାରିଛି । ଏହିଭଳି ଭାବେ ବିଚାର କଲେ, ଯେତେବେଳେ ଆତ୍ମାର ବ୍ୟାପକ ହେବା ସମ୍ବନ୍ଧରେ ଜ୍ଞାନ ଅନୁଭବର ରୂପ ଧାରଣ କରିନିଏ— ଅଥବା ଏପରି କୁହନ୍ତୁ କି ଯେତେବେଳେ ଉକ୍ତ ଜ୍ଞାନର ବିଜ୍ଞାନ ହୋଇଯାଏ, ସେତେବେଳେ ଶରୀର ସମ୍ବନ୍ଧୀତ ଯେକୌଣସି ବ୍ୟବହାରରେ ପ୍ରବୃତ୍ତ ରହିଲେ ମଧ୍ୟ ନିଜର ବ୍ୟାପକତାକୁ ଭୁଲିଯିବା କଥା ଆଦୌ ଉଠିନଥାଏ । ସେହି ଅବସ୍ଥା ଅଭ୍ୟାସଦ୍ୱାରା ପରିପକ୍ୱ ହୋଇ ଯେତେବେଳେ ପୂର୍ଣ୍ଣ ଯୌବନର ଆସି ପହଁଞ୍ଚିଯାଏ, ସେତେବେଳେ ବ୍ରହ୍ମାଭ୍ୟାସୀ ପୁରୁଷ ନିଜକୁ ସର୍ବତ୍ର ପରିପୂର୍ଣ୍ଣ ଜ୍ଞାନ ଏବଂ ଆନନ୍ଦରୂପରେ ପାଇ ସ୍ୱଭାବତୃପ୍ତ ରହିବାକୁ ଲାଗେ ।
ଆମର ଯେଉଁ ଜୀବ ରହିଛି, ଯେହେତୁ ତାହା ଅନ୍ତଃକରଣ ସହ ଯୁକ୍ତ ଅଟେ, ଏହି କାରଣରୁ ଆମକୁ କେବଳ ସେତିକି ଭାଗ ପ୍ରତ୍ୟକ୍ଷ ହେବା କଥା ବୋଧ ହୁଏ, କିନ୍ତୁ ଅନ୍ତଃକରଣ ରହିତ ଯେଉଁ ସର୍ବତ୍ର ବ୍ୟାପକ ମହାଚେତନା ରହିଛି, ତାହାର ଆମକୁ କଦାପି ପ୍ରତ୍ୟକ୍ଷ ହୋଇପାରିବ ନାହିଁ, ଏକଥା ଯିଏ ବୁଝିପାରୁ ନଥିବେ ସେମାନେ ଏ ସମ୍ବନ୍ଧରେ ଏଭଳି ବିଚାର କରନ୍ତୁ— ଉଭୟ ଗୁରୁ-ଶିଷ୍ୟଙ୍କ ମଧ୍ୟରୁ ଗୁରୁଙ୍କ କାନରେ କୁଣ୍ଡଳ ରହିଛି ହେଲେ ଶିଷ୍ୟ କାନରେ କୁଣ୍ଡଳ ନାହିଁ । ଅଧୁନା ଆମେ ଉଭୟଙ୍କର ପୃଥକ୍ ପୃଥକ୍ ପରିଚୟ ଦେବାକୁ ଯାଇ ଜଣଙ୍କ ଚିହ୍ନ ସ୍ୱରୂପ କୁଣ୍ଡଳ ଥିବା କଥା କହିବାକୁ ପଡ଼ିବ ଆଉ ଅନ୍ୟଜଣକ ଅର୍ଥାତ୍ ଶିଷ୍ୟଙ୍କର କୁଣ୍ଡଳ ନଥିବା କଥା କହିବାକୁ ପଡ଼ିବ କି, ଯାହାଙ୍କ କାନରେ କୁଣ୍ଡଳ ନାହିଁ ସେ ଶିଷ୍ୟ ଅଟନ୍ତି । ଯେଉଁଭଳି କୌଣସି ବସ୍ତୁର ସ୍ଥିତି ବା ‘ରହିଛି’ ଏହି ଲକ୍ଷଣ ଥାଇପାରେ ସେହିଭଳି କୌଣସି ବସ୍ତୁ ‘ନାହିଁ’ ମଧ୍ୟ ଲକ୍ଷଣ ହୋଇପାରେ । ଏହିଭଳି ଭାବେ ‘ଅନ୍ତଃକରଣ ରହିଛି’ ଜୀବଭାବର ପରିଚୟ ଅଟେ ତଥା ‘ଅନ୍ତଃକରଣ ନାହିଁ’କୁ ବ୍ରହ୍ମଭାବର ପରିଚୟ ବୋଲି ସ୍ୱୀକାର କରାଯାଇଛି । ଏହି କାରଣରୁ କେବେକେବେ ବେଦାନ୍ତ ସଚ୍ଚିଦାନନ୍ଦ ଆଦି ଧର୍ମସମୂହ ଦ୍ୱାରା ତାହାର ପ୍ରତିପାଦନ କରନ୍ତି ଆଉ କେବେକେବେ ନେତିନେତିର ନିଷେଧ ପ୍ରକ୍ରିୟାଦ୍ୱାରା ତାହାର ବର୍ଣ୍ଣନା କରିବାକୁ ଲାଗିପଡ଼ନ୍ତି । ଯେତେବେଳେ ଆମେ ଆମ ଚିଦାତ୍ମା ଦ୍ୱାରା ନିଜ ଅନ୍ତଃକରଣର ବନ୍ଧନକୁ ମୁକ୍ତ କରିପାରିବା, ସେତେବେଳେ ଆମର ଏହି କ୍ଷୁଦ୍ର ଚେତନା, ବ୍ୟାପକ ଚେତନା ରୂପେ, କିମ୍ବା ବ୍ରହ୍ମରୂପେ, ନିଶ୍ଚିତଭାବେ ପ୍ରକଟ ହେବ । ଉକ୍ତ ସ୍ୱୟଂପ୍ରକାଶ ଚେତନର ଦର୍ଶନ ନିମନ୍ତେ, ଆମକୁ କେବଳ ଏତିକି କରିବାପାଇଁ ପଡ଼ିବ କି, ଆମେ ଆମର ବୁଦ୍ଧିବୃତ୍ତିକୁ, ତଦନୁରୂପ ବା ତଦାକାର କରିନେବା । ଏଭଳି କରିବାଦ୍ୱାରା ବ୍ୟାପକ ଚେତନକୁ ଆବୃତ୍ତ କରି ରଖୁଥିବା ଅଜ୍ଞାନ, ନଷ୍ଟ ହୋଇଯିବ ଏବଂ ସ୍ୱୟଂ ପ୍ରକାଶ ତତ୍ତ୍ୱ ସ୍ୱତଃ ଦୃଶ୍ୟ ହେବାକୁ ଲାଗିବ । ହେଲେ ଅନାଦି କାଳରୁ ଆମ ମନରେ ବସିରହିଥିବା ବିଚାରର “ଆମେ କିପରି ବ୍ୟାପକ ହୋଇପାରିବୁ ? ଆମେ ତ କିଛି କରିବା ଆଉ କିଛି ଭୋଗିବା ତଥା ପରିମିତ କ୍ଷେତ୍ରରେ ବଦ୍ଧ ହୋଇ ରହିବା ପ୍ରାଣୀ ଅଟୁ ” ଆମର ଏହି ବ୍ୟାପକ ରୂପର ଦର୍ଶନକୁ ଦୃଢ଼ ହେବାପାଇଁ ଦେଉନାହୁଁ । ଆମକୁ ଏହି ବ୍ୟାପକ ରୂପରେ ହୁଏତ ସନ୍ଦେହ ଦେଖାଦିଏ ନଚେତ୍ ନିଜର ଏହି ବ୍ୟାପକ ରୂପକୁ ଭୁଲି ଯାଇ ବାରମ୍ବାର ସେହି ସଂକୀର୍ଣ୍ଣତା ଆଡ଼କୁ ଦୌଡ଼ିବା ଭାବ ଜାଗ୍ରତ ହୋଇଉଠେ । ହେଲେ ଯେତେବେଳେ ଆମେ ସର୍ବାତ୍ମନା ତତ୍ପର ହେବା, ସେତେବେଳେ ତ ବ୍ୟାପକ ରୂପର ଦର୍ଶନରେ ସଫଳ ନହେବାର କୌଣସି କାରଣ ହିଁ ରହିବ ନାହିଁ । ଏପ୍ରକାର ଆତ୍ମଦର୍ଶନରେ ବିଘ୍ନ ସୃଷ୍ଟି କରୁଥିବା ଅସମ୍ଭାବନା ଏବଂ ବିପରୀତ ଭାବନାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି, ଆତ୍ମତତ୍ତ୍ୱରେ ବୁଦ୍ଧିର ଏକାଗ୍ରତାଜନିତ ପ୍ରଯତ୍ନକୁ ନିରନ୍ତର ବଜାୟ ରଖିବା । ନଚେତ୍ ଅନାଦି କାଳର ଏହି ବାସନାସମୂହ ଉକ୍ତ ବିଚାର ରୂପୀ ଛୋଟ ବାଳକକୁ ଅଙ୍କୁରିତ ହେବାକୁ ଦେବନାହିଁ । ଗୋଟିଏ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ କି, ଏହି ତତ୍ତ୍ୱକୁ ଯଦି ଆମେ କିଛି ସମୟ ପାଇଁ ଭୁଲିଯିବା ତେବେ ବି କୌଣସି ଅନର୍ଥ ହେବନାହିଁ । ଅନର୍ଥ ତ ସେତେବେଳେ ହେବ, ଯେତେବେଳେ ଆମେ ଏହି ତତ୍ତ୍ୱକୁ ପୂର୍ବବତ୍ ପୁନଃ ସଂକୀର୍ଣ୍ଣ ମନେକରିବାକୁ ଲାଗିବା । ତତ୍ପରତାର ସହିତ ଯେତେବେଳେ ଏହି ତତ୍ତ୍ୱକୁ ବାରମ୍ବାର ସ୍ମୃତିକୁ ଆଣିବାପାଇଁ ପ୍ରୟାସ କରାଯାଉଛି ସେତେବେଳେ ଏପ୍ରକାର ବିପରୀତ ବୃତ୍ତି ଜାଗି ଉଠିବାର କୌଣସି ଅବସର ହିଁ ରହିବ ନାହିଁ । ଯେତେବେଳେ ଅନ୍ତରଦର୍ଶନ କ୍ଷେତ୍ରରେ ବିଶ୍ୱାସ ବୃଦ୍ଧିପାଏ ଏବଂ ବାହ୍ୟଦର୍ଶନ ଉପରୁ ବିଶ୍ୱାସ ଉଠିଯାଏ, ସେତେବେଳେ ଯେତେଦିନ ପର୍ଯ୍ୟନ୍ତ ଏହି ଶରୀର ରଚନା କରାଯାଇଛି, ସେତେଦିନ ପର୍ଯ୍ୟନ୍ତ ବାହ୍ୟ ପ୍ରବୃତ୍ତି ତ ରହିଥାଏ, ହେଲେ ଦୃଷ୍ଟିକୋଣ ପରିବର୍ତ୍ତିତ ହୋଇଯିବାରୁ ଏବେ ଜୀବନଯାତ୍ରା କ୍ଳେଶରହିତ ହେବାକୁ ଲାଗେ । ଅଧୁନା ତାହାକୁ ଶରୀରର ସୁଖ-ଦୁଃଖ ଅନୁସାରେ ସୁଖୀ ଦୁଃଖୀ ହେବାପାଇଁ ପଡ଼ିନଥାଏ । ଜଗତର ଅସାରତାକୁ ବୁଝିନେବା ପରେ ଇଚ୍ଚାକାରୀଙ୍କର ଏବଂ ଅଭିଳାଷା କରିବାଯୋଗ୍ୟ ପଦାର୍ଥର ବିଚାରହୀନ ଭାବନା ଉପରେ କୁଠାରଘାତ ହୋଇଥାଏ । ତା’ପରେ ତ ତୈଳ ରହିତ ପ୍ରଦୀପ ଯେଉଁଭଳି ନିର୍ବାପିତ ହୋଇଯାଏ, ସେହିଭଳି ସଂସାରତାପ ସ୍ୱୟଂ ଶାନ୍ତ ହୋଇଯାଏ । ବର୍ତ୍ତମାନ ତ ଖେଳରେ ଦେଖୁଥିବା କାଳ୍ପନିକ ପଦାର୍ଥଗୁଡ଼ିକ ଭଳି ଏହି ସଂସାରର ପ୍ରିୟରୁ ପ୍ରିୟତର ପ୍ରତୀତ ହେଉଥିବା ପଦାର୍ଥଗୁଡ଼ିକୁ ମଧ୍ୟ ଖୁସିରେ ତ୍ୟାଗ କରାଯାଇପାରେ । ଏପ୍ରକାର ତତ୍ତ୍ୱଦର୍ଶନ ହୋଇଯିବା ପରେ ମଧ୍ୟ ଯେପର୍ଯ୍ୟନ୍ତ ଏହି ଶରୀରର ଜୀବନ କାଳ ରହିଥାଏ ସେପର୍ଯ୍ୟନ୍ତ ଇଚ୍ଛା ଅନିଚ୍ଛା ଏବଂ ପରେଚ୍ଛା ପ୍ରାରବ୍ଧଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ଲୌକିକ ଭୋଗସମୂହରେ ପ୍ରବୃତ୍ତ ହୋଇଚାଲେ । ଏପ୍ରକାରର ପ୍ରାରବ୍ଧବୃତ୍ତିକୁ ନିରୋଧ କରିବା ଅତ୍ୟନ୍ତ ଅସମ୍ଭବ ଅଟେ । ଯୁଧିଷ୍ଠିର ଏବଂ ରାମଙ୍କ ଭଳି ତତ୍ତ୍ୱଦର୍ଶୀମାନେ ମଧ୍ୟ ଏପ୍ରକାର ବ୍ୟବହାରକୁ ନିରୋଧ କରିପାରି ନାହାଁନ୍ତି । ଆତ୍ମଦର୍ଶୀଙ୍କର ତଥା ଅନ୍ୟମାନଙ୍କର ଇଚ୍ଛା ଭିତରେ ଏହି ପାର୍ଥକ୍ୟ ରହିଛି କି, ଆତ୍ମଦର୍ଶୀଙ୍କ ଇଚ୍ଛା ଆଗକୁ ବ୍ୟସନର ଉତ୍ପତ୍ତି ହୋଇପାରେ ନାହିଁ ।
କ୍ରମଶଃ………….