ଶ୍ରୀପତିତପାବନ ସ୍ତୋତ୍ରମ୍

ଶ୍ରୀପତିତପାବନ ସ୍ତୋତ୍ରମ୍

ପୁଣ୍ଡରୀକ ଉବାଚ
ନମସ୍ତେ ଜଗଦାଧାର ସର୍ଗସ୍ଥିତ୍ୟନ୍ତକାରଣ  । ନାରାୟଣ ନମନ୍ତସ୍ତୁ ପରମାତ୍ମନ୍ ପରାୟଣ ।।1
ପରମାର୍ଥସ୍ତ୍ୱମେବୈକୋ ଭବାପ୍ୟୟବିବର୍ଜିତଃ  । ନିତ୍ୟାନନ୍ଦସ୍ୱରୂପଂ ତ୍ୱାଂ ବିନ୍ଦନ୍ତି ଧ୍ୟାନଚକ୍ଷୁଷଃ ।।2
ଚିନ୍ମାତ୍ରଂ ଜଗତାମୀଶମଧିଷ୍ଠାନଂ ପରାତ୍ପରମ୍  । କଥଂ ନୁ ମୁଢହୃଦୟାସ୍ତ୍ୱାଂ ଜାନନ୍ତି ସୁନିର୍ମଳମ୍ ।।3
କାମାର୍ଥଲିପ୍ସାସଂଭ୍ରାନ୍ତ ଚେତସୋତ୍ୟନ୍ତଦୁଃଖିନଃ  । ଗତାଗତପଥେ ଶ୍ରାନ୍ତାଃ ସୁଖଭାଜଃ କଦାଚନ ।।4
ଅନୁକମ୍ପୟ ମାଂ ନାଥ ସୁଦୀନଂଶରଣାଗତମ୍  । ମୁଢଂ ଦୁଷ୍କୃତକର୍ମାଣଂ ପତିତଂ ଭବସାଗରେ ।।5
ଜ୍ଞାନନୌକାସମାରୁଢଃ କରୁଣାକ୍ଷେପଣୀକରଃ  । ପରଂ ପାରଂ ପ୍ରଭୋ ନେତୁଂ ସଂସାରାବ୍ଧେ-ର୍ବିଚେତନମ୍ ।।6
(ସ୍କନ୍ଧପୁରାଣ)
ପୁଣ୍ଡରିକ କହିଲେ, ହେ ନାରାୟଣ ! ଆପଣ ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି ଏବଂ ଜଗତର ସୃଷ୍ଟି, ସ୍ଥିତି ଓ ବିନାଶର କାରଣ, ଆପଣ ପରମାତ୍ମା ଏବଂ ସମସ୍ତଙ୍କର ଆଶ୍ରୟ, ଅତଏବ ଆପଣଙ୍କୁ ନମସ୍କାର ।।1
ହେ ଭଗବନ୍  ! ଆପଣ ହିଁ ଅଜ, ଅବିନଶ୍ୱର ଏବଂ ଏକମାତ୍ର ପରମବନ୍ଧୁ  । ଯୋଗୀଗଣ ଧ୍ୟାନ ଦ୍ୱାରା ଆପଣଙ୍କୁ ନିତ୍ୟାନନ୍ଦ ସ୍ୱରୂପ ବୋଲି ଅନୁଭବ କରନ୍ତି ।।2
ଆପଣ ହିଁ ପରାତ୍ପର, ଚିନ୍ମୟ ଜଗଦୀଶ୍ୱର ଓ ଜଗତର ଆଧାର ସ୍ୱରୂପ  । ମୁଢବୁଦ୍ଧି ମାନବଗଣ କି ପ୍ରକାରେ ଆପଣଙ୍କର ସୁନିର୍ମଳ ସ୍ୱରୂପ ଅବଗତ ହେବେ ? ଯେଉଁମାନେ କାମ, ଅର୍ଥ ଲିପ୍ସାରେ ବ୍ୟାକୁଳ, ସେମାନେ ଏହି ସଂସାରରେ କେବଳ ଯାତାୟାତ କରି ଶ୍ରାନ୍ତ ହୋଇ ଅସୀମ ଦୁଃଖ ଲାଭ କରନ୍ତି  । ଆପଣଙ୍କର ସାକ୍ଷାତକାର ସେମାନଙ୍କର ଭାଗ୍ୟରେ ଦୈବାତ୍ ଘଟିଥାଏ  ।
ହେ ନାଥ ! ମୁଁ ମଧ୍ୟ ଜଣେ କାମାର୍ଥ, ଲୋଭୀ, ଦୁଷ୍କର୍ମୀ, ଭକ୍ତ କାରଣରୁ ସଂସାର ସାଗରରେ ବୁଡିରହିଛି  । ହେ ପ୍ରଭୋ ! ଆପଣ ସଂସାର ସାଗରରେ ପତିତ ମୁଗ୍ଧବ୍ୟକ୍ତିଙ୍କୁ ଜ୍ଞାନରୂପର ନୌକାରେ ଆରୋହ କରାଇ ନିଜ କରୁଣାରୂପୀ କ୍ଷେପଣୀଦଣ୍ଡ ସାହାଯ୍ୟରେ ପରପାରିକୁ ନେଇଯିବା ପାଇଁ ପ୍ରସ୍ତୁତ ।।3-6

Leave a Comment