ମାତୃ ସ୍ତୋତ୍ର (ଓଡିଆ ଅନୁବାଦ)
— Prof Nilakantha Pati, Ex VC, SJSV-Puri
ବହିବା ଠାରୁ ଗର୍ଭରେ ଜ୍ଞାନ ହେବା ପର୍ଯ୍ୟନ୍ତରେ
ପାଳିଥିଲୁ ଜନନୀ ଲୋ ଭୁଲିକି ପାରେ !
କୁଶତିଳୋଦକଧରି ଡାକେ ଜ୍ଞାତି ସୋଦରରେ
ପିଣ୍ଡ ଦେବ ଏ ଅଧମ ନିଏ ସାଦରେ
ସେ ଋଣରୁ କର ଉଦ୍ଧାର
ପିଣ୍ଡ ଦେଉଅଛି ମାତ ତୋର ପୟର ॥୧॥
ମୋତେ ଧରି ତୁ ଗର୍ଭରେ ବଡ଼ କରାଇ ସଂସାରେ
ପାଳିଥିଲୁ ବହୁ ଦୁଃଖମାନ ସହିଣ
ଧରି କୁଶ ତିଳୋଦକ ଭାଳେ ଅଜ୍ଞାନବାଳକ
ମନେ ନୋହିଣ ବିମୁଖ ପ୍ରାର୍ଥନା ଘେନ
ସେ ଋଣରୁ କର ଉଦ୍ଧାର
ପିଣ୍ଡ ଦେଉଅଛି ମାତ ଘେନ ସତ୍ତ୍ୱର ॥୨॥
ନୂଆ ନୂଆ ନୂଆ ମାସେ ନୂଆ ନୂଆ ରୋଗ ଆସେ
ତା ସହିଲୁ ତୁ ହରଷେ ଆଦରି କର୍ମ
ସେଥିରେ ମୁଁ ଅଛି ଋଣୀ ନିସ୍ତରିବି କେହ୍ନେ ପୁଣି
ଏହା ଭାବିଣ ହୃଦୟ ହୁଏ ବିଦୀର୍ଣ୍ଣ
ସେଥିରୁ ହେବାକୁ ମୁକତ
ପିଣ୍ଡ ଦେଉଅଛି ମାତ ତୋର ପୟର ॥୩॥
ବଢ଼ିଯାଏ ତୋ ଉଦର ଚଳିବାକୁ କଷ୍ଟକର
ଖାଦ୍ୟପେୟ ସବୁଲାଗେ ବିଷ ସମାନ
ବସୁ ବସୁ ପଡ଼ୁ ଶୋଇ ମଲା ଲୋକ ପ୍ରାୟହୋଇ
ପୁଣି ଊର୍ଦ୍ଧ୍ୱଗତି କରେ ତୋର ପବନ
ସେ ଋଣରୁ କର ଉଦ୍ଧାର
ପିଣ୍ଡ ଦେଉଅଛି ମାତ ଘେନ ସାଦର ॥୪॥
ସମ୍ପୂର୍ଣ୍ଣ ଦଶମ ମାସ ହୋଇଯିବାରୁ ପ୍ରବେଶ
ମନ ମଧ୍ୟେ ଭାବୁ ମୋର ଯିବ ଜୀବନ
ଏବେ ତାହା ଭାବି ମୁଁହିଁ ତିଳେ ମାତ୍ର ଶାନ୍ତି ନାହିଁ
ଯେଉଁ କଷ୍ଟ ହୁଏ ତୋତେ ନୁହେଁ ବର୍ଣ୍ଣନ
ସେଥିରେ ମୁଁ ଋଣୀ ହୋଇଛି
ତେଣୁକରି ତୋ ନିମିତ୍ତ ପିଣ୍ଡ ମୁଁ ଦେଉଛି ॥୫॥
ପାଦଦେଇ ଜନ୍ମେ ପୁତ୍ର କେତେ କଷ୍ଟ ଭୋଗୁ ମାତ
ଶୂଳଘାତେ ବ୍ୟଥା କରେ ତୋର ଶରୀର
ଭବରେ ଆସିଲି ମୁଁହିଁ ଯେଉଁ ପାପ ଅର୍ଜିଲଇଁ
ତହିଁରୁ କିପରି ମୁଁହିଁ ହେବି ଉଦ୍ଧାର
ସେ ଋଣୁ ଉଦ୍ଧର ଏ ପୁତ୍ରେ
ପିଣ୍ଡ ଦେଉଅଛି ମାତ ନିଅ ତୁରିତେ ॥୬॥
କିଛି ଦିନ ଏନ୍ତୁଡ଼ିରେ ଯତ୍ନେ ସେକିଲୁ ଅଗ୍ନିରେ
ତେଣୁକରି ନିରୋଗୀ ଯେ ହୋଇଛି ମୁଁହିଁ
ଦିନେ ତୋର ପାଦଧରି ସେବି ନାହିଁ ଭକ୍ତିକରି
କଟୂ ବଚନ ଯେ କେତେ କହି ଅଛଇ
ସେ ଋଣରୁ କର ଉଦ୍ଧାର
ପିଣ୍ଡ ଦେଉଅଛି ମାତ ଘେନ ସତ୍ୱର ॥୭॥
ପିତା କଷାକଟୂଫଳ ଔଷଧ ହେଲା ତୋହର
ପଥି ପାଚନରେ ଦିନ ଗଲା ଦୁଃଖରେ
କିଛି ଭକ୍ଷଣ ନକରି ଅଗ୍ନିରେ ତୋ ଦେହ ପୋଡ଼ି
କ୍ଷୁଧା ତୃଷା ବିସର୍ଜ୍ଜନ କଲୁ ଅନ୍ତରୁ
ସେଥିରେ ମୁଁ ହୋଇଅଛି ଋଣୀ,
ତହୁଁ ଉଦ୍ଧର ମୋତେ କରେ ଦଇନି ॥୮॥
ଦିବା ରାତ୍ର ମଳମୂତ୍ରେ ତୋ ଅଙ୍ଗବସ୍ତ୍ର ସହିତେ
ଭିଜିଯାଏ ଘୃଣା ତୁ ନକରୁ ମନରେ
ଏହା କରିଅଛି ମୁଁହିଁ ଅଜ୍ଞାନଭାବରେ ରହି
ସେ ଋଣରୁ ହେବା ପାଇଁ ଉଦ୍ଧାର
ପୁଷ୍ପ ଗନ୍ଧଧୂପଦୀପ ସହିତେ
ପିଣ୍ଡ ଦେଉଅଛି ମାତ ଘେନ ତୁରିତେ ॥୯॥
ଶୀତଋତୁରେ ତୋ କୋଳେ ଶୋଇ ମଳମୂତ୍ରକରେ
ବାତ୍ସଲ୍ୟ ସ୍ନେହରେ ସେହି କଷ୍ଟ ସହିଲୁ
ଖରାକାକରକୁ ନ ମଣି କେତେ ମଳ ମୂତ୍ରେ ପୁଣି
ଅକଳନ କଷ୍ଟ କେତେ ତୁହି ସହିଲୁ
ସେ ଋଣରୁ ହେବାକୁ ପାର
ପିଣ୍ଡ ଦେଉଅଛି ମାତ ତୋର ହସ୍ତର ॥୧୦॥
ଦିବାରାତ୍ର କ୍ଷୀରପାନେ ପାଳିଥିଲୁ ତୁ ଯତନେ
ପୁଣି ଅନ୍ୟ ସ୍ତନକୁ ଯେ ହାତରେ ଧରେ
କେତେ ପାପ ମୁଁ କରିଛି ଏତେ ବେଳେ ଭାବୁ ଅଛି
କିପରି ଉଦ୍ଧାର ହେବି ଶାସ୍ତ୍ର ମତରେ
କୃପାକର ମାଆ ମୋହର
ପିଣ୍ଡ ନେଇ ସେହି ପାପୁକର ଉଦ୍ଧାର ॥୧୧॥
ପୁଅଝିଏ ହେଲେ ବ୍ୟାଧି ଦୁଃଖେ ତୁହି ବସୁ କାନ୍ଦି
ପଦ ସଞ୍ଚାଳୁ ତାଙ୍କ ରାତ୍ର କି ଦିନ
ତୁ ଅଟୁ ତାହାଙ୍କ ଗୁରୁ ବିପରୀତ କର୍ମକରୁ
ମାଆ ପାଦ ସେବା ପରା ପୁଅର ଧର୍ମ
ଏଥି କେହ୍ନେ ହେବି ଉଦ୍ଧାର
ପିଣ୍ଡ ଦେଉଅଛି ମାତ ଘେନ ସତ୍ୱର ॥୧୨॥
ମୁଁ ଭକ୍ଷଣ କଲେ ମାତ ମନେ ହେଉ ତୁହି ସୁସ୍ଥ
ଭକ୍ଷଣ ବିହୀନେ ଚିନ୍ତା ହୁଏ ତୋହର
ମାଆ ଚିହ୍ନେ ପୁଅପେଟ ଶାସ୍ତ୍ରରେ ଏହା ବିଦିତ
ଅଳ୍ପଖାଇ ବେଶୀ ଦେଉ ଶାନ୍ତ ମନରେ
ଏଣୁ ପିଣ୍ଡ ଦେଉଛି ମୁଁହିଁ
ଶ୍ରଦ୍ଧାରେ ଘେନିବ ମାତ ହସ୍ତ ବଢ଼ାଇ ॥୧୩॥
ପୁତ୍ରକୁ କ୍ଷୁଧା ହେବଣି ମାଆପାରେ ଏହା ଜାଣି
ମାଆ ବିନା ଆଉ କିଏ ପେଟ ଚିହ୍ନିବ
ନିଜେ ତୁ ନଖାଇ ମୋଟେ ପେଟ ଭରି ଖୁଆଉ ମୋତେ
ସେ କଷ୍ଟରୁ କିଏ ତୋତେ ଉଦ୍ଧାରିଥିବ
ଏହି କଥା ଭାବି ମୁଁ ମନରେ
ପିଣ୍ଡ ବାଢ଼ି ଦେଉଅଛି ମା ଗୋ ଘେନ ସତ୍ୱରେ ॥୧୪॥
ଉତ୍ତମ ଖାଦ୍ୟ ପଦାର୍ଥ ଯତ୍ନରେ ରଖୁ ନେଇତ
ପୁଅଝିଅ ମୋର ଆସି ପରେ ଖାଇବେ
କେଉଁ କାର୍ଯ୍ୟ ତୋର କଲି ଦିନେ ତ ସେବା ନକଲି
ଧର୍ମକଥା କିଏ ବୋଲି ମନେ ନ ଭାବେ
ସେଥିରୁ ହେବାକୁ ନିସ୍ତାର
ପିଣ୍ଡ ଦେଉଅଛି ମାତ ଏହି ମାତର ॥୧୫॥
ଯାବତ ନ ଜନ୍ମେ ପୁତ୍ର ତାବତ ମାତା ଚିନ୍ତିତ
ସର୍ବଦେବ ଦେବୀଙ୍କୁ ସେ ସ୍ମରଣ କରି
ମୋ ପୁତ୍ର ରହୁ କୁଶଳେ ତାର ଆଗେ ମୁଁହିଁ ମରେ
ପ୍ରାର୍ଥନା ଯେ କରୁଥାଉ ମାଆ ମୋହରି
ସେ କଷ୍ଟରୁ ହେବାପାଇଁ ଉଦ୍ଧାର
ପିଣ୍ଡ ବାଢ଼ୁ ଅଛି ମାତ ଘେନ ଆଦର ॥୧୬॥
ମୁଁ ଜନ୍ମ ନ ହେବାଯାଏ କେତେ ଚିନ୍ତା ତୋର ହୁଏ
ଭାବୁ ଅପୁତ୍ରିକ ହୋଇ ମୁଖ ନ ଚାହିଁବେ କେହି
ଭୋଗିବୁ ଚୌରାଶୀ ନର୍କ ଯମ ଭୂବନେ
ସେ ନର୍କୁ ହେବାକୁ ଉଦ୍ଧାର
ଷୋଳପିଣ୍ଡ ଦେଲି ମା ମୋ ବସ ସ୍ୱର୍ଗର ॥
ମାତୃ କୃପାଭିକ୍ଷୁ — ନୀଳକଣ୍ଠ
ମାତୃ ସ୍ତୋତ୍ରମ୍
ଆଗର୍ଭ ଜ୍ଞାନପର୍ଯ୍ୟନ୍ତଂ ପାଳିତୋଽହଂ ଯତସ୍ତ୍ୱୟା,
ଆବାହୟିଷ୍ୟେ ତ୍ୱାଂ ମାତଃ କୁଶପୃଷ୍ଠେ ତିଳୋଦକମ୍ ॥୧॥
ଗର୍ଭଧାରଣଜଂ ଦୁଃଖଂ ବିଷମେ ଭୂମି ବର୍ତ୍ମନି
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୨॥
ମାସି ମାସି କୃତଂ କଷ୍ଟଂ ବେଦନା ପ୍ରସବେଷୁ ଚ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୩॥
ଶୈଥିଲ୍ୟେ ପ୍ରସବେ ପ୍ରାପ୍ତେ ମାତା ବିନ୍ଦତି ଦୁଷ୍କୃତଂ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୪॥
ସମ୍ପୂର୍ଣ୍ଣେ ଦଶମେ ମାସେ ପୀଡ଼୍ୟନ୍ତେ ମାତୃପୀଡ଼ନଂ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୫॥
ଯଦ୍ଭବେ ଜନୟତେ ପୁତ୍ରୋ ଜନନ୍ୟାଂ ପରିବେଦନାଂ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୬॥
ଅଗ୍ନିନା ଶୋଷୟେଦ୍ଦେହଂ ତ୍ରିରାତ୍ରୌ ପୋଷିତେନ ଚ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୭॥
ପିବେଚ୍ଚ କଟୂତିକ୍ତାନି କ୍ୱଥାନି ବିବିଧାନି ଚ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୮॥
ରାତ୍ରୌ ମୂତ୍ର ପୁରୀଷାଭ୍ୟାଂ ଭିଦ୍ୟତେ ମାତୃକର୍ପଟୀ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୯॥
ଦିବାରାତ୍ରୌ ଚ ଯନ୍ମାତା ଦଦାତି ନିର୍ଭରଂ ସ୍ତନୌ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୦॥
ପୁତ୍ରୋ ବ୍ୟାଧିସମାଯୁକ୍ତୋ ମାତା ହା କ୍ରନ୍ଦକାରିଣୀ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୧॥
ସ୍ୱଳ୍ପାହାରା ଭବେନ୍ ମାତା ଯାବତ୍ ପୁତ୍ରୋଽସ୍ତି ବାଳକଃ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୨॥
କ୍ଷୁଧୟା ବ୍ୟାକୁଳେ ପୁତ୍ରେ ହ୍ୟନ୍ନଂ ମାତା ପ୍ରଯଚ୍ଛତି
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୩॥
ଭକ୍ଷଦ୍ରବ୍ୟଂ ଦୁର୍ଲ୍ଲଭଂଚ ଯାବତ୍ ପୁତ୍ରୋଽସ୍ତି ବାଳକଃ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୪॥
ଯାବତ୍ ପୁତ୍ରୋ ନ ଭବତି ତାବନ୍ ମାତୁଶ୍ଚ ଶୋଚନଂ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୫॥
ଯମଦ୍ୱାରେ ମହାଘୋରେ ପଥି ମାତୁଶ୍ଚ ଶୋଚନଂ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୬॥
ଯସ୍ୟ ପୁତ୍ରୋ ଗୟାଂ ଗତ୍ୱା କୁରୁତେ ଶ୍ରାଦ୍ଧମେବ ଚ
ତସ୍ୟ ନିଷ୍କ୍ରୟଣାର୍ଥାୟ ମାତୁଃ ପିଣ୍ଡଂ ଦଦାମ୍ୟହମ୍ ॥୧୭॥
ଏଭିଃ ଷୋଡ଼ଶଭିର୍ବାକ୍ୟୈଃ ପୁତ୍ରଶ୍ଚ ପୁଣ୍ୟଭାଜନୈଃ
ପ୍ରିୟତେ ବିଷ୍ଣୁଲୋକାୟ ମାତୁରାଶିଃ ପ୍ରସୀଦତୁ ॥୧୮॥
—
Be First to Comment